ଆତ୍ମହତ୍ୟା ପୂର୍ବରୁ କାହିଁକି ମୋବାଇଲ୍ ଫୋନରୁ କଲ୍ ଡିଟେଲ୍ସ୍ ଡିଲିଟ୍ କଲେ ଡି-ଫାର୍ମା ଛାତ୍ରୀ ରୂପାଲି?

‘‘ମାଆ, ବାବା I am sorry । ମୁଁ ମୋ’ ଲାଇଫ୍‌ରେ ତୁମ ପାଇଁ କିଛି କରିପାରିଲିନି…’’ ଜୀବନ ହାରିବା ପୂର୍ବରୁ ଏହା ହିଁ ଥିଲା ରୂପାଲିଙ୍କ ହାତଲେଖା ଚିଠିର ଶେଷ ଧାଡ଼ି । ଘରେ ଥିବା ବେଳେ ରୂପାଲି କୌଣସି ଚ଼ିନ୍ତା ବା ଚ଼ାପରେ ନ ଥିଲେ ବୋଲି କାନ୍ଦି କାନ୍ଦି କହିଛନ୍ତି ତାଙ୍କ ମା’ । ଠିକ୍ ସପ୍ତାହେ ତଳେ (ଜାନୁଆରି ୨) ଭୁବନେଶ୍ୱରର ସିଲିକନ୍ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଝୁମା ଦେବନାଥ ବି ଆତ୍ମହତ୍ୟା କରିଥିଲେ ।

ଆତ୍ମହତ୍ୟା ପୂର୍ବରୁ କାହିଁକି ମୋବାଇଲ୍ ଫୋନରୁ କଲ୍ ଡିଟେଲ୍ସ୍ ଡିଲିଟ୍ କଲେ ଡି-ଫାର୍ମା ଛାତ୍ରୀ ରୂପାଲି?
ରୂପାଲି ରୂପ୍ରନଜିତା ଦାସ
  • News18 Odia
  • Last Updated: January 10, 2020, 12:01 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀର ସରକାରୀ ପଲିଟେକନିକ୍ କଲେଜ୍‌ର ଡି-ଫାର୍ମା ଛାତ୍ରୀ ରୂପାଲି ରୂପ୍ରନଜିତା ଦାସଙ୍କ ଆତ୍ମହତ୍ୟା ପଛର କାରଣ ଉଦ୍ଭେଦନ ପାଇଁ ପୋଲିସ୍‌ର ତଦନ୍ତ ମୁଖ୍ୟତଃ ଦୁଇଟି ବିନ୍ଦୁ ଉପରେ କେନ୍ଦ୍ରୀଭୂତ ହୋଇଛି – ତାଙ୍କର ଗୋଟେ ହାତଲେଖା ଚ଼ିଠି ଓ ସେ ନିଜ ମୋବାଇଲ୍‌ ଫୋନ୍‌ରୁ ଡିଲିଟ୍‌ କରିଦେଇଥିବା ତାଙ୍କ ଶେଷ କଲ୍‌ଗୁଡ଼ିକର ନମ୍ବର୍‌ ।

ପୋଲିସ ରୂପାଲିଙ୍କ ହାତଲେଖା ଚ଼ିଠିଟି ଜବତ କରିଥିବା ବେଳେ ତାଙ୍କ ମୋବାଇଲ୍‌ ଫୋନ୍‌ର କଲ୍‌ ଡିଟେଲ୍‌ସ୍‌ ପାଇବା ପାଇଁ ସମ୍ବନ୍ଧିତ ମୋବାଇଲ୍‌ ସେବା କମ୍ପାନୀକୁ ଅନୁରୋଧ କରିବା ପାଇଁ ନିଷ୍ପତ୍ତି ନେଇଛି ।

ହଷ୍ଟେଲ୍‌ର ଏକ ରୁମ୍‌ରୁ ରୂପାଲିଙ୍କ ଝୁଲନ୍ତା ମୃତଦେହ ସହ ହାତଲେଖା ଚିଠି ଜବତ କରିଛି ପୋଲିସ । ଆତ୍ମହତ୍ୟା ପୂର୍ବରୁ ରୂପାଲି ଲେଖିଥିବା ଏହି ଚିଠି ପରିବାରକୁ ଚିନ୍ତାରେ ପକାଇଛି ।  ତେବେ ସେ ଚ଼ିଠିର ମୁଖ୍ୟ ବିଷୟବସ୍ତୁ କ’ଣ ସେ ସମ୍ପର୍କରେ କହିବାକୁ ପୋଲିସ୍‌ ମନା କରିଦେଇଛି ।

‘‘ମାଆ, ବାବା I am sorry । ମୁଁ ମୋ’ ଲାଇଫ୍‌ରେ ତୁମ ପାଇଁ କିଛି କରିପାରିଲିନି…’’ ଜୀବନ ହାରିବା ପୂର୍ବରୁ ଏହା ହିଁ ଥିଲା ରୂପାଲିଙ୍କ ହାତଲେଖା ଚିଠିର ଶେଷ ଧାଡ଼ି ।

ରୂପାଲିଙ୍କ ଘର କଳିଙ୍ଗନଗର ନିକଟରେ ।


ରୂପାଲି ଭୁବନେଶ୍ୱରସ୍ଥିତ ତାଙ୍କ କଲେଜ୍‌ ହଷ୍ଟେଲରେ ରହୁଥିଲେ । ଡିସେମ୍ବର ୨୨ରୁ ଜାନୁୟାରୀ ୨ ପର୍ଯ୍ୟନ୍ତ ସେ ଯାଜପୁର ଜିଲ୍ଲାର କଳିଙ୍ଗନଗର ନିକଟ କୁମ୍ଭୀରଗାଡ଼ିଆ ଗାଁରେ ନିଜ ଘରେ ଥିଲେ । ତାଙ୍କ ଝୁଲନ୍ତା ମୃତ ଦେହ ହଷ୍ଟେଲ୍‌ର ତାଙ୍କ କୋଠରୀରୁ ବୁଧବାର (ଜାନୁଆରି ୮) ମିଳିଥିଲା ।

‘‘ଗାଁରେ ଥିବା ବେଳେ ମୋ’ ଝିଅ କୌଣସି ଚ଼ିନ୍ତା କିମ୍ବା ଚ଼ାପରେ ଥିଲା ବୋଲି ଆଦୌ ଲାଗୁ ନ ଥିଲା । ହଠାତ୍ କାହିଁକି ସେ ଆତ୍ମହତ୍ୟା ଭଳି କଠୋର ନିଷ୍ପତ୍ତି ନେଲା, ତାହା ବୁଝିବା ଆମ ପାଇଁ ଖାଲି କଷ୍ଟ ନୁହେଁ, ଅସମ୍ଭବ ଲାଗୁଛି,’’ କାନ୍ଦି କାନ୍ଦି କହିଛନ୍ତି ତାଙ୍କ ମା’ ପୁଷ୍ପାଞ୍ଜଳି ଦାସ ।

ଆତ୍ମହତ୍ୟା ପୂର୍ବରୁ ଅର୍ଥାତ୍ ବୁଧବାର ଅପରାହ୍ଣ ୪ଟା ୨୦ ମିନିଟ୍ ପୂର୍ବରୁ ରୁପାଲି ନିଜ ମୋବାଇଲ ଫୋନରୁ ଯେଉଁମାନଙ୍କ ସହ କଥାବାର୍ତ୍ତା ହୋଇଥିଲେ ସମସ୍ତଙ୍କ ନମ୍ବର ସେ ଡିଲିଟ କରି ଦେଇଛନ୍ତି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ପ୍ରଶ୍ନ ଉଠୁଛି ଯେ ସେ କାହିଁକି ଆତ୍ମହତ୍ୟା ପୂର୍ବରୁ ଡାଏଲ ନମ୍ବର ଗୁଡିକ ଡିଲିଟ୍ କଲେ? ବୁଧବାର ଏମିତି କାହା ସହ ଦିନ ତମାମ କଥାବାର୍ତ୍ତା ହୋଇଥିଲେ ରୂପାଲି ? ଆତ୍ମହତ୍ୟା ପଛରେ ଡାଏଲ ନମ୍ବର ଡିଲିଟ୍‌ କରିବାର କି ଲିଙ୍କ୍ ରହିଛି?

‘‘ପୋଲିସ ଏବେ ଘଟଣାର ତଦନ୍ତ କରୁଛି । ଆମେ ରୂପାଲିର କିଛି ସାଙ୍ଗସାଥୀଙ୍କ ବୟାନ ରେକର୍ଡ କରିଛୁ । ହେଲେ ରୂପାଲି ସେ ସେଭଳି କୌଣସି ଚ଼ାପରେ ଥିବା ଭଳି ତାଙ୍କ ସାଙ୍ଗସାଥୀମାନେ କେବେ ଦେଖି ନାହାଁନ୍ତି । ସବିଶେଷ ତଥ୍ୟ ପୋଲିସ ତଦନ୍ତରୁ ଜଣା ପଡ଼ିବ,’’ କହିଛନ୍ତି ସରକାରୀ ପଲିଟେକନିକ୍ କଲେଜର ଅଧ୍ୟକ୍ଷା ନୀଳିମା ସାହୁ ।

ଗୁରୁବାର ପରିବାର ଲୋକଙ୍କ ଉପସ୍ଥିତିରେ ରୂପାଲିଙ୍କ ଶବ ବ୍ୟବଚ୍ଛେଦ କରାଯାଇଛି । ତାଙ୍କ ମୋବାଇଲ୍ ଫୋନ୍ ଜବତ କରି ସାଇବର୍‌ ଏକ୍ସପର୍ଟଙ୍କ ସହାୟତା ଲୋଡ଼ିଛି ତଦନ୍ତକାରୀ ପୋଲିସ ଦଳ ।

ଜାନୁଆରି ୨ରେ ସିଲିକନ୍‌ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଝୁମା ଦେବନାଥ ଆତ୍ମହତ୍ୟା କରିଥିଲେ ।


ଏହା ପୂର୍ବରୁ ଠିକ୍‌ ସପ୍ତାହେ ତଳେ ଅର୍ଥାତ୍‌ ଜାନୁଆରି ୨ ତାରିଖରେ ଭୁବନେଶ୍ୱରର ସିଲିକନ୍‌ ଇଞ୍ଜିନିୟରିଂ କଲେଜର ଛାତ୍ରୀ ଝୁମା ଦେବନାଥ ଆତ୍ମହତ୍ୟା କରିଥିଲେ । ସେ କମ୍ପ୍ୟୁଟର ସାଇନସ୍‌ର ତୃତୀୟ ବର୍ଷର ଛାତ୍ରୀ ଥିଲେ ଓ ତ୍ରିପୁରା ରାଜ୍ୟର ମୂଳ ନିବାସୀ ଥିଲେ ।

ସର୍ଚ୍ଚ ବେଳେ ଝୁମାଙ୍କ ରୁମରୁ ମିଳିଥିବା ତାଙ୍କ ଲାପଟପ୍ ଓ ଡାଏରିରୁ ଆତ୍ମହତ୍ୟା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ପୋଲିସ ତଦନ୍ତ ଜାରି ରଖିଛି ।
First published: January 10, 2020, 12:01 AM IST
corona virus btn
corona virus btn
Loading