ଭୁବନେଶ୍ୱରବାସୀଙ୍କୁ ମିଳିଲା ନୂଆ ଥାନା; ଖଣ୍ଡଗିରି ଥାନା ୨ ଭାଗ ହୋଇ ତିଆରି ହେଲା ଭରତପୁର ଥାନା

ଏବେ ଖଣ୍ଡଗିରି ଥାନାର ପରିସୀମା ପାଖାପାଖି ୧୦୦ ସ୍କୋୟାର କିଲୋମିଟର ଓ ଏହା ଅଧୀନରେ ଜନସଂଖ୍ୟା ୪ ଲକ୍ଷରୁ ଅଧିକ ରହିଛି । ଏଥିରୁ ପ୍ରାୟ ଅଢ଼େଇ ଲକ୍ଷ ଜନସଂଖ୍ୟା ନୂଆ ଥାନା ଭରତପୁର ଅଧୀନକୁ ଆସିବେ ।

ଭୁବନେଶ୍ୱରବାସୀଙ୍କୁ ମିଳିଲା ନୂଆ ଥାନା; ଖଣ୍ଡଗିରି ଥାନା ୨ ଭାଗ ହୋଇ ତିଆରି ହେଲା ଭରତପୁର ଥାନା
ନୂଆ ଥାନା ତିଆରି ହେଲେ ଲୋକଙ୍କୁ ଉତ୍ତମ ପୋଲିସ ସେବା ମିଳିବ ।
  • News18 Odia
  • Last Updated: August 8, 2020, 11:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜନସଂଖ୍ୟା ଓ ବଢ଼ିଚାଲିଥିବା ଅପରାଧର ସଂଖ୍ୟା ଓ ସ୍ୱରୂପକୁ ଦୃଷ୍ଟିରେ ରଖି ଖଣ୍ଡଗିରି ଥାନାକୁ ଦୁଇ ଭାଗ କରିଛନ୍ତି ରାଜ୍ୟ ସରକାର l ଭରତପୁରରେ ଏବେ ପ୍ରତିଷ୍ଠା ହେବ ନୂଆ ଥାନା ଏକ l ଥାନାରେ ନିଯୁକ୍ତି ପାଇବେ ନୂଆ ଅଫିସର l

ଭରତପୁର ଥାନା ଅଧୀନରେ ରହିବ କଳିଙ୍ଗନଗର, କୋଳଥିଆ, ଆଇଗିଣିଆ, ଖଣ୍ଡଗିରିବାରି, ଭରତପୁର ବସ୍ତି, ଭରତପୁର ଜିଏ ପ୍ଲଟ, ସାଆଁପୁର, ନୂଆଗାଁ, ଘାଟିକିଆ ଓ ଦୁର୍ଗାମାଧବ ନଗର l ଏଥି ସହ ସମ୍‌, ଆୟୁର୍ବେଦିକ ହସ୍ପିଟାଲ ଓ ଆର୍ମି ଭଳି ଅନେକ ଛୋଟବଡ଼ ଅନୁଷ୍ଠାନ ଭରତପୁର ଥାନା ଅଧୀନରେ ରହିବ l ବରମୁଣ୍ଡା ବସଷ୍ଟାଣ୍ଡ ବି ଭରତପୁର ଥାନା ଅଧୀନରେ ରହିବ l ଏହି ଥାନାର ପରିସୀମା ବରମୁଣ୍ଡା ବସଷ୍ଟାଣ୍ଡରୁ ଭରତପୁର ଓ କୋଳଥିଆରୁ ରିଗାଲିଆ ରହିବ l ପ୍ରାୟ ଅଢ଼େଇ ଲକ୍ଷ ଜନସଂଖ୍ୟା ଏହି ନୂଆ ଥାନା ଅଧୀନରେ ରହିବ ।

ଭରତପୁର ଥାନାରେ ନିଯୁକ୍ତି ପାଇବେ ଜଣେ ଇନ୍ସପେକ୍ଟର, ୬ ଜଣ SI, ୩ ଜଣ ASI ଓ  ୨୧ ଜଣ କନଷ୍ଟେବଳ l ଏହି ମାନବ ସମ୍ବଳ ଖଣ୍ଡଗିରି ଥାନାରୁ ନିଆଯିବ ନାହିଁ, ବରଂ ରାଜ୍ୟ ସରକାର ନୂଆ ନିଯୁକ୍ତି ଦେବାକୁ ଥିବା ୯୦୫ ଜଣ ପୋଲିସ କର୍ମଚାରୀଙ୍କ ମଧ୍ୟରୁ ଏମାନେ ନିଯୁକ୍ତି ପାଇବେ l

ଭୁବନେଶ୍ୱର-କଟକ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ


‘‘ଭରତପୁର ଥାନା ନିର୍ମାଣ କାର୍ଯ୍ୟ ସରିଲେ ସେହି ଅଞ୍ଚଳ ବାସିନ୍ଦା ଉତ୍ତମ ପୋଲିସ ସେବା ପାଇପାରିବେ l ଅପରାଧ ନିୟନ୍ତ୍ରଣ, ଲୋକଙ୍କ ଧନ ଜୀବନ ସୁରକ୍ଷା ଓ ପୋଲିସର ପାଟ୍ରୋଲିଂ ପ୍ରତି ଅଧିକ ଫୋକସ ଦିଆଯାଇପାରିବ l ଟିକେ ଟିକେ କଥା ପାଇଁ ଲୋକଙ୍କୁ ଆଉ ଖଣ୍ଡଗିରି ଥାନାକୁ ଯିବାକୁ ପଡିବ ନାହିଁ,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ l

ଏବେ ଖଣ୍ଡଗିରି ଥାନାର ପରିସୀମା ୧୦୦ ସ୍କୋୟାର କିଲୋମିଟର ରହିଛି l ଜନସଂଖ୍ୟା ରହିଛି ୪ ଲକ୍ଷରୁ ଉର୍ଦ୍ଧ୍ଵ l ଏତେ ବଡ଼ ଏରିଆ ସାଙ୍ଗକୁ ଏତେ ଜନସଂଖ୍ୟା ପାଇଁ ଥାନାରେ ଅଛନ୍ତି ମାତ୍ର ଜଣେ ଇନ୍ସପେକ୍ଟରଙ୍କ ସମେତ ୧୪ ଜଣ ଅଫିସର l  ତେଣୁ ଲୋକଙ୍କୁ ଉଚିତ୍‌ ସେବା ଦେବା ସମ୍ଭବ ହେଉ ନ ଥିଲା l କମ କର୍ମଚାରିଙ୍କୁ ନେଇ ଅପରାଧ ନିୟନ୍ତ୍ରଣ ଓ ଅନୁସନ୍ଧାନ ବି ଠିକ ଭାବେ ହେଉ ନ ଥିଲା l

‘‘ଥାନା ପ୍ରତିଷ୍ଠା ହେଲେ ଆମ ଅଞ୍ଚଳରେ ବଢୁଥିବା ଛୋଟ ଛୋଟ ଅପରାଧ, ଡ୍ରଗ୍ସ କାରବାର ଓ ଟ୍ରାଫିକ ସମସ୍ୟାରେ ସୁଧାର ଆସି ପାରିବ,’’ କହିଛନ୍ତି ଭରତପୁର ବାସିନ୍ଦା ସଂଗ୍ରାମ ସାହୁ ।

ଏହା ବି ପଢ଼ନ୍ତୁ | କେରଳ ବିମାନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୧୯; ତଦନ୍ତ ଆରମ୍ଭ ହେଲା; ବିମାନ ବନ୍ଦରରେ ସ୍ଥିତି ଥିଲା ବିପଦଜନକ

ଏହା ବି ପଢ଼ନ୍ତୁ | PM ମୋଦୀଙ୍କ ବିଶ୍ୱସ୍ତ IAS ଅଫିସର୍ ଗିରିଶ ଚନ୍ଦ୍ର ମୁର୍ମୁ CAG ପଦରେ ଆସୀନ ହୋଇଥିବା ପ୍ରଥମ ଆଦିବାସୀ

ଭୁବନେଶ୍ଵରର ନୟାପଲ୍ଲୀ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ଵର, ବାଲିପାଟଣା, ବନମାଳିପୁର ଫାଣ୍ଡି ଓ ଚନ୍ଦକା ଥାନାରେ ଖାଲି ପଡ଼ିଥିବା ପଦବୀ ପୂରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି l ଭୁବନେଶ୍ୱରରେ ଏବେ ୨୪ଟି ଥାନା କାର୍ଯ୍ୟ କରୁଛି l ସେଥିରେ ଅଛି ଦୁଇଟି ଟ୍ରାଫିକ ଥାନା ଓ ଗୋଟିଏ ଏନର୍ଜି ଥାନା l



‘‘ରାଜ୍ୟରେ ଧୀରେ ଧୀରେ ମାଓ ହିଂସାକାଣ୍ଡ କମୁଛି l ତେଣୁ ଆର୍ମଡ ପୋଲିସ ସଂଖ୍ୟା ନ ବଢ଼ାଇ ରାଜ୍ୟ ସରକାର ସିଭିଲ ପୋଲିସ ସଂଖ୍ୟା ବଢ଼ାଇବାରେ ଧ୍ୟାନ ଦେବା ଉଚିତ l ନୂଆ ୯୦୫ ପୋଲିସ କର୍ମୀ ନିଯୁକ୍ତି ଥାନା ଓ ଫାଣ୍ଡିରେ ମାନବ ସମ୍ବଳ ବଢ଼ାଇବାରେ ସହଯୋଗ ହେବ,’’ କହିଛନ୍ତି ପୁର୍ବତନ ଡିଜିପି ସଞ୍ଜିବ ମାରିକ ।
Published by: Anand Shankar Thankur Das
First published: August 8, 2020, 11:15 PM IST
corona virus btn
corona virus btn
Loading