ଭୁବନେଶ୍ୱରରେ ନାବାଳିକା ସହ ଗଣଦୁଷ୍କର୍ମ! ୨ ପୋଲିସ କର୍ମଚାରୀ ଓ ୨ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ଅଭିଯୁକ୍ତ

ଏହି ସଙ୍ଗୀନ ମାମଲା ବିଷୟରେ ମହିଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସେ କହିଛନ୍ତି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।

ଭୁବନେଶ୍ୱରରେ ନାବାଳିକା ସହ ଗଣଦୁଷ୍କର୍ମ! ୨ ପୋଲିସ କର୍ମଚାରୀ ଓ ୨ ବୈଦ୍ୟୁତିକ ଗଣମାଧ୍ୟମ କର୍ମଚାରୀ ଅଭିଯୁକ୍ତ
(ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: September 5, 2020, 6:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ ଭୁବନେଶ୍ବରରେ ପୋଲିସ୍‌ ନାଁରେ ଆସିଛି ଏକ ସଙ୍ଗୀନ ଅଭିଯୋଗ । କମିଶନରେଟ ପୋଲିସର ଦୁଇ ଜଣ କର୍ମଚାରୀଙ୍କ ଜଣେ ନାବାଳିକାଙ୍କ ସହ ବାରମ୍ବାର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଏହି ମାମଲାରେ ଏକ ବୈଦ୍ୟୁତିକ ଗଣମାଧ୍ୟମ ସଂସ୍ଥାର ଦୁଇ ଜଣ ପ୍ରତିନିଧିଙ୍କ ନାଁରେ ବି ଅଭିଯୋଗ ଅଛି ।

ଏହି ସଙ୍ଗୀନ ମାମଲା ବିଷୟରେ ମହିଳା ଥାନାରେ ଲିଖିତ ଅଭିଯୋଗ ହେବା ପରେ ଏ ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ । ସେ କହିଛନ୍ତି ମାମଲାର ଗୁରୁତ୍ବକୁ ଦୃଷ୍ଟିରେ ରଖି ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।

ପୀଡ଼ିତା ନାବାଳିକାଙ୍କ ବୟାନ ବି ରେକର୍ଡ ହୋଇଛି । ସୂତ୍ରଙ୍କ ଅନୁସାରେ ପୀଡ଼ିତା ନାବାଳିକା ନିଜ ବୟାନରେ ଅଭିଯୁକ୍ତମାନଙ୍କ ନାମ କହି ନ ପାରି ସେମାନଙ୍କ ସାଜ୍ଞା କହିଛି l ତେଣୁ ସେଭଳି କିଛି ସାଜ୍ଞା ଥିବା ପୋଲିସ କର୍ମଚାରୀ ଓ ଗଣମାଧ୍ୟମ କର୍ମଚାରୀଙ୍କୁ ଖୋଜୁଛି ପୋଲିସ  l

ଏହି ମାମଲା ବିଷୟରେ ସୂଚନା ଦେଉଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।


ବର୍ତ୍ତମାନ ଏହି ମାମଲାର ତଦନ୍ତ କରୁଛି ICWର ସମନ୍ବିତ ୟୁନିଟ । ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଅଗଷ୍ଟ ୩୦ ତାରିଖରେ ଭୁବନେଶ୍ବରର ମହିଳା ଥାନାରେ ଏହି ମାମଲା ବିଷୟରେ ପୀଡ଼ିତା ନାବାଳିକାଙ୍କ ମାଆ ଅଭିଯୋଗ କରିଥିଲେ । ମାର୍ଚ୍ଚ ଓ ଏପ୍ରିଲ ମାସରେ ଚାରି ଜଣ ଅଭିଯୁକ୍ତ ସମ୍ପୃକ୍ତା ନାବାଳିକା ସହ ଦୁଷ୍କର୍ମ କରିଥିବା ଅଭିଯୋଗ ଆସିଛି ବୋଲି କହିଛନ୍ତି ଡିସିପି ।

ଏହା ବି ପଢ଼ନ୍ତୁ | ଅନଲାଇନ୍ ଠକେଇ ପାଇଁ ଅନ୍ତର୍ଜାତୀୟ ଗ୍ୟାଙ୍ଗ୍ ଏହି ମହିଳାଙ୍କ ଠାରୁ ଭଡ଼ାରେ ନେଉଥିଲେ ଆକାଉଣ୍ଟ୍

ଏହା ବି ପଢ଼ନ୍ତୁ ଆସନ୍ତା ବର୍ଷ ଭାରତରେ ମିଳିବ ଏହି କମାଲ୍ ଇଲେକ୍ଟ୍ରିକ୍ କାର୍, ପୂରା ଚାର୍ଜରେ ୪୦୦ କିମି ଚାଲିବ

‘‘ଏହା ଏକ ଅତି ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ମାମଲା । ଏହି ମାମଲାରେ ନିରପେକ୍ଷ ଓ ତ୍ୱରିତ ତଦନ୍ତ ହେବା ଉଚିତ । ଅଭିଯୁକ୍ତ ଯିଏ ବି ହେଉ ତା ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ହେବାର ଆବଶ୍ୟକତା ରହିଛି,’’ କହିଛନ୍ତି ସମାଜସେବୀ ପ୍ରତିଛନ୍ଦା ଧଳ l



ଏହି ମାମଲାରେ ମହିଳା ଥାନାରେ IPC ଓ ପୋକସୋ ଆଇନର ବିଭିନ୍ନ ଦଫାରେ କେସ୍‌ ନମ୍ବର ୪୪/୨୦ ରୁଜୁ କରାହୋଇଛି । ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଏହାର ସବୁ ଦିଗ ଉପରେ ତଦନ୍ତ କରାଯାଉଛି ।
Published by: Anand Shankar Thankur Das
First published: September 5, 2020, 6:40 PM IST
corona virus btn
corona virus btn
Loading