News18 Odia Digital
ଭୁବନେଶ୍ବର: ଅଳିଆ କେଉଁଠି ପଡ଼ିବ। ବାୟୋ ମାଇନିଂ ପ୍ଲାଣ୍ଟ ଦାରୁଠେଙ୍ଗ ହେବ କି ନାହିଁ। ଯାହାର ନିଷ୍ପତ୍ତି ନେବେ ଦାରୁଠେଙ୍ଗ ଗ୍ରମାବାସୀ। ସେପଟେ ଏହି ଘଟଣାରେ ବିଏମସି ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ନାଗରିକଙ୍କୁ ନିଜ ସମସ୍ୟା ନ କହି ଲୋକଙ୍କ ସମସ୍ୟାର ସମାଧାନ ପ୍ରଶାସନ କରୁ ବୋଲି ପରାମର୍ଶ ଦେଇଛନ୍ତି ଅପରାଜିତା। ଦାରୁଠେଙ୍ଗ ଗ୍ରମାବାସୀ ନେବେ ନିଷ୍ପତ୍ତି। ଦାରୁଠେଙ୍ଗରେ ଆଳିଆ ପଡ଼ିବ କି ନାହିଁ।
ବାୟୋ ମାଇନିଂ ପ୍ଲାଣ୍ଟ ହେବ କି ନାହିଁ। ଗାଁ କମିଟି କରିବ ଫଇସଲା। ଏ ନେଇ ଦାରୁଠେଙ୍ଗରେ ବସିବ ଗ୍ରାମସଭା। ଦାରୁଠେଙ୍ଗ ସରପଞ୍ଚ, ସମିତି ସଭ୍ୟ, ୱାର୍ଡମେମ୍ବର, ଗାଁର ମୁରବି ଆଲୋଚନା କରି ଶେଷ ନିଷ୍ପତ୍ତି ନେବେ।
ଶନିବାର ଦାରୁଠେଙ୍ଗ ଗ୍ରାମବାସୀଙ୍କ ସହ ବିଏମସି କର୍ତ୍ତୃପକ୍ଷଙ୍କ ଆଲୋଚନା କରିଥିଲେ। ବୈଠକରେ ଗ୍ରାମବାସୀ ଦୁଇ ଦିନର ସମୟ ନେଇଥିଲେ। ତେବେ ନିଜ ଜିଦରେ ଅଟଳ ଅଛନ୍ତି ଦାରୁଠେଙ୍ଗ ଗ୍ରାମବାସୀ। କୌଣସି ପରିସ୍ଥିତିରେ ଦାରୁଠେଙ୍ଗରେ ଡ଼ମ୍ପିୟାଡ କରାଇଦିଆ ଯିବନାହିଁ ବୋଲି ଚେତାବନୀ ଦେଇଛନ୍ତି।
ଅନ୍ୟପଟେ ଗାଁ ଲୋକଙ୍କ ଦୁର୍ଦ୍ଦଶା କହିଲେ ନ ସରେ। ଡ଼ମ୍ପିୟାଡ଼ ବନ୍ଦ ଯୋଗୁଁ ମାଳ ମାଳ କୁକୁର ଏବେ ଗାଁମୁହାଁ। କୁକୁର କାହାକୁ କାମୁଡ଼ିଲେଣି ତ କାହା ଘରେ ପସିଲେଣି। ଯାହାକୁ ନେଇ ଗ୍ରମାବାସୀ ଏବେ ଭୟଭୀତ।
ସେପଟେ ବିଏମସିକୁ ତିନି ଦିନ ସମୟ ଦେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ନଚେତ୍ ବିଏମସି କାର୍ଯ୍ୟାଳୟ ଯାଇ ମେୟର କମିଶନରଙ୍କ ସହ ଆଲୋଚନା କରିବେ ବୋଲି କହିଛନ୍ତି। ଏନେଇ ବିଏମସି ମେୟର ସୁଲୋଚନା ଦାସଙ୍କୁ ଚିଠି ଲେଖିଛନ୍ତି ଅପରାଜିତା।
ନାଗରିକଙ୍କୁ ନିଜ ସମସ୍ୟା ନ କହୁ ପ୍ରଶାସନ। ଲୋକଙ୍କ ସମସ୍ୟା ସମାଧାନ କରୁ ପ୍ରଶାସନ। ଘରର ଡ୍ରଇଂ ରୁମ ଯଦି ଅଳିଆ ହେଲା ପୂରା ଘର ଅଳିଆ ହେବ। ସେହିଭଳି ରାଜ୍ୟର ରାଜଧାନୀ ଯଦି ଅଳିଆ ମୟ ହେବ ତାହେଲେ ରାଜ୍ୟ ସରକାର ପଦକ୍ଷେପ ନେବା ଉଚିତ୍। କାହିଁକି ଏ ସମସ୍ୟାର ସମାଧାନ ହେଉନାହିଁ। କେବଳ ଦାରୁଠେଙ୍ଗ ନୁହେଁ। ଅନ୍ଧାରୁଆ, ଚନ୍ଦକା, ଦଢ଼ା ପାଟନା, ବାରଙ୍ଗର କିଛି ଅଂଶ ସହିତ ଚନ୍ଦକା ହାତୀ ଅଭୟାରଣ୍ୟ ଏହା ଦ୍ଵାରା ପ୍ରଭାବିତ ହୋଇଛି ବୋଲି ଭୁବନେଶ୍ବର ସାଂସଦ କହିଛନ୍ତି।
ସେପଟେ ରାଜଧାନୀ ଭୁବନେଶ୍ବର ସ୍ଥିତି ବେହାଲ। ଲଗାତାର ୧୬ ଦିନ ଧରି ଅଳିଆ ଗାଡ଼ି ଦାରୁଠେଙ୍ଗ ଡମ୍ପିୟାଡ ଯାଉ ନ ଥିବାରୁ ସହର ସାରା କୁଢ଼ କୁଢ଼ ଅଳିଆ। ଦାରୁଠେଙ୍ଗ ଗ୍ରାମବାସୀଙ୍କ କଣ ନିଷ୍ପତ୍ତି ନେବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।