ଭୁବନେଶ୍ୱର: MBA ପଢୁଆ ଠକ ବ୍ୟାଙ୍କକୁ ଚୂନ ଲଗାଇଥିଲା; ବାହା ନ ହୋଇ ମ୍ୟାରେଜ୍ ସାର୍ଟଫିକେଟ ବନେଇଥିଲା

MBA-educated man arrested in Bhubaneswar for cheating banks | ଜଏଣ୍ଟ୍ ଆକାଉଣ୍ଟରେ ଜଣେ ଯୁବତୀଙ୍କୁ ନିଜର ପତ୍ନୀ ଦର୍ଶାଇ ଆଉ ଏକ ଲୋନ୍ ଉଠାଇବାକୁ ଯୋଜନା କରୁଥିଲା ସ୍ମୃତି ରଞ୍ଜନ । ଏକାଧିକ ଲୋକଙ୍କ ଠିକଣା ଦେଇ ବଜାଜ୍ ଫାଇନାନ୍ସ କମ୍ପାନୀରୁ ସାଢ଼େ ୪ ଲକ୍ଷ ଟଙ୍କାର ସାମଗ୍ରୀ କିଣି ସେ ବିକ୍ରି କରିସାରିଛି ।

ଅଭିଯୁକ୍ତ ସ୍ମୃତି ରଞ୍ଜନ; (ଡାହାଣ) ତା’ ଘରୁ ମିଳିଥିବା କାଗଜପତ୍ର

ଅଭିଯୁକ୍ତ ସ୍ମୃତି ରଞ୍ଜନ; (ଡାହାଣ) ତା’ ଘରୁ ମିଳିଥିବା କାଗଜପତ୍ର

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ହାଇଟେକ୍ ଠକକୁ ଗିରଫ କରାଯାଇଛି । ମଞ୍ଚେଶ୍ୱର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଏମ୍‌.ବି.ଏ. ଡିଗ୍ରୀଧାରୀ ଅଭିଯୁକ୍ତ ସ୍ମୃତି ରଞ୍ଜନ (୩୭) ନିଜକୁ ସେଣ୍ଟ୍ରାଲ୍‌ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆର କର୍ମଚାରୀ ବୋଲି ପରିଚୟ ଦେଇ ଲୋକଙ୍କୁ ଠକେଇ କରୁଥିଲା । ନକଲି ପ୍ୟାନ କାର୍ଡ଼ ଓ ଆଧାର କାର୍ଡ଼ ବନେଇ ସେ ପାଖାପାଖି ୫ ଲକ୍ଷରୁ ଅଧିକ ଟଙ୍କା ଠକେଇ କରିଥିବା ନେଇ ଥାନାରେ ଅଭିଯୋଗ ହେବା ପରେ ପୋଲିସ ସୋମବାର ତାକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

କଟକ ଅଡ଼ସପୁର ଅଞ୍ଚଳର ମୂଳ ବାସିନ୍ଦା ସ୍ମୃତିର ଠକେଇ କରିବାର ଉପାୟ ଥିଲା ବେଶ୍‌ ଭିନ୍ନ । ବିଭିନ୍ନ ଲୋକଙ୍କ ଠିକଣାରେ ଜାଲ ଡକ୍ୟୁମେଣ୍ଟ ବନେଇ ଫାଇନାନ୍ସ କମ୍ପାନୀରେ ସେହି କାଗଜପତ୍ର ଦାଖଲ କରି ଲୋନ୍‌ ଆଣୁଥିଲା ସେ । ଅଭିଯୋଗ ଅନୁସାରେ ରଣପୁର ଅଞ୍ଚଳର ସନ୍ତୋଷ ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠିକଣାରେ ଏକ ଘରୋଇ ବ୍ୟାଙ୍କରୁ ପ୍ରାୟ ଦେଢ ଲକ୍ଷ ଟଙ୍କା ଲୋନ କରିଥିଲା ଏହି ଧୂର୍ତ୍ତ ଠକ । ପୋଲିସଠାରୁ ମିଳିଥିବା ସୂଚନା ଅନୁସାରେ ସନ୍ତୋଷ ସାହୁ ଯେତେବେଳେ ବ୍ୟାଙ୍କକୁ ଲୋନ୍‌ ପାଇଁ ଯାଇଥିଲେ ସେ ପୂର୍ବରୁ ଦେଢ଼ ଲକ୍ଷ ଟଙ୍କା ଲୋନ ନେଇଥିବା କଥା ବ୍ୟାଙ୍କ କର୍ତ୍ତୃପକ୍ଷ ତାଙ୍କୁ ପଚାରିଥିଲେ । ସେ ଲୋନ ନେଇନାହାନ୍ତି ବୋଲି କହିବାରୁ ସନ୍ଦେହ ଉପୁଜିଥିଲା ଓ ଅଭିଯୁକ୍ତ ସ୍ମୃତିର ଅସଲ କଳା କାରନାମା ପଦାକୁ ଆସିଥିଲା ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

‘‘ଗିରଫ ଅଭିଯୁକ୍ତ ସ୍ମୃତି ରଞ୍ଜନର ଘରେ ଆମେ ରେଡ୍‌ କରିବା ପରେ ସେଠାରୁ ବିପୁଳ ପରିମାଣର ଆଧାର କାର୍ଡ଼, ପାନ କାର୍ଡ଼ ଓ ବିଭିନ୍ନ ବ୍ୟାଙ୍କର କାଗଜପତ୍ର ଜବତ କରିଛୁ । କେବଳ ସେତିକି ନୁହେଁ, ବ୍ୟାଙ୍କରୁ ଲୋନ୍‌ ନେବା ପାଇଁ ନିଜେ ବିବାହ ନ କରି ସେ ତିଆରି କରିଥିବା ଏକ ଜଏଣ୍ଟ ଆକାଉଣ୍ଟ୍‌ ବି ଆମକୁ ସେଠାରୁ ମିଳିଛି । ସେ ଏଥି ପାଇଁ ବିବାହ ନିମନ୍ତ୍ରଣ ପତ୍ର ଓ ମ୍ୟାରେଜ୍‌ ସାର୍ଟଫିକେଟ  ବି ତିଆରି କରିଥିଲା । ବ୍ୟାଙ୍କ୍‌ ଆକାଉଣ୍ଟରେ ଜଣେ ଯୁବତୀଙ୍କୁ ନିଜର ପତ୍ନୀ ଦର୍ଶାଇ ଆଉ ଏକ ଲୋନ୍‌ ଉଠାଇବାକୁ ଯୋଜନା କରିଥିଲା । ଏପରିକି ଏକ ଘରୋଇ ବ୍ୟାଙ୍କର ଆଇକାର୍ଡ଼ ମଧ୍ୟ ତିଆରି କରିଥିଲା ସ୍ମୃତି ରଞ୍ଜନ । ଏକାଧିକ ଲୋକଙ୍କ ଠିକଣା ଦେଇ ବଜାଜ୍‌ ଫାଇନାନ୍ସ କମ୍ପାନୀରୁ ସାଢ଼େ ୪ ଲକ୍ଷ ଟଙ୍କାର ସାମଗ୍ରୀ କିଣି ସେ ବିକ୍ରି କରିସାରିଛି,’’ କହିଛନ୍ତି ଭୁବନେଶ୍ୱର ଜୋନ୍‌-୫ ଏ.ସି.ପି. ସଞ୍ଜୀବ ଶତପଥୀ ।

ଏହା ବି ପଢ଼ନ୍ତୁ | Omicron: ‘ଆସନ୍ତା ସପ୍ତାହରେ ଦେଶରେ ଭୟାବହ ସ୍ଥିତି ଆଣିପାରେ କରୋନା’, କହିଲେ ବିଶେଷଜ୍ଞ

ସୋମବାର ଦିନ ଠକ ସ୍ମୃତି ରଞ୍ଜନଙ୍କୁ ମଞ୍ଚେଶ୍ୱର ଥାନା ପୋଲିସ କୋର୍ଟ ଚାଲାଣ କରିଛି । ତାକୁ ତଦନ୍ତ ଲାଗି ରିମାଣ୍ଡରେ ଆଣିବାକୁ ଏବେ ଯୋଜନା କରୁଛି ପୋଲିସ । ଏହି ଠକେଇ ରାକେଟରେ ସେ ଏକୁଟିଆ ଏମିତି କାମ କରୁଥିଲା ନା ତାକୁ ଆଉ କେହି ସହଯୋଗ କରୁଥିଲା ସେ ନେଇ ମଧ୍ୟ ତଦନ୍ତ କରିବ ପୋଲିସ । ଠକେଇର ଟଙ୍କା ସେ କେଉଁଠି ବିନିଯୋଗ କରିଛି ସେ ନେଇ ମଧ୍ୟ ତଦନ୍ତ ଚାଲିଥିବା ମଞ୍ଚେଶ୍ୱର ଥାନା ପୋଲିସ ପକ୍ଷରୁ କୁହାଯାଇଛି ।
Published by:Anand S.T. Das
First published: