ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଟେକନିକାଲ ସ୍କୁଲରେ କୁକିଂ କ୍ଳାସ; ଭୁବନେଶ୍ୱର ସରକାରୀ ITI ଦେଉଛି ରୋଷେଇ ପ୍ରଶିକ୍ଷଣ

ଟେକନିକାଲ ସ୍କୁଲରେ କୁକିଂ କ୍ଳାସ; ଭୁବନେଶ୍ୱର ସରକାରୀ ITI ଦେଉଛି ରୋଷେଇ ପ୍ରଶିକ୍ଷଣ

ଭୁବନେଶ୍ୱର ସରକାରୀ ଆଇ.ଟି.ଆଇ. ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଗାଇ ଦେଉଛି ହସ୍ପିଟାଲିଟି କୋର୍ସ। ଯେଉଁଥିରେ କୁକିଂ, ବେକିଂ ପାଲଟିଛି ମୁଖ୍ୟ ଆକର୍ଷଣ।

ଟେକନିକାଲ ସ୍କୁଲରେ କୁକିଂ କ୍ଳାସ; ଭୁବନେଶ୍ୱର ସରକାରୀ ITI ଦେଉଛି ରୋଷେଇ ପ୍ରଶିକ୍ଷଣ
ଭୁବନେଶ୍ୱର ସରକାରୀ ITI ଦେଉଛି ରୋଷେଇ ପ୍ରଶିକ୍ଷଣ
  • News18 Odia
  • Last Updated: October 8, 2021, 9:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଟେକ୍ନିକାଲ ସ୍କୁଲରେ କୁକିଂ କ୍ଳାସ। ତାଲିମ ସାଙ୍ଗକୁ ରୋଜଗାର କରି ଶିଖୁଛନ୍ତି ଭୁବନେଶ୍ୱର ଆଇ.ଟି.ଆଇ ଛାତ୍ରଛାତ୍ରୀ। କୁକିଂ, ବେକିଂ ଆଉ ସେଲିଂ ଭଳି ଶିକ୍ଷା ଯୋଗାଇ ଦେଇ ପିଲାଙ୍କୁ କରୁଛି ଆତ୍ମନିର୍ଭରଶୀଳ। ପଞ୍ଚତାରକା ହୋଟେଲରେ ସେଫ୍ ହୁଅନ୍ତୁ କିମ୍ବା ନିଜର ବ୍ୟବସାୟ ପ୍ରତିଷ୍ଠାନ ପାଇଁ ତାଲିମ ସବୁ ପ୍ରକାରର ମିଳୁଛି ପ୍ରଶିକ୍ଷଣ। ତା ସାଙ୍ଗକୁ ସରକାରୀ ପ୍ରୋତ୍ସାହନ ଯୁବତୀମାନଙ୍କୁ କରିଛି ଅଧିକ କୁଶଳୀ।

ଆଇ.ଟି.ଆଇ. ପକ୍ଷରୁ କୁହାଯାଇଛି ମନକୁ ଆସେ ଇଲେକ୍ଟ୍ରିକାଲ, ମେକାନିକାଲ କିମ୍ବା ରୋବରଟିକ୍ସ ପାଠପଢ଼ା। ହେଲେ ଭୁବନେଶ୍ୱର ସରକାରୀ ଆଇ.ଟି.ଆଇ. ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଗାଇ ଦେଉଛି ହସ୍ପିଟାଲିଟି କୋର୍ସ। ଯେଉଁଥିରେ କୁକିଂ, ବେକିଂ ପାଲଟିଛି ମୁଖ୍ୟ ଆକର୍ଷଣ। ଫାଇଭ ଷ୍ଟାର ହୋଟେଲ କି ରେଷ୍ଟୁରାଣ୍ଟରେ ମିଳୁଥିବା ଖାଦ୍ୟ ପାନୀୟ ହେଉ କିମ୍ବା ବଜାରରେ ମିଳୁଥିବା ଅତ୍ୟାଧୁନିକ ଖାଦ୍ୟ ସେ ସବୁର ପ୍ରଶିକ୍ଷଣ ଦିଆଯାଉଛି ଆଇ.ଟି.ଆଇ.ରେ। କେକ, ପେଟିସ୍, ପିଜା, ବର୍ଗର, ସାଣ୍ଡଉଇଚ, ମକଟେଲ ସହ ଭଳିକି ଭକି କୁକିଜ୍ ତିଆରି କରୁଛନ୍ତି ତା ପୁଣି ସେଫ ଅନ୍ଦାଜରେ।। ୧ ବର୍ଷର କୋର୍ସ ସାଙ୍ଗକୁ ମେ ଫେୟାର, ମାରିଆନ, ସ୍ୱସ୍ତି ଭଳି ତାରକା ହୋଟେଲରେ କାମ ଶିଖିବା ପାଇଁ ଟ୍ରେନିଂ ସୁଯୋଗ ରହିଛି। ଖାଲି ଯେ ରୋଷେଇ କରିବା ଶିଖିବା ନୁହେଁ ବରଂ ବ୍ୟବସାୟ କରିବା ମଧ୍ୟ ଶିଖାଯାଉଛି। ସେଥିପାଇଁ ଆଇ.ଟି.ଆଇ. କଲେଜ ପରିସରରରେ ଖୋଲିଛନ୍ତି କାଉଣ୍ଟର। ପାଠ ପଢ଼ିବା ସହ ରୋଜଗାର ବି କରୁଛନ୍ତି ସବୁ ପିଲା।

"ଖାଲି ଇଲେକ୍ଟ୍ରିସିଆନ, ଫିଟର, ମେକାନିକ ଯେ ଆଇ.ଟି.ଆଇ. ପଢ଼ିବ ସେମିତି ନୁହେଁ। ରୋଷେଇ ବା କୁକିଂ ଆଦୌ ଛୋଟ ଭାବିବା କଥା ନୁହେଁ। ଆମେ ଆଇ.ଟି.ଆଇ.ରେ କୁକିଂ କ୍ଳାସ କରି ବଡ଼ ବଡ଼ ହୋଟେଲରେ କାମ କରିବାର ସୁଯୋଗ ପାଇଛୁ ଆଗକୁ ବି ଭଲ କାମ କରିବୁ ଓ ସଫଳ ହେବୁ ସେ ଆଶା ବି ଆମର ଅଛି,’’ କହିଛନ୍ତି ଛାତ୍ରୀ ସ୍ମିତା ଦାଶ।

ଆଇ.ଟି.ଆଇ. ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ଯୋଗାଇ ଦେଉଛି ହସ୍ପିଟାଲିଟି କୋର୍ସ


ଭୁବନେଶ୍ୱର ଆଇ.ଟି.ଆଇ.ପ୍ରଥମ ତଥା ଏକମାତ୍ର ଆଇ.ଟି.ଆଇ. ବୈଷୟିକ ଶିକ୍ଷାନୁଷ୍ଠାନ ଯେଉଁଠି ପିଲାଙ୍କୁ ଦିଆଯାଉଛି ରୋଷେଇ ସମ୍ବନ୍ଧୀୟ ଶିକ୍ଷା। ରାଜ୍ୟ ସରକାରଙ୍କ ସୁଦକ୍ଷା ଯୋଜନାରେ ମାଗଣା ଶିକ୍ଷା ସହ ଷ୍ଟାଇପେନର ସୁବିଧା ରହିଛି ଛାତ୍ରୀଙ୍କ ପାଇଁ। କୋର୍ସ ସରିବା ପରେ ଆତ୍ମନିର୍ଭରଶୀଳ ହେବା ପାଇଁ ମିଳୁଛି ଋଣ। ଗୋଟିଏ ବର୍ଷର କୋର୍ସରେ ରହିଛି ଫୁଡ଼ ବେଭରେଜ ଆସିଷ୍ଟାଣ୍ଟ ସର୍ଭିସ, ଫୁଡ଼ ପ୍ରଡ଼କ୍ସନ ଜେନେରାଲ ଓ ବେକେରି ଆଣ୍ଡ କନଫେସନାରୀ ପ୍ରଶିକ୍ଷଣ ବ୍ୟବସ୍ଥା। ସୁଦକ୍ଷା ଯୋଜନାରେ ଛାତ୍ରୀମାନଙ୍କୁ ଦେବାକୁ ପଡୁନାହିଁ ଗୋଟିଏ ଟଙ୍କା। ଏହା ସାଙ୍ଗକୁ ନିଜର ବ୍ୟବସାୟ ଆରମ୍ଭ କରିବା ପାଇଁ ରାଜ୍ୟ ସରକାର ଯୋଗାଇ ଦେଉଛନ୍ତି ବିନା ସୁଧରେ ଋଣ। କୁକିଂ ସାଙ୍ଗକୁ ପ୍ରଫେସନାଲ ତାଲିମ ମଧ୍ୟ ଦିଆଯାଉଛି ପିଲାଙ୍କୁ।

"ପିଲାଙ୍କୁ ଆତ୍ମନିର୍ଭରଶୀଳ କରିବା ଆମ କାମ। ରାଜ୍ୟ ସରକାର ଏଥି ପାଇଁ ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି। ସର୍ଭିସ ସେକ୍ଟରରେ ଆଜି ସମୟରେ ସବୁଠାରୁ ଭଲ ରୋଜଗାର ହେଉଛି। ଏଣୁ ଏଠି ସେହି ମାନେ ଆସି କାମ ଶିଖୁଛନ୍ତି ଯେଉଁମାନେ ରୋଜଗାର କ୍ଷମ ହେବାକୁ ଚାହୁଁନ୍ତି,’’ ଭୁବନେଶ୍ୱର ସରକାରୀ ଆଇ.ଟି.ଆଇ. ଅଧ୍ୟକ୍ଷା ଜିତାମିତ୍ର ଶତପଥୀ।

ଭୁବନେଶ୍ୱରର କିଛି ଛୋଟ ବଡ଼ ରେଷ୍ଟୁରାଣ୍ଟ ବର୍ତ୍ତମାନ ଆଇ.ଟି.ଆଇ. ପିଲାଙ୍କ ହାତ ତିଆରି ଜିନିଷ କିଣୁଥିବାବେଳେ ଖୁବ୍ ଶୀଘ୍ର ଏଫ.ଏସ.ଏସ.ଆଇ. ଓ ବି.ଏମ.ସି. ସାର୍ଟିଫିକେଟ ମଧ୍ୟ ମିଳିବ। ଯାହା ତାଙ୍କର ଖାଦ୍ୟକୁ ଦେବ ପରିଚୟ।
Published by: Lipina Das
First published: October 8, 2021, 9:40 AM IST