ମହାଳୟାରେ ଚଳଚଞ୍ଚଳ ରହିଲା ଏକାମ୍ର କ୍ଷେତ୍ର; ପିଣ୍ଡଦାନ କରି ପୁଣ୍ୟ ପାଇଲେ ହଜାର ହଜାର ଭକ୍ତ

ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗର ପୁଣ୍ୟ ପୁଷ୍କରିଣୀରେ ତିଳ ତର୍ପଣ କରି ପିଣ୍ଡଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ପ୍ରତି ବର୍ଷ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଲୋକେ ଏଠାକୁ ଆସି ପିଣ୍ଡଦାନ କରନ୍ତି ।

ମହାଳୟାରେ ଚଳଚଞ୍ଚଳ ରହିଲା ଏକାମ୍ର କ୍ଷେତ୍ର; ପିଣ୍ଡଦାନ କରି ପୁଣ୍ୟ ପାଇଲେ ହଜାର ହଜାର ଭକ୍ତ
ବିନ୍ଦୁସାଗର କୂଳରେ ପିଣ୍ଡ ଦାନ ଚାଲିଛି ।
  • News18 Odia
  • Last Updated: September 18, 2020, 12:07 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପିତୃ ପକ୍ଷର ଶେଷ ଦିନ ଅର୍ଥାତ ମହାଳୟା ଦିନ ଲିଙ୍ଗରାଜ ମନ୍ଦିର ନିକଟସ୍ଥ ପୁଣ୍ୟ ପୁଷ୍କରିଣୀରେ ପିଣ୍ଡଦାନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । କରୋନା ଭାଇରସ୍‌ ସଂକ୍ରମଣର ଭୟ ଭିତରେ ସାମାଜିକ ଦୂରତା ଓ ଅନ୍ୟାନ୍ୟ ନିୟମ ମାନି କିଛି ଲୋକ ପିଣ୍ଡଦାନ କରିଥିଲେ ଓ କିଛି ନିୟମ ଗୁଡ଼ିକର ଖୋଲାଖୋଲି ଉଲ୍ଲଙ୍ଘନ କରିଥିବା ଦେଖିବାକୁ ମିଳିଥିଲା ।

ଆଶ୍ୱିନ ମାସ ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ । ଏହି ମାସ ପିତୃପକ୍ଷ ଠାରୁ ଆରମ୍ଭ ହୁଏ ପିଣ୍ଡଦାନ । ପିତୃ ପୁରୁଷଙ୍କୁ ମନେ ପକାଇ ପିଣ୍ଡଦାନ କରି ଆଶିର୍ବାଦ ନେଇଥାନ୍ତି ପରିବାର ଲୋକେ। ମହାଳୟା ସହ ଶେଷ ହୋଇଥାଏ ଏହି ପିତୃପକ୍ଷ । ବର୍ଷ ଯାକରେ ଏହି ଗୋଟିଏ ଦିନ ପରିବାର ବର୍ଗ ପିଣ୍ଡଦାନ କରି ପୂର୍ବ ପୁରୁଷଙ୍କ ଆଶୀର୍ବାଦ ନେଇଥାନ୍ତି।

‘‘ବର୍ଷ ଯାକର ଆଶିଷ ଲାଭ ପାଇଁ ଏହି ଗୋଟିଏ ଦିନ ଯଥେଷ୍ଟ । ମଉଳା ଶ୍ରାଦ୍ଧ କରି ପୁଣ୍ୟ ଅର୍ଜନ କରନ୍ତି। ପିଣ୍ଡ ବାଢି ଘରକୁ ଡାକନ୍ତି ପିତୃପୁରୁଷଙ୍କୁ । ଆଉ ଦୀପାବଳୀର ଆଲୁଅରେ ବଡ଼ବଡୁଆ ଡାକ ସହ ବିଦାୟ ଦିଅନ୍ତି । ଏଣୁ ଆଜିର ଦିନଟି ପିତୃ ପୁରୁଷଙ୍କ ପାଇଁ,’’ କହିଛନ୍ତି ପଣ୍ଡିତ ରାମଚରଣ ଦାଶ ।

ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଏକାମ୍ର କ୍ଷେତ୍ର ।


ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଏକାମ୍ର କ୍ଷେତ୍ର । ଲିଙ୍ଗରାଜ ମନ୍ଦିର ନିକଟସ୍ଥ ବିନ୍ଦୁସାଗର କୂଳରେ ସକାଳୁ ସକାଳୁ ଜମିଥିଲା ଭକ୍ତଙ୍କ ଭିଡ଼। ପୁଣ୍ୟ ପୁଷ୍କରିଣୀରେ ତିଳ ତର୍ପଣ କରି ପିଣ୍ଡଦାନ କଲେ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି । ପ୍ରତି ବର୍ଷ ଖାଲି ଯେ ଭୁବନେଶ୍ୱର ଲୋକେ ଏଠି ଜମା ହୁଅନ୍ତି ତାହା ନୁହେଁ । ବିଭିନ୍ନ ଜିଲ୍ଲାରୁ ଲୋକେ ଆସନ୍ତି ପିଣ୍ଡଦାନ କରିବାକୁ। ଚାଉଳ, କଦଳୀ, କ୍ଷୀର ଓ ମହୁ ମିଶାଇ ପିଣ୍ଡ ପ୍ରସ୍ତୁତ କରି ପିତୃ ପୁରୁଷଙ୍କୁ ଅର୍ପଣ କରିଥାନ୍ତି । କେହି କେହି ଅଟା ଗୁଳା କରି ମଧ୍ୟ ବାଢ଼ନ୍ତି ପିଣ୍ଡ ।

ଆଶ୍ୱିନ ମାସ ଅମାବାସ୍ୟାକୁ ମହାଳୟା ଅମାବାସ୍ୟା କୁହାଯାଏ ।


ଚଳିତ ବର୍ଷ କରୋନା ଯୋଗୁଁ କମ୍‌ ରହିଥିଲା ଭକ୍ତଙ୍କ ଗହଳି । ଲୋକେ ମାସ୍କ ପିନ୍ଧି ପୂଜାର୍ଚ୍ଚନା କରିଥିଲେ ସତ, କିନ୍ତୁ ସାମାଜିକ ଦୂରତା ମାନି ନ ଥିଲେ । କରୋନା ସଂକ୍ରମଣର ଭୟ ଭିତରେ ବି ପିଣ୍ଡଦାନ ପାଇଁ ଆସି ହୋଇଥିଲା ଓ କର୍ତ୍ତବ୍ୟ କରିବାକୁ ହୋଇଥିଲା ବୋଲି କହିଛନ୍ତି ଶ୍ରଦ୍ଧାଳୁମାନେ ।

ଏହା ବି ପଢ଼ନ୍ତୁ | ସାଂସଦ ମିମି ଚକ୍ରବର୍ତ୍ତୀଙ୍କୁ ଅଶ୍ଳୀଳ କମେଣ୍ଟ୍ ମାରିଥିଲା ଟ୍ୟାକ୍ସି ଡ୍ରାଇଭର୍; ସେ ତାକୁ ଶିକ୍ଷା ଦେଲେ

ଏହା ବି ପଢ଼ନ୍ତୁ | କୃଷି ବିଲକୁ ବିରୋଧ କରି କେନ୍ଦ୍ର ମନ୍ତ୍ରୀ ହରସିମରତ କୌର୍ ବାଦଲ ଇସ୍ତଫା ଦେଲେ

‘‘ମୁଁ ପ୍ରଥମ ଥର ବିନ୍ଦୁସାଗରରେ ପିଣ୍ଡଦାନ କରୁଛି । ଆଗରୁ କେବଳ ଶୁଣିଥିଲୁ ଯେ ପୂଣ୍ୟ ପୁଷ୍କରିଣୀରେ ତିଳ ତର୍ପଣ କଲେ ପୁଣ୍ୟ ପ୍ରାପ୍ତି ହୁଏ । ଆଜି ସେ ସୌଭାଗ୍ୟ ପାଇଛୁ । ବହୁତ ଖୁସି ଲାଗୁଛି ଏ ପରିବେଶ ଦେଖି,’’ କହିଛନ୍ତି କୋରାପୁଟରୁ ଆସିଥିବା ଉମାକାନ୍ତ ବଡ଼ଜେନା ।



ମହାଳୟା ସହ ପିତୃପକ୍ଷ ଶେଷ ହୁଏ ଓ ମା’ ଦୁର୍ଗାଙ୍କ ଆଗମନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଏ । ମହାଳୟା ଦିନ ମା’ଙ୍କ ମୂର୍ତ୍ତିରେ ଖଡ଼ି ଛୁଆଁ ହୁଏ । ଅର୍ଥାତ ମା’ଙ୍କ ରଙ୍ଗ କାମ ଆରମ୍ଭ ନେଇ ଖଡ଼ି ଲାଗି ହୁଏ । ହେଲେ ଏ ଥର ଏକ ମାସ ଅଧିକ ପଡ଼ିଥିବାରୁ, ଅର୍ଥାତ ମଳ ମାସ ଥିବାରୁ, ମା’ଙ୍କ ଆଗମନ ବିଳମ୍ବ ହେବ । ନବରାତ୍ରୀ ପୂଜା ମଧ୍ୟ ବିଳମ୍ବ ହେବ ।
Published by: Anand Shankar Thankur Das
First published: September 18, 2020, 12:07 AM IST
corona virus btn
corona virus btn
Loading