ହାଇଦ୍ରାବାଦ ଢାଞ୍ଚାରେ କଟକ ଓ ଭୁବନେଶ୍ୱରରେ CCTV କ୍ୟାମେରା ଲଗାଇବ କମିଶନରେଟ ପୋଲିସ

ଘରେ ନିଜସ୍ୱ କାର୍ଯ୍ୟ ପାଇଁ ସିସିଟିଭି କ୍ୟାମେରା ଲଗାଉଥିବା ଜନସାଧାରଣଙ୍କ ପାଇଁ ବି ଆସିବ ଗାଇଡ଼ଲାଇନ । ଉଚ୍ଚତା ଓ ମାନ ଆଧାରରେ ଏହି ଗାଇଡ଼ଲାଇନ ଆସିବ । ଭୁବନେଶ୍ୱର ପାଇଁ ରହିବ ୧୫ଟି ଡ୍ରୋନ୍ ।

ହାଇଦ୍ରାବାଦ ଢାଞ୍ଚାରେ କଟକ ଓ ଭୁବନେଶ୍ୱରରେ CCTV କ୍ୟାମେରା ଲଗାଇବ କମିଶନରେଟ ପୋଲିସ
ଭଲ କାମ କରିଥିବା ପୋଲିସ୍ କର୍ମୀମାନଙ୍କୁ ସମ୍ମାନିତ କରୁଛନ୍ତି ଡିଜିପି ଅଭୟ ଓ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
  • News18 Odia
  • Last Updated: January 3, 2021, 11:51 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସ୍ମାର୍ଟ ସିଟି ଭୁବନେଶ୍ୱରରେ ଲାଗିଥିବା ସିସିଟିଭି କ୍ୟାମେରାର ମାନ ବଢ଼ାଯିବ । ହାଇଦ୍ରାବାଦ ଢାଞ୍ଚାରେ ଦ୍ୱୈତ ନଗର କଟକ ଓ ଭୁବନେଶ୍ୱରରେ ସିସିଟିଭି କ୍ୟାମେରା ଲଗାଇବ କମିଶନରେଟ ପୋଲିସ। ସିସିଟିଭିର ମାନ ଅତି ଅତ୍ୟାଧୁନିକ ହେବ ।

ଘରେ ନିଜସ୍ୱ କାର୍ଯ୍ୟ ପାଇଁ ସିସିଟିଭି କ୍ୟାମେରା ଲଗାଉଥିବା ଜନସାଧାରଣଙ୍କ ପାଇଁ ବି ଆସିବ ଗାଇଡ଼ଲାଇନ । ଉଚ୍ଚତା ଓ ମାନ ଆଧାରରେ ଏହି ଗାଇଡ଼ଲାଇନ ଆସିବ । ଭୁବନେଶ୍ୱର ପାଇଁ ରହିବ ୧୫ଟି ଡ୍ରୋନ୍‌ । କଣ୍ଟ୍ରୋଲ ରୁମ ଜରିଆରେ କଣ୍ଟ୍ରୋଲ ହେବେ ଏହି ଡ୍ରୋନ୍‌ । ଘଟଣା ଓ ଦୁର୍ଘଟଣା ଘଟିଲେ ତୁରନ୍ତ ପୋଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚିବେ ।

ଏହା ବି ପଢ଼ନ୍ତୁ | ସରକାରୀ ଚାକିରି: SSC CGLରେ ,୦୦୦ରୁ ଅଧିକ ଖାଲି ପଦ ପାଇଁ ବିଜ୍ଞପ୍ତି ବାହାରିଛି; ଆବେଦନ କରନ୍ତୁ

ଆଉ ଏକ ବଡ଼ ନିଷ୍ପତ୍ତି ଅନୁସାରେ କମିଶନରେଟ ପୋଲିସ ଅଧିନକୁ ଆସିବ ସାଇବର ଥାନା । ଭୁବନେଶ୍ୱରରେ ଥିବା କ୍ରାଇମ ବ୍ରାଞ୍ଚ ଥାନାକୁ ବି କମିଶନରେଟ ପୋଲିସ ଅଧିନକୁ ଆଣିବା ପାଇଁ ଡିଜିଙ୍କୁ ଦିଆଯାଇଛି ପ୍ରସ୍ତାବ। ଥାନାରେ ଉତ୍ତମ ସେବାକୁ ଦିଆଯିବ ଗୁରୁତ୍ୱ । ମହିଳା ଏସପିଓଙ୍କୁ ଅଧିକ ସକ୍ରିୟ କରାଯିବ, ଫଳରେ ମହିଳାଙ୍କ ଉପରେ ହେଉଥିବା ଅପରାଧ ବିରୋଧରେ ଏମାନେ ଅଧିକ ସକ୍ରିୟତାର ସହ କାର୍ଯ୍ୟ କରିବେ। କମିସନରେଟ ପୋଲିସର ୧୩ତମ ପ୍ରତିଷ୍ଠା ଦିବସରେ ଏଭଳି ମତ ପ୍ରକାଶ ପାଇଛି ।

କମିସନରେଟ ପୋଲିସର ୮,୮୧୦ କର୍ମଚାରୀଙ୍କ ମଧ୍ୟରୁ ୧,୫୦୦ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇଥିଲେ, ସେଥିରୁ ସାତ ଜଣଙ୍କ ଜୀବନ ଯାଇଛି । ଲକଡାଉନ ଓ ସଟଡାଉନ ବେଳେ ପୋଲିସ ଲୋକଙ୍କୁ ସେବା ଯୋଗାଇବା ସହ ଖାଦ୍ୟ ବି ଯୋଗାଇଛି। ମାସ୍କ ବଣ୍ଟନ ସହ ଆଇନ ଶୃଙ୍ଖଳାକୁ କଡ଼ିକଡ଼ି କରାଯାଇଛି । ପୋଲିସ ଲୋକଙ୍କୁ ସଚେତନ କରିବାରେ ଓ ଲୋକଙ୍କୁ ନିଜ ରାଜ୍ୟଙ୍କୁ ଫେରିବାରେ ସହଯୋଗ କରିଛି । ପୋଲିସ ଲୋକଙ୍କ ଘରକୁ ଯାଇ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇଛି ।

ଦେଖନ୍ତୁ ଫଟୋ | Viral PHOTOS: ବର୍ଷର ଅନ୍ତରେ ଶମା ସିକନ୍ଦର୍ ନିଜ ହଟ୍ ଅବତାର ଯୋଗୁଁ ଚର୍ଚ୍ଚାକୁ ଆସିଛନ୍ତି

୨୦୨୦ରେ ତିନି କିଲୋ ଡ୍ରଗ୍ସ ଜବତ କରିଛି କମିଶନରେଟ୍‌ ପୋଲିସ । ବହୁ ମାତ୍ରାରେ ଗଞ୍ଜେଇ ବି ଜବତ ହୋଇଛି । କଟକ ଆଇଆଇଏଫଏଲ ଡକାୟତିର ପର୍ଦାଫାସ ପୋଲିସ ପାଇଁ ଏକ ସଫଳତା ଥିଲା । ଭୁବନେଶ୍ୱରରେ ଦୁଇଟି ବ୍ୟାଙ୍କ ଡକାୟତି, ଏ.ଟି.ଏମ୍. ଲୁଟର ପର୍ଦାଫାସ କରିଛି ପୋଲିସ । ୧୬୦ ଜଣ ଦାଦାବଟି ନେଉଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ।

୧୬ ଜଣ ଅପରାଧୀଙ୍କୁ NSAରେ ବୁକ କରାଯାଇଛି ଓ ୨୯ ଜଣଙ୍କୁ ତଡ଼ିପାର କରାଯାଇଛି । ୬୩ଟି ବେଆଇନ ବନ୍ଧୁକ ଜବତ ହୋଇଛି । ସେଥିରୁ କଟକରୁ ୫୦ଟି ଜବତ ହୋଇଛି । ଅପରାଧ ତଦନ୍ତ କ୍ଷେତ୍ରରେ ଭଲ କାମ କରିଥିବା ପୋଲିସକୁ ସମ୍ମାନିତ କାରାଯାଇଛି ।

ଏହା ବି ପଢ଼ନ୍ତୁ | ଶାଳୀ ସହ ସମ୍ପର୍କ ରଖିବାକୁ ଚାହୁଁଥିଲା; ତା ବିବାହ ଠିକ୍ ହେବାରୁ ମୁହଁରେ ଏସିଡ୍ ପକେଇଦେଲା

‘‘‘ମୋ ସରକାର’ ଯୋଜନାରେ ୨,୦୭୫ଟି ଫିଡବ୍ୟାକ ନିଆଯାଇଛି । ୧୧ ଜଣଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ନିଆଯାଇଛି । ଛଅ ଜଣ ପୋଲିସ କର୍ମୀଙ୍କୁ ସମ୍ମାନିତ କରାଯାଇଛି । ପୋଲିସ ବିଭାଗକୁ ଦୁଇଟି ପ୍ରସ୍ତାବ ଦିଆଯାଇଛି । ଏକ ନୂଆ ଡିସିପି ପଦ ପାଇଁ ପ୍ରସ୍ତାବ ଦିଆଯାଇଛି । ସିନିଅର ସିଟିଜେନଙ୍କ ସୁରକ୍ଷା ପାଇଁ ଅଧିକ ଯୋଜନା ଉପରେ ଗୁରୁତ୍ୱ ଦିଆଯାଇଛି,’’ କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।

୨୦୨୦ ମସିହାରେ କମିସନରେଟ ପୋଲିସର କାର୍ଯ୍ୟକୁ ସାଧାରଣରେ ପ୍ରଶଂସା ମିଳିଛି । କୋଭିଡ ସମୟରେ ପୋଲିସର ଭୂମିକା ପ୍ରଶଂସନୀୟ ଥିଲା । କଟକରେ ନକଲି ଖାଦ୍ୟ କାରବାର ରୋକିବାରେ ପୋଲିସର କାର୍ଯ୍ୟ ଉଚ୍ଚ ପ୍ରଶଂସିତ ହୋଇଛି । ସଙ୍ଗଠିତ ଅପରାଧ ରୋକିବାରେ ବି ପୋଲିସ ଭଲ କାମ କରିଛି ।



‘‘ସାଇବର କ୍ରାଇମକୁ ରୋକିବା ଉପରେ ଗୁରୁତ୍ୱ ଦିଆଯାଉଛି । ନୂଆ ଟେକ୍ନୋଲୋଜି ବ୍ୟବହାର କରିବା ଦ୍ୱାରା ଆମେ ସାଇବର୍‌ କ୍ରାଇମ୍‌ ମାମଲାରେ ସଫଳତା ପାଉଛୁଁ । କମିଶନରେଟ୍‌ ପୋଲିସ ଲୋକଙ୍କ ପାଇଁ କାମ କରୁଛି ଓ ନିଜ କର୍ତ୍ତବ୍ୟରେ ସଦା ତତ୍ପର ଅଛି,’’ କହିଛନ୍ତି ଷଡ଼ଙ୍ଗୀ ।
Published by: Anand Shankar Thankur Das
First published: January 3, 2021, 11:51 PM IST
corona virus btn
corona virus btn
Loading