ଭୁବନେଶ୍ୱରରେ ୧ କୋଟି ଟଙ୍କାର ଖେଳ ଓ ପୋଲିସ: ୨ କନଷ୍ଟେବଲ୍ ନିଲମ୍ବିତ, ହେଲେ SI ‘ସ୍କାନର୍‌ରେ’

ତିନି ଜଣ ଖାକି ବର୍ଦ୍ଦିଧାରୀଙ୍କଠାରୁ ପାଖାପାଖି ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା । ଦୁଇ ଜଣ କନେଷ୍ଟବଳଙ୍କୁ ଗିରଫ କରି ଜେଲକୁ ପଠାଗଲା, ହେଲେ ସବ୍-ଇନ୍ସପେକ୍ଟର ବିଜୟ ଦାଶଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠିଛି ।

ଭୁବନେଶ୍ୱରରେ ୧ କୋଟି ଟଙ୍କାର ଖେଳ ଓ ପୋଲିସ: ୨ କନଷ୍ଟେବଲ୍ ନିଲମ୍ବିତ, ହେଲେ SI ‘ସ୍କାନର୍‌ରେ’
ଜବତ ହୋଇଥିବା ଟଙ୍କା ଓ (ଡାହାଣ) ସବ୍-ଇନ୍ସପେକ୍ଟର ବିଜୟ ଦାଶ
  • News18 Odia
  • Last Updated: April 29, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମଙ୍ଗଳବାର ଦିନ ଭୁବନେଶ୍ୱରର ଏକ ହୋଟେଲରେ ଏକ କୋଟି ଟଙ୍କାର ହୱାଲା କାରବାର ଚାଲିଥିବା ବେଳେ ରେଡ୍‌ କରିବାକୁ ଯାଇ ସେଥିରୁ ପାଖାପାଖି ୨୫ ଲକ୍ଷ ଟଙ୍କା ହାତେଇଥିବା ତିନି ଜଣ ପୋଲିସ କର୍ମୀଙ୍କ ମଧ୍ୟରୁ ଦୁଇ ଜଣ କନଷ୍ଟେବଲଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ସେମାନଙ୍କ ସହ ଥିବା ଜଣେ ସବ୍‌-ଇନସ୍ପେକ୍ଟରଙ୍କୁ ନିଲମ୍ବନ ନ କରି ଏବେ ‘‘ସ୍କାନର୍‌’’ରେ ରଖିଛି କମିଶନରେଟ୍‌ ପୋଲିସ ।

ଜବତ ହୋଇଥିଲା ୯୯ ଲକ୍ଷ ୫୦ ହଜାର ଟଙ୍କା । ଏହି ମାମଲାର ତଦନ୍ତ ପାଇଁ ଆୟକର ବିଭାଗକୁ ଚିଠି ଲେଖିଛି କମିସନରେଟ ପୋଲିସ । ଟଙ୍କା ଆଣିଥିବା ମୟୁରଭଞ୍ଜ କରଞ୍ଜିଆର ଯୁବ ବ୍ୟବସାୟୀ କମଲ ସାହା ଏହି ଟଙ୍କା ଯେ ତାଙ୍କର ସେ ବିଷୟରେ କୌଣସି କାଗଜପତ୍ର ଦାଖଲ କରିପାରୁ ନାହାନ୍ତି । ତେଣୁ ଏତେ ଟଙ୍କା କେଉଁଠୁ ଆସିଲା ସେ ନେଇ ଚେର ଖୋଜିବ ଆୟକର ବିଭାଗ ।

ଏହା ବି ପଢ଼ନ୍ତୁ | Exit Polls 2021: ବେଙ୍ଗଲରେ ମମତା ରହିପାରନ୍ତି, ଆସାମରେ BJP; ଜାଣନ୍ତୁ କେତେ ବ୍ୟବଧାନରେ

ସବ୍-ଇନ୍ସପେକ୍ଟର ବିଜୟ ଦାଶ


ଏହା ବି ପଢ଼ନ୍ତୁ | Reliance Foundation ଜାମ୍ନଗରରେ ,୦୦୦ ବେଡ୍ COVID ହସପିଟାଲ୍ ଖୋଲିବ; ମାଗଣା ଚିକିତ୍ସା

‘‘ମଙ୍ଗଳବାର ରାତିରେ ଆମେ ଖବର ପାଇଥିଲୁ ଯେ 'ମା ଫରେଷ୍ଟ୍‌ ପାର୍କ୍‌ ଲଜ୍‌'ର ରୁମ୍‌ ନମ୍ବର୍‌ ୫୦୨ରେ ବେଟିଂ ଚାଲିଛି । ମୁଁ ସ୍ପେଶାଲ୍‌ ସ୍କ୍ୱାର୍ଡର ସବ ଇନ୍ସପେକ୍ଟର ବିଜୟ ଦାଶଙ୍କୁ ରେଡ଼ କରିବାକୁ ପଠାଇଥିଲି । ହେଲେ କିଛି ସମୟ ପରେ କୌଣସି ସୂଚନା ନ ଆସିବାରୁ ଏୟାରପୋର୍ଟ ଥାନାକୁ ଘଟଣା ସ୍ଥଳକୁ ପଠାଇଥିଲି । ଏୟାରପୋର୍ଟ ପୋଲିସ ପହଞ୍ଚି ରେଡ଼ କରିଥିଲା । ଏକ ବ୍ୟାଗ ଭିତରେ ୯୯ ଲକ୍ଷ ୫୦ ହଜାର ଟଙ୍କା ଜବତ କରିଥିଲୁ । ନଅ ଜଣଙ୍କୁ ଗିରଫ କରିଥିଲୁ । ଗିରଫ ଲୋକଙ୍କ ମଧ୍ୟରେ ଥିଲେ ତିନି ଜଣ ପୋଲିସ କର୍ମଚାରୀ – ଭୁବନେଶ୍ୱର ୟୁପିଡିର ଦୁଇ ପୋଲିସ କନେଷ୍ଟବଳ ଦିଲ୍ଲୀପ ମଲ୍ଲିକ ଓ ସନ୍ଦୀପ୍ତ ପୃଷ୍ଟି ସବ୍‌-ଇନ୍ସପେକ୍ଟର ବିଜୟ ଦାଶ । ଦୁଇ ପୋଲିସ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଛି । ସବ୍‌-ଇନ୍ସପେକ୍ଟର ବିଜୟ ଦାଶଙ୍କ ଭୂମିକାକୁ ନେଇ ସନ୍ଦେହ ଥିବାରୁ ତାଙ୍କୁ ସ୍କାନରରେ ରଖିଛୁ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

ଡିସିପି କହିଛନ୍ତି ଯେ ଯଦିଓ ପ୍ରଥମେ ସୂଚନା ମିଳିଥିଲା ଯେ ହୋଟେଲରେ ବେଟିଂ ଚାଲିଛି, ତଦନ୍ତ ପରେ ଜଣା ପଡି଼ଥିଲା ଯେ ତାହା ବେଟିଂ ନୁହେଁ, ବରଂ ଏକ ପ୍ରକାରର ଠକେଇ ଥିଲା । ‘‘ଟଙ୍କା ଦୁଇ ଗୁଣ କରିବା ଭଳି ଲୋଭନୀୟ ସ୍କିମ୍‌ ଜରିଆରେ ଏମାନେ ଠକେଇ କରୁଥିଲେ । ଏହି ଘଟାଣର ମାଷ୍ଟରମାଇଣ୍ଡ୍‌ ପ୍ରଶାନ୍ତ ପଣ୍ଡାର ରାଜ୍ୟ ବାହାର ପର୍ଯ୍ୟନ୍ତ ଚେର ଲମ୍ବିଛି । ତେଣୁ ତାକୁ ରିମାଣ୍ଡ ରେ ଆଣି ପଚରାଉଚରା କରାଯିବ । ଗିରଫ ହୋଇଥିବା ଦୁଇ ଜଣ କନେଷ୍ଟବଳ ଡ୍ୟୁଟିରେ ନ ଥିଲେ । କିନ୍ତୁ ସେମାନେ ୟୁନିଫର୍ମ ପିନ୍ଧି ଲଜ ଭିତରେ ଥିଲେ । ବ୍ୟବାସାୟୀ କମଲଙ୍କ କହିବା ଅନୁସାରେ ସେ ଏକ କୋଟି ଟଙ୍କା ଆଣିଥିଲେ । ହେଲେ ସେଥିରୁ ୫୦ହଜାର ଟଙ୍କା କମ୍‌ ମିଳିଥିଲା । ତେଣୁ ସେ ଟଙ୍କା କିଏ ନେଇଛି ତା’ର ବି ତଦନ୍ତ ଚାଲିଛି,’’ କହିଛନ୍ତି ଡିସିପି ଉମାଶଙ୍କର ଦାଶ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମୁଁ ଥର ଗର୍ଭଧାରଣ କରିବା ପରେ ବୁଝିଲି ଶିଶୁ ଫୁଲା ସମୟରେ କେମିତି ଡ୍ରେସ୍ ପିନ୍ଧନ୍ତି’: ଲିସା ହେଡନ୍

ଡିସିପି ଉମାଶଙ୍କର ଦାଶ


ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

ଖାକି ବର୍ଦ୍ଦି ପିନ୍ଧି ପୋଲିସ କର୍ମୀ ଅପରାଧୀମାନଙ୍କ ସହ ହାତ ମିଶାଇବା ଘଟଣା ସାମନାକୁ ଆସିବା ପରେ କମିଶନରେଟ୍‌ ପୋଲିସର ପ୍ରତିଷ୍ଠା ଉପରେ ଆଞ୍ଚ ଆସିଛି ବୋଲି କୁହାଯାଉଛି । ଦୁଇ ଜଣ କନେଷ୍ଟବଳଙ୍କୁ ଗିରଫ କରି ଜେଲକୁ ପଠାଯିବା ସତ୍ତ୍ୱେ ସବ୍‌-ଇନ୍ସପେକ୍ଟର ବିଜୟ ଦାଶଙ୍କ ଉପରେ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ ବୋଲି ପ୍ରଶ୍ନ ଉଠିଛି ।



ପୋଲିସର ଭୂମିକାକୁ ନେଇ ପ୍ରଶ୍ନ ଉଠିବା ପରେ ସ୍କାନରରେ ଥିବା ସବ୍‌-ଇନ୍ସପେକ୍ଟର ବିଜୟ ଦାଶଙ୍କୁ ରାତିଅଧିଆ ପୋଲିସ ରିଜର୍ଭକୁ ପଠାଇ ଦିଆଯାଇଥିଲା । ସେ ପୂର୍ବରୁ ଅପରାଧୀଙ୍କ ସହ ସମ୍ପର୍କରେ ଥିଲେ ନା ଘଟଣା ସ୍ଥଳରେ କୋଟିଏ ଟଙ୍କା ଦେଖି ନିଜ ଦାୟିତ୍ୱ ଭୁଲିଗଲେ ତାକୁ ନେଇ ପ୍ରଶ୍ନ ଉଠିଛି । ସବ୍‌-ଇନ୍ସପେକ୍ଟର ବିଜୟ ଦାଶଙ୍କ ସହ ଫୋନରେ ଯୋଗାଯୋଗ କରିବା ସଫଳ ହୋଇନାହିଁ କାରଣ ତାଙ୍କ ମୋବାଇଲ ଫୋନ୍‌ ସ୍ୱିଚ୍‌-ଅଫ୍‌ ଅଛି ।
Published by: Anand ST Das
First published: April 29, 2021, 11:57 PM IST