ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ହଟିବ ଐତିହ୍ୟସମ୍ପନ୍ନ ଘୋଡ଼ା ମୂର୍ତ୍ତି; ବିରୋଧର ସ୍ୱର ଛୁଟିଲାଣି

ଭୁବନେଶ୍ୱରରେ ରହୁଥିବା ବା ଏହି ସହରକୁ କେବେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ ଛକ କହିଲେ ପଥର ଚଉରା ଉପରେ ଦର୍ପରେ ଠିଆ ହୋଇଥିବା ସେହି କାରୁକାର୍ଯ୍ୟମୟ ଘୋଡ଼ାର ମୂର୍ତ୍ତିକୁ ମନେପକାନ୍ତି ।

ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ହଟିବ ଐତିହ୍ୟସମ୍ପନ୍ନ ଘୋଡ଼ା ମୂର୍ତ୍ତି; ବିରୋଧର ସ୍ୱର ଛୁଟିଲାଣି
ମାଷ୍ଟରକ୍ୟାଣ୍ଟିନ୍ ଛକରେ ସ୍ଥାପିତ ଘୋଡ଼ାର ମୂର୍ତ୍ତି
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ପ୍ରମୁଖ ସ୍ଥାନ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଘୋଡ଼ାର ମୂର୍ତ୍ତି ସ୍ଥାନାନ୍ତରିତ ହେବାକୁ ଯାଉଛି । ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ କମ୍ପାନୀ ତରଫରୁ ଏହି ଛକ ଚାରି ପାଖେ ଥିବା ରାସ୍ତାଗୁଡ଼ିକର ପ୍ରଶସ୍ତିକରଣ କରିବା ପାଇଁ ଥିବା ଯୋଜନା କାର୍ଯ୍ୟକାରୀ ହେବା ପୂର୍ବରୁ ଛକର କେନ୍ଦ୍ର ସ୍ଥଳରେ ଥିବା ଏହି ଲୋକପ୍ରିୟ ଐତିହ୍ୟସମ୍ପନ୍ନ ମୂର୍ତ୍ତିକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛି ସଂସ୍କୃତି ବିଭାଗ ।

ଘୋଡ଼ା ମୂର୍ତ୍ତି ସ୍ଥାନାନ୍ତରଣ କରିବାର ଆବଶ୍ୟକତା ନେଇ ଛଅ ମାସ ତଳେ ସରକାରଙ୍କୁ ଏକ ଚିଠି ଲେଖିଥିଲା ସ୍ମାର୍ଟ ସିଟି କମ୍ପାନୀ । ବର୍ତ୍ତମାନ ସେହି ଯୋଜନାରେ ସଂସ୍କୃତି ବିଭାଗ ମୋହର ମାରିବା ସହ ଘୋଡ଼ା ମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତରିତ କରିବାକୁ ନିଷ୍ପତ୍ତି ନେଇଛି । ହେଲେ ଏହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଏହା ବି ପଢ଼ନ୍ତୁ | ବଦଳିଲା ସୁନା ଗହଣା ସହ ଜଡ଼ିତ ଏହି ଜରୁରୀ ନିୟମ; ଗ୍ରାହକ ଦୋକାନୀ ସମସ୍ତେ ଜାଣିବା ଉଚିତ

ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ପକ୍ଷରୁ ସହରରେ ଚାଲିଛି ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ । ସ୍ମାର୍ଟ ଜନପଥ କାର୍ଯ୍ୟରେ ମାଷ୍ଟରକ୍ୟାଣ୍ଟିନରେ ଏକ ମଲ୍ଟି-ମୋଡାଲ୍‌ ହବ୍ ସ୍ଥାପନ କରିବା ନେଇ ଯୋଜନା ରହିଛି । ଫଳରେ ଏହି ଛକ ଚାରିପାଖେ ଥିବା ରାସ୍ତାଗୁଡ଼ିକୁ ସମ୍ପ୍ରସାରିତ କରାଯିବ । ତେଣୁ ଛକ ଉପରେ ଥିବା ଐତିହ୍ୟସମ୍ପନ୍ନ ଘୋଡ଼ା ମୂର୍ତ୍ତିକୁ ସ୍ଥାନାନ୍ତରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି । ମାଷ୍ଟରକ୍ୟାଣ୍ଟିନ ଛକରୁ ରାଜଭବନ ଛକକୁ ଏହି ଘୋଡ଼ା ମୂର୍ତ୍ତିକୁ ସ୍ଥାନାନ୍ତରିତ କରିବା ପ୍ରକ୍ରିୟା ପୂରା ହେବାକୁ ପାଖାପାଖି ମାସେ ସମୟ ଲାଗିବ ବୋଲି କହିଛି ସଂସ୍କୃତି ବିଭାଗ ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ମଲ୍ଟି-ମୋଡାଲ ହବ୍ ସ୍ଥାପିତ ହେବା ପରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଥିବା ଐତିହ୍ୟ ଘୋଡ଼ାର ଦୃଶ୍ୟମାନତା (ଭିଜିବିଲିଟି) ବହୁତ କମିଯିବ । ଏହି ସ୍ଥାପତ୍ୟ ଲୁଚିଯିବାର ସମ୍ଭାବନା ବି ରହିଛି । ତେଣୁ ଏହାକୁ ସ୍ଥାନାନ୍ତରଣ କରିବା ପାଇଁ ନିଷ୍ପତ୍ତି ହୋଇଛି । ସ୍ମାର୍ଟ ଜନପଥ କାର୍ଯ୍ୟ ପୂରା କରିବା ପାଇଁ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏହାର ସ୍ଥାନାନ୍ତରଣ କରାଯିବା ଜରୁରୀ,’’ କହିଛନ୍ତି ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ ଦାସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୨ ଯାଆଁଳା ଭଉଣୀଙ୍କୁ ଜଣେ ଯୁବକଙ୍କ ସହ ପ୍ରେମ ହେଲା; ଦୁହେଁ ତାଙ୍କୁ ବାହା ହୋଇ ଏକାଠି ଗର୍ଭବତୀ ହେବେ

ଅନେକ ବର୍ଷ ତଳେ ମାଷ୍ଟରକ୍ୟାଣ୍ଟିନ୍‍ ଛକରେ ସ୍ଥାପିତ ହୋଇଥିବା ଏହି ବିଶାଳ ଘୋଡ଼ା ମୂର୍ତ୍ତି ଆଜି ବି ରାଜଧାନୀର ଏକ ପ୍ରମୁଖ ପରିଚୟ ହୋଇ ରହିଛି । ଏହାର ନିର୍ମାଣ ଶୈଳୀ ଓ ମୂର୍ତ୍ତିରେ ଥିବା କଳାକୃତିର ଚାତୁର୍ଯ୍ୟ ଆମ ରାଜ୍ୟର ଉତ୍କୃଷ୍ଟ କଳା ସଂସ୍କୃତିର ପରିଚୟ ଦିଏ । ହେଲେ ଏବେ ସମୟ ବଦଳିବା ସହ ଭୁବନେଶ୍ୱରର କଳେବର ବୃଦ୍ଧି ଘଟି ଏହି ସହର ସ୍ମାର୍ଟ ସିଟିର ରୂପ ନେଉଥିବାରୁ ସହରୀକରଣର ଆଧୁନିକ ପଦ୍ଧତି ଅନୁସାରେ ସହରରର ସଂରଚନାରେ ପରିବର୍ତ୍ତନ ହେଉଛି । ଫଳରେ ରାଜନୀତି ଓ ସରକାରୀ କାର୍ଯ୍ୟର କେନ୍ଦ୍ର ବିନ୍ଦୁ ରହିବା ସହ ବ୍ୟବସାୟ ଓ ଶିକ୍ଷାର ପେଣ୍ଠସ୍ଥଳୀ ପାଲଟିଥିବା ମନ୍ଦିରମାଳିନୀ ଭୁବନେଶ୍ୱରରେ ଯେଉଁ କଳା ଓ ସଂସ୍କୃତି ସହରର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲା ତାହା ଅସୁରକ୍ଷିତ ହୋଇଯାଉଛି ବୋଲି ଅନେକ ଲୋକ ମନେକରୁଛନ୍ତି ।

ଏହା ବି ପଢ଼ନ୍ତୁ | SSR: ସୁଶାନ୍ତ ସିଂ ରାଜପୁତଙ୍କୁ ମନେ ପକାଇ ଅତି ଭାବପ୍ରବଣ ପୋଷ୍ଟ ଲେଖିଲେ ତାଙ୍କୁ ଝୁରୁଥିବା ଗର୍ଲଫ୍ରେଣ୍ଡ୍ ରିୟା

ଏହି ଘୋଡ଼ା ମୂର୍ତ୍ତିଟି ଅନେକ ବର୍ଷ ହେଲା ଅବହେଳିତ ଅବସ୍ଥାରେ ରହିଛି । ସେଥିରୁ ଟାଇଲଗୁଡ଼ିକ ଖସି ପଡ଼ିବା ପରେ ମୂର୍ତ୍ତିଟି ଖଣ୍ଡିଆ ଖାବରା ହୋଇ କିଛି ସୌନ୍ଦର୍ଯ୍ୟ ହରାଇଛି । ତା’ ଚତୁଃପାର୍ଶ୍ବରେ ଥିବା ଲୁହା ବ୍ୟାରିକେଡ୍‌ ଭାଙ୍ଗିରୁଜି ଯାଇଛି ଓ ବିଭିନ୍ନ ଅନାବନା ଗଛ ମଧ୍ୟରେରେ ଅଳିଆ ଆବର୍ଜନାମୟ ପରିବେଶ ସୃଷ୍ଟି ହୋଇଛି ।

ଏହା ବି ପଢ଼ନ୍ତୁ | ମର୍ମନ୍ତୁଦ ଦୁର୍ଘଟଣା! ଗୋଟିଏ ଚିତାରେ ଜଳିଲା ପତି ପତ୍ନୀଙ୍କ ଶବ; ପାଖରେ ପୁଅକୁ ପୋତାଗଲା

ଓଡ଼ିଆ ଐତିହ୍ୟର ପ୍ରତୀକ ଏହି ଘୋଡ଼ା ମୂର୍ତ୍ତିର ସ୍ଥାନାନ୍ତରଣକୁ ନେଇ ସାଧାରଣ ଜନତାଙ୍କ ଠାରୁ ଆରମ୍ଭ କରି ରାଜନୈତିକ ମହଲରେ ଅସନ୍ତୋଷ ଦେଖାଦେଇଛି । ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି ମୂର୍ତ୍ତିର ସ୍ଥାନାନ୍ତରଣ ଯୋଜନାକୁ ପ୍ରତିବାଦ କରାଯାଇଛି ।



ଭୁବନେଶ୍ୱରରେ ରହୁଥିବା ବା ଏହି ସହରକୁ କେବେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ମାଷ୍ଟରକ୍ୟାଣ୍ଟିନ୍ ଛକ କହିଲେ ପଥର ଚଉରା ଉପରେ ଦର୍ପରେ ଠିଆ ହୋଇଥିବା ସେହି କାରୁକାର୍ଯ୍ୟମୟ ଘୋଡ଼ାର ମୂର୍ତ୍ତିକୁ ମନେପକାନ୍ତି । ରାଜ୍ୟ ରାଜଧାନୀର ପ୍ରତୀକାତ୍ମକ ପରିଚୟ ପାଲଟିଥିବା ଏହି କଳାତ୍ମକ ମୂର୍ତ୍ତିର ସୁରକ୍ଷା ଓ ସଂରକ୍ଷଣ ନେଇ ଏବେ ପ୍ରଶ୍ନ ଉଠିଛି ।
Published by: Anand ST Das
First published: June 17, 2021, 11:19 PM IST