ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ହତ୍ୟା: ଶେଖ ଫରିଦରୁ ନାଁ ବଦଳାଇ କାର୍ତ୍ତିକ ଜେନା ହେଲା, ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା

ଭୁବନେଶ୍ୱରରେ ହତ୍ୟା: ଶେଖ ଫରିଦରୁ ନାଁ ବଦଳାଇ କାର୍ତ୍ତିକ ଜେନା ହେଲା, ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା

ରାଜମିସ୍ତ୍ରୀ ଭାବେ କାମ କରୁଥିବା ଶେଖ୍ ଫରିଦ୍ ୨୦ ବର୍ଷ ତଳେ ପଶ୍ଚିମ ବଙ୍ଗରୁ ଓଡ଼ିଶା ଆସିଥିଲା । କଟକରେ ନିଜ ସ୍ତ୍ରୀ ଓ ଝିଅକୁ ରଖି ଭୁବନେଶ୍ୱରରେ ପ୍ରେମିକା ଗୀତା ସହ କିଛି ଦିନ ହେଲା ରହୁଥିଲା ସେ ।

ଭୁବନେଶ୍ୱରରେ ହତ୍ୟା: ଶେଖ ଫରିଦରୁ ନାଁ ବଦଳାଇ କାର୍ତ୍ତିକ ଜେନା ହେଲା, ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କଲା
ସନ୍ଧ୍ୟାରାଣୀ ସେଠୀ ଓରଫ ଗୀତା; (ଡାହାଣ) ଶେଖ୍ ଫରିଦ୍ ଓରଫ କାର୍ତ୍ତିକ ଜେନା
  • News18 Odia
  • Last Updated: September 30, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ସନ୍ଧ୍ୟାରାଣୀ ସେଠୀ ଓରଫ ଗୀତା ନାମ୍ନୀ ଜଣେ ୨୯-ବର୍ଷୀୟା ମହିଳାଙ୍କ ବିଭତ୍ସ ହତ୍ୟାର ୨୩ ଦିନ ପରେ କମିଶନରେଟ୍‌ ପୋଲିସ ଏହା ପଛରେ ଥିବା ସତ୍ୟ ଉଦ୍ଘାଟନ କରିଛି । ଗୀତାକୁ ତା’ ସହିତ ରହୁଥିବା ତା’ ପ୍ରେମିକ ଶେଖ୍‌ ଫରିଦ୍‌ ହିଁ ହତ୍ୟା କରିଥିଲା । ନିଜ ନାଁ ବଦଳାଇ କାର୍ତ୍ତିକ ଜେନା ନାମରେ ଭୁବନେଶ୍ୱରରେ ରହୁଥିବା ଶେଖ୍‌ ଫରୀଦକୁ ନୟାଗଡ଼ ବସ ଷ୍ଟାଣ୍ଡରୁ ଗିରଫ କରିଛି ଭରତପୁର ଥାନା ପୋଲିସ ।

୩୫-ବର୍ଷୀୟ ଶେଖ୍‌ ଫରିଦ୍ ଓରଫ କାର୍ତ୍ତିକ ଜେନାର ମୂଳ ଘର ପଶ୍ଚିମ ବଙ୍ଗରେ, ହେଲେ ସେ ଭୁବନେଶ୍ୱରରେ ରହି ରାଜମିସ୍ତ୍ରୀ ଭାବେ କାମ କରୁଥିଲା । ଗିରଫ କରିବା ପରେ ତାକୁ କୋର୍ଟ ଚାଲାଣ କରିଛି ପୋଲିସ । ଭୁବନେଶ୍ୱରରେ ସେପ୍ଟେମ୍ବର ୩ ତାରିଖରେ ସନ୍ଧ୍ୟାରାଣୀ ସେଠୀଙ୍କୁ ସେ ହତ୍ୟା କରିଥିଲା ବୋଲି ପୋଲିସ ଆଗରେ ସ୍ୱୀକାର କରିଛି । ଏହି ହତ୍ୟାକାଣ୍ଡ ସେପ୍ଟେମ୍ବର ୭ ତାରିଖରେ ଜଣାପଡ଼ିଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଭିଡିଓ | ଯେବେ ପ୍ରଭୁ ଗଣେଶଙ୍କୁ ସ୍ୱାଗତ କରିବା ପାଇଁ ହେମା ମାଳିନୀ ଝିଅ ଏଶା ଦେଓଲ୍ନୃତ୍ୟ କରିଥିଲେ

‘‘ଏହି ହତ୍ୟାକାଣ୍ଡର କାରଣ ଥିଲା ପରକୀୟା ପ୍ରୀତି । ଶେଖ୍‌ ଫରିଦ୍ ଓରଫ କାର୍ତ୍ତିକ ପୂର୍ବରୁ ବିବାହିତ ଥିଲା । କଟକରେ ତା’ର ସ୍ତ୍ରୀ ଓ ଏକ ଝିଅ ଅଛି । କିଛି ମାସ ପୂର୍ବରୁ ସେ ଭୁବନେଶ୍ୱର ଆସିଥିଲା । ବରମୁଣ୍ଡା ବସ ଷ୍ଟାଣ୍ଡରେ ଗୀତାଙ୍କ ସହ ତା’ର ପରିଚୟ ହୋଇଥିଲା । କାର୍ତ୍ତିକ ସହ ମିଶି ଗୀତା କାମ କରିବା ଆରମ୍ଭ କରିଥିଲା । ଦୁହିଁଙ୍କ ସମ୍ପର୍କ ପ୍ରେମରେ ପରିଣତ ହେବା ପରେ ଦୁହେଁ ସାଙ୍ଗରେ ରହିବା ଆରମ୍ଭ କରିଥିଲେ,’’ କହିଛନ୍ତି ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ ।

ଗିରଫ ହେବା ପରେ ଶେଖ୍ ଫରିଦ୍ ଓରଫ କାର୍ତ୍ତିକ ଜେନା


ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଯୁବରାଜ ସିଂଙ୍କ Ex-ଗର୍ଲଫ୍ରେଣ୍ଡ୍କିମ୍ଶର୍ମାଙ୍କ ସହ ଏବେ ଟେନିସ୍ଖେଳାଳି ଲିଆଣ୍ଡର୍ ପେସଙ୍କ ପ୍ରେମ ଚାଲିଛି

ଗୀତାକୁ ବିବାହର ପ୍ରତିଶୃତି ଦେବା ପରେ ବି ଶେଖ୍‌ ଫରିଦ୍‌ କଟକରେ ରହୁଥିବା ନିଜ ସ୍ତ୍ରୀ ଓ ଝିଅ ସହ ପ୍ରତି ଦିନ ଯୋଗାଯୋଗରେ ରହୁଥିଲା । ଏପିରିକି ସେମାନଙ୍କ ପାଖକୁ ସଉଦା ପତ୍ର ବି ପଠାଉଥିଲା । ଏହାକୁ ବିରୋଧ କରୁଥିଲା ଗୀତା । ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଲାଗି ରହୁଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’

ଶେଖ୍‌ ଫରିଦ୍‌ ୨୦ ବର୍ଷ ତଳେ ଓଡି଼ଶା ଆସିଥିଲା । ପରେ ନିଜ ନାଁ ପରିବର୍ତ୍ତନ କରି କାର୍ତ୍ତିକ ଜେନା ରଖିଥିଲା ସେ । ଭୁବନେଶ୍ୱର ଶୈଳଶ୍ରୀ ବିହାର ଅଞ୍ଚଳରେ ଜଣେ ମହିଳାଙ୍କୁ ମାଉସୀ ସମ୍ପର୍କ କରିଥିଲା ଓ ପରେ କଟକରେ ବିବାହ କରିଥିଲା । ନିଜ ପରିବାରକୁ କଟକରେ ରଖି ଭୁବନେଶ୍ୱର ପ୍ରେମିକା ଗୀତା ସହ ଗଲା କିଛି ଦିନ ହେଲା ସେ ରହୁଥିଲା ।

ଭୁବନେଶ୍ୱର ଡି.ସି.ପି. ଉମା ଶଙ୍କର ଦାଶ


ଏହା ବି ପଢ଼ନ୍ତୁ | Jio, Airtel Vodafone ସବୁଠୁ ଭଲ ପ୍ଲାନ୍: ଥରେ ରିଚାର୍ଜ କରି ବର୍ଷ ସାରା ଫ୍ରି କଲିଂ ଡାଟା

‘‘ଅଗଷ୍ଟ ମାସ ଶେଷ ଆଡ଼କୁ ବରମୁଣ୍ଡା ମହାବୀର ବସ୍ତିରେ ଏକ ଘର ଭଡ଼ା ନେଇ ଗୀତାକୁ ସ୍ତ୍ରୀ ବୋଲି ପରିଚୟ ଦେଇ ତା’ ସହିତ ରହୁଥିଲା ଫରିଦ । ସ୍ତ୍ରୀ ଓ ଝିଅ ସହ ସମ୍ପର୍କ ଯୋଗୁଁ ଗୀତା ସହ ତା’ର ଝଗଡ଼ା ଲାଗି ରହୁଥିବାରୁ ସେ ତାକୁ ରାସ୍ତାରୁ ହଟାଇବାକୁ ଯୋଜନା କରିଥିଲା ।  ସେପ୍ଟେମ୍ବର ୩ ତାରିଖ ରାତିରେ ଗୀତା ଶୋଇଥିବା ବେଳେ ଓଢ଼ଣୀରେ ତା’ ତଣ୍ଟି ଚିପି ତାକୁ ସେ ହତ୍ୟା କରିଥିଲା । ତା’ ପରେ ଘରେ ତାଲା ପକାଇ କୋଲକାତା ପଳାଇଥିଲା,’’ କହିଛନ୍ତି ଡିସିପି ଶ୍ରୀ ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୪୫ ବର୍ଷ ବୟସରେ ବି କୁମାରୀ ହୋଇ ରହିଛନ୍ତି ବଲିଉଡ୍ ଅଭିନେତ୍ରୀ ଅମିଶା ପଟେଲ୍

ସେପ୍ଟେମ୍ବର ୭ ତାରିଖରେ ଘର ଭିତରୁ ପଚା ଗନ୍ଧ ବାହାରୁଥିବାରୁ ପଡ଼ୋଶୀମାନେ ସନ୍ଦେହ କରିଥିଲେ । ପରେ ପୋଲିସ ସହାୟତାରେ କବାଟ ଭାଙ୍ଗି ଭିତରକୁ ଯାଇ ଗୀତାଙ୍କ ମୃତ ଦେହ ପଚା ସଢ଼ା ଅବସ୍ଥାରେ ପଡ଼ିଥିବା ଦେଖିଥିଲେ ସେମାନେ । ଗୀତାଙ୍କ ପରିଚୟ ମିଳିବା ପରେ ଅଭିଯୁକ୍ତ ପାଖରେ ପହଞ୍ଚିବା ପୋଲିସ ପାଇଁ ସହଜ ହୋଇଥିଲା ।
Published by: Anand S.T. Das
First published: September 30, 2021, 11:59 PM IST