BMC New Rule: ସାବଧାନ ! କୁକୁର ମଳତ୍ୟାଗ କଲେ ସଫା କରିବେ ମାଳିକ

BMC New Rule: ସାବଧାନ ! କୁକୁର ମଳତ୍ୟାଗ କଲେ ସଫା କରିବେ ମାଳିକ

BMC New Rule: ସାବଧାନ ! କୁକୁର ମଳତ୍ୟାଗ କଲେ ସଫା କରିବେ ମାଳିକ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: କୁକୁର ମାଲିକ ସାବଧାନ । ପୋଷା କୁକୁରକୁ ନେଇ ଆସିଲା ନୂଆ ଆଇନ । ଏ ନେଇ ଭୁବନେଶ୍ବର ମୁନିସିପାଲ କର୍ପୋରେସନ-ବିଏମସି ବୈଠକରେ ମାନସମନ୍ଥନ ହୋଇଥିଲା । ବିଏମସି (BMC) ଆଣିଛି ନୂଆ ନିୟମ। ନୂଆ ଡଗ୍‌ ରୁଲ୍‌ ଲାଗି ପ୍ରସ୍ତୁତ ହୋଇଥିଲା ଡ୍ରାଫ୍ଟ । କୁକୁର ପାଳିଲେ ମାନିବାକୁ ହେବ BMC ନିୟମ।

BMC ଆଣିଲା କୁକୁର ପଞ୍ଜୀକରଣ ଓ ନିୟନ୍ତ୍ରଣ ପାଇଁ ବାଇ ଲ’। ୪ ମାସରୁ ଅଧିକ ବୟସର କୁକୁର ରଖିବାକୁ ପଞ୍ଜୀକରଣ ଜରୁରୀ ହେବ ବୋଲି କୁହାଯାଇଛି । ଜଳାତଙ୍କ ଟିକା ଓ ବନ୍ଧ୍ୟାକରଣ ପ୍ରମାଣପତ୍ର ନଥିଲେ ପଞ୍ଜୀକରଣ ମନା ବୋଲି କୁହାଯାଇଛି । ପଞ୍ଜୀକରଣ ଦେୟ ୫୦୦ ଟଙ୍କା, ନବୀକରଣ ଦେୟ ୨୫୦ ଟଙ୍କା । କୁକୁର କାହାକୁ କାମୁଡ଼ିଲେ ମାଲିକ ଗଣିବେ ତଣ୍ଡ । ଭୁବନେଶ୍ବରରେ ବିନା ଅନୁମତିରେ କୁକୁର ଛୁଆ ବ୍ୟବସାୟ ନିଷେଧ ବୋଲି ମଧ୍ୟ କୁହାଯାଇଛି । ସାଧାରଣ ସ୍ଥାନ ଓ ଜନବସତି ଅଞ୍ଚଳରେ କୁକୁର ମଳତ୍ୟାଗ କରିବା ମଧ୍ୟ ନିଷେଧ । କୁକୁର ମଳତ୍ୟାଗ କଲେ ସଫା କରିବା ମଧ୍ୟ ମାଲିକଙ୍କ ଦାୟିତ୍ବ । କୁକୁରର ମୃତ୍ୟୁ ହେଲେ BMCକୁ ଖବର ଦେବାକୁ ହେବ । ଜୀବ ପ୍ରତି ନିଷ୍ଠୁରତା ଅଭିଯୋଗ ପ୍ରମାଣିତ ହୋଇଥିଲେ କଟକଣା । କୁକୁର ପାଳିବାକୁ ଅଯୋଗ୍ୟ ଘୋଷିତ ହେବେ ମାଲିକ । ବାଇ ଲ’ ଉଲ୍ଲଂଘନ କଲେ ମାଲିକଙ୍କୁ ୧୦ ହଜାର ଟଙ୍କା ଫାଇନ ଦେବାକୁ ପଡ଼ିବ ।

ପୂର୍ବରୁ ବିଏମସି କାର୍ଯ୍ୟାଳୟରେ draft by lawକୁ ନେଇ କର୍ପୋରେଟର ମାନେ ଆଲୋଚନା କରିଥିଲେ। ପୋଷା କୁକୁରକୁ କିଭଳି ରଖାଯିବ, ପଞ୍ଜିକରଣ କରାଯିବ ସହ ଅନେକ ନିୟମ ରଖାଯିବକୁ ନେଇ ଆଲୋଚନା ମଧ୍ୟ ହୋଇଥିଲା। ମୁଖ୍ୟତଃ ଯେଉଁମାନେ କୁକୁର ରଖିଛନ୍ତି ବାର୍ଷିକ କିଛି ଟଙ୍କା BMCକୁ ଦେବାକୁ ପଡ଼ିବ ମଧ୍ୟ ଆଲେଚନା ହୋଇଥିଲା ।

ପଢନ୍ତୁ ଏହି ଖବର : 65 Inch TVରେ ବଡ଼ ଅଫର୍‌...ଦେଢ ଲକ୍ଷର ଟିଭି ମିଳୁଛି ମାତ୍ର ୨୯ ହଜାରରେ !

ପୂର୍ବରୁ ଦିନକୁ ଶହେଟି କୁକୁରଙ୍କୁ ବନ୍ଧ୍ୟାକରଣ କରିବା ପାଇଁ ନିଷ୍ପତି ହୋଇଥିଲା । ଏଥିପାଇଁ ମଞ୍ଚେଶ୍ୱରରେ ଆଉ ଏକ ପଶୁ ଡାକ୍ତରଖାନା ଆରମ୍ଭ ହେବ ବୋଲି ମେୟର ସୂଚନା ଦେଇଥିଲେ । ଏହି ଡ୍ରାଫ୍ଟ ବାଇ-ଲକୁ ନେଇ ପଶୁପ୍ରେମୀ ଓ କେନେଲ କ୍ଲବ୍ ସହ ମଧ୍ୟ ଆଲୋଚନା କରାଯାଇଥିଲା ।

ପଢନ୍ତୁ ଏହି ଖବର : Fridge Care Tips: ଖରା ଦିନେ ଏମିତି ବ୍ୟବହାର କରନ୍ତୁ ଫ୍ରିଜ୍‌; ଜମାବି ହେବନି ଖରାପ...
Published by:Sujit Swain
First published: