ଭୁବନେଶ୍ୱର: ଡେଟିଂ ଆପ୍ରେ ନଗ୍ନ ଭିଡିଓ କଲିଂ କରି ୫୦,୦୦୦ ଟଙ୍କା ହରେଇଲେ ଯୁବକ
୫୦,୦୦୦ ଟଙ୍କା ନ ଦେଲେ ଯୁବକଙ୍କ ନଗ୍ନ ଭିଡିଓ ଭାଇରଲ କରିଦେବେ ବୋଲି ଧମକ ଦେଇଥିଲେ ଯୁବତୀ । ନିଜ ସମ୍ମାନ ରକ୍ଷା କରିବାକୁ ଯୁବକ ଜଣକ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ ଓ ତା’ ପରେ ସାଇବଲ୍ ସେଲର ଦ୍ୱାରସ୍ଥ ହୋଇଥିଲେ ।

ଟ୍ୟାଟିଂ ବେଳେ ଯୁବତୀ ନିଜ ଫଟୋ ବୋଲି କହି ଯୁବକଙ୍କୁ ଦେଇଥିବା ଏକ ଫଟୋ
- News18 Odia
- Last Updated: January 12, 2021, 11:55 PM IST
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକ ଏକ ଡେଟିଂ ଆପରେ ଡେଟିଂ କରି ବେଶ୍ କିଛି ଟଙ୍କା ହରେଇଛନ୍ତି । ସେହି ଆପରେ ଜଣେ ଯୁବତୀଙ୍କ ନଗ୍ନ ଭିଡିଓ ଦେଖିବା ପରେ ଯୁବକ ଜଣକ ହଟହଟା ହୋଇଛନ୍ତି । ଯୁବକଙ୍କ ନଗ୍ନ ଭିଡିଓକୁ ସେହି ଯୁବତୀ କ୍ୟାପଚର କରିବା ପରେ ତାଙ୍କୁ ବ୍ଲାକମେଲ କରିଥିଲା ଓ ଫଳରେ ଯୁବକଙ୍କୁ ଗଣିବାକୁ ପଡ଼ିଥିଲା ୫୦ ହଜାର ଟଙ୍କା ।
କମିଶନରେଟ୍ ପୋଲିସର ସାଇବର ସେଲ୍ ଛାନଭିନ କରୁଥିବା ଏହି ମାମଲା ଏକ ‘ଡେଟିଂ, ସେଟିଂ, ଚାଟିଂ ଓ ଚିଟିଂ’ର ମାମଲା ପ୍ରତୀତ ହେଉଛି । ପ୍ରଥମେ ସେହି ଆପରେ ଡେଟିଂ ଚାଲିଲା ଓ ଦୁହେଁ ଦୁହିଁଙ୍କୁ ଭଲ ଲାଗିବାରୁ ପରସ୍ପର ମଧ୍ୟରେ ହ୍ଵାଟ୍ସଆପ ନମ୍ବର ଦିଆନିଆ ହୋଇଥିଲା । ତା ପରେ ହ୍ୱାଟସ୍ଆପରେ ଚାଟିଂ ଚାଲିଥିଲା । ଏହି ଚାଟିଂ ପରେ ଯୁବକ ଜଣକ ପଡ଼ିଯାଇଥିଲେ ଯୁବତୀଙ୍କ ପ୍ରେମରେ । ସେମାନଙ୍କ ମଧ୍ୟରେ ଚାଲିଥିଲା ଘଣ୍ଟା ଘଣ୍ଟା ଧରି ଭିଡିଓ କଲ୍ । ଫୋନ ସେକ୍ସ ବି ଚାଲିଥିଲା । ହେଲେ ଭିଡିଓ କଲର ମାୟାଜାଲରେ ଫସିଯାଇଥିଲେ ଯୁବକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି
ଏହା ବି ପଢ଼ନ୍ତୁ | IND vs AUS: ପତ୍ନୀ କହିଲେ, ‘କାଲି ରାତି ଯାଏଁ କେତେ କଷ୍ଟ ପାଉଥିଲେ ଅଶ୍ୱୀନ୍… ନଇଁ ପାରୁ ନ ଥିଲେ’
୫୦ ହଜାର ଟଙ୍କା ନ ଦେଲେ ସେହି ଭିଡିଓ ଭାଇରଲ କରିଦେବେ ବୋଲି ଧମକ ଦେଇଥିଲେ ଯୁବତୀ । ଯୁବକ ଜଣକ ନିଜ ସମ୍ମାନ ରକ୍ଷା କରିବାକୁ ତାଙ୍କୁ ୫୦ ହଜାର ଟଙ୍କା ଦେଇଥିଲେ । ପରେ ସେ ସାଇବର ସେଲର ଦ୍ୱାରସ୍ଥ ହୋଇଥିଲେ । ପୋଲିସ ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।
ଏହା ବି ପଢ଼ନ୍ତୁ | IND VS AUS: ଟିମ୍ ଇଣ୍ଡିଆର ଖେଳ ଦେଖି ସୌରଭ ଗାଙ୍ଗୁଲି ଖୁବ୍ ଖୁସି; କହିଲେ ‘ଏବେ ସିରିଜ୍ ଜିତ’
‘‘ଦିନକୁ ଦିନ ବଢୁଛି ସାଇବର ଠକେଇ । ହନୀ ଟ୍ରାପରେ ଯୁବ ପିଢ଼ି ବେଶୀ ପଡୁଛନ୍ତି। ଯୁବତୀମାନେ ଯୁବକମାନଙ୍କୁ ବ୍ଲାକମେଲ କରିବା ସହ ଅର୍ଥ ହଡ଼ପ କରୁଛନ୍ତି । ଯୁବକମାନେ ଦେହର ଭୋକ ମେଣ୍ଟାଇବାକୁ ଯାଇ ଅଯଥାରେ ହଇରାଣ ହେଉଛନ୍ତି,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାସଙ୍କର ଦାଶ ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ
ଇତି ମଧ୍ୟରେ ଅନ୍ୟ ଏକ ସାଇବର ଠକେଇ ମାମଲାରେ ପୋଲିସକୁ ମିଲିଛି ସଫଳତା । ସାଇବର ଠକଙ୍କ ମୁହଁରୁ ପୋଲିସ ଛଡ଼ାଇ ଆଣିଛି ଟଙ୍କା । ସାଇବର୍ ଫ୍ରଡ୍ ମାମଲାରେ ପ୍ରଥମ ଥର ଲାଗି ପୋଲିସ ଜଣେ ଅଭିଯୋଗକାରୀଙ୍କୁ ଟଙ୍କା ଫେରାଇଛି । ଏହି ଟଙ୍କା ଯାଇଛି ଯୁବକଙ୍କ ଆକାଉଣ୍ଟକୁ । ଆକାଉଣ୍ଟରୁ ୫୩ ହଜାର ଟଙ୍କା ଉଡ଼େଇ ନେଇଥିଲେ ଦୁର୍ବୃତ୍ତମାନେ ।
ଏହା ବି ପଢ଼ନ୍ତୁ | ଦୀପିକା ପାଦୁକୋନଙ୍କୁ ଜନ୍ମ ଦିନରେ ଫଟୋଗ୍ରାଫରମାନେ ସରପ୍ରାଇଜ୍ ଦେଲେ; କେକ୍ ଖୁଆଇଲେ
ତେବେ ସେହି ମାମଲାରେ ଠକେଇ ହେବାର ଗୋଲଡେନ ପିରିୟଡ଼ ଭିତରେ ସାଇବର ସେଲକୁ ପୀଡ଼ିତ ଇଞ୍ଜିନିଅର୍ କଲ୍ କରିଥିଲେ ବୋଲି ଏହି ସଫଳତା ସମ୍ବବ ହୋଇଛି । ତାଙ୍କ ଠାରୁ ଦୁର୍ବୃତ୍ତମାନେ OTP ମାଗି ଟଙ୍କା ଠକି ନେଇଥିଲେ । ଶହୀଦନଗର ଅଞ୍ଚଳରୁ ହୋଇଥିଲା ଏହି ଠକେଇ । ଯୁବକଙ୍କୁ ନଅ ହଜାର ଟଙ୍କା ଫେରାଇଛି ସାଇବର ସେଲ ।
ଗତ ଚାରି ଦିନ ମଧ୍ୟରେ ସାଇବର ସେଲକୁ ୭୦୦ କଲ୍ ଆସିଥିବା ଜଣାପଡ଼ିଛି । ମାମଲାର ପ୍ରାଥମିକତା ଦୃଷ୍ଟିରୁ ୪୦୦ଟି ମାମଲାକୁ କମିଶନରେଟ ପୋଲିସ ଅତି ଗୁରୁତର ସହକାରେ ନେଇଥିବା କହିଛନ୍ତି ଜଣେ ଅଧିକାରୀ ।