ଲେଡିଜ ହଷ୍ଟେଲ ଆଗରେ ଯୁବତୀଙ୍କୁ ମାଡ଼ ମାରିବା ଘଟଣା; ୩ ଅଭିଯୁକ୍ତ ଗିରଫ

Ladies Hostel Incident: ଗତ ଶୁକ୍ରବାର ଦିନ ନୟାପଲି ଥାନା ଅଧିନ ଭୋଇସାହିରେ ଲେଡିଜ ହଷ୍ଟେଲ ଆଗରେ ଆତଙ୍କ ଖେଳାଇ ଥିବା ଦୁର୍ବୁତ୍ତଙ୍କୁ ବାନ୍ଧିଲା ପୋଲିସ।

ଲେଡିଜ ହଷ୍ଟେଲ ଆଗରେ ଯୁବତୀଙ୍କୁ ମାଡ଼ ମାରିବା ଘଟଣା

ଲେଡିଜ ହଷ୍ଟେଲ ଆଗରେ ଯୁବତୀଙ୍କୁ ମାଡ଼ ମାରିବା ଘଟଣା

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟ ରାଜଧାନୀ (Bhubaneswar) ନୟାପଲ୍ଲୀ ଲେଡିଜ ହଷ୍ଟେଲରେ (Ladies Hostel Incident) ଯୁବତୀଙ୍କୁ ମାଡ଼ ଘଟଣାରେ ୩ ଜଣକୁ ଗିରଫ କଲା ନୟାପଲ୍ଲୀ ଥାନା ପୋଲିସ। ଗିରଫ ତିନି ଅଭିଯୁକ୍ତ ଭୋଇ ସାହିର। ଘଟଣା ଦିନ ଅଭିଯୋଗକାରିଣୀ ଯୁବତୀଙ୍କ ଉପରକୁ ଟେକା ମାଡ଼ କରିବା ସହ ଆକ୍ରମଣ କରିଥିଲେ ଗିରଫ ହୋଇଥିବା ଅଭିଯୁକ୍ତ।

ସେପଟ ଏହି ଘଟଣା ପରେ ଲେଡିଜ ହଷ୍ଟେଲରେ ଗାଇଡ଼ଲାଇନକୁ ଆହୁରି କଡ଼ାକଡ଼ି କରିବାକୁ ପୋଲିସ ଦେଇଛି ନିର୍ଦ୍ଦେଶ।

ଗଲି ବୟଙ୍କ ଗେମ ଓଭର। ପୋଲିସ କବଜାରେ ଗ୍ୟାଙ୍ଗ। ଲେଡିଜ ହଷ୍ଟେଲରେ ଆତଙ୍କ ଖେଳାଇଥିଲେ, ଗିରଫ ପରେ ଚାଲି ଚାଲି ଗଲେ। ଗତ ଶୁକ୍ରବାର ନୟାପଲି ଥାନା ଅଧିନ ଭୋଇସାହିରେ ଲେଡିଜ୍ ହଷ୍ଟେଲ ଆଗରେ ଆତଙ୍କ ଖେଳାଇ ଥିବା ଦୁର୍ବୁତ୍ତଙ୍କୁ ବାନ୍ଧିଲା ପୋଲିସ।

ଲେଡିଜ ହଷ୍ଟେଲ ଆଗରେ ଯୁବତୀଙ୍କୁ ମାଡ଼ ମାରିବା ଘଟଣା


ଗ୍ୟାଙ୍ଗର ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୋଲିସ। ଗିରଫ ଅଭିଯୁକ୍ତମାନେ ହେଲେ ସୋନୁ ଓରଫ ସନିଆ ଦାସ, ପିଙ୍କୁ ଓରଫ ଶଶିକାନ୍ତ ଭୋଇ, ସଞ୍ଜୟ ବେହେରା। ସମସ୍ତଙ୍କ ଘର ଭୋଇସାହିରେ।

ଜୋନ-୫-ଏସିପି ସଞ୍ଜୀବ ଶତପଥି କହିଛନ୍ତି, ‘‘ଗତ ଶୁକ୍ରବାର ଅଭିଯୋଗକାରିଣୀ ଓ ତାଙ୍କ ବନ୍ଧୁ ହଷ୍ଟେଲ ଆଗରେ ଛିଡ଼ା ହୋଇଥିଲେ। ସେମାନଙ୍କ ଉପରକୁ ଏହି ଦୁର୍ବୁତ୍ତ ମାନେ ପ୍ରଥମେ ଟେକା ମାରିଥିଲେ। ଯାହାକୁ ବିରୋଧ କରିବାରୁ ଯୁବତୀଙ୍କୁ ସଂଘବଦ୍ଧ ହୋଇ ଆକ୍ରମଣ କରିଥିଲେ। ଏହି ଘଟଣାରେ ଆହୁରି ୭ଜଣ ଫେରାର ଅଛନ୍ତି।

ସେପଟେ ରୋଡ଼ ରୋମିଓଙ୍କ ଉତ୍ପାତ ପରେ ପୋଲିସର ଚେତା ପଶିଲା। ଏହି ଘଟାଣ ପରେ ଲେଡ଼ିଜ ହଷ୍ଟେଲକୁ ଯିବେ ମହିଳା ପୋଲିସ। ହଷ୍ଟେଲରେ ଥିବା ଯୁବତୀଙ୍କ ସହ ଆଲୋଚନା କରି ସେମାନଙ୍କ ଅସୁବିଧା ବିଷୟରେ ପଚାରି ବୁଝିବେ।

ସେହିଭଳି ଲେଡ଼ିଜ ହଷ୍ଟେଲରେ ପାଳନ ହେଉନି ସୁରକ୍ଷା ଗାଇଡ଼ଲାଇନ। ସିସିଟିଭି ଠିକ ରଖିବା ସହ ସିକ୍ୟୁରୁଟି ଗାର୍ଡ଼ ରଖିବାକୁ ହଷ୍ଟେଲ ମାଲିକଙ୍କୁ ଅନୁରୋଧ କଲା ପୋଲିସ। ଯାହାକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ।

ପଢ଼ନ୍ତୁ ପୂରା ଖବର:  E-Scooter: ନୋ-କଷ୍ଟ ଇଏମ୍‌ଆଇରେ କିଣନ୍ତୁ ଇ-ସ୍କୁଟର

ରାଜଧାନୀରେ ଛତୁ ଫୁଟିଲା ପରି ଖୋଲୁଛି ହଷ୍ଟେଲ। ପ୍ରଶ୍ନ ଉଠୁଛି, ରାଜଧାନୀରେ କେତେଟି ରହିଛି ଲେଡିଜ ହଷ୍ଟେଲ? ଯେଉଁ ଘର ମାଲିକମାନେ ହଷ୍ଟେଲ କରିଛନ୍ତି ସ୍ଥାନୀୟ ପୋଲିସକୁ ଅବଗତ କରିଛନ୍ତି କି ନାହିଁ? ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ତଥ୍ୟ ଦିଆଯାଇଛି କି ନାହିଁ?
Published by:Lipina Das
First published: