ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦

ସାଇବର୍ ଠକ ଏହି ଇଞ୍ଜିନିୟରଙ୍କୁ କଲ୍ ଗାର୍ଲ ଯୋଗାଇଦେବ ବୋଲି ପ୍ରତିଶୃତି ଦେଇଥିଲା । ନିଜକୁ ଇଣ୍ଡିଆନ ଏସକର୍ଟ ସର୍ଭିସ୍ ନାମକ ଏକ ସଂସ୍ଥାର କର୍ମଚାରୀ ବୋଲି କହି ସେ ଇଞ୍ଜିନିୟରଙ୍କ ହ୍ବାଟ୍ସ ଆପ୍‌କୁ ପଠାଇଥିଲା ଏକାଧିକ ସୁନ୍ଦରୀ ଯୁବତୀଙ୍କ ଫଟୋ ସହ ରେଟ୍ ଚାର୍ଟ ଓ ହୋଟେଲ୍ ଠିକଣା ।

ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ₹୯୪,୦୦୦
ଠକ ପଠେଇଥିବା ଯୁବତୀଙ୍କ ଫଟୋରୁ ଗୋଟିଏ; ଫୋନରେ ଡିଲ୍ ହୋଇଥିଲା (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: January 8, 2021, 8:54 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ସେକ୍ସର ଲୋଭ ଦେଖାଇ ହେଉଥିବା ସାଇବର ଠକେଇର ଏକ ମାମଲା ସାମନାକୁ ଆସିଛି । ସେକ୍ସ ପାଇଁ ସୁନ୍ଦରୀ ଯୁବତୀମାନଙ୍କ ଫଟୋ ଦେଖାଇ ଗୁଗୁଲ୍‌ ପେ’ ଆକାଉଣ୍ଟରୁ ଟଙ୍କା ହଡ଼ପ କରାଯାଇଛି । କଲ୍ ଗାର୍ଲ ପାଇଁ ଡିଲ୍ କରି ସାଇବର ଠକଙ୍କ ଶିକାର ହୋଇଛନ୍ତି ଜଣେ ଯୁବ ଇଞ୍ଜିନିଅର । ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ ହୋଇଯାଇଛି ୯୪ ହଜାରରୁ ଅଧିକ ଟଙ୍କା ।

ଏହି ଯୁବ ଇଞ୍ଜିନିଅରଙ୍କୁ ହ୍ୱାଟ୍ସଆପରେ କେତେକ ସୁନ୍ଦରୀ ଯୁବତୀଙ୍କ ଫଟୋ ପଠାଇଥିଲା ଏକ କଥିତ ଏସକର୍ଟ ସର୍ଭିସର ଜଣେ ଏଜେଣ୍ଟ । ଇଞ୍ଜିନିୟରଙ୍କୁ କଲ୍ ଗାର୍ଲ ଯୋଗାଇବା ବାହାନାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ତିନିଟି କିସ୍ତିରେ ୯୪ ହଜାର ଟଙ୍କାରୁ ଅଧିକ ଠକି ନେଇଥିଲେ ସେହି ସାଇବର ଠକ । ଏହି ସେକ୍ସ ଠକେଇର ଶିକାର ଇଞ୍ଜିନିୟର ଏବେ କମିଶନରେଟ୍ ପୋଲିସର ସାଇବର ସେଲର ସହାୟତା ଲୋଡ଼ିଛନ୍ତି ।

ଏହା ବି ପଢ଼ନ୍ତୁ | ଟାଇଗର୍ ଶ୍ରଫଙ୍କ ଭଉଣୀ କୃଷ୍ଣା ଶ୍ରଫ ନିଜ ପ୍ରେମିକ ସହ ସମ୍ପର୍କ ଭାଙ୍ଗିଲେ; ଏବେ ନିଜ ମୁହଁ ଖୋଲିଲେ

‘‘ମୋ’ ବ୍ୟାଙ୍କ ଆକାଉଣ୍ଟରୁ ଦୁଇ ଦିନ ଭିତରେ ମୋ’ଟ ୯୪,୭୨୧ ଟଙ୍କା ଚାଲିଗଲା । ଥର୍ଡ଼ ପାର୍ଟି କଣ୍ଟାକ୍ଟ ଦ୍ୱାରା ମୋତେ କିଛି ସେହି ପ୍ରକାରର ସର୍ଭିସେଜ୍‌ ମିଳିବ ବୋଲି କୁହାଯାଇଥିଲା । ମୁଁ ତ ମନା କରିଦେଇଥିଲି, ହେଲେ ସେମାନେ ଜବରଦସ୍ତି ମୋତେ ରାଜି କରାଇଲେ । ଦୁଇ ଦିନ ଧରି ମୋ’ ପାଖକୁ ସେମାନଙ୍କ ଫୋନ୍‌ ଆସୁଥିଲା । ଗତ କାଲି ମୋ’ ଆକାଉଣ୍ଟରୁ ୭୦,୦୦୦ ଟଙ୍କା କଟିଗଲା, ଆଉ ଆଜି ସକାଳେ ୨୨,୯୯୯ ଟଙ୍କା କଟିଯାଇଛି,’’ କହିଛନ୍ତି ଏହି ସେକ୍ସ-ସାଇବର୍‌ ଠକେଇର ଶିକାର ଯୁବ ଇଞ୍ଜିନିଅର୍‌ ।

ଇଞ୍ଜିନିଅରଙ୍କ ହ୍ୱାଟସଆପରେ ଏହି ଛବି ଓ ତଥ୍ୟ ଆସିଥିଲା


ସାଇବର୍‌ ଠକ ଏହି ଇଞ୍ଜିନିୟରଙ୍କୁ କଲ୍ ଗାର୍ଲ ଯୋଗାଇଦେବ ବୋଲି ପ୍ରତିଶୃତି ଦେଇଥିଲା । ନିଜକୁ ଇଣ୍ଡିଆନ ଏସକର୍ଟ ସର୍ଭିସ୍‌ ନାମକ ଏକ ସଂସ୍ଥାର କର୍ମଚାରୀ ବୋଲି ଦର୍ଶାଇ ସାଇବର ଠକ ଇଞ୍ଜିନିୟରଙ୍କ ହ୍ବାଟ୍ସ ଆପ୍‌କୁ ପଠାଇଥିଲା ଏକାଧିକ ସୁନ୍ଦରୀ ଯୁବତୀଙ୍କ ଫଟୋ ସହ ରେଟ୍ ଚାର୍ଟ, ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର ଓ ହୋଟେଲ୍ ଠିକଣା । ଏହି ସାଇବର ଠକ ନିଜ ନାମ ସୁରେଶଜୀ ଅଜମଲ ବୋଲି କହିଥିଲା ବୋଲି କହିଛନ୍ତି ଇଞ୍ଜିନିଅର୍‌ ।

ଏହା ବି ପଢ଼ନ୍ତୁ | ମୁମ୍ବାଇର ମଡେଲ୍ କହିଲେ ଝାଡ଼ଖଣ୍ଡ CM ହେମନ୍ତ ସୋରେନ ତାଙ୍କୁ ବଳତ୍କାର କରିଥିଲେ

ଏପରିକି ଭୁବନେଶ୍ବର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲର ଠିକଣା ଓ ଫୋନ ନମ୍ବର ମଧ୍ୟ ଦେଇଥିଲା ସେହି ସାଇବର୍‌ । ଇଞ୍ଜିନିୟର ଅଭିଯୋଗ କରିଛନ୍ତି ଯେ ତା’ ସହ ବାର୍ତ୍ତାଳାପ ପରେ ତାଙ୍କ ଗୁଗୁଲ ପେ ଆକାଉଣ୍ଟରୁ ୯୨ ହଜାରରୁ ଅଧିକ ଟଙ୍କା ଗାଏବ ହୋଇଯାଇଥିଲେ ମଧ୍ୟ ଆଶ୍ଚର୍ଯ୍ୟର କଥା ଯେ ତାଙ୍କ ଫୋନ୍‌କୁ ଏହା ବିଷୟରେ କୌଣସି ମେସେଜ୍ ଆସି ନ ଥିଲା ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ


ସେକ୍ସ-ସାଇବର ଠକ ହାବୁଡ଼ରେ ପଡ଼ିଯାଇଛନ୍ତି ବୋଲି ଜାଣିବା ପରେ ଇଞ୍ଜିନିଅର୍‌ କମିଶନରେଟ୍‌ ପୋଲିସର ସାଇବର ସେଲରେ ଅଭିଯୋଗ କରିଛନ୍ତି । ଏହା ପରେ ପୋଲିସର ସାଇବର୍ ସେଲ୍ ଆରମ୍ଭ କରିଛି ତନାଘନା ।

ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ

‘‘ଆମେ ଟ୍ୱିଟ୍‌ କରି କହିଥିଲୁ ଯେ ମାଗଣାରେ ଆପଣଙ୍କୁ କୌଣସି ଜିନିଷ ମିଳେ ନାହିଁ । ଯଦି ଆପଣଙ୍କୁ କେହି ପ୍ରଲୋଭନ ଦେଖାଉଛନ୍ତି ଆପଣ ସେହି ପ୍ରଲୋଭନରେ ପଡ଼ନ୍ତୁ ନାହିଁ । ଦ୍ୱିତୀୟରେ ଯଦି ଆପଣଙ୍କୁ କୌଣସି ବେଆଇନ୍‌ ସେବା ଯୋଗାଇଦେବାର ପ୍ରତିଶୃତି କେହି ଦେଉଛି, ତାହା ଏସକର୍ଟ ସର୍ଭିସ୍‌ ହେଉ ବା ଅନ୍ୟ କିଛି ହେଉ, ଆପଣ ସେଥିରେ ପଡ଼ିବା ଉଚିତ ନୁହେଁ,’’ କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।



ହେଲେ ଏବେ ପ୍ରଶ୍ନ ଉଠୁଛି ଯେ ଇଞ୍ଜିନିଅରଙ୍କ ଅଜାଣତରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ କେମିତି କଟିଲା ଟଙ୍କା? ଆଡଭାନ୍ସ ପ୍ରୋସେସିଂ ପାଇଁ ରାଜି ହୋଇଥିଲେ କି ଯୁବ ଇଞ୍ଜିନିୟର? ନା ତାଙ୍କ ମୋବାଇଲ ଫୋନ୍‌ ଓ ଗୁଗୁଲ ପେ ଆକାଉଣ୍ଟ ହ୍ୟାକ୍ କରିସାରିଥିଲା ଠକ? ଏହି ଠକେଇର ପର୍ଦ୍ଦାଫାସ୍ କରି ଠକ ପାଖରେ ପହଞ୍ଚିବା ସାଇବର ସେଲ୍ ପାଇଁ ଏକ ଚ୍ୟାଲେଞ୍ଜ ହେବ ।
Published by: Anand Shankar Thankur Das
First published: January 8, 2021, 8:54 PM IST