ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର ଛାତ୍ରୀ OLXରେ ନିଜ ପୁରୁଣା ଡ୍ରେସ୍ ବିକିବାକୁ ଯାଇ ହରେଇବସିଲେ ଟଙ୍କା

ଭୁବନେଶ୍ୱର ଛାତ୍ରୀ OLXରେ ନିଜ ପୁରୁଣା ଡ୍ରେସ୍ ବିକିବାକୁ ଯାଇ ହରେଇବସିଲେ ଟଙ୍କା

ନିଜର ପାଞ୍ଚଟି ଡ୍ରେସ୍ ବିକ୍ରି କରିବାକୁ ଛାତ୍ରୀ ଜଣକ OLXରେ ବିଜ୍ଞାପନ ଦେଇ ୩,୩୦୦ ଟଙ୍କା ଦର ରଖିଥିଲେ । ହେଲେ ଡ୍ରେସ୍ କିଣିବାକୁ ଆଗ୍ରହୀ ଗ୍ରାହକ ବୋଲି ବିଶ୍ୱାସ ଜଗାଇ ଜଣେ ସାଇବର୍ ଠକ ତାଙ୍କ ଠାରୁ ଲୁଟିନେଲା ୪,୦୦୦ ଟଙ୍କା ।

ଭୁବନେଶ୍ୱର ଛାତ୍ରୀ OLXରେ ନିଜ ପୁରୁଣା ଡ୍ରେସ୍ ବିକିବାକୁ ଯାଇ ହରେଇବସିଲେ ଟଙ୍କା
ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଛାତ୍ରୀ ଠକାମିର ଶିକାର ହୋଇଛନ୍ତି ।
  • News18 Odia
  • Last Updated: April 25, 2021, 11:48 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପୁରୁଣା ଜିନିଷ କିଣାବିକା ପାଇଁ ପ୍ରସିଦ୍ଧ ଅନଲାଇନ୍‌ ପ୍ଲାଟଫର୍ମ ଓ.ଏଲ୍‌.ଏକ୍ସ.ରେ (OLX) ନିଜର କେତେକ ପୁରୁଣା ଡ୍ରେସ୍‌ ବିକ୍ରି କରିବାକୁ ଯାଇ ନିଜ ବ୍ୟାଙ୍କ୍‌ ଆକାଉଣ୍ଟରୁ ୪,୦୦୦ ଟଙ୍କା ହରେଇଛନ୍ତି ଭୁବନେଶ୍ବରର ଜଣେ କଲେଜ ଛାତ୍ରୀ । ଡ୍ରେସ୍‌ ବିକ୍ରିରୁ ମୋଟ ୩,୩୦୦ ଟଙ୍କା ସେ ପାଇଥାନ୍ତେ, ହେଲେ ଟଙ୍କା ପାଇବା ବଦଳରେ ହରେଇଲେ ଟଙ୍କା ।

ଖଣ୍ଡଗିରି ଅଞ୍ଚଳରେ ରହୁଥିବା ଚିନ୍ମୟୀ ପ୍ରିୟଦର୍ଶିନୀ ନାମକ ଛାତ୍ରୀ ଠକାମିର ଶିକାର ହେବା ପରେ ସାଇବାର୍‌ ଥାନାରେ ଅଭିଯୋଗ କରିଛନ୍ତି । ତା’ ପରେ ତଦନ୍ତ ଆରମ୍ଭ କରିଛି କମିଶନରେଟ୍‌ ପୋଲିସର ସାଇବର୍ ସେଲ୍‌ ।

ଏହା ବି ପଢ଼ନ୍ତୁ | ୧୮ ବର୍ଷ ବା ଅଧିକ? କରୋନା ଟିକା ନେବା ପାଇଁ CoWin ଆପ୍ରେ କେମିତି ପଞ୍ଜୀକରଣ କରିବେ ଜାଣନ୍ତୁ

ରାଜ୍ୟ ବାହାରେ ପିଜି ପାଠ୍ୟକ୍ରମ ପଢ଼ୁଥିବା ଚିନ୍ମୟୀ ଏବେ ଭୁବନେଶ୍ୱରରେ ଅଛନ୍ତି । ନିଜର କିଛି ପୁରୁଣା ଡ୍ରେସ୍‌ ବିକ୍ରୀ କରିବାକୁ ସେ OLXରେ ବିଜ୍ଞାପନ ଦେଇଥିଲେ । ମୋ’ଟ ପାଞ୍ଚଟି ଡ୍ରେସ୍‌ ବିକ୍ରି କରିବାକୁ ୩,୩୦୦ ଟଙ୍କା ଦର ରଖିଥିଲେ । ବିଜ୍ଞାପନ ଦେବା ପରେ ତାଙ୍କ ପାଖକୁ ଏକାଧିକ ଫୋନ୍‌ କଲ୍‌ ଓ ଇନକ୍ୱାରୀ ଆସିଥିଲା । ସେ ଭିତରୁ ଦୁଇଟି କଲକୁ ଠିକ୍‌ ବୋଲି ଭାବି ସେମାନଙ୍କ କଲ୍‌ ରିସିଭ୍‌ କରିଥିଲେ ଚିନ୍ମୟୀ । ପ୍ରଥମ ଆଗ୍ରହୀ ଗ୍ରାହକ ଓଡ଼ିଆ ଥିଲେ ବି ପରେ ଅଧିକ ଆଗ୍ରହୀ ହୋଇ ନ ଥିଲେ । ଦ୍ଵିତୀୟ ଗ୍ରାହକ ଜଣକ ହିନ୍ଦୀରେ କଥା ହେବା ସହିତ ବିଜ୍ଞାପନରେ ଥିବା ସବୁ ଡ୍ରେସ୍‌ ନେବା ପାଇଁ ଆଗ୍ରହୀ ବୋଲି କହିଥିଲେ ।

ଏହା ବି ପଢ଼ନ୍ତୁ | କରୋନା ଟିକାର ପ୍ରଥମ ଡୋଜ୍ ନେବା ପରେ ସଂକ୍ରମିତ ହେଲେ ଦ୍ୱିତୀୟ ଡୋଜ୍ କେବେ ନେବା ଉଚିତ?

‘‘ସେହି ଲୋକ ଜଣକ ମୋତେ ନିଜ ନାଁ ଶାନ୍ତିକୁମାରୀ ବୋଲି କହିଥିଲେ । ସେ ଛୋଟମୋଟର ପୋଷାକ ବ୍ୟବସାୟ କରନ୍ତି ଓ ମୋ’ ଡ୍ରେସ୍‌ କିଣିଲେ ଦୁଇ ପଇସା ପାଇବେ ବୋଲି କହିଲେ । ତେଣୁ ଅନ୍ୟକୁ ଡ୍ରେସ୍‌ ବିକ୍ରି ନ କରି ତାଙ୍କୁ ସବୁ ଡ୍ରେସ୍‌ ଦେବା ପାଇଁ ସେ ଅନୁରୋଧ କରିଥିଲେ । ଏ ସବୁ କଥାରୁ ମୋ’ର ତାଙ୍କ ଉପରେ ବିଶ୍ୱାସ ବଢ଼ିଥିଲା,’’ କହିଛନ୍ତି ଚିନ୍ମୟୀ ।

ଏହା ବି ପଢ଼ନ୍ତୁ | ଗ୍ରାହକଙ୍କୁ ଲାଗିବ ଝଟକା! ଏବେ ଏହି ବ୍ୟାଙ୍କରୁ ଟଙ୍କା କାଢ଼ିବା ମହଙ୍ଗା ହେଲା; SMS ଚାର୍ଜ ବି ବଢ଼ିଲା

ପ୍ରଥମେ ସେ ଲୋକ ଜଣକ ଚିନ୍ମୟୀଙ୍କ ଘର ଠିକଣାରେ ଜଣେ ଲୋକ ହାତରେ ନଗଦ ଟଙ୍କା ପଠାଇ ଡ୍ରେସ୍‌ ନେବାକୁ ଆଗ୍ରହୀ ଥିଲେ । କିନ୍ତୁ ଡିଲ୍‌ ଫାଇନାଲ୍‌ ହେବା ପରେ ସେ ଅନଲାଇନରେ ଟ୍ରାନଜାକସନ କରିବେ ବୋଲି କହିଥିଲେ । ଚିନ୍ମୟୀ ପ୍ରଥମେ ଅରାଜି ଥିଲେ ବି ତାଙ୍କ ବାରମ୍ବାର ଅନୁରୋଧ ପରେ ତାଙ୍କ କଥାରେ ରାଜି ହୋଇଥିଲେ ।

ଏହା ବି ପଢ଼ନ୍ତୁ |ବାପାଙ୍କୁ କୁମ୍ଭ ମେଳାକୁ ଯିବାରୁ ବାରଣ କରିଥିଲି, ହେଲେ ସେ ଶୁଣି ଥିଲେ’: ଶ୍ରବଣ ରାଠୋଡ଼ଙ୍କ ପୁଅ

‘‘ପ୍ରଥମେ ସେ ମୋ ପାଖକୁ ପେଟିଏମ୍‌ ଆପରେ ଏକ କ୍ୟୁ.ଆର୍‌.‌ କୋଡ଼ ପଠାଇବା ସହ ଏକ ଟଙ୍କାର ପେମେଣ୍ଟ୍‌ କରିଥିଲେ । ମୋ’ର କିଛିଟା ବିଶ୍ବାସ ବଢ଼ିଲା । ସେ ମୋତେ ପଠାଇଥିବା କୋଡ଼କୁ ସ୍କାନିଂ କଲାରୁ ମୋ’ ଆକାଉଣ୍ଟରୁ ଏକ ଟଙ୍କା ପେମେଣ୍ଟ ଦେଖାଇଲା । ମୁଁ ପ୍ରତିବାଦ କରିବାରୁ ପୁଣି ଥରେ ସେ ମୋ’ ପାଖକୁ ଆଉ ଦୁଇଟି QR କୋଡ଼ ପଠାଇଲେ ଓ ତାକୁ ସ୍କାନିଂ କଲେ ମୋତେ ଟଙ୍କା ମିଳିବ ବୋଲି କହିଥିଲେ । ମୋ’ର ବିଶ୍ୱାସ ଜନ୍ମାଇବାକୁ ଏମିତି କରୁଥିଲା ସେ ଠକ,’’ କହିଛନ୍ତି ଚିନ୍ମୟୀ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମହିଳା ନିଜ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ କଲେ: ‘ଗୁପ୍ତାଙ୍ଗରେ ଲେମ୍ବୁ ଫିଟ୍କିରି ପୂରାଉଛନ୍ତି

ଚିନ୍ମୟୀ କହିଛନ୍ତି ଯେ ହୁଏତ ସେ ଠକ ପଠାଇଥିବା କୋଡ଼ ଦୁଇଟି ନକଲି ଥିଲା । ‘‘ତାହା ମର୍ଚ୍ଚାଣ୍ଟ୍‌ ପେମେଣ୍ଟ ଓ ତାକୁ ଦୁଇ ଥର ସ୍କାନିଂ କଲେ ମୋତେ ଟଙ୍କା ମିଳିଯିବ ବୋଲି ମୋ’ର ବିଶ୍ବାସ ଜନ୍ମଆଇବାକୁ ସେ ଚେଷ୍ଟା କରିଥିଲା । ପ୍ରଥମେ ସ୍କାନ୍‌ ପରେ ୧,୯୯୯ ଟଙ୍କା ତାକୁ ପେମେଣ୍ଟ୍‌ ହୋଇଗଲା । ଦ୍ୱିତୀୟ ଥର ବି ସମାନ ଅବସ୍ଥା ହେଲା । ଦୁଇଟି ଯାକ ପେମେଣ୍ଟ୍‌ ତା’ ଆକାଉଣ୍ଟକୁ ଗଲା ପରେ ବି ସେ ମୋତେ ସେହି କୋଡ଼ରେ ପୁଣି ଟଙ୍କା ପେମେଣ୍ଟ କଲେ ମୋତେ ମୋ’ ପଇସା ମିଳିଯିବ ବୋଲି କହିଲା । କିନ୍ତୁ ମୁଁ ତା କଥାରେ ଆଉ ପଡ଼ିଲି ନାହିଁ,’’ ସେ କହିଛନ୍ତି ।



ଏହି ଘଟଣା ପରେ ଚିନ୍ମୟୀ ସାଇବର୍‌ ଥାନାର ଦ୍ବାରସ୍ଥ ହୋଇଥଲେ ମଧ୍ୟ ଏ ପର୍ଯ୍ୟନ୍ତ ଟଙ୍କା କିମ୍ୱା ଠକର ସନ୍ଧାନ ମିଳିନାହିଁ। ତଦନ୍ତ ଜାରି ରହିଛି ବୋଲି କହିଛି ପୋଲିସ । ସାଇବାର୍‌ ଏକ୍ସପର୍ଟ ପ୍ରଶାନ୍ତ ସାହୁ କହିଛନ୍ତି, ‘‘ଅନଲାଇନରେ କୌଣସି ପେମେଣ୍ଟ କରିବା ପୂର୍ବରୁ ଲୋକେ ଅଧିକ ସଚେତନ ହେବା ଜରୁରୀ । ଠକମାନେ ମିଠା କଥା କହି ଆମର ବିଶ୍ବାସ ଜନ୍ମାଇବାକୁ ଚେଷ୍ଟା କରିବେ, ହେଲେ ସେଥିରେ ଆମେ ପ୍ରଭାବିତ ନ ହେବା ଉଚିତ ।’’
Published by: Anand ST Das
First published: April 25, 2021, 11:48 PM IST