News 18 Odia Digital
ଭୁବନେଶ୍ୱର: ବିଜେପି ସାଂସଦ ଆପରାଜିତା ଷଡ଼ଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଭୁବନେଶ୍ୱର ଓ କଟକ ଟ୍ୱିନସିଟିରେ ମେଟ୍ରୋ ରେଳ ସେବା ଯୋଗାଇବା ପାଇଁ କେନ୍ଦ୍ରକୁ ଏକ ପ୍ରସ୍ତାବ ପଠାଇବାକୁ ଅନୁରୋଧ କରିଛନ୍ତି ।
ମେଟ୍ରୋ ରେଳ ପଲିସି ୨୦୧୭ କୁ ଦର୍ଶାଇ ସେ କହିଛନ୍ତି ୨୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ଗୁଡିକରେ ମେଟ୍ରୋ ରେଳ ସିଷ୍ଟମ ପାଇଁ ଯୋଜନା କରିବା ଉଚିତ । “ଏହି ପରିପ୍ରେକ୍ଷୀରେ, ମୁଁ ଉଲ୍ଲେଖ କରିବାକୁ ଚାହେଁ ଯେ ଭୁବନେଶ୍ୱରର ଜନସଂଖ୍ୟା ୪ ରୁ ୫ ବର୍ଷ ମଧ୍ୟରେ ୨୦ ଲକ୍ଷରୁ ଅଧିକ ହୋଇପାରେ । ବର୍ତ୍ତମାନ ଭୁବନେଶ୍ୱର ଓ କଟକ ଟ୍ୱିନସିଟିରେ ମିଳିତ ଜନସଂଖ୍ୟା ୨୦ ଲକ୍ଷରୁ ଅଧିକ ହୋଇସାରିଛି ବୋଲି ବିଜେପି ସାଂସଦ ଚିଠିରେ ଲେଖିଛନ୍ତି ।
“ତେଣୁ ସମସ୍ତଙ୍କ ସୁବିଧାକୁ ଦୃଷ୍ଟି ଦେଇ ରାଜ୍ୟ ସରକାରଙ୍କ ଦ୍ୱାରା ଏକ ସମନ୍ୱିତ ମେଟ୍ରୋ ରେଳ ବ୍ୟବସ୍ଥା ଯୋଜନା କରାଯିବା ଉଚିତ୍ । ଏହି ପ୍ରକଳ୍ପଟି ପର୍ଯ୍ୟାୟକ୍ରମେ କାର୍ଯ୍ୟକାରୀ ହୋଇପାରିବ, ପ୍ରଥମେ ଭୁବନେଶ୍ୱର ସହରଠାରୁ ଆରମ୍ଭ କରି କଟକ ସହରକୁ ବିସ୍ତାର ହୋଇପାରିବ ବୋଲି ସେ କହିଛନ୍ତି । ଆଇଏଏସ୍-ରାଜନେତା କହିଛନ୍ତି ଯେ ମେଟ୍ରୋ ପଲିସି ୨୦୧୭ ଅନୁଯାୟୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ୫୦-୫୦ ସମାନ ଭାଗିଦାରୀ ଅଧୀନରେ ମେଟ୍ରୋ ସିଷ୍ଟମ ଯୋଜନା କାର୍ଯ୍ୟକାରୀ କରାଯାଇପାରିବ । ଏହି ପ୍ରକଳ୍ପର କାର୍ଯ୍ୟକାରିତା କେନ୍ଦ୍ର ସରକାରଙ୍କ ମିଳିତ ଉଦ୍ୟୋଗ ଦ୍ଵାରା ୫୦:୫୦ ଦ୍ୱାରା କରାଯାଇପାରିବ ।
ସେ ସିଏମଙ୍କୁ ଏଥିପ୍ରତି ଦୃଷ୍ଟି ଦେବାକୁ ଅନୁରୋଧ କରିଛନ୍ତି ଓ ସମ୍ଭାବ୍ୟ ଅଧ୍ୟୟନ ଓ ବିସ୍ତୃତ ପ୍ରକଳ୍ପ ରିପୋର୍ଟ ପାଇଁ କେନ୍ଦ୍ରୀୟ ଆର୍ଥିକ ସହାୟତା ମଞ୍ଜୁର ପାଇଁ MoHUA କୁ ଏକ ପ୍ରସ୍ତାବ ପଠାଇବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେ ତାଙ୍କ ଚିଠିରେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଦ୍ଵାରା ଭାରତ ସରକାରଙ୍କୁ ଏକ ବିସ୍ତୃତ ପ୍ରସ୍ତାବ ପଠାଇବା ଆଶାରେ, ମୁଁ ରାଜ୍ୟ ପ୍ରସ୍ତାବର ସକରାତ୍ମକ ବିଚାର ପାଇଁ ମାନ୍ୟବର ମନ୍ତ୍ରୀ ଏମଓଏଚୟୁଏ, ଭାରତ ସରକାରଙ୍କୁ ଚିଠି ଲେଖୁଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।