ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ନଦୀ ପଠାରେ ଅଚିହ୍ନା ଶବ: ମୃତ୍ୟୁର ୩ ଘଣ୍ଟା ପୂର୍ବରୁ ଭାତ ଖାଇଥିଲା ଯୁବକ; ପରିଚୟ ମିଳିନି

ନଦୀ ପଠାରେ ଅଚିହ୍ନା ଶବ: ମୃତ୍ୟୁର ୩ ଘଣ୍ଟା ପୂର୍ବରୁ ଭାତ ଖାଇଥିଲା ଯୁବକ; ପରିଚୟ ମିଳିନି

ଯୁବକଙ୍କର ମୃତ୍ୟୁ କେମିତି ହୋଇଥିଲା ତାହା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହେଉନି । ଯୁବକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ବିଷକ୍ରିୟା ଜନିତ ତାଙ୍କର ମୃତ୍ୟୁ ହୋଇ ନ ଥିବା ମଧ୍ୟ ବ୍ୟବଚ୍ଛେଦରେ ସ୍ପଷ୍ଟ ହୋଇଛି ।

ନଦୀ ପଠାରେ ଅଚିହ୍ନା ଶବ: ମୃତ୍ୟୁର ୩ ଘଣ୍ଟା ପୂର୍ବରୁ ଭାତ ଖାଇଥିଲା ଯୁବକ; ପରିଚୟ ମିଳିନି
ବାଲି ଭିତରୁ ପୋଲିସ ପୂରା ମୃତ ଦେହ ବାହାର କରିଥିଲା ।
  • News18 Odia
  • Last Updated: July 23, 2021, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ନଦୀ ପଠାରେ ବାଲି ତଳୁ ଜବତ ହୋଇଥିବା ଅଚିହ୍ନା ମୃତ ଦେହ ଘଟଣାରେ ଆସିଥିବା ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଯୁବକରଙ୍କ ମୃତ୍ୟୁ କେମିତି ହେହାଇଛି ତାହା ସ୍ପଷ୍ଟ ହୋଇନି । ତେଣୁ ପୋଲିସ ପାଇଁ ମୃତ୍ୟୁ ପଛର କାରଣ ଖୋଜିବା ଏକ ଚାଲେଞ୍ଜ ହୋଇଛି ।

ଏମ୍ସର ଏକ ଡାକ୍ତରୀ ଟିମ୍ ପ୍ରାଥମିକ ଶବ ବ୍ୟବଚ୍ଛେଦ ରିପୋର୍ଟ କମିଶନରେଟ ପୋଲିସକୁ ହସ୍ତାନ୍ତର କରିଛନ୍ତି । ମୃତ ଦେହର ପରିଚୟ ନ ପାଇଲେ ପୋଲିସ ଆପଣେଇପାରେ ‘ଟାୱାର୍‌ ୱେଭ୍ ମେଥଡ଼୍‌’ । ଅର୍ଥାତ୍ ମୃତ ଦେହ ଠାବ ହେବାର ଚାରିରୁ ପାଞ୍ଚ ଦିନ ପୂର୍ବରୁ ସେହି ସ୍ଥାନମାନଙ୍କର ମୋବାଇଲ୍‌ ଫୋନ୍‌ ନେଟୱର୍କର ଯାଞ୍ଚ କରିବ ପୋଲିସ । ଏଥିରୁ ସେହି ସ୍ଥାନକୁ କେଉଁମାନେ ଯାଇଛନ୍ତି ତାହା ସ୍ପଷ୍ଟ ହେବ ।

ଏହା ବି ପଢ଼ନ୍ତୁ | Tokyo Olympics 2021: ଥର ଭାଗ ନେଉଛି ଭାରତର ସବୁଠାରୁ ବଡ଼ ଟିମ୍; ଅଛନ୍ତି ୧୨୬ ଆଥଲେଟ୍

“ଆମେ ମୃତ ଦେହର ପ୍ରାଥମିକ ବ୍ୟବଚ୍ଛେଦ କରିଛୁ । ଏଥିରେ ଯୁବକ ଜଣଙ୍କର ମୃତ୍ୟୁ ଗତ ଚାରିରୁ ପାଞ୍ଚ ଦିନ ମଧ୍ୟରେ ହୋଇଥିବା ସ୍ପଷ୍ଟ ହୋଇଛି । ହେଲେ ମୃତ୍ୟୁ କେମିତି ହେଲା ତାହା ସ୍ପଷ୍ଟ ହୋଇ ପାରିନି । ପ୍ରାଥମିକ ରିପୋର୍ଟ ଆମେ ପୋଲିସକୁ ହସ୍ତାନ୍ତର କରିଛୁ,” କହିଛନ୍ତି ଏମ୍ସ ଅଧୀକ୍ଷକ ସଚ୍ଚିଦାନନ୍ଦ ମହାନ୍ତି ।

ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ରାଜ କୁନ୍ଦ୍ରାଙ୍କ ସ୍ତ୍ରୀ ଶିଳ୍ପା ଶେଟ୍ଟୀ ଦକ୍ଷିଣ ଭାରତୀୟ ସିନେମାରେ ବି ଖୁବ୍ଧୁମ୍ ମଚେଇଛନ୍ତି

ଗୁରୁବାର ଦିନ ମଞ୍ଚେଶ୍ୱର କୁଆଖାଇ ନଦୀପଠାରୁ ବାଲିରେ ପୋତି ରହିଥିବା ଅବସ୍ଥାରେ ଏହି ଯୁବକଙ୍କ ମୃତ ଦେହ ପୋଲିସ ଜବତ କରିଥିଲା । ମୃତ ଦେହର ପରିଚୟ ମିଳି ନ ଥିବା ବେଳେ କିଭଳି ମୃତ୍ୟୁ ହୋଇଛି ସେ ନେଇ ତନ୍ଦନ୍ତ ଚଳାଇଛି କମିଶନରେଟ୍‌ ପୋଲିସ । ଏଥି ପାଇଁ ମୃତ ଦେହର ବ୍ୟବଚ୍ଛେଦ ପାଇଁ ଏହାକୁ ଏମ୍ସକୁ ପଠାଇଥିଲା ପୋଲିସ ।

ଏହା ବି ପଢ଼ନ୍ତୁ | କରୋନାରବ୍ରେକଥ୍ରୁ ଇନ୍ଫେକ୍ସନ୍ସମୟରେ ଲୋକଙ୍କଠାରେ ଏହି ସବୁ ଲକ୍ଷଣ ଦେଖାଯାଉଛି

“ଆମେ ପୋଷ୍ଟମୋଟର୍ମ ରିପୋଟ ପାଇନୁ । ଆମ ତଦନ୍ତକାରୀ ଟିମ୍ ଏମ୍ସ ଯାଇ ଡାକ୍ତରୀ ଟିମ୍ ସହ ଆଲୋଚନା କରିଛି । ଯୁବକଙ୍କର ମୃତ୍ୟୁ କେମିତି ହୋଇଥିଲା ତାହା ପ୍ରାଥମିକ ବ୍ୟବଚ୍ଛେଦ ରିପୋର୍ଟରେ ସ୍ପଷ୍ଟ ହେଉନି । ଯୁବକଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନାହିଁ । ବିଷକ୍ରିୟା ଜନିତ ତାଙ୍କର ମୃତ୍ୟୁ ହୋଇ ନ ଥିବା ମଧ୍ୟ ବ୍ୟବଚ୍ଛେଦରେ ସ୍ପଷ୍ଟ ହୋଇଛି । ଏହା ସହ ଯୁବକର ଅସ୍ୱାଭାବିକ ମୃତ୍ୟୁ ହୋଇ ନ ଥିବା ବି ଜଣାପଡୁଛି,’’ ଏମମ୍ସ ଡାକ୍ତରି ଟିମ୍ କହିଥିବା କହିଛନ୍ତି ଭୁବନେଶ୍ୱର ଡିସିପି ଉମା ଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ | ୨ରୁ ବର୍ଷର ପିଲାଙ୍କ ପାଇଁ କରୋନା ଟିକା ପରୀକ୍ଷଣ ଚାଲିଛି; ଆସନ୍ତା ସପ୍ତାହରେ ଦ୍ୱିତୀୟ ଡୋଜ୍ ଦିଆଯିବ

ଡାକ୍ତର ଟିମଙ୍କ କହିବା ଅନୁସାରେ ମୃତ ଯୁବକର ବୟସ ୨୫ବର୍ଷ ମଧ୍ୟରେ ହେବ । ସେ କୌଣସି ପାନ, ଗୁଟଖା କିମ୍ବା ମାଦକ ଦ୍ରବ୍ୟ ଗ୍ରହଣ କରି ନାହାନ୍ତି ଓ ମୃତ୍ୟୁର ତିନି ଘଣ୍ଟା ପୂର୍ବରୁ ସେ ଭାତ ଖାଇଥିଲେ ବୋଲି ପୋଷ୍ଟ ମର୍ଟମ୍‌ ରିପୋର୍ଟରୁ ଜଣାପଡ଼ିଛି ବୋଲି କହିଛନ୍ତି ଡିସିପି । ଯୁବକର ପାକସ୍ଥଳୀରେ ସେ ଖାଇଥିବା ବାତ ହଜମ ହୋଇନି ବୋଲି ବି ଏହି ରିପୋର୍ଟରୁ ଜଣାପଡୁଛି ।

ଏହା ବି ପଢ଼ନ୍ତୁ | ଦିଲୀପ କୁମାରଙ୍କର କୌଣସି ସନ୍ତାନ ଥିଲା, ହେଲେ ତାଙ୍କର ସାଇରାଙ୍କର ସେଥି ପାଇଁ ଦୁଃଖ ଥିଲା

“ଆମେ ଆଶା ରଖିଥିଲୁ ଯେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆମେ ଯୁବକର ମୃତ୍ୟୁ ପଛର ରହସ୍ୟ ପାଇବୁ । ହେଲେ ରିପୋର୍ଟରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇ ପାରୁନି । ଏବେ ଫାଇନାଲ ଶବ ବ୍ୟବଚ୍ଛେଦ ରିପୋର୍ଟ ଉପରେ ଆମେ ନଜର ରଖିଛୁ । ତାଙ୍କ ଭିସେରା ମଧ୍ୟ ପରୀକ୍ଷଣ ପାଇଁ ରସୁଲଗଡ ସ୍ଥିତ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବ୍ରୋଟୋରୀକୁ ପଠାଯିବ । ଭିସେରା ରିପୋର୍ଟରେ ହୁଏତ ସ୍ପଷ୍ଟ ହେବ ଯୁବକର କିଭଳି ମୃତ୍ୟୁ ହୋଇଥିଲା,’’ କହିଛନ୍ତି ଡିସିପି ଦାଶ ।



ଗୋଟିଏ ପଟେ ଯୁବକର ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେଉ ନ ଥିବା ବେଳେ ଅନ୍ୟ ପଟେ ତାଙ୍କ ପରିଚୟ ବି ମିଳିପାରୁନି । ଏହି ସବୁ ଅସୁବିଧା ତଦନ୍ତରେ ଚ୍ୟାଲେଞ୍ଜ ସୃଷ୍ଟି କରୁଛି । ଏଭଳି କ୍ଷେତ୍ରରେ ଘଟଣା ସ୍ଥଳରୁ ମିଳିଥିବା ଯୁବକର ସାର୍ଟ, ପ୍ୟାଣ୍ଟ୍‌, ଚପଲ ଓ କାନରେ ପିନ୍ଧିଥିବା କୁଣ୍ଡଳକୁ ଆଧାର କରି ପୋଷ୍ଟର ଲଗେଇବାକୁ ଯୋଜନା କରିଛି ପୋଲିସ ।
Published by: Anand ST Das
First published: July 23, 2021, 11:59 PM IST