News18 Odia Digital
ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ନିଜ ଜନ୍ମକଲା ମାଆକୁ ପିଟିପିଟି ହତ୍ୟା କରିବା ପରେ ପୋଡି଼ଦେଇଛି ଜହ୍ଲାଦ ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି ବଡ଼ଗଡ଼ ଥାନା ଅନ୍ତର୍ଗତ କଳିଙ୍ଗ ବସ୍ତିରେ । ମୃତା ମହିଳା ରଶ୍ମୀତା ଜେନାଙ୍କ (୫୩) ଶବ ଜବତ କରି କ୍ୟାପିଟାଲ୍ ହସ୍ପିଟାଲକୁ ପଠାଇ ଦେଇଛି ପୋଲିସ ।
ମୃତା ମହିଳା ରଶ୍ମିତା ଜେନା ଗାଡ଼ି ଡ୍ରାଇଭିଂ କରୁଥିବା ନିଜ ସ୍ୱାମୀଙ୍କ ସହ କଳିଙ୍ଗ ବସ୍ତିରେ ରହୁଥିଲେ । ତାଙ୍କ ବଡ଼ ପୁଅ ପ୍ରଶାନ୍ତ ଜେନା ଓରଫ କାଳିଆ ମଧ୍ୟ ଡ୍ରାଇଭର୍ କାମ କରନ୍ତି । ସେ ହିଁ ନିଜ ମା’ଙ୍କୁ ହତ୍ୟା କରିଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି । ପ୍ରଶାନ୍ତଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ଅଛନ୍ତି । ପ୍ରଶାନ୍ତ ବିବାହ କରି ନାହାନ୍ତି ଓ ଅନେକ ସମୟରେ ଘର ବାହାରେ ରହନ୍ତି । ସେ ଯେଉଁ ଯେବେ ବି ଘରକୁ ଆସୁଥିଲେ ମଦ ପିଇବା ପାଇଁ ଟଙ୍କା ମାଗିବା ସହ ପରିବାର ସହ ଝଗଡ଼ା କରୁଥିଲେ ବୋଲି ପ୍ରାଥମିକ ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ‘‘ହେ ଭଗବାନ! କାହିଁକି ମୋ’ ବାହାଘର କରେଇଲ… ମୋ’ ସ୍ୱାମୀ ଖୁବ୍ ଖରାପ…’’ ଭାଇରାଲ୍ ଭିଡିଓରେ ମହିଳା‘‘ମଙ୍ଗଳବାର ଅପରାହ୍ଣ ୪ଟା ବେଳେ ମା’ ରଶ୍ମୀତାଙ୍କୁ ଖାଇବା ପାଇଁ ପ୍ରଶାନ୍ତ ଟଙ୍କା ମାଗିଥିଲେ । ମାଆ ଟଙ୍କା ନ ଦେବାରୁ ତାଙ୍କୁ ଧକ୍କା ମାରିଥିଲେ ପ୍ରଶ୍ନାତ । ଏହାକୁ ନେଇ ଘରେ ଝଗଡା ହୋଇଥିଲା । ତା’ ପରେ ପ୍ରଶାନ୍ତ ରାଗି ଯାଇ ଘରେ ଥିବା ଏକ ପୁରୁଣା ରେଡ଼ିଓରେ ମାଆକୁ ପିଟି ଦେଇଥିଲା । ଏଥିରେ ରଶ୍ମିତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିବାରୁ ସେ ତଳେ ପଡ଼ି ଅଚେତ ହୋଇଯାଇଥିଲେ । ମାଆ ମରିଯିବା ଜାଣି ଭୟଭୀତ ହୋଇପଡିଥିଲେ ପ୍ରଶାନ୍ତ । ଘରେ ଥିବା ଲୁଗାପଟା ଓ ଗୋଡ଼ ଅଖାକୁ ପକାଇ କିରୋସିନି ଢ଼ାଳି ମି’ର ମୃତ ଦେହରେ ନିଆଁ ଲଗାଇ ଦେଇଥିଲେ ସେ । ରଶ୍ମିତାଙ୍କ ଶରୀରର ୫୦ ପ୍ରତିଶତ ପୋଡି ଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଥିଲା,’’ କହିଛନ୍ତି ବଡଗଡ଼ ଥାନା ଅଧିକାରୀ ବିଶ୍ୱ ରଞ୍ଜନ ନାୟକ ।

ମହିଳାଙ୍କ ମୃତ ଦେହକୁ ଜଣେ ପୋଲିସ ଅଧିକାରୀ ଟର୍ଚ୍ଚ ଲାଇଟ୍ ପକାଇ ଦେଖୁଛନ୍ତି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କୋହଲି ଟେଷ୍ଟ ଅଧିନାୟକତ୍ୱ ଛାଡି଼ବା ପରେ ଧୋନି ଓ ଶାସ୍ତ୍ରୀଙ୍କ ନାଁ ନେଲେ; କ’ଣ କହିଲେ ଜାଣନ୍ତୁବୁଧବାର ଘଟଣା ସ୍ଥଳକୁ ଯାଇ ଫରେନସିକ ଟିମ୍ ଯାଇଛି ନମୁନା ସଂଗ୍ରହ କରିବ ବୋଲି ବଡଗଡ଼ ପୋଲିସ କହିଛି । ହତ୍ୟାକାରୀ ପୁଅ ପ୍ରଶାନ୍ତ ଜେନାକୁ କାବୁ କରି ଥାନାରେ ଅଟକ ରଖିଛି ପୋଲିସ । କାହିଁକି ସେ ହତ୍ୟା କଲା ସେ ନେଇ ତାକୁ ପଚରାଉଚରା କରୁଛି । ଏହି ହତ୍ୟା ପଛରେ କେବଳ ସେ ମାଗୁଥିବା ଟଙ୍କା ଅଛି ନା ଆଉ କିଛି କାରଣ ରହିଛି ସେ ଦିଗକୁ ନେଇ ମଧ୍ୟ ତଦନ୍ତ କରୁଛି ପୋଲିସ ।
ଏହା ବି ପଢ଼ନ୍ତୁ | ଏହି ପେନ୍ସନ୍ ପ୍ଲାନ୍ ନେଲେ ଆପଣଙ୍କୁ ପ୍ରତି ମାସ ମିଳିବ ୧୨,୦୦୦ ଟଙ୍କା ପେନ୍ସନ୍; ଜାଣନ୍ତୁ ସବୁ କିଛିମା’କୁ ହତ୍ୟା କରିବା ପରେ ଘରେ ଥିବା ସବୁ ଲୁଗାପଟାକୁ ଏକାଠି କରି ଘର ଭିତରେ ନିଆଁ ଲଗାଇଦେଇଥିଲା ପ୍ରଶାନ୍ତ । ଘର ଭିତରୁ ଧୁଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକଙ୍କ ସନ୍ଦେହ ହୋଇଥିଲା । ପରେ କିଛି ଯୁବକ ଆସି ଦେଖିଲା ବେଳକୁ ନିଆଁ ଲଗାଇ ସାରି ଘର ବାହାରେ ଛିଡ଼ା ହୋଇଥିଲା ପ୍ରଶାନ୍ତ । ଏ ନେଇ ପୋଲିସକୁ ଖବର ଦେବା ପରେ ପୋଲିସ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ହେଲେ ସେତେବେଳକୁ ରଶ୍ମିତାଙ୍କର ମୃତ୍ୟୁ ହୋଇଯାଇଥିଲା ।
Published by:Anand S.T. Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।