ଭାର୍ଗବୀ ନଦୀ କୂଳରେ ଶବ: ବାପାଙ୍କ ରାସ୍ତାରୁ କଣ୍ଟା ହଟେଇବାକୁ ପୁଅ ହତ୍ୟା ଷଡ଼ଯନ୍ତ୍ର କରିଥିଲା

ନିଜ କାଠ ମିସ୍ତ୍ରୀ ଗୁରୁଙ୍କ ଠାରୁ ଅଲଗା ହୋଇ ଏକୁଟିଆ କାଠ କାମ ଆରମ୍ଭ କରିବା ପରେ ଗୁରୁ ଓ ଶିଷ୍ୟଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ବକେୟା ଟଙ୍କା ମାଗିବାକୁ ନେଇ ପରେ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା ।

ଭାର୍ଗବୀ ନଦୀ କୂଳରେ ଶବ: ବାପାଙ୍କ ରାସ୍ତାରୁ କଣ୍ଟା ହଟେଇବାକୁ ପୁଅ ହତ୍ୟା ଷଡ଼ଯନ୍ତ୍ର କରିଥିଲା
ମୃତ ଦେହ ନିକଟରେ ପୋଲିସ ଯାଞ୍ଚ କରୁଥିବା ବେଳର ଏକ ଦୃଶ୍ୟ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମେ ୧୦ ତାରିଖରେ ଧଉଳି ନିକଟସ୍ଥ ଭାର୍ଗବୀ ନଦୀ କୂଳରେ କାଠ ମିସ୍ତ୍ରୀ ଜଗନ୍ନାଥ ମହାରଣା ହତ୍ୟା ଘଟଣା ପଛରେ ପୂର୍ବ ଶତ୍ରୁତା ଓ ବକେୟା ଟଙ୍କା ନେଣଦେଣ ଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ ହୋଇଛନ୍ତି, ମାତ୍ର ମୁଖ୍ୟ ଅଭିଯୁକ୍ତ ଏବେ ବି ଫେରାର ଅଛି ।

ଗିରଫ ଦୁଇ ଅଭିଯୁକ୍ତ ହେଉଛନ୍ତି ଅଜୟ ମହାରଣା ଓ ଅନୁପ ବାର । ଉଭୟଙ୍କୁ ଶୁକ୍ରବାର ଦିନ ଗିରଫ କରିବା ପରେ ଶନିବାର ଦିନ କୋର୍ଟ ଚାଲାଣ କରିଥିଲା  ଧଉଳି ଥାନା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ସ୍ୱାମୀ ଘରୁ ଯିବା ମାତ୍ରେ Loverକୁ ଘରକୁ ଡାକିଆଣୁଥିଲେ ସ୍ତ୍ରୀ; Hidden କ୍ୟାମେରାରେ ଧରାପଡ଼ିଲା

‘‘ଜଗନ୍ନାଥ ମହାରଣାକୁ ହତ୍ୟା କରିବା ପଛରେ ଥିଲା ପୂର୍ବ ଶତ୍ରୁତା ଓ ବକେୟା ଟଙ୍କା ନେଣଦେଣ । ମୃତ ଜଗନ୍ନାଥ ମହାରଣା ସାତ ବର୍ଷ ଧରି ଜଗନ୍ନାଥ ନାମକ ଜଣେ କାଠ ମିସ୍ତ୍ରୀ ଙ୍କ ପାଖରେ ରହି କାମ କରନ୍ତି । ଉଭୟଙ୍କ ନାମ ଜଗନ୍ନାଥ ଥିବାରୁ ଗୁରୁ ଶିଷ୍ୟ ହୋଇ ଦୁହେଁ କାମ କରୁଥିଲେ । ହେଲେ ଗତ ଲକଡାଉନ ପରେ ମୃତ ଜଗନ୍ନାଥ ନିଜ ଗୁରୁଙ୍କୁ ଛାଡି଼ ଏକୁଟିଆ କାମ ଆରମ୍ଭ କରିଥିଲେ । ସେଇଥି ପାଇଁ ଦୁହିଁଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା । ମୃତ ଜଗନ୍ନାଥ ଗୁରୁଙ୍କୁ ବକେୟା ଟଙ୍କା ମଧ୍ୟ ମାଗିବା ପରେ ଉଭୟଙ୍କ ମଧ୍ୟରେ କଳହ ଆରମ୍ଭ ହୋଇଥିଲା,’’ କହିଛନ୍ତି କମିଶନରେଟ୍‌ ପୋଲିସର ଜୋନ-୨ ଏ.ସି.ପି. ବିଷ୍ଣୁ ପାତ୍ର ।

ଏହା ବି ପଢ଼ନ୍ତୁ | ଅଭିନେତ୍ରୀ ରେଖାଙ୍କୁ ବିବାହ ପୂର୍ବରୁ ଶାରିରୀକ ସମ୍ପର୍କ ସ୍ଥାପନ କରିବା ଅନୁଚିତ ଲାଗୁ ଥିଲା

ମେ ୧୦ ତାରିଖ ଶନିବାର ସକାଳେ ଭାର୍ଗବୀ ନଦୀ କୂଳରୁ ଜଗନ୍ନାଥ ମହାରଣାଙ୍କ ମୃତ ଦେହ ଜବତ ହୋଇଥିଲା । ଘଟଣା ସ୍ଥଳରୁ ଏକ ସ୍କୁଟି, ଚପଲ ଓ ମଦ ବୋତଲ ବି ଜବତ ହୋଇଥିଲା । ଜଗନ୍ନାଥଙ୍କ ମୋବାଇଲ୍‌ ଫୋନ ମିଳି ନ ଥିବାରୁ ସନ୍ଦେହ ବଢି଼ଥିଲା । ତାଙ୍କ ପରିବାରର ଅଭିଯୋଗ ପରେ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ପୋଲିସ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମୋତେ ଠିକ୍ ଚିକିତ୍ସା ମିଳୁନିମୁଁ ସ୍ୱାସ୍ଥ୍ୟ କର୍ମୀ’: ମୃତ୍ୟୁ ପୂର୍ବରୁ VIDEOରେ କହିଗଲେ ଲ୍ୟାବ୍ କର୍ମଚାରୀ

‘‘ଗୁରୁ ଶିଷ୍ୟଙ୍କ ଝଗଡ଼ା ମଧ୍ୟରେ ମୁଣ୍ଡ ପୁରେଇଥିଲେ ଜଗନ୍ନାଥଙ୍କ ପୁଅ ଅଜୟ ମହାରଣା । ବାପାଙ୍କ ରାସ୍ତାରୁ କଣ୍ଟା ହଟେଇବା ପାଇଁ ସେ ଷଡ଼ଯନ୍ତ୍ର କରିଥିଲେ । ଅଜୟକୁ ସହଯୋଗ କରିଥିଲେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ଅନୁପ ବାର ଓ ମୁନ୍ନା । ୯ ତାରିଖ ସନ୍ଧ୍ୟାରେ ଜଗନ୍ନାଥକୁ ଭାର୍ଗବୀ ନଦୀ କୂଳକୁ ଡାକିଥିଲେ ସେମାନେ । ସମସ୍ତେ ଏକାଠି ମିଶି ବିୟର୍‌ ପିଇଥିଲେ । ତା’ ପରେ ଏକ ବ୍ଲେଡ୍‌ ସାହାଯ୍ୟରେ ଜଗନ୍ନାଥଙ୍କ ତଣ୍ଟିକୁ କାଟି ଦେଇଥିଲେ ମୁନ୍ନା । ଜଗନ୍ନାଥ ତଳେ ପଡି଼ଯିବାରୁ ପଥର ସାହାଯ୍ୟରେ ତାଙ୍କ ମଥାକୁ ଛେଚି ନିର୍ମମ ଭାବେ ତାଙ୍କୁ ହତ୍ୟା କରିଥିଲେ ସେ । ତା’ପରେ ତାଙ୍କ ମୋବାଇଲ୍‌ ଫୋନ୍‌ ଓ କିଛି କାଗଜପତ୍ରକୁ ନିଆ ଲଗେଇ ଜାଳି ଦେଇଥିଲେ,’’ କହିଛନ୍ତି ପାତ୍ର ।



ଦୁଇ ହତ୍ୟାକାରୀ ଗିରଫ ହେବା ପରେ ଅଧା ପୋଡ଼ା ମୋବାଇଲ୍‌ ଫୋନ୍‌ ଓ କାଗଜପତ୍ର ଜବତ କରିଛି ଧଉଳି ଥାନା ପୋଲିସ । ଏହି ଘଟଣାରେ ମୃତ ଜଗନ୍ନାଥଙ୍କ ଗୁରୁ ଜଗନ୍ନାଥ ମହାରଣାଙ୍କ ସମ୍ପୃକ୍ତି ରହିଛି କି ନାହିଁ ତା’ର ତଦନ୍ତ କରୁଛି ପୋଲିସ । ମୁଖ୍ୟ ଅଭିଯୁକ୍ତ ମୁନ୍ନା ଗିରଫ ହେବା ପରେ ଆହୁରି କିଛି ତଥ୍ୟ ମିଳିବ ବୋଲି ଆଶା କରୁଛି ଧଉଳି ପୋଲିସ ।
Published by: Anand ST Das
First published: May 16, 2021, 11:41 PM IST