ଭୁବନେଶ୍ୱରରେ ଆତଙ୍କବାଦ ଲିଙ୍କ୍? ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠେଇ ନେଇ ୬ ଘଣ୍ଟା ଜେରା କଲା NIA ଟିମ୍

ଛାତ୍ର ଜଣକ କିଛି ମାସ ହେଲା ବେଆଇନ ଅସ୍ତ୍ରଶସ୍ତ୍ର, ଯଥା ଅତ୍ୟାଧୁନିକ ବନ୍ଧୁକ ଓ ଗୁଳି ଆଦି, କିଣିବାକୁ କିଛି ସନ୍ଦିଗ୍ଧ ଲୋକଙ୍କ ସହ ଇମେଲରେ ଡିଲ୍ କରୁଥିବା ଅଭିଯୋଗର ତଦନ୍ତ କରୁଥିଲା NIA l

ଭୁବନେଶ୍ୱରରେ ଆତଙ୍କବାଦ ଲିଙ୍କ୍? ଇଞ୍ଜିନିୟରିଂ ଛାତ୍ରଙ୍କୁ ଉଠେଇ ନେଇ ୬ ଘଣ୍ଟା ଜେରା କଲା NIA ଟିମ୍
ଖଣ୍ଡଗିରି ଥାନାରେ ଛାତ୍ରଙ୍କ ସହ ପଚରାଉଚରା କରୁଥିବା ଏନଆଇଏ ଟିମର ଜଣେ ସଦସ୍ୟ
  • News18 Odia
  • Last Updated: October 21, 2020, 9:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଓଡ଼ିଶାରେ ଏକ ତାଜା ଆତଙ୍କବାଦୀ ଲିଙ୍କର ସୁରାଗ ପାଇ ଭୁବନେଶ୍ୱରର ଜଣେ ଇଞ୍ଜିନିୟରିଂ ଛାତ୍ରଙ୍କୁ ଜେରା କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା (ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି, NIA) l ବୁଧବାର ସକାଳେ ଖଣ୍ଡଗିରି ଅଞ୍ଚଳରୁ ଏନଆଇଏର ଏକ ଟିମ୍‌ ଏହି ଛାତ୍ରଙ୍କୁ ଉଠାଇ ନେଇ ପ୍ରାୟ ଛଅ ଘଣ୍ଟା ଧରି ଜେରା କରିଛି l

ଏନଆଇଏର ସୂତ୍ରଙ୍କ ଠାରୁ ଜଣାପଡିଛି ଯେ ଛାତ୍ର ଜଣକ କିଛି ମାସ ହେଲା ବେଆଇନ ଅସ୍ତ୍ରଶସ୍ତ୍ର, ଯଥା ଅତ୍ୟାଧୁନିକ ବନ୍ଧୁକ ଓ ଗୁଳି ଆଦି, କିଣିବାକୁ କିଛି ସନ୍ଦିଗ୍ଧ ଲୋକଙ୍କ ସହ ଇମେଲରେ ଡିଲ୍‌ କରୁଥିଲା l ଏହି ମାମଲା ବିଷୟରେ ଜାଣିଥିବା ଜଣେ  ଅଧିକାରୀଙ୍କ କହିବା ଅନୁସାରେ ବାରମ୍ବାର ଅନଲାଇନରେ ଚାଟିଂ କରିବା ଓ ଇମେଲ ଆଦାନ ପ୍ରଦାନ କରିବା ପରେ ଜଣେ ଆତଙ୍କବାଦ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ଏହି ଛାତ୍ରଙ୍କ ସମ୍ପର୍କ ବଢ଼ିଥିଲା l

ସେହି ସନ୍ଦିଗ୍ଧ ବ୍ୟକ୍ତିଙ୍କ ସହ ପାକିସ୍ତାନର ଏକ ଆତଙ୍କବାଦୀ ସଙ୍ଗଠନର ଲିଙ୍କର ସୁରାକ ଜାତୀୟ ତଦନ୍ତକାରୀ ସଂସ୍ଥା ହାତରେ ଲାଗିଥିଲା l ଭୁବନେଶ୍ୱରର ଏହି ଛାତ୍ରଙ୍କ ଅନଲାଇନ ଚାଟ୍‌ ଓ କିଛି ବ୍ୟାଙ୍କ ଟ୍ରାନଜାକସନକୁ ଟ୍ରାକ୍‌ କରି ସେହି ଆତଙ୍କବାଦୀ ସଙ୍ଗଠନ ସହ ଏହି ଛାତ୍ରଙ୍କ ଲିଙ୍କ୍‌ ବିଷୟରେ ଖୋଳତାଡ଼ କରିବା ଆରମ୍ଭ କରିଥିଲା ଏନଆଇଏ l

ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ


ପୂର୍ବରୁ ଆତଙ୍କବାଦୀ ଲିଙ୍କରେ କଟକରୁ ଗିରଫ ହୋଇଥିଲା ଅଲକାଏଦାର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରହମାନ l ଇଣ୍ଡିଆନ ମୁଜାହିଦ୍ଦିନର ଦୁଇ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ପୁରୀ, ଭୁବନେଶ୍ଵର ଓ ବାଲେଶ୍ଵରରେ ରେକି କରି ଫେରିବା ପରେ ଦିଲ୍ଲୀରୁ ଗିରଫ ହୋଇଥିଲେ l ରାଉରକେଲାରୁ ବି ଗିରଫ ହୋଇଥିଲେ ଆତଙ୍କବାଦୀ ସଙ୍ଗଠନ ସିମିର ପାଞ୍ଚ ଜଣ ସନ୍ଦିଗ୍ଧ ସଦସ୍ୟ l

ଏହା ବି ପଢ଼ନ୍ତୁ | ଗଧ ଘାସ ଖାଉଥିବା ବେଳେ ତା’ ପାଟିରେ ସାପ ପଶିଗଲା; ତା’ ପରେ କଣ ହେଲା ଦେଖନ୍ତୁ VIDEO

ଜେରା ବେଳେ ଛାତ୍ରଙ୍କ ଇମେଲ ମେସେଜ ଓ ଅନଲାଇନ ଚାଟଗୁଡ଼ିକ ବିଷୟରେ ତାଙ୍କୁ ପ୍ରଶ୍ନ କରିଥିଲା ଏନଆଇଏ ଟିମ୍‌  l ବେଆଇନ ଅସ୍ତ୍ରଶସ୍ତ୍ର କାରବାର କରିବା ଓ ଆତଙ୍କବାଦ ସନ୍ଦିଗ୍ଧଙ୍କ ସହ ଲିଙ୍କ ରଖିଥିବା ଅଭିଯୋଗ ସମ୍ପର୍କରେ ତାଙ୍କ ସହ ପଚରାଉଚରା କରାଯାଇଥିଲା l ଜେରା ପରେ ଟିମ୍‌ ଖଣ୍ଡଗିରି ଥାନା ଛାଡ଼ି ଅନ୍ୟ ଏକ ସ୍ଥାନକୁ ତଦନ୍ତ ପାଇଁ ଯାଇଥିଲା l

ଏହା ବି ପଢ଼ନ୍ତୁ ଏହି ଫୋନଗୁଡ଼ିକର କ୍ୟାମେରା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ! ଏଥିରେ ଚମତ୍କାର ଫଟୋ ଉଠାଇପାରିବେ

ଆବଶ୍ୟକ ହେଲେ ପୁଣି ଥରେ ଏହି ଛାତ୍ରଙ୍କୁ ଜେରା କରାଯାଇପାରେ l ଆତଙ୍କବାଦର ଲିଙ୍କ୍‌ ପ୍ରମାଣିତ ହେଲେ ଛାତ୍ରଙ୍କୁ ଟ୍ରାନଜିଟ ରିମାଣ୍ଡରେ ନୂଆ ଦିଲ୍ଲୀ ସ୍ଥିତ ଏନଆଇଏ ମୁଖ୍ୟାଳୟକୁ ନିଆଯିବ ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ l



ଏନଆଇଏର ତଦନ୍ତ ଉପରେ କମିଶନରେଟ ପୋଲିସ କହିଛି ଯେ ଘଟଣାର ଅନୁସନ୍ଧାନ ଚାଲିଛି l ‘‘ଏ ପର୍ଯ୍ୟନ୍ତ ଛାତ୍ରର କୌଣସି ଆତଙ୍କବାଦୀ ଲିଙ୍କ୍‌ ମିଳିନାହିଁ l ତେଣୁ ତାକୁ ଏ ପର୍ଯ୍ୟନ୍ତ ଗିରଫ କରାଯାଇ ନାହିଁ କି ଅଟକ ରଖାଯାଇ ନାହିଁ,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ l ଛାତ୍ରଙ୍କ ନାମ ଓ ଠିକଣା ପ୍ରକାଶ ନ କରିବାକୁ ସେ ଗଣମାଧ୍ୟମକୁ ଅନୁରୋଧ କରିଛନ୍ତି ।
Published by: Anand Shankar Thankur Das
First published: October 21, 2020, 9:55 PM IST
corona virus btn
corona virus btn
Loading