ତୋ‘ର ନୁହେଁ କି ମୋ’ର ନୁହେଁ; ଭୁବନେଶ୍ୱରର ‘ମୋ’ ସାଇକେଲ‘ କାହାରି ନୁହେଁ; ହେଲେ କାହିଁକି?

ପାଞ୍ଚ କୋଟି ଟଙ୍କାର ‘ମୋ’ ସାଇକେଲ’ ଯୋଜନାରେ ଆସିଥିବା ୨,୦୦୦ ସାଇକେଲ୍‌ ଭିତରୁ ୫୦୦ଟି ଏବେ ପଡ଼ି ପଡ଼ି ଖତ ଖାଉଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼, ବି.ଏମ୍.ସି. ଓ କୃଟ୍ କାହାରି ଏଥି ପ୍ରତି ନିଘା ନାହିଁ ।

ତୋ‘ର ନୁହେଁ କି ମୋ’ର ନୁହେଁ; ଭୁବନେଶ୍ୱରର ‘ମୋ’ ସାଇକେଲ‘ କାହାରି ନୁହେଁ; ହେଲେ କାହିଁକି?
ଭୁବନେଶ୍ୱରର ରାସ୍ତାରେ ଥୁଆ ହୋଇଥିବା କେତେକ ‘ମୋ’ ସାଇକେଲ’
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ରାସ୍ତାରେ ଖତ ଖାଉଛି ୫୦୦ ‘ମୋ ସାଇକେଲ’ । ଅବହେଳା ଯୋଗୁଁ ଫେଲ ମାରିଛି ୫ କୋଟି ଟଙ୍କାର 'ମୋ ସାଇକେଲ' ଯୋଜନା । ସାଇକେଲ ଗୋଟାକୁ ୨୫ ହଜାର ଟଙ୍କା ଦେଇ ୨,୦୦୦ ସାଇକେଲ ସରକାର କିଣିଲେ । ଯୋଜନାକୁ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କଲେ । ହେଲେ ଏହି ଯୋଜନା ଖୁବ୍‌ ଶୀଘ୍ର ଫେଲ୍‌ ମାରିଗଲା ।

‘ମୋ ସାଇକେଲ' ପ୍ରତି ମୋ’ର ବୋଲି ଭାବନା ଆସୁ ନ ଥିବାରୁ ଏହି ଯୋଜନା ବିଫଳ ହୋଇଛି ବୋଲି ମତ ଦେଇଛନ୍ତି ରାଜଧାନୀବାସୀ ଓ ବୁଦ୍ଧିଜୀବୀମାନେ । ଏଥି ପାଇଁ ଦାୟିତ୍ଵରେ ଥିବା ଅଧିକାରୀମାନେ ଦାୟୀ ବୋଲି ସେମାନେ କହିଛନ୍ତି । ଅଧିକାରୀଙ୍କ ଅବହେଳା କାରଣରୁ ୫୦୦ ସାଇକେଲ୍‌ ଖତ ଖାଉଛି, ମାତ୍ର ସେଗୁଡ଼ିକର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଉନାହିଁ ବୋଲି ଅଭିଯୋଗ ହୋଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ (ବି.ଏସ୍‌.ସି.ଏଲ୍.) କର୍ତ୍ତୃପକ୍ଷ ନଭେମ୍ବର ୨୭, ୨୦୧୮ରେ ରାଜଧାନୀରେ ‘ମୋ ସାଇକେଲ’ ଯୋଜନା ଆରମ୍ଭ କରିଥିଲେ । ବି.ଏସ୍‌.ସି.ଏଲ୍. ସାଇକେଲ କେଉଁଠୁ କିଣା ହେବ, କେଉଁ ଡିଜାଇନର କିଣା ହେବ, କେଉଁ ଘରୋଇ ସଂସ୍ଥା ଏହାର ରକ୍ଷଣାବେକ୍ଷଣ କରିବେ ଓ ଦୈନନ୍ଦିନ ବ୍ୟାପାର କିଏ ବୁଝିବେ ଆଦି ସ୍ଥିର କରିଥିଲା । କିନ୍ତୁ ଏହାର ପରିଚାଳନା ଦାୟିତ୍ୱ ନିଜେ ନ ନେଇ କୄଟ୍‌ କର୍ତ୍ତୃପକ୍ଷଙ୍କୁ ଦେଇଥିଲା । ତାହା ବିଶେଷ ସଫଳତା ନ ଦେବାରୁ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ କୃଟ ପାଖରୁ ଦାଇତ୍ଵ ଛଡ଼ାଇ ନିଜ ପାଖରେ ରଖିଲା ।

ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ

ବି.ଏମ୍‌.ସି. ଓ ବି.ଏସ୍‌.ସି.ଏଲ୍. ‘ମୋ’ ସାଇକେଲ’ର ଦାୟିତ୍ଵ ନେବା ସହ ପ୍ରଚାର ପ୍ରସାର କରିଥିଲେ । କେବଳ ଶୁକ୍ରବାର କିଛି ଲୋକ ନିଜ ନିଜ ସାଇକେଲ ଧରି ଏକାଠି ହୋଇ ରାସ୍ତାରେ ଚଲାଇଥିଲେ । କାର୍ଯ୍ୟକ୍ରମ ନାଁରେ ଶହ ଶହ କୋଟି ଟଙ୍କା ଖର୍ଚ୍ଚ ହେଲା, କିନ୍ତୁ ବଦଳିଲାନି ‘ମୋ ସାଇକେଲ’ ସ୍ଥିତି । ଏ ନେଇ ବି.ଏମ୍‌.ସି. କିଛି କହିବାକୁ ମନା କରିଦେଇଛି ।

ଏହା ବି ପଢ଼ନ୍ତୁ | India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ

‘‘ରାଜ୍ୟ ସରକାରଙ୍କର ଏହା ଏକ ଫ୍ଲପ୍‌ ଯୋଜନା ସାବ୍ୟସ୍ତ ହେଲା । ସରକାର ଲୋକଙ୍କ ପାଇଁ ଯୋଜନା ନାଁରେ ଟଙ୍କା ବାଟମାରଣା ହେବାକୁ ଦେଇଛନ୍ତି । ଏହା ଦ୍ଵାରା ସାଇକେଲ ଯୋଗାଇଥିବା କମ୍ପାନୀ ଓ କିଣିଥିବା ଅଧିକାରୀ ମାଲେମାଲ୍‌ ହେଉଛନ୍ତି । ତାହା ନ କରି ବରଂ ଏହାକୁ ବ୍ୟକ୍ତିଗତ ଭାବେ ଦେଲେ ଭଲ ହୁଅନ୍ତା,’’ କହିଛନ୍ତି ରାଜଧାନୀ ବାସିନ୍ଦା ମଣ୍ଟୁ ପ୍ରଧାନ ।

ଏହା ବି ପଢ଼ନ୍ତୁ | ସୁନା ଦର ଆହୁରି କମିଲା; ପର୍ଯ୍ୟନ୍ତ ୧୦,୦୦୦ ଟଙ୍କା ଶସ୍ତା ହେଲାଣି; ଏବେ କିଣିବାର ଭଲ ସମୟ

ଏବେ ରାସ୍ତା କଡ଼ରେ ଯେମିତି ଅବ୍ୟବସ୍ଥିତ ଭାବରେ ପଡିରହିଛି ‘ମୋ ସାଇକେଲ’ ତାକୁ ଦେଖି କେହି ଭାବିବେନି ଯେ ଏଇଟା 'ମୋ ସାଇକେଲ' । କବାଡି଼ଆରେ ସାଇକେଲ ଗଦା ହେଲା ଭଳି ଭଙ୍ଗା ଦଦରା ସାଇକେଲ ରାସ୍ତା କଡ଼ରେ ପଡ଼ିଥିବାରୁ କିଏ କାହିଁକି ଭାବିବ ଏହା ସରକାରଙ୍କ ‘ମୋ ସାଇକେଲ’ ବୋଲି?



ଏଠାରେ ପ୍ରଶ୍ନ ଉଠୁଛି ବିଏମସି ଓ ଭୁବନେଶ୍ୱର ସ୍ମାଟ ସିଟି ଲିମିଟେଡ଼ର ବରିଷ୍ଠ ଅଧିକାରୀମାନେ ଏହି ‘ମୋ ସାଇକେଲ’ ଦାୟିତ୍ଵରେ ଥିବା ବେଳେ ସେମାନେ କ'ଣ ଏହାକୁ ‘ମୋ’ ସାଇକେଲ’ ବୋଲି ଭାବୁଛନ୍ତି? ଏହି ପ୍ରଶ୍ନ ଭୁବନେଶ୍ୱର ବାସିନ୍ଦାଙ୍କ ସମେତ ସହରକୁ ଆସୁଥିବା ବାହାର ଲୋକଙ୍କ ମନରେ ଘାଣ୍ଟି ହେଉଛି ।
Published by: Anand Shankar Thankur Das
First published: March 2, 2021, 5:20 PM IST