ଭୁବନେଶ୍ୱରରେ ବିଲେଇ ଛୁଆକୁ କୁକୁରମାନଙ୍କ ମୁହଁକୁ ଫିଙ୍ଗିଦେଲେ ବ୍ୟକ୍ତି; ପୋଲିସ ମାମଲା ରୁଜୁ କଲା

ଛୁଆ ବିଲେଇଟିକୁ ତିନିଟି କୁକୁର ଆକ୍ରମଣ କରି ଝୁଣି ଝୁଣି ମାରି ଦେଇଥିଲେ । ମା’ ବିଲେଇ ଦୌଡ଼ି ଆସିଥିଲେ ବି କୁକୁରମାନେ ତାକୁ ଗୋଡ଼େଇ ଥିଲେ । ଅଦୂରରେ ଠିଆ ହୋଇ ଆଖି ଆଗରେ ନିଜ ଛୁଆର ହତ୍ୟା ଦେଖିଥିଲା ସେହି ହତଭାଗିନୀ ମା’ ।

ଭୁବନେଶ୍ୱରରେ ବିଲେଇ ଛୁଆକୁ କୁକୁରମାନଙ୍କ ମୁହଁକୁ ଫିଙ୍ଗିଦେଲେ ବ୍ୟକ୍ତି; ପୋଲିସ ମାମଲା ରୁଜୁ କଲା
ସିସିଟିଭି ଫୁଟେଜରେ କୁକୁରମାନେ ଛୁଆ ବିଲେଇକୁ ଆକ୍ରମଣ କରୁଥିବା ଦୃଶ୍ୟ ରହିଛି ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାମାନ୍ୟ ବିଲେଇ ଛୁଆଟି ଘରେ ପଶିଗଲା ବୋଲି ତାକୁ ନିର୍ଦ୍ଦୟ ଭାବେ ବୁଲା କୁକୁରମାନଙ୍କ ମୁହଁକୁ ଠେଲି ଦେଇ ସେମାନଙ୍କ ହିଂସ୍ର ଆଚରଣର ଶିକାର କରିଛନ୍ତି ଭୁବନେଶ୍ୱରର ଜଣେ ବ୍ୟକ୍ତି । ଛୁଆ ବିଲେଇଟିକୁ ବୁଲା କୁକୁରମାନେ ସଙ୍ଘବଦ୍ଧ ଆକ୍ରମଣ କରୁଥିବା ବେଳେ ତାକୁ ରକ୍ଷା କରିବାକୁ ମା’ ବିଲେଇ ଦୌଡ଼ି ଆସିଥିଲେ ବି ସେ ଛୁଆ ବିଲେଇକୁ ବଞ୍ଚାଇ ପାରି ନ ଥିଲା । ଏହି ଘଟଣାକୁ ନେଇ ଥାନାରେ ଏକ ମାମଲା ରୁଜୁ ହେବା ପରେ ଓ ପୋଲିସ ତଦନ୍ତ ଆରମ୍ଭ କରିବା ପରେ ଏହା ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଛି ।

ଇନଫୋସିଟି ଥାନା ଅନ୍ତର୍ଗତ ପ୍ରଶାନ୍ତ ବିହାର ଅଞ୍ଚଳରେ ୧୩ ତାରିଖ ସକାଳେ ଘଟିଥିଲା ଏହି ଅମାନବୀୟ ଘଟଣା । ଏହାକୁ ଦେଖିଥିବା ଜଣେ ବ୍ୟକ୍ତି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ପ୍ଲଟ୍‌ ନମ୍ବର ଏଲ୍.ପି. ୧୯୧ ଘରେ ରହୁଥିବା ମୁରଲୀଧର ବେହେରାଙ୍କ ଘର ଭିତରକୁ ବିଲେଇ ଛୁଆଟି ପଶି ଯାଇଥିଲା । ମୁରଲୀଧର ବିଲେଇ ଛୁଆକୁ ଘରୁ ବାହାର କରି ରାସ୍ତାରେ ବୁଲୁଥିବା କୁକୁରଙ୍କ ମୁହଁକୁ ଫିଙ୍ଗି ଦେଇଥିଲେ । ସଙ୍ଗେ ସଙ୍ଗେ ବିଲେଇ ଛୁଆଟିକୁ କୁକୁରମାନେ ଝୁଣି ଝୁଣି ମାରି ଦେଇଥିଲେ ।

ପୋଲିସ ଅଧିକାରୀମାନେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।


ଏହା ବି ପଢ଼ନ୍ତୁ | ସନ୍ନି ଲିଓନି ୪୦ ବର୍ଷର ହେଲେ; ନର୍ସ ହେବାକୁ ଚାହୁଁଥିଲେ, ହେଲେ ଆଡଲ୍ଟ ଫିଲ୍ମରେ କାମ କରିବାକୁ ପଡ଼ିଥିଲା

ଛୁଆ ବିଲେଇକୁ ତିନିଟି କୁକୁର ସଙ୍ଘବଦ୍ଧ ଆକ୍ରମଣ କରୁଥିବା ସମୟରେ ତା’ ବିକଳ ଚିତ୍କାର ଶୁଣି ମା’ ବିଲେଇ ଦୌଡ଼ି ଆସିଥିଲା । ଛୁଆ ବିଲେଇକୁ ଛାଡି ମା’ ବିଲେଇକୁ କୁକୁରମାନେ ଗୋଡ଼େଇ ଥିଲେ । ତେଣୁ ନିଜ ଜୀବନ ରକ୍ଷା କରିବା ପାଇଁ ସେଠାରୁ ଦୌଡ଼ି ପଳାଇଥିଲା ମା’ ବିଲେଇ । ଆଉ ଅଳ୍ପ ଦୂରରେ ଠିଆ ହୋଇ ନିଜ ଆଖି ଆଗରେ ନିଜ ଛୁଆର ହତ୍ୟା ହେଉଥିବା ଦେଖୁଥିଲା ସେହି ହତଭାଗିନୀ ମା’ ।

ଏହା ବି ପଢ଼ନ୍ତୁ | ପଶ୍ଚିମ ବଙ୍ଗରେ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍ ଜାରି ହେଲା; ମମତାଙ୍କ ସାନ ଭାଇ କରୋନାରେ ଚାଲିଗଲେ

‘‘ମୁଁ ମର୍ଣ୍ଣି ୱାକ୍‌ କରୁଥିବା ବେଳେ ଏହି ଘଟଣାକୁ ଦୂରରୁ ଦେଖିଥିଲି । ପାଖକୁ ଆସିବା ବେଳକୁ ସବୁ କିଛି ସରି ଯାଇଥିଲା । ଘଟଣା ସ୍ଥଳରେ ଥିବା ଏକ ସିସିଟିଭି କ୍ୟାମେରାରୁ ସେହି ଘଟଣାର ଫୁଟେଜ୍‌ ପାଇବା ପରେ ମୁଁ ଇନଫୋସିଟି ଥାନାରେ ଅଭିଯୋଗ କରିଛି,’’ କହିଛନ୍ତି ଅଭିଯୋଗକାରୀ ଗୌରବ ଉଦଗାତା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ବିଲରେ ଡ୍ୟାନ୍ସ କରୁଥିଲା ଝିଅଟି; ମାଧୁରୀ ଦିକ୍ଷୀତ୍ VIDEO ଦେଖି କହିଲେ, ‘ଆରେ ବାଃ!’; ଦେଖନ୍ତୁ

ଅଭିଯୋଗ ପାଇବା ପରେ ଏକ ମାମଲା ରୁଜୁ କରି ପୋଲିସ ଘଟଣା ସ୍ଥଳକୁ ଯାଇଛି ଓ ମୁରଲୀଧର ବେହେରାଙ୍କ ସହ ପଚରାଉଚରା କରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି କ୍ୟାମେରାର ଫୁଟେଜକୁ ବି ପୋଲିସ ଯାଞ୍ଚ କରିଛି । ଜଣେ ତଦନ୍ତକାରୀ ଅଧିକାରୀ କହିଛନ୍ତି, ‘‘ପ୍ରଥମେ ମୁରଲୀଧର ମାନୁ ନ ଥିଲେ । ଏହି ଅଭିଯୋଗକୁ ମିଛ ବୋଲି ସେ କହୁଥିଲେ । ହେଲେ ପରେ ସତ ମାନି ଭୁଲ୍‌ ମାଗିଥିଲେ । ତେବେ ଆନିମଲ ଆକ୍ଟ ଅନୁସାରେ ମାମଲା ରୁଜୁ ହୋଇଛି ଓ ତା’ର ତଦନ୍ତ ଚାଲିଛି ।’’



‘‘ଏହି ଘଟଣା ବାସ୍ତବରେ ଏକ ଘୃଣ୍ୟ କାମ । ଦୋଷୀ ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବା ଆବଶ୍ୟକ । ଆନିମଲ୍‌ ଆକ୍ଟ ଓ ଆଇପିସିର ଦଫା ୧୨୦ରେ ମାମଲା ରୁଜୁ କରି ପୋଲିସ କାର୍ଯ୍ୟାନୁଷ୍ଠାନ ନେବା ଉଚିତ,’’ କହିଛନ୍ତି ପିପୁଲ୍‌ ଫର ଆନିମଲ୍ସ ସ୍ୱେଚ୍ଛାସେବୀ ସଂସ୍ଥାର ମୁଖ୍ୟ ଜୀବନ ଦାଶ ।
Published by: Anand ST Das
First published: May 16, 2021, 9:39 PM IST