ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ଫାର୍ମହାଉସରୁ OUAT ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେଲା; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ଭୁବନେଶ୍ୱରରେ ଫାର୍ମହାଉସରୁ OUAT ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେଲା; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ

ମୃତା ୧୮-ବର୍ଷୀୟା ଯୁବତୀ OUATର ବେସିକ୍ ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ । ତାଙ୍କ ଘର ପାଖରେ ଏକ ପୋଖରୀ ଥିବା ସତ୍ତ୍ୱେ ସେ ଫାର୍ମହାଉସ ଭିତରେ ଥିବା ପୋଖରୀକୁ କାହିଁକି ଓ କେମିତି ଆସିଲେ ତାହା ସନ୍ଦେହ ସୃଷ୍ଟି କରିଛି ।

ଭୁବନେଶ୍ୱରରେ ଫାର୍ମହାଉସରୁ OUAT ଛାତ୍ରୀଙ୍କ ମୃତ ଦେହ ଉଦ୍ଧାର ହେଲା; ହତ୍ୟା ନା ଆତ୍ମହତ୍ୟା ଅସ୍ପଷ୍ଟ
କାମିନୀ ପ୍ରିୟଦର୍ଶିନୀ; (ଡାହାଣ) ଘଟଣା ସ୍ଥଳରେ ପୋଲିସ ଓ ଫରେନସିକ୍ ଟିମ୍
  • News18 Odia
  • Last Updated: August 20, 2021, 8:27 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ଛାତ୍ରୀଙ୍କ ମୃତ ଦେହ ସନ୍ଦେହଜନକ ଅବସ୍ଥାରେ ଏକ ଫାର୍ମହାଉସ ଭିତରେ ଥିବା ପୋଖରୀରୁ ଉଦ୍ଧାର ହୋଇଛି । ନନ୍ଦନକାନନ ଥାନା ଅନ୍ତର୍ଗତ ରଘୁନାଥପୁର ଅଞ୍ଚଳରେ ଥିବା ଏହି ଫାର୍ମହାଉସ ଭିତରୁ କାମିନୀ ପ୍ରିୟଦର୍ଶିନୀ ନାମ୍ନୀ ୧୮-ବର୍ଷୀୟା ଛାତ୍ରୀଙ୍କ ମୃତ ଦେହ ମିଳିବା ପରେ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି ।

କାମିନୀ ପ୍ରିୟଦର୍ଶିନୀ ଓ.ୟୁ.ଏ.ଟି.ର ବେସିକ୍ ସାଇନ୍ସ ବିଭାଗର ତୃତୀୟ ବର୍ଷର ଛାତ୍ରୀ ଥିଲେ । ତାଙ୍କ ମୃତ ଦେହକୁ ଉଦ୍ଧାର କରି ତାଙ୍କ ପରିବାର ଲୋକଙ୍କୁ ଅବଗତ କରାଇବା ପରେ ତାକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଛି ପୋଲିସ । କାମିନୀଙ୍କ ବାପା ରମେଶ ଚନ୍ଦ୍ର ମଲ୍ଲିକ ରାଜଧାନୀର ଏକ ପ୍ରତିଷ୍ଠିତ ଇଂଞ୍ଜିନିୟରିଂ କଲେଜର ଲେକଚରର୍‌ । ତାଙ୍କ ଘର ନୟାଗଡ ଜିଲ୍ଳାରେ । ସେ ଭୁବନେଶ୍ୱରରେ ରଘୁନାଥପୁର ଅଞ୍ଚଳରେ ନିଜ ପରିବାର ସହ ଭଡାରେ ରହନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅଭିନେତ୍ରୀ ତ୍ରିଶାକର ମଧୁଙ୍କ MMS ଭାଇରାଲ୍ ହେଲା; ଡିଲିଟ୍ କରିଦେବାକୁ ସେ ଲୋକଙ୍କୁ ଅନୁରୋଧ କଲେ

“ଆମେ ସକାଳେ ଖବର ପାଇ ଘଟଣା ସ୍ଥଳରେ ପହଁଞ୍ଚିଥିଲୁ । ଛାତ୍ରୀ ଜଣଙ୍କ ଶବ ମୁହଁ ତଳକୁ ହୋଇ ପୋଖରୀ ଭିତରେ ଭାସୁଥିଲା । ପ୍ରଥମେ ତାଙ୍କୁ ଉଦ୍ଧାର କରିବା ପରେ ସାଇଣ୍ଟିଫିକ୍‌ ଟିମ୍ ଜରିଆରେ ତଦନ୍ତ ଆରମ୍ଭ ହୋଇଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରାଯାଉଛି । ତଥାପି ପୋଷ୍ଟମୋର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ,’’ କହିଛନ୍ତି ନନ୍ଦନକାନନ ଥାନା ଅଧିକାରୀ ବିଶ୍ୱରଞ୍ଜନ ସେନାପତି ।

ଏହି ପୋଖରୀରୁ କାମିନାଙ୍କ ଶବ ମିଳିଥିଲା ।


କାମିନୀ ଏକ ହଳିଦିଆ ରଙ୍ଗର ଡ୍ରେସ୍‌ ପିନ୍ଧିଥିଲେ । ତାଙ୍କ ଦେହରେ କୌଣସି କ୍ଷତ ଚିହ୍ନ ନ ଥିଲା । ପେଟ ସାମାନ୍ୟ ଫୁଲି ଯାଇଥିଲା । ଏ ସବୁ ଦେଖି ଏହା ଆତ୍ମହତ୍ୟା ବୋଲି ସନ୍ଦେହ କରୁଛି ପୋଲିସ ।

ଏହା ବି ପଢ଼ନ୍ତୁ | PM ମୋଦିଙ୍କୁ ବିରୋଧ କରି ୟୁଟ୍ୟୁବ୍ ଭିଡିଓ ବନାଉଥିବା ୬୨-ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରାଗଲା

କାମିନୀଙ୍କ ବାପା ରମେଶ ଚନ୍ଦ୍ର ମଲ୍ଲିକ କହିଛନ୍ତି ଯେ ଜେ.ଇ.ଇ. ପରୀକ୍ଷାରେ ଭଲ ନମ୍ବର ନ ଆସିବାରୁ କାମିନୀ ମାନସିକ ଚାପରେ ରହୁଥିଲେ । ‘‘ତାକୁ ଆମେ ଘରେ ବାରମ୍ବାର ବୁଝାସୁଝା କରୁଥିଲୁ । ନମ୍ବରକୁ ନେଇ କେବେ ଗାଳି କରୁ ନ ଥିଲୁ । ହେଲେ ସବୁ ବେଳେ ସେ ମନ ଦୁଃଖରେ ଘରେ ରହୁଥିଲା । ଝିଅର କାହାରି ସହ ପ୍ରେମ ସମ୍ପର୍କ ମଧ୍ୟ ନ ଥିଲା । ତେଣୁ ସେ ପରୀକ୍ଷା ଫଳ ଖରାପ ଥିବାରୁ ଆତ୍ମହତ୍ୟା କରିଥାଏ ପାରେ ବୋଲି ଆମେ ସନ୍ଦେହ କରୁଛୁ । ହେଲେ ଘର ପାଖରେ ଏକ ପୋଖରୀ  ଥିବା ସତ୍ତ୍ୱେ ସେ ଫାର୍ମହାଉସ ଭିତରେ ଥିବା ପୋଖରୀକୁ କାହିଁକି ଓ କେମିତି ଆସିଲା, ତାହା ସନ୍ଦେହ ସୃଷ୍ଟି କରୁଛି । ତେଣୁ ସେ ଉପରେ ପୋଲିସ ତଦନ୍ତ କରୁ ବୋଲି ଆମେ ଦାବି କରୁଛୁ,” କହିଛନ୍ତି ମଲ୍ଲିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ପତି, ପତ୍ନୀ ସେ: ଅଟୋରିକ୍ସା ଚାଳକକୁ ତାପତ୍ନୀ ନିଜ ଗୁପ୍ତ ପ୍ରେମିକ ସହ ମିଶି ହତ୍ୟା କରାଇଲା

“ଯଦିଓ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି ଲାଗୁଛି, ଛାତ୍ରୀ ଜଣଙ୍କ ଫାର୍ମହାଉସ ଭିତରକୁ ଆସିଲେ କେମିତି ଓ ଭିତରେ ଏକ ପୋଖରୀ ଅଛି ବୋଲି ଜାଣିଲେ କେମିତି ତାହା ଉପରେ ସନ୍ଦେହ ଉପୁଜିଛି । ସେଥି ପାଇଁ ଫାର୍ମହାଉସରେ ଥିବା କିଛି କର୍ମଚାରୀଙ୍କୁ ପଚରାଉଚରା କରାଯାଇଛି । ରାତିରେ ଫାର୍ମ ହାଉସରେ କେହିଁ ରହୁ ନ ଥିବା ଜଣା ପଡି଼ଛି,” କହିଛନ୍ତି ନନ୍ଦନକାନନ ଥାନା ଅଧିକାରୀ ସେନାପତି ।



ସ୍ଥାନୀୟ ଅଞ୍ଚଳର କିଛି ସିସିଟିଭି ଫୁଟେଜରେ ଛାତ୍ରୀ ଜଣକ ରାତି ପ୍ରାୟ ୨ଟା ସମୟରେ ଏକୁଟିଆ ରାସ୍ତାରେ ଚାଲି ଚାଲି ଯାଉଥିବା ଦେଖାଯାଇଛି । ହେଲେ ସେ ଫାର୍ମହାଉସ ଭିତରକୁ ଯିବାର କୌଣସି ସିସିଟିଭି ଫୁଟେଜରେ ଦେଖିବାକୁ ମିଳୁ ନ ଥିବାରୁ ପୋଲିସର ସନ୍ଦେହ ବଢ଼ିଛି ।
Published by: Anand S.T. Das
First published: August 20, 2021, 8:27 PM IST