ସ୍ୱଚ୍ଛତାରେ ଆଗୁଆ ଭୁବନେଶ୍ୱର: ‘ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌’ ସହର ଭାବେ ଘୋଷିତ ହେଲା

ସ୍ୱଚ୍ଛ ସର୍ବେକ୍ଷଣ ଅଭିଯାନ ଆରମ୍ଭ ହେବାର ଦିନକ ପୂର୍ବରୁ ସଂପୂର୍ଣ୍ଣ ବାହ୍ୟ ମଳତ୍ୟାଗ ମୁକ୍ତ ହୋଇସାରିଥିବା ଭୁବନେଶ୍ୱର ଏବେ ’ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌’ ସହର ଭାବେ ଘୋଷିତ ହେଲା । ଜାନୁୟାରୀ ୪ ରୁ ୩୧ ତାରିଖ ଯାଏ ଚାଲିବ ଏହି ଅଭିଯାନ । କେନ୍ଦ୍ରୀୟ ସର୍ବେକ୍ଷଣ ଦଳ ଆସି ସ୍ବଚ୍ଛତାକୁ ନେଇ ତା’ର ବିଭିନ୍ନ ଦିଗ ଅନୁଧ୍ୟାନ କରିବେ ।

ସ୍ୱଚ୍ଛତାରେ ଆଗୁଆ ଭୁବନେଶ୍ୱର: ‘ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌’ ସହର ଭାବେ ଘୋଷିତ ହେଲା
ଭୁବନେଶ୍ୱରରେ ଏକ ଆଧୁନିକ ଟଇଲେଟ୍‌
  • News18 Odia
  • Last Updated: January 3, 2020, 8:33 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପ୍ରଥମେ ରାଜଧାନୀ ବାହ୍ୟ ମଳତ୍ୟାଗ ମୁକ୍ତ ବା ଓପନ ଡେଫିକେସନ ଫ୍ରି ସହର ଭାବେ ଘୋଷିତ ହେଲା । ତା’ପରେ ଏବେ ‘ଓପନ ଡେଫିକେସନ ଫ୍ରି ପ୍ଲସ୍‌ ପ୍ଲସ୍‌’ ସହରର ମାନ୍ୟତା ପାଇଲା ଭୁବନେଶ୍ୱର ।

ସହରକୁ ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌ ବୋଲି ଆତ୍ମଘୋଷଣା କରିଛି ବିଏମ୍‌ସି (BMC) । ବିଭିନ୍ନ ସଂଗଠନ ସହାୟତାରେ ଏ ନେଇ ସର୍ଭେ କରାଯାଇଥିଲା । ସେହି ସର୍ଭେର ରିପୋର୍ଟ ଅନୁଯାୟୀ ଏଇ ଆତ୍ମଘୋଷଣା କରିଛି ବିଏମ୍‌ସି । ଏ ନେଇ କେନ୍ଦ୍ର ସରକାରଙ୍କ ପାଖରେ ଏକ ରିପୋର୍ଟ ଦାଖଲ କରାଯିବ ।

ବାହ୍ୟ ମଳତ୍ୟାଗ ମୁକ୍ତ ସହର ରୂପେ ବିମ୍‌ସି ପକ୍ଷରୁ ନିଜକୁ ଡବଲ୍‌ ପ୍ଲସ୍‌ ମାର୍କ ଦିଆଯାଇଛି । ଗତ ନଭେମ୍ବରରେ ବାହ୍ୟ ମଳତ୍ୟାଗ କଲେ ସେଥିପାଇଁ ଜୋରିମାନା ବୃଦ୍ଧି କରାଯାଇଥିଲା । ବାହାରେ ମଳତ୍ୟାଗ କଲେ ୪ ଗୁଣା ଅଧିକ ଜୋରାମାନା ଦେବାକୁ ପଡିବ ବୋଲି ବିଏମ୍‌ସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଥିଲା । ମଳତ୍ୟାଗ ପାଇଁ ୨୦୦ ଟଙ୍କା ଏବଂ ବାହାରେ ପରିସ୍ରା କଲେ ୧୫୦ ଟଙ୍କା ଜୋରିମାନା ଦେବାକୁ ପଡିବ । ପରିବେଶ ସ୍ବଚ୍ଛ ରଖିବା ସହ ପବ୍ଲିକ ଟଏଲେଟ ବ୍ୟବହାର ନେଇ ଲୋକଙ୍କୁ ସଚେତନ କରାଇବା ଉଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଥିଲା ।

ବର୍ତ୍ତମାନ ସହରରେ ୧୯୫ ଟି ପବ୍ଲିକ ଟଏଲେଟ ରହିଛି । ସେଥିମଧ୍ୟରୁ ୧୪୪ଟି ଆଇଏସ୍‌ଓ (ISO) ମାନର ବା ବେଶ୍‌ ଉନ୍ନତ ମାନର । ଅନ୍ୟ ଟଏଲେଟଗୁଡିକୁ ଉନ୍ନତ ମାନର କରିବାକୁ ପ୍ରୟାସ ଜାରି ଥିବା କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ । ସେହିପରି ଶୌଚାଳୟ ପରିବେଶ ପରିଷ୍କାର ରଖିବା ସହ ଆବଶ୍ୟକୀୟ ଶୌଚାଳୟ ନିର୍ମାଣ ପାଇଁ ଯୋଜନା ମଧ୍ୟ ରହିଛି ।

‘‘ଓଡିଏଫ୍‌ ପ୍ଲସ୍‌ ପ୍ଲସ୍‌ ସହର ଘୋଷଣା କରିବା ସହ ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଏ ନେଇ ଅଧିକରୁ ଅଧିକ ଦାୟିତ୍ବବାନ ହେବା ସହ ମନ୍ଦିରମାଳିନୀ ସହରକୁ ସ୍ବଚ୍ଛ, ସବୁଜ ଏବଂ ଏକ ସୁସ୍ଥ ସମାଜ ଗଠନ କରିବାକୁ ସହଯୋଗ କରନ୍ତୁ,’’ କହିଛନ୍ତି ଚୌଧୁରୀ ।

ସେପଟେ ଶନିବାର ଠାରୁ ଆରମ୍ଭ ହେବ ସ୍ବଚ୍ଛ ସର୍ବେକ୍ଷଣ ଅଭିଯାନ ୨୦୨୦ । ଚଳିତବର୍ଷ ସାରା ଦେଶରେ ୪,୮୩୦ ୟୁଏଲ୍‌ବି ସାମିଲ ହେଇଛନ୍ତି । ଜାନୁୟାରୀ ୪ ରୁ ୩୧ ତାରିଖ ଯାଏ ଚାଲିବ ଏହି ଅଭିଯାନ । କେନ୍ଦ୍ରୀୟ ସର୍ବେକ୍ଷଣ ଦଳ ଆସି ସ୍ବଚ୍ଛତାକୁ ନେଇ ତା’ର ବିଭିନ୍ନ ଦିଗ ଅନୁଧ୍ୟାନ କରିବେ ।

ବିଏମ୍‌ସି ପକ୍ଷରୁ ବର୍ତ୍ତମାନ ସୁଦ୍ଧା ୧,୭୦୦ଟି ଟଏଲେଟ ସିଟ୍‌ ନିର୍ମାଣ କରାଯାଇଛି । ୨୨୬ଟି ବର୍ତ୍ତମାନ ନିର୍ମାଣଧୀନ ରହିଛି । ଏଗୁଡିକ ସଂପୂର୍ଣ୍ଣ ଚାଇଲ୍‌ଡ ଫ୍ରେଣ୍ଡଲୀ ଏବଂ ବରିଷ୍ଠ ନାଗରିକଙ୍କ ପାଇଁ ବ୍ୟବହାର ଉପଯୋଗୀ ।

ସେହିପରି ୧୧,୯୧୪ଟି ଘରୋଇ ପାଇଖାନା ନିର୍ମାଣ ପାଇଁ ଆବେଦନ ହୋଇଥିବା ବେଳେ ସମସ୍ତ ଆବେଦନ ଗ୍ରହଣ କରାଯିବା ସହ ନିର୍ମାଣ କାର୍ଯ୍ୟ ହୋଇଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ମିଳିଛି ।
First published: January 3, 2020, 8:33 PM IST
corona virus btn
corona virus btn
Loading