ନ୍ୟୁଜ18 BYJU’s YOUNG GENIUSର ପ୍ରତିଭାର ଜାତୀୟ ସ୍ତରରେ ସାମିଲ ହେଲେ ଭୁବନେଶ୍ବରର ମେଘାଳି ମାଳବିକା
ଯେତେବେଳେ ମେଘାଳିଙ୍କ ପିତା ପ୍ରଥମେ ତାଙ୍କ ପ୍ରତିଭାକୁ ଜାଣିବାକୁ ପାଇଥିଲେ ସେତେବେଳେ ତାଙ୍କୁ ମାତ୍ର ଚାରି ବର୍ଷ ହୋଇଥିଲା । ସେହି ଏହି ସମୟରେ ବର୍ଣ୍ଣମାଳାକୁ ସଠିକ୍ ଭାବରେ ଚିହ୍ନଟ କରିବାରେ ସକ୍ଷମ ନଥିଲେ କିନ୍ତୁ ସବୁକିଛି ଶୁଣି ଶୁଣି ମନେ ରଖିଦେଉଥିଲେ ।

ନ୍ୟୁଜ18 BYJU’s YOUNG GENIUSର ପ୍ରତିଭାର ଜାତୀୟ ସ୍ତରରେ ସାମିଲ ହେଲେ ଓଡ଼ିଶାର ମେଘାଳି
- News18 Odia
- Last Updated: January 11, 2021, 6:34 PM IST
ଭୁବନେଶ୍ୱର: କଥାରେ ଅଛି ପ୍ରତିଭା କେବେ ଲୁଚି ରହେନା । ଦିନେ ନା ଦେନା ତାହା ଲୋକଲୋଚନକୁ ଆସିଥାଏ । ଦେଶରେ ଏହି ପ୍ରତିଭା ମାନଙ୍କୁ ନ୍ୟୁଜ18 ଓ BYJU’s "ୟଙ୍ଗ ଜିନିୟସ୍’ ଶୋ ମାଧ୍ୟମରେ ଅନ୍ୱେଷଣ କରୁଛି । ଯାହାଦ୍ୱାରା ଏହି ପିଲାମାନଙ୍କର ଲୁଚିରହିଥିବା ପ୍ରତିଭାକୁ ସହଜରେ ଚିହ୍ନିବା ସମ୍ଭବ ହୋଇପାରିବ । ଏହି ପ୍ରତିଭା ଅନ୍ୱେଷଣରେ ସାମିଲ ହୋଇଛନ୍ତି ଗୁଗୁଲ ଗର୍ଲ ନାମରେ ପରିଚିତ ଭୁବନେଶ୍ୱର ମେଘାଳି ମାଳବିକା ।
ମେଘାଳି ମାଳବିକା ପ୍ରତିଭା
>> ମେଘାଳି ମାଳବିକା ନିଜ ମୁହଁରେ ହଜାର ହଜାର ନଦୀ ଓ ସହରର ନାମ ମାନେ ରଖିଛନ୍ତି
>> ୧୦୦୦ ନଦୀର ନାମ କହିବାକୁ ମେଘାଳିଙ୍କୁ ମାତ୍ର ୯ ମିନିଟ ସମୟ ଲାଗିଥାଏ ଓ ୧୦୦୦ ସହରର ନାମ ମାତ୍ର ୭.୩୯ ମିନିଟରେ ସେ କହିପାରନ୍ତି
>> ମେଘାଳି ମାଳବିକା ୧୧.୨୮ ମିନିଟ ୧୦୦ଟି ସହର ଓ ତାର ଭୌଗଳିକ ବିଷୟ ଉପରେ ବର୍ଣ୍ଣନା କରିପାରନ୍ତି । ସେ ପର୍ବତ, ଦ୍ୱୀପ ଠାରୁ ଆରମ୍ଭ କରି ସାଗର, ମହାସାଗର, ମାଳଭୂମି, ମରୁଭୂମି ପର୍ଯ୍ୟନ୍ତ ସମସ୍ତ ବିଶେଷ ତଥ୍ୟ ମୁଖସ୍ତ ରଖିଛନ୍ତି ।
ଯେତେବେଳେ ମେଘାଳିଙ୍କ ପିତା ପ୍ରଥମେ ତାଙ୍କ ପ୍ରତିଭାକୁ ଦେଖିଥିଲେ ସେତେବେଳେ ତାଙ୍କୁ ମାତ୍ର ଚାରି ବର୍ଷ ହୋଇଥିଲା । ସେହି ଏହି ସମୟରେ ବର୍ଣ୍ଣମାଳାକୁ ସଠିକ୍ ଭାବରେ ଚିହ୍ନଟ କରିବାରେ ସକ୍ଷମ ହୋଇନଥିଲେ କିନ୍ତୁ ସବୁ ଶୁଣି ଶୁଣି ମନେ ରଖିଦେଉଥିଲେ । ତାଙ୍କର ପ୍ରିୟ ବିଷୟ ବିଜ୍ଞାନ, ଗଣିତ, ସାମାଜିକ ଅଧ୍ୟୟନ ବୋଲି ସେ କହିଥାନ୍ତି । ଆହୁରି ମଧ୍ୟ ସେ ଆଟଲାସ୍, ଗ୍ଲୋବ ଓ ମ୍ୟାପ୍ସ ପ୍ରତି ସବୁବେଳେ ଆକର୍ଷିତ ହୋଇଥାନ୍ତି ବୋଲି ସେ କହିଥାନ୍ତି । ସେ ଅନେକ ପୁରସ୍କାର ଓ ସମ୍ମାନ ପାଇଛନ୍ତି । ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛନ୍ତି ।