ଭୁବନେଶ୍ୱର: ସାମ୍ବାଦିକତାକୁ ଢାଲ କରି ମହିଳା ଓ ବ୍ୟବସାୟୀଙ୍କୁ ବ୍ଲାକମେଲ କରୁଥିଲା ଯୁବକ, ଗିରଫ ହେଲା

ସାମ୍ବାଦିକତା ନାଁରେ ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ବନେଇ ସୌମ୍ୟ ସାମନ୍ତରାୟ ନେତା ଓ ବ୍ୟବସାୟୀଙ୍କ ଠାରୁ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଥିଲା । ଜଣେ ବସ୍ ମାଲିକଙ୍କ ବିରୋଧରେ ଅଶ୍ଳୀଳ ଭାଷାରେ ଖବର ପ୍ରକାଶ କରି ତାଙ୍କ ପତ୍ନୀଙ୍କ ଫଟୋ ଭାଇରାଲ କରିଥିଲା ସେ ।

ଭୁବନେଶ୍ୱର: ସାମ୍ବାଦିକତାକୁ ଢାଲ କରି ମହିଳା ଓ ବ୍ୟବସାୟୀଙ୍କୁ ବ୍ଲାକମେଲ କରୁଥିଲା ଯୁବକ, ଗିରଫ ହେଲା
‘ଦୁର୍ନୀତି ଲାଇଭ୍’ ୟୁଟ୍ୟୁବ୍ ଚ୍ୟାନେଲର ମାଲିକ ସୌମ୍ୟ ସାମନ୍ତରାୟ
  • News18 Odia
  • Last Updated: January 26, 2021, 5:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ୟୁଟ୍ୟୁବରେ ‘ଦୁର୍ନୀତି ଲାଇଭ୍‌’ ନାମକ ଏକ ଚ୍ୟାନେଲ ଚଳାଇ ଲକ୍ଷାଧିକ ଟଙ୍କା ଲୁଟିଥିବା ଓ ଜଣେ ମହିଳାଙ୍କ ଫଟୋ ଭାଇରାଲ୍‌ କରି ତାଙ୍କୁ ବ୍ଲାକମେଲ୍‌ କରିଥିବା ଅଭିଯୋଗରେ ସେହି ଚ୍ୟାନେଲର ମାଲିକ ସୌମ୍ୟ ସାମନ୍ତରାୟଙ୍କୁ ଗିରଫ କରିଛି କମିଶନରେଟ୍‌ ପୋଲିସ ।

ଖଣ୍ଡଗିରି ହସ୍ପିଟାଲ ନିକଟସ୍ଥ ସାଇ ଗେଷ୍ଟ ହାଉସରେ ଏକ ଘର ଭଡ଼ା ନେଇ ସାମନ୍ତରାୟ ଏହି କଥିତ ନ୍ୟୁଜ୍‌ ଚ୍ୟାନେଲ୍‌ ଚଳାଇଥିଲେ । ତାଙ୍କ ବିରୋଧରେ ଆସିଥିବା ଅଭିଯୋଗଗୁଡ଼ିକର ତଦନ୍ତ ଭାର ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ଖଣ୍ଡଗିରି ଥାନା ଅଧିକାରୀଙ୍କୁ ଦେଇଥିଲେ । ପ୍ରାଥମିକ ତଦନ୍ତରୁ ସାମନ୍ତରାୟ ବିଭିନ୍ନ ଆପରାଧିକ ଗତିବିଧିରେ ଜଡ଼ିତ ଥିବାର ପ୍ରମାଣ ମିଳିବା ପୋଲିସ ତାଙ୍କୁ ପୁରୀରୁ ଗିରଫ କରିଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ମାନସିକ ଅବସାଦ ଅଭିନେତ୍ରୀ ଜୟଶ୍ରୀଙ୍କ ପାଇଁ କାଳ ହେଲା; ପଙ୍ଖାରୁ ଝୁଲୁଥିବା ଅବସ୍ଥାରେ ମିଳିଲା ଶବ

ପୋଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୌମ୍ୟ ସାମନ୍ତରାୟ ସାମ୍ବାଦିକତା କରିବା ନାଁରେ ଏକ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ବନେଇ ନେତା, ବ୍ୟବସାୟୀ ଓ ଏପରିକି ସାମ୍ବାଦିକମାନଙ୍କ ଠାରୁ ବି ଟଙ୍କା ଲୁଟୁଥିଲା । ଗତ କିଛି ଦିନ ଧରି ସେ ବରମୁଣ୍ଡା ବସ ଷ୍ଟାଣ୍ଡର କିଛି ବସ୍‌ ମାଲିକଙ୍କ ଚରିତ୍ର ସଂହାର କରିଆସୁଥିବା ଅଭିଯୋଗ ବି ହୋଇଥିଲା ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ


ବରମୁଣ୍ଡା ଗାଁର ନୀଳକଣ୍ଠେଶ୍ୱର ବସ ମାଲିକ ପ୍ରଶାନ୍ତ ପ୍ରଧାନ ଅଭିଯୋଗ କରିଥିଲେ ଯେ ସାମନ୍ତରାୟ ତାଙ୍କ ବିରୋଧରେ ଅଶ୍ଳୀଳ ଭାଷାରେ ଖବର ପ୍ରକାଶ କରିବା ସହ ତାଙ୍କ ପତ୍ନୀଙ୍କ ଫଟୋ ଭାଇରାଲ କରିଥିଲା । ପାଞ୍ଚ ଲକ୍ଷ ଟଙ୍କା ଦେଲେ ହିଁ ସେହି ଭିଡିଓ ଡିଲିଟ କରିବ ବୋଲି କହି ତାଙ୍କୁ ବ୍ଲାକମେଲ କରି ଆସୁଥିବା ଅଭିଯୋଗ କରିଥିଲେ ପ୍ରଧାନ । ଏହି ମାମଲାରେ ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ପୋଲିସ ସୌମ୍ୟ ସାମନ୍ତରାୟକୁ ଗିରଫ କରି କୋର୍ଟ ଚାଲାଣ କରିଛି ।

ଏହା ବି ପଢ଼ନ୍ତୁ | BJP ଆଗରେ ମୁଣ୍ଡ ନୁଆଁଇବା ଅପେକ୍ଷା ମୁଁ ନିଜ ଗଳା କାଟିବାକୁ ପସନ୍ଦ କରିବି: ମମତା ବାନାର୍ଜୀ

ଅଭିଯୋଗକାରିଣୀ ମହିଳାଙ୍କ ସହ ଯୋଗାଯୋଗ କଲେ କାଳେ ପରିଚୟ ଜଣାପଡ଼ିଯିବ ଓ ରେକର୍ଡ଼ିଂ ରହିଯିବ, ସେଥି ପାଇଁ ଭିଡିଓ କଲ୍‌ ଜରିଆରେ ଅତି ଚତୁରତାର ସହ ଡିଲ କରୁଥିଲା ସାମନ୍ତରାୟ । କିଛି ଦିନ ତଳେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ନବରଙ୍ଗପୁରର ପ୍ରତିଷ୍ଠିତ ହୋଟେଲ ମାଲିକ ପ୍ରକାଶ ତ୍ରିପାଠୀଙ୍କ ବିରୋଧରେ ଖବର ପ୍ରକାଶ କରି ମୋଟା ଅଙ୍କର ଅର୍ଥ ବି ସେ ମାଗୁଥିବା ଅଭିଯୋଗ ପୋଲିସକୁ ମିଳିଛି ।

ଏହା ବି ପଢ଼ନ୍ତୁ | ଅଶ୍ୱିନ୍ଙ୍କ ଦୁଃଖ ସାମ୍ନାକୁ ଆସିଲା: ‘‘କେହି ମୋତେ ଷ୍ଟିଭ୍ ସ୍ମିଥ୍ଙ୍କୁ ଆଉଟ୍ କରିବାକୁ ଯୋଗ୍ୟ ଭାବୁ ଥିଲେ’’

ସୌମ୍ୟ ସାମନ୍ତରାୟକୁ ଗିରଫ କରିବା ପରେ ପୋଲିସ ତାକୁ ସାଙ୍ଗରେ ନେଇ ଖଣ୍ଡଗିରି ସ୍ଥିତ ସାଇ ଗେଷ୍ଟ ହାଉସରେ ଚଢ଼ାଉ କରିଥିଲା । ସେଠାରୁ ସେ ନିଜ ଆପରାଧିକ ନେଟୱର୍କ ଚଳାଉଥିବା ଜଣାପଡ଼ିଛି । ତେବେ ବରମୁଣ୍ଡା ଗାଁର କିଛି ଅସାମାଜିକ ଯୁବକ ତାକୁ ସାହାଯ୍ୟ କରୁଥିବା ସହ ବ୍ଲାକମେଲିଂ ଟଙ୍କାର ଭାଗିଦାର ବନିଥିବା ପୋଲିସ ଜାଣିବାକୁ ପାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | Big Boss14: ବିବାହ ଆଗରୁ ରାଖୀ ସାୱନ୍ତଙ୍କୁ ଧମକ ମିଳୁଥିଲା, ତେଣୁ ସେ ଅର୍ଜେଣ୍ଟରେ ବିବାହ କଲେ

‘‘ଏହି ଅଭିଯୁକ୍ତର ଆପରାଧିକ ଗତିବିଧିକୁ ନେଇ ପୂର୍ବରୁ କିଛି ଥାନାରେ ଅଭିଯୋଗ ହୋଇଛି । ‘ଦୁର୍ନୀତି ଲାଇଭ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଜରିଆରେ ବହୁ ଲୋକଙ୍କ ଠାରୁ ଚାନ୍ଦା ଆଦାୟ ହୋଇଛି । ଏଥିରେ କେବଳ ସେ ନୁହେଁ, ଆହୁରି ଅନେକ ଲୋକ ସାମିଲ୍‌ ଅଛନ୍ତି । ସେମାନେ ଖୁବ୍‌ ଜଲଦି ବନ୍ଧା ହେବେ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।



କିଛି ଦିନ ତଳେ ଏକ ଘିଅ ଗୋଦାମ ମାଲିକଙ୍କ ଠାରୁ ବଟି ମାଗିବା ଅଭିଯୋଗରେ ଚାରି ଜଣ ନକଲି ସାମ୍ବାଦିକଙ୍କୁ ଗିରଫ କରାଯାଇଥିଲା । ସାମ୍ବାଦିକତାକୁ ଢାଲ କରି ଦଳାଲି ଓ ଅପରାଧ କରୁଥିବା ଏମିତି ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ସମ୍ପୃକ୍ତ ୟୁଟ୍ୟୁବ୍‌ ଚ୍ୟାନେଲକୁ ବ୍ୟାନ କରିବାକୁ ଦାବି ହୋଇଛି ।
Published by: Anand Shankar Thankur Das
First published: January 26, 2021, 5:55 PM IST