ଭୁବନେଶ୍ୱର: ନିର୍ବାହୀ ଯନ୍ତ୍ରୀ ୬ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ; ଭିଜିଲାନ୍ସ ଆକଳନ ଜାରି

ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ ନିଜ ପୁଅ ନାମରେ ଏକ ବିଲଡିଂ ନିର୍ମାଣ ସଂସ୍ଥା ଖୋଲି ସେଥିରେ ମୋଟା ଅଙ୍କର ଅର୍ଥ ଲଗାଇଛନ୍ତି । ତାଙ୍କ ପୁଅ ୨୦୧୯ରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୨୦୧୯ରେ ପାଠ ପଢ଼ା ସାରିଥିଲେ l

ଭୁବନେଶ୍ୱର: ନିର୍ବାହୀ ଯନ୍ତ୍ରୀ ୬ କୋଟି ଟଙ୍କାରୁ ଅଧିକ ସମ୍ପତ୍ତିର ମାଲିକ; ଭିଜିଲାନ୍ସ ଆକଳନ ଜାରି
ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ (ଡାହାଣ); ନିଜ ପୁଅ ନାଁରେ ସେ ବନେଇଥିବା ଆପାର୍ଟମେଣ୍ଟ
  • News18 Odia
  • Last Updated: October 20, 2020, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଜେନେରାଲ ପବ୍ଲିକ ହେଲଥ ଡିଭିଜନ ୨ର ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ବିଭିନ୍ନ ଘର ଉପରେ ଭିଜିଲାନ୍ସ ଚଢ଼ାଉ ହୋଇ ଠାବ ହୋଇଛି ୬ କୋଟି ୫୩ ଲକ୍ଷ ୮୬ ହଜାର ୭୧୦ ଟଙ୍କାର ସମ୍ପତ୍ତି l ଏହି ସମ୍ପତ୍ତି ମଧ୍ଯରେ ରହିଛି ୪ କୋଟି ୪ ଲକ୍ଷ ୨୮ ହଜାର ଟଙ୍କାର ଏକ ଆପାର୍ଟମେଣ୍ଟ, ଯାହା ତାଙ୍କ ପୁଅ ରଶ୍ମିତ ରଞ୍ଜନ ପ୍ରଧାନଙ୍କ ନାମରେ କରିଛନ୍ତି ରବୀନ୍ଦ୍ର l

ରବୀନ୍ଦ୍ରଙ୍କ ପୁଅ ରଶ୍ମିତ ଭୁବନେଶ୍ଵରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରୁ ୨୦୧୯ରେ ପାଠ ପଢ଼ା ସାରିଥିଲେ l ପୁଅ ନାମରେ ଏକ ବିଲଡର ସଂସ୍ଥା ଖୋଲି ଚତୁରତାର ସହ ଆୟର ମୋଟା ଅଙ୍କ ଅର୍ଥ ଯନ୍ତ୍ରୀ ଲଗାଇଛନ୍ତି ଏହି ସଂସ୍ଥାରେ l ପୁଅ ନାଁରେ ବାଲିଅନ୍ତାର କଞ୍ଚିଲୋ ମୌଜାରେ ବି ରହିଛି ୪୮ଟି ଫ୍ଲାଟ ବିଶିଷ୍ଟ ଗୋଟିଏ ଆପାର୍ଟମେଣ୍ଟ l ତାହା ଏବେ ନିର୍ମାଣଧୀନ ରହିଛି l ସେହି ଆପାର୍ଟମେଣ୍ଟର ମୂଲ୍ୟ ଏବେ ୪ କୋଟି ୪ ଲକ୍ଷ ୨୮ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ  ବିଭାଗ l

‘‘ଏହି ଆପାର୍ଟମେଣ୍ଟରେ ମୋ’ର କୌଣସି ଟଙ୍କା ବିନିଯୋଗ ହୋଇନାହିଁ l ଗ୍ରାହକଙ୍କ ଟଙ୍କାରେ ଫ୍ଲାଟ ସବୁ ନିର୍ମାଣ ହୋଇଛି l ମୋ’ ବିରୋଧ ଯୋଗୁଁ ମୋତେ ଫସାଇ ଦିଆଯାଇଛି,’’ କହିଛନ୍ତି ପ୍ରଧାନ ।

ନିର୍ବାହୀ ଯନ୍ତ୍ରୀଙ୍କ ଉପସ୍ଥିତିରେ ତାଙ୍କ ଘରେ ଚାଲିଛି ଭିଜିଲାନ୍ସ ଅଧିକାରୀମାନଙ୍କ ସର୍ଚ୍ଚ ।


ମଙ୍ଗଳବାର ସକାଳୁ ସକାଳୁ ଭିଜିଲାନ୍ସର ଛଅଟି ଟିମ ଏକକାଳୀନ ରବୀନ୍ଦ୍ର ପ୍ରଧାନଙ୍କ ସହ ଜଡ଼ିତ ଛଅଟି ସ୍ଥାନରେ ଚଢ଼ାଉ କରିଥିଲେ l ରେଡ ବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ସେ ଠୁଳ କରିଥିବା ପ୍ରମାଣ ଲାଗିଥିଲା ଭିଜିଲାନ୍ସ ହାତରେ l ଆୟ ବର୍ହିଭୁତ ସମ୍ପତ୍ତି ଠୁଳ କରି ଅଡୁଆରେ ପଡ଼ିଛନ୍ତି ଯନ୍ତ୍ରୀ ରବୀନ୍ଦ୍ର ନାଥ ପ୍ରଧାନ l

ଏହା ବି ପଢ଼ନ୍ତୁ ମା’ବାପା ଅଫିସରେ; ଚାକରାଣୀ ଶିଶୁକୁ ଖୁବ୍ ମାଡ଼ ମାରୁଥିଲା; ଧରା ପଡ଼ିଲା; ଦେଖନ୍ତୁ VIDEO

ଚଢାଉ ବେଳେ ପ୍ରଧାନଙ୍କ ଘରୁ ଆହୁରି ଅନେକ ସମ୍ପତ୍ତି ଠାବ କରାଯାଇଛି l ସେଥିରେ ରହିଛି ୯୩ ଲକ୍ଷ ୩୮ ହଜାର ୭୭୭ ଟଙ୍କାର ଭୁବନେଶ୍ଵରରେ ଦୁଇ ମହଲା ଘର l ବିଭିନ୍ନ ବ୍ୟାଙ୍କରେ ଫିକ୍ସ ଡିପୋଜିଟ ରହିଛି  ୭୨ ଲକ୍ଷ ଟଙ୍କାର l ରବୀନ୍ଦ୍ର ପ୍ରଧାନ ୨୧ ଲକ୍ଷ  ୮୭ ହଜାର ଟଙ୍କାର ଦୁଇଟି ବିଳାସପୂର୍ଣ୍ଣ କାର୍‌ ବି ଚଳାଉଥିଲେ l

ଭୁବନେଶ୍ଵରରେ ଏତେ ଘର ଓ ଆପାର୍ଟମେଣ୍ଟ ଥିବା ସତ୍ତ୍ଵେ ଆହୁରି ଆଠଟି ପ୍ଲଟ୍‌ ବି କିଣିଥିଲେ ସହକାରୀ ଯନ୍ତ୍ରୀ l ସେଗୁଡ଼ିକର ମୂଲ୍ୟ ୪୩ ଲକ୍ଷ ୩୨ ହଜାର ଟଙ୍କା ହେବ ବୋଲି ଆକଳନ କରିଛି ଭିଜିଲାନ୍ସ l ଚଢାଉ ବେଳେ ତାଙ୍କ ଘରୁ ମିଳିଛି ନଗଦ ୨୫ ହଜାର ୯୪୦ ଟଙ୍କା l ବିଲଡିଂ ନିର୍ମାଣ ପାଇଁ ୩ ଲକ୍ଷ ୫୨ ହଜାର ଟଙ୍କାର ସିମେଣ୍ଟ, ବାଲି, ଇଟା ଓ ଗୋଡ଼ି ଆଦି ମହଜୁଦ ରହିଥିବା ଜଣାପଡ଼ିଛି l

ଏହା ବି ପଢ଼ନ୍ତୁ ଫିଲିପାଇନ୍ସରେ ଲଜ୍ଜା! Zoom ମିଟିଂ ବେଳେ ସେକ୍ରେଟାରୀଙ୍କ ସହ ସେକ୍ସ କରୁଥିବା ଦେଖାଗଲେ ସରକାରୀ ଅଧିକାରୀ

ପ୍ରଧାନଙ୍କ ଘରେ ରେଡ କରିବା ପରେ ଭିଜିଲାନ୍ସର ଗୋଟିଏ ଟିମ୍‌ ପହଞ୍ଚିଥିଲା ତାଙ୍କ ୟୁନିଟ ୩ରେ ଥିବା କାର୍ଯ୍ୟାଳୟରେ l ସେଠାରେ ଭିଜିଲାନ୍ସ ଏସ୍‌.ପି. ଅନୁପମା ଜେମ୍ସ ପହଞ୍ଚି ପ୍ରଧାନଙ୍କୁ ପଚରା ଉଚରା କରିଥିଲେ l



‘‘ନିଜ ଚାକିରି କାଳ ଭିତରେ ୬ କୋଟି ଟଙ୍କାର ସମ୍ପତ୍ତି ରବୀନ୍ଦ୍ର ପ୍ରଧାନ କେଉଁଠୁ ଆଣିଲେ ତା’ର ତଦନ୍ତ ଚାଲିଛି,’’ କହିଛନ୍ତି ଭିଜିଲାନ୍ସ ଏସପି ଏମ୍.‌ ରାଧାକ୍ରିଷ୍ଣନ ।
Published by: Anand Shankar Thankur Das
First published: October 20, 2020, 11:51 PM IST
corona virus btn
corona virus btn
Loading