ଭୁବନେଶ୍ୱରରେ ଏକ ହୋଟେଲରେ ଚାଲିଥିଲା ଜୁଆ ଆଡ୍ଡା; ୩ ବଙ୍ଗୀୟ ଯୁବତୀଙ୍କ ସହ ୧୩ ଜଣ ଗିରଫ

କ୍ୟାସିନୋ ଷ୍ଟାଇଲରେ ଚାଲିଥିବା ଜୁଆ ଆଡ୍ଡାରେ ତିନି ଜଣ ବଙ୍ଗୀୟ ଯୁବତୀ କଏନ୍ ଦେଉଥିଲେ ଓ ମଦ ପିଆଉଥିଲେ । ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଛନ୍ତି ମଦ ବ୍ୟବସାୟୀ, ବିଲଡର୍ ଓ ସୁନା ଦୋକାନୀ ।

ତିନି ଜଣ ବଙ୍ଗୀୟ ଯୁବତୀଙ୍କ ସହ ୧୩ ଜଣ ଗିରଫ ହୋଇଛନ୍ତି ।

ତିନି ଜଣ ବଙ୍ଗୀୟ ଯୁବତୀଙ୍କ ସହ ୧୩ ଜଣ ଗିରଫ ହୋଇଛନ୍ତି ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଥିବା ଏକ ହୋଟେଲକୁ କୋଭିଡ ନିୟମ ଉଲ୍ଲଙ୍ଘନ କରିବା ମହଙ୍ଗା ପଡି଼ଛି । ସହରରେ ସଟଡାଉନ୍‌ ଜାରି ଥିବା ସତ୍ତ୍ୱେ ହୋଟେଲ୍‌ ପେଣ୍ଟାଗନରେ ହାଇ-ପ୍ରୋଫାଇଲ୍‌ ଜୁଆ ଖେଳ ଚାଲିଥିଲା । ସେଇଥି ପାଇଁ କଟକ ରୋଡ଼ରେ ଥିବା ଏହି ହୋଟେଲକୁ ସିଲ୍‌ କରିଛି ବି.ଏମ୍‌.ସି. ।

ଶନିବାର ରାତିରେ ହୋଟେଲ ପେଣ୍ଟଆଗନରେ କ୍ୟାସିନୋ ଷ୍ଟାଇଲରେ ଜୁଆ ଖେଳ ଚାଲିଥିଲା । ଖବର ପାଇ କମିସନରେଟ ପୋଲିସର ତିନୋଟି ଟିମ ଚଢ଼ାଉ କରିଥିଲା । ୧୦ ଜଣ ଜୁଆଡ଼ିଙ୍କ ସମେତ ତିନି ଜଣ ବଙ୍ଗୀୟ ଯୁବତୀଙ୍କୁ ସେଠାରୁ ଗିରଫ କରି କୋର୍ଟ ଚାଲାଣ କରିଛି ଲଷ୍ମୀସାଗର ଥାନା ପୋଲିସ । ଗିରଫ ଜୁଆଡ଼ିଙ୍କ ମଧ୍ୟରେ ଅଛନ୍ତି ମଦ ବ୍ୟବସାୟୀ, ବିଲଡର୍‌ ଓ ସୁନା ଦୋକାନୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ୩ଟି ଅଲିମ୍ପିକ୍ Gold ବିଜୟିନୀ ଆଥଲେଟ୍ କହିଲେ ସେ ମ୍ୟାଚ୍ ପୂର୍ବରୁ Sex କରନ୍ତି, କାରଣ ସଫଳତା ମିଳେ

‘‘ଶନିବାର ରାତି ପ୍ରାୟ ସାଢ଼େ ୮ଟା ବେଳେ ଆମେ ଚଢ଼ାଉ କରିଥିଲୁ । ହୋଟେଲର ଟପ୍‌ ଫ୍ଲୋରରେ ଦୁଇଟି ରୁମରେ ଚାଲିଥିଲା ଜୁଆ ଖେଳ । ପୂରା ବିଦେଶୀ ଢାଞ୍ଚାରେ ଜୁଆ ଖେଲୁଥିଲେ ଜୁଆଡ଼ିମାନେ । ତିନି ଜଣ ବଙ୍ଗୀୟ ଯୁବତୀ ସେମାନଙ୍କୁ କଏନ୍‌ ଦେଉଥିଲେ ଓ ମଦ ପିଆଉଥିଲେ । ପୂର୍ବରୁ ଯଦିଓ ଜୁଆ ଆଡ୍ଡା ଉପରେ ବହୁ ବାର ରେଡ଼ ହୋଇଛି, ହେଲେ କ୍ୟାସିନୋ ଷ୍ଟାଇଲରେ ଚାଲିଥିବା ଏହି ଜୁଆ ଖେଳ ଉପରେ ରେଡ୍‌ କରି ଏହାର ପର୍ଦାଫାସ କରିବା କମିସନରେଟ ପୋଲିସ ପାଇଁ ପ୍ରଥମ ଘଟଣା,’’ କହିଛନ୍ତି ଭୁବନେଶ୍ୱର କମିସନରେଟ ପୋଲିସର ଜୋନ୍‌-୪ ଏସିପି ରଜତ ରାୟ ।

ହୋଟେଲରେ ଜୁଆ ପାଇଁ ସଜାହୋଇଥିବା ଗୋଟିଏ ଟେବୁଲ୍


ଏହା ବି ପଢ଼ନ୍ତୁ | କଶ୍ମୀରରେ ଆଉ ଜଣେ BJP ନେତାଙ୍କୁ ହତ୍ୟା କଲେ ଆତଙ୍କବାଦୀମାନେ; ସପ୍ତାହକରେ ଏହା ଦ୍ୱିତୀୟ ହତ୍ୟା

ମୋଟ ୧୩ ଜଣ ଲୋକ ଏହି ମାମଲାରେ ଗିରଫ ହୋଇଛନ୍ତି । ସେମାନଙ୍କ ପାଖରୁ ୨.୫୩ ଲକ୍ଷ ଟଙ୍କା, ଜୁଆ ଖେଳରେ ବ୍ୟବହୃତ କାର୍ଡ଼ ଓ ମଦ ବୋତଲ ଆଦି ଜବତ କରାଯାଇଛି । ହୋଟେଲର ସିସିଟିଭି ଫୁଟେଜକୁ ଜବତ କରାଯାଇ ଏବେ ତଦନ୍ତ କରାଯାଉଛି ବୋଲି ହକହିଛନ୍ତି ରାୟ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ତୃତୀୟ ସନ୍ତାନକୁ ସ୍ତନ୍ୟପାନ କରାଉଥିବାର ଫଟୋ ଶେୟାର୍ କଲେ ମଡେଲ୍-ଅଭିନେତ୍ରୀ ଲିସା ହେଡନ୍

ଗିରଫ ହୋଇଥିବା ୧୦ ଜଣ ହେଲେ ପବିତ୍ର ମୋହନ ବିଶ୍ୱାଳ, ମନୋରଞ୍ଜନ ରାଉତ, ଏମ.ଡ଼ି ଅବଦୁଲ ଆସିକ, ବିଭୁଦତ୍ତ ପାତ୍ର, ସୌକେନ ସାଙ୍ଗେନେରୀଆ, ନାରାୟଣ ମହାପାତ୍ର, ପ୍ରଭଞ୍ଜନ ମହାନ୍ତି, ଅରମିନ୍ଦ୍ର ମିଶ୍ର, ଅଭିରାମ ସୁବୁଦ୍ଧି ଓ ପୂର୍ଣଚନ୍ଦ୍ର ସାହୁ ।



କୋଭିଡ ସମୟରେ ସଟଡାଉନ୍‌ ଜାରି ଥିବା ବେଳେ ହୋଟେଲର ବାର୍‌ ଖୋଲିବା ଓ ଏକାଠି ହୋଇ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ହୋଟେଲ ପେଣ୍ଟାଗନକୁ ସିଲ କରିଛି ବି.ଏମ.ସି.। ବି.ଏମ.ସି. ଡେପୁଟି କମିଶନର ଅଂଶୁମାନ ରଥ କହିଛନ୍ତି, ‘‘ଏବେ ଭୁବନେଶ୍ୱରରେ ସପ୍ତାହନ୍ତ ସଟଡାଉନ୍‌ ଚାଲିଛି । ଏହି ସମୟରେ ନିୟମ ଉଲ୍ଲଙ୍ଘନ କରିବା ସହ ବାର୍‌ ଖୋଲିବା ଅଭିଯୋଗ ଆମକୁ ମିଳିଥିଲା । ହୋଟେଲକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରାଯାଇଛି । ଏହା ସହ ହୋଟେଲ ମାଲିକଙ୍କୁ ମଧ୍ୟ ନୋଟିସ କରାଯାଇଛି । ହୋଟେଲରେ ରହୁଥିବା ଅନ୍ୟ ଲୋକଙ୍କୁ ହୋଟେଲ ଛାଡି଼ବାକୁ ନିର୍ଦ୍ଦେଶ ଦିଆଯାଇଛି ।’’
Published by:Anand S.T. Das
First published: