News18 Odia Digital
ପୂର୍ଣ୍ଣିଆ (ବିହାର): ଭୁବନେଶ୍ୱରରେ ଇଞ୍ଜିନିୟରିଂ ପଢୁଥିବା ହର୍ଷ କୁମାର ଝା ନାମକ ଜଣେ ଛାତ୍ରଙ୍କୁ ତାଙ୍କର ଜଣେ ବନ୍ଧୁ ଗୁଳି କରି ହତ୍ୟା କରିଛନ୍ତି । ବି.ଟେକ୍. ପ୍ରଥମ ବର୍ଷର ଏହି ଛାତ୍ର ଜଣକ ବିହାରର ପୂର୍ଣ୍ଣିଆରେ ଥିବା ନିଜ ଘରକୁ ଯାଇଥିବା ବେଳେ ଏହି ହୃଦୟବିଦାରକ ଘଟଣା ଘଟିଛି। ହର୍ଷଙ୍କୁ ହତ୍ୟା କରିବା ପରେ ପୂରା ମାମଲାକୁ ଲୁଚାଇବାକୁ ତାଙ୍କ ବନ୍ଧୁମାନେ ଚେଷ୍ଟା କରିଥିଲେ ମଧ୍ୟ ପୋଲିସ ଆଗରେ ସେମାନଙ୍କ ସବୁ ଚତୁରତା ଧରାପଡ଼ି ଯାଇଥିଲା ।
ହର୍ଷ କୁମାର ଝାଙ୍କ ମୃତ୍ୟୁ ହେବା ପରେ ତାଙ୍କ ବନ୍ଧୁମାନେ ପୋଲିସକୁ ଓ ମିଡ଼ିଆକୁ କହିଥିଲେ ଯେ ତାଙ୍କୁ କୌଣସି ଗ୍ୟାଙ୍ଗଷ୍ଟର୍ ଗୁଳି ମାରି ହତ୍ୟା କରିଛି । ଅଗଷ୍ଟ ୨୪ ତାରିଖ ସକାଳ ପ୍ରାୟ ୧୦ଟା ବେଳେ ହର୍ଷଙ୍କ ଛାତିରେ ଗୁଳି ଲାଗିବାରୁ ତାଙ୍କ ମୃତ୍ୟୁ ହୋଇଥିଲା । ତାଙ୍କୁ ତାଙ୍କ ବନ୍ଧୁ ଜ୍ୟୋତି ପ୍ରକାଶ ଓ ଅନ୍ୟ ଜଣେ ବନ୍ଧୁ ହସପିଟାଲକୁ ଆଣିଥିଲେ, ହେଲେ ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷିତ କରିଥିଲେ ।
ଏହା ବି ପଢ଼ନ୍ତୁ | ଡଙ୍ଗା ବୁଡ଼ି ଓ ସାମ୍ବାଦିକ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ ହେଲା; ‘ହାତୀକୁ ଘଉଡ଼ାଇବା ଅନାବଶ୍ୟକ ଥିଲା’
ସାନୁ ପୋଲିସକୁ କହିଥିଲେ ଯେ ସେମାନେ ତିନି ଜଣ ମିଶି ଗୋଟିଏ ବାଇକରେ ଫେରୁଥିବା ବେଳେ କୌଣସି ଗ୍ୟାଙ୍ଗଷ୍ଟର୍ ଗୁଳି ମାରିଥିଲା ଓ ଗୁଳି ହର୍ଷଙ୍କ ଦେହରେ ଲାଗିବାରୁ ସେ ବାଇକରୁ ତଳକୁ ପଡ଼ିଯାଇଥିଲେ ଓ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । କିନ୍ତୁ ପୋଲିସର ତଦନ୍ତରୁ ସାନୁ ଓ ତାଙ୍କ ବନ୍ଧୁମାନଙ୍କ ମିଛ ଧରାପଡ଼ିଯାଇଥିଲା ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କ୍ରିକେଟ୍ ଖେଳାଳି ଶିଖର ଧାୱନ୍ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଲେ; ‘‘…ବହୁତ ଭୟାନକ ଥିଲା’’
‘‘ସେମାନେ ପୋଲିସକୁ ମିଛ କହି ହତ୍ୟା ପରି ଏକ ବଡ଼ ଅପରାଧକୁ ଲୁଚାଇବାକୁ ଚେଷ୍ଟା କରିଥିଲେ । ଆମେ ସଘନ ତଦନ୍ତ କରି ସତ୍ୟ ବାହାର କରିବା ପରେ ସେମାନେ ମାନିଯାଇଛନ୍ତି । ହର୍ଷ କୁମାର ଝାଙ୍କୁ ତାଙ୍କ ବନ୍ଧୁ ସାନୁ ହିଁ ଗୁଳି ମାରି ହତ୍ୟା କରିଥିଲେ । ଏକ ଛୋଟ କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ହେବା ପରେ ସାନୁ ହିଁ ହର୍ଷଙ୍କ ଛାତିକୁ ଗୁଳି ଚଳାଇଥିଲେ । ଆମେ ସାନୁ ସମେତ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ,’’ କହିଛନ୍ତି ପୂର୍ଣ୍ଣିଆ ଜିଲ୍ଲାର ଏସ୍.ପି. ଦୟାଶଙ୍କର ।

ପୋଲିସ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ।
ସମ୍ପୁର୍ଣ୍ଣ ଘଟଣା ବିଷୟ ସମ୍ପର୍କରେ ସୂଚନା ଦେଇ ଏସ୍.ପି. ଦୟାଶଙ୍କର କହିଛନ୍ତି ଯେ ଅଗଷ୍ଟ ୨୩ ତାରିଖ ରାତିରେ ହର୍ଷ, ସାନୁ ଓ ତାଙ୍କର କେତେକ ବନ୍ଧୁ ଚୁନାପୁର ବ୍ରିଜ ଉପରେ ସେମାନଙ୍କ ବନ୍ଧୁ ଜ୍ୟୋତି ପ୍ରକାଶଙ୍କ ଜନ୍ମ ଦିନ ପାଳନ କରିଥିଲେ । ତା’ ପରେ ହର୍ଷ, ସାନୁ ଓ କେତେକ ବନ୍ଧୁ ରାତିରେ ଜ୍ୟୋତି ପ୍ରକାଶଙ୍କ ଘରେ ରହିଥିଲେ । ସେଇଠି ତା’ ପର ଦିନ ଅର୍ଥାତ ଅଗଷ୍ଟ ୨୪ ତାରିଖ ସକାଳ ୧୦ଟଟା ୨୦ରେ ସୋନୁ ଓ ହର୍ଷଙ୍କ ମଧ୍ୟରେ ଏକ ଛୋଟ କଥାକୁ ନେଇ ହଠାତ ଝଗଡ଼ା ଆରମ୍ଭ ହୋଇଥିଲା ।
ଏହା ବି ପଢ଼ନ୍ତୁ | ମିଳିଲା ନିଖୋଜ ଓଡ୍ରାଫ ଯବାନଙ୍କ ମୃତ ଦେହ; ମହାନଦୀରେ ଫସିଥିବା ହାତୀର ଏ ଯାଏଁ ପତ୍ତା ମିଳୁନି
ଝଗଡ଼ାରେ ସାନୁ ଏତେ ଉତ୍ତେଜିତ ହୋଇଗଲା ଯେ ଜ୍ୟୋତିଙ୍କ ଘରେ ଥିବା ଏକ ପିସ୍ତଲ ଆଣି ସେ ହର୍ଷଙ୍କ ଛାତିକୁ ଗୁଳି ଚଳାଇଥିଲା । ହର୍ଷ ସେଇଠି ମୃତ୍ୟୁ ବରଣ କରିଥିଲେ । ହତ୍ୟା ପରେ ସାନୁ, ଜ୍ୟୋତି ପ୍ରକାଶ ଓ ତାଙ୍କ ବନ୍ଧୁ ଦିବ୍ୟାଂଶୁ ରାଜ୍ ହର୍ଷଙ୍କୁ ଗୋଟିଏ ବାଇକରେ ସଦର ହସପିଟାଲକୁ ଆଣିଥିଲେ । ସେଠି ଡାକ୍ତରମାନେ ହର୍ଷଙ୍କୁ ମୃତ ଘୋଷଣା କରିଥିଲେ ।
ଏହା ବି ପଢ଼ନ୍ତୁ | ବନ ବିଭାଗ ଅଧିକାରୀ ସୌମ୍ୟଙ୍କ ମୃତ୍ୟୁ ରହସ୍ୟ: ପତ୍ନୀ ବିଦ୍ୟାଭାରତୀଙ୍କ ମିଛଧରା ପରୀକ୍ଷା ହେଲା; ଅଢ଼େଇ ଘଣ୍ଟା ଧରି ଚାଲିଲା
ଏହି ସମୟରେ ସାନୁ ଗଣମାଧ୍ୟମ ଆଗରେ ଭିନ୍ନ ଭିନ୍ନ ବିବୃତ୍ତି ଦେଇ ଗଣମାଧ୍ୟମ ଏବଂ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲେ। ଅନୁସନ୍ଧାନ ବେଳେ ପୋଲିସ ଜାଣିବାକୁ ପାଇଥିଲା ଯେ ତାଙ୍କୁ ଡାକ୍ତରଖାନା ଆଣିଥିବା ଲୋକଙ୍କ ସାର୍ଟରେ ଟିକେ ବି ରକ୍ତ ଦାଗ ନ ଥିଲା ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ମହିଳା, ଧରା ପଡ଼ିଲେ
ସାନୁ, ଜ୍ୟୋତି ପ୍ରକାଶ ଓ ଜ୍ୟୋତିଙ୍କ ଭାଇ ଜ୍ୟୋତିଦୀପ ତାଙ୍କ ଘରେ ପଡ଼ିଥିବା ହର୍ଷଙ୍କ ରକ୍ତକୁ ପୋଛି ଲିଭାଇ ଦେଇଥିଲେ । ସେମାନେ ସେହି ପିସ୍ତଲକୁ ବି ଘରେ ଲୁଚାଇ ରଖାଦେଇଥିଲେ । କିନ୍ତୁ ପୋଲିସ ତାଙ୍କ ଘରେ ଖୋଜାଖୋଜି କରିବା ବେଳେ ଗୁଳି ଚଳାଯାଇଥିବା ସେହି ପିସ୍ତଲ୍, ଗୁଳି ଓ ମାଗାଜିନ୍ ଉଦ୍ଧାର କରାଯାଇଥିଲା । ବୈଜ୍ଞାନିକ ଅନୁସନ୍ଧାନ ଓ ପଚରାଉଚରା ପରେ ପୋଲିସ ହର୍ଷଙ୍କ ଚାରି ଜଣ ବନ୍ଧୁଙ୍କୁ ଗିରଫ କରିଛି ବୋଲି ଏସ୍.ପି. ଦୟାଶଙ୍କର କହିଛନ୍ତି ।
ଏହା ବି ପଢ଼ନ୍ତୁ | ବାଲେଶ୍ୱର ଚାନ୍ଦିପୁର ITRରେ ହନି ଟ୍ରାପ୍: ପାକିସ୍ତାନୀ ମହିଳାଙ୍କ ସହ ଫେସବୁକରେ ସମ୍ପର୍କରେ ଥିଲେ ୪ ଅଭିଯୁକ୍ତ
ହର୍ଷଙ୍କ ହତ୍ୟା ପାଇଁ ଗିରଫ ହୋଇଥିବା ତାଙ୍କ ବନ୍ଧୁମାନେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ସାନୁ, ଜ୍ୟୋତି ପ୍ରକାଶ, ଜ୍ୟୋତି ଦୀପ ଓ ଦିବ୍ୟାଂଶୁ ରାଜ୍ । ଏସ୍.ପି. କହିଛନ୍ତି ଯେ ସାନୁ ଅନେକ ଉପାୟରେ ପୋଲିସକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରିଥିଲା । ଅଗଷ୍ଟ ୨୪ରେ ସଦର ହସ୍ପିଟାଲରେ ଗଣମାଧ୍ୟମକୁ ଏକ ବିବୃତ୍ତି ଦେଇ ସାନୁ କହିଥିଲା ଯେ ସେମାନେ ନିଜ ବାଇକରେ ଯାଉଥିବା ବେଳେ କିଛି ଅପରାଧୀ ହର୍ଷଙ୍କ ଉପରକୁ ଗୁଳି ଚଳାଇଥିଲେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।