ନାରୀ ସୁରକ୍ଷା ଠାରୁ ଆରମ୍ଭ କରି ଫିଟନେସ୍ ମନ୍ତ୍ର: ଲୋକଙ୍କ ସବୁ ପ୍ରଶ୍ନର ଉତ୍ତର ଦେଲେ ପୋଲିସ କମିଶନର

ନାରୀ ସୁରକ୍ଷା ଠାରୁ ଆରମ୍ଭ କରି ଫିଟନେସ୍ ମନ୍ତ୍ର: ଲୋକଙ୍କ ସବୁ ପ୍ରଶ୍ନର ଉତ୍ତର ଦେଲେ ପୋଲିସ କମିଶନର
ଶହ ଶହ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ସୁଧାଂଶୁ ଷଢ଼ଙ୍ଗୀ ।
  • News18 Odia
  • Last Updated: December 14, 2019, 8:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଜ୍ୟ ଗୃହ ବିଭାଗରେ ‘ମୋ ସରକାର’ ଲାଗୁ ହେବା ପରେ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ୟରେ ଦୂରତା କମେଇବା ଚେଷ୍ଟାରେ କମିଶନରେଟ୍‌ ପୋଲିସ ପକ୍ଷରୁ ଆରମ୍ଭ ହୋଇଥିବା ‘ଆସ୍କ ମି ଏନିଥିଙ୍ଗ୍‌’ କାର୍ଯ୍ୟକ୍ରମ ସଫଳତାର ସୀମା ଛୁଇଁଛି । ପୋଲିସ କମିଶନର ସୁଧାଂଶୁ ଷଢ଼ଙ୍ଗୀ ଲୋକଙ୍କ ସବୁ ପ୍ରଶ୍ନର ଯଥାସାଧ୍ୟ ଖୋଲା ଉତ୍ତର ଦେଇ ଖାକି ୟୁନିଫର୍ମ ପ୍ରତି ଲୋକଙ୍କ ବିଶ୍ୱାସ ବଢ଼େଇଛନ୍ତି ।

ଟ୍ବିଟର୍‌ ଓ ଫେସବୁକ୍‌ ପରି ସୋସିଆଲ ଗଣମାଧ୍ୟମରେ ଦୁଇ ଘଣ୍ଟାରୁ ଅଧିକ ସମୟ ଧରି ସିଧା ପ୍ରସାରିତ ହୋଇଥିବା ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ (‘ମୋତେ ଯାହା ବି ପଚାରି ପାରନ୍ତି’) ରେ ପୋଲିସ୍‌ର କାର୍ଯ୍ୟ ଶୈଳୀ, ମୋଟର ଯାନ ଆଇନ୍‌ ଓ ନାରୀ ସୁରକ୍ଷାଠାରୁ ଆରମ୍ଭ କରି ଫିଟ୍‌ ରହିବାର ଉପାୟ ବିଷୟରେ ସାଧାରଣ ଲୋକଙ୍କ ପ୍ରଶ୍ନର ସିଧାସଳଖ ଉତ୍ତର ଦେଇଛନ୍ତି ଷଢ଼ଙ୍ଗୀ ।

ନାରୀ ସୁରକ୍ଷା ବିଷୟରେ ପଚ଼ରାଯାଇଥିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ ଭୁବନେଶ୍ବରରେ ଡାଏଲ୍‌ ହଣ୍ଡ୍ରେଡ୍‌ ରହିଥିବା ବେଳେ କଟକରେ ଏହି ସୁବିଧା ଉପଲବ୍ଧ ନାହିଁ । ଏଣୁ ଖୁବ ଶୀଘ୍ର ଏହି ବ୍ୟବସ୍ଥାକୁ କଟକରେ କାର୍ଯ୍ୟାନ୍ବୟିତ କରାଯିବ ।



ସେହିପରି ସ୍କୁଲ୍‌ କଲେଜ ଓ ବିଭିନ୍ନ ଅନୁଷ୍ଠାନରୁ ଛାତ୍ରଛାତ୍ରୀଙ୍କୁ ବଛାଯାଇ ସେମାନଙ୍କୁ ସ୍ବତନ୍ତ୍ର ପୋଲିସର ପାହ୍ୟା ପ୍ରଦାନ କରାଯିବ ବୋଲି କହିଛନ୍ତି ଷଢ଼ଙ୍ଗୀ । ସ୍ବତନ୍ତ୍ର ପୋଲିସ୍‌ ବ୍ୟବସ୍ଥାରେ ସେମାନଙ୍କୁ ପୋଲିସର ପାହ୍ୟା ପ୍ରଦାନ କରାଯିବ ମାତ୍ର ଅବୈତନିକ ଭାବେ ସେମାନ କାମ କରିବେ ବୋଲି ସେ ସ୍ପଷ୍ଟ କରିଛନ୍ତି ।

ହାଇଦ୍ରାବାଦ ପରି ଘଟଣାକୁ ଷଢ଼ଙ୍ଗୀ ତ୍ରୀବ ନିନ୍ଦା କରିବା ସହ ଏଥିନେଇ ଉଠିଥିବା ବିତର୍କକୁ କିନ୍ତୁ ସେ ସ୍ବାଗତ କରିଛନ୍ତି । ମହିଳାଙ୍କ ପାଇଁ ଆରମ୍ଭ ହୋଇଥିବା ପିଙ୍କ୍‌ ଅଟୋ ବ୍ୟବସ୍ଥାରେ ଆଇନଗତ ସମସ୍ୟା ରହିଥିବାରୁ ଏହାକୁ ତ୍ବରାନ୍ବିତ କରାଯାଇ ପାରି ନଥିବା ସେ କହିଛନ୍ତି । ସେହିପର ଟ୍ରାଫିକ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିବା ପାଇଁ ପ୍ରିପେଡ୍‌ ଅଟୋକୁ ମଧ୍ୟ ପ୍ରାଧାନ୍ୟ ଦିଆଯାଉଥିବା ସେ କହିଛନ୍ତି ।

‘‘ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ମଧ୍ୟ ପୋଲିସ ଉଦ୍ୟମ ଜାରି ରଖିଛି । ଦୁଇ ଶହରୁ ଅଧିକ ମୋଟରସାଇକେଲରୁ ସାଇଲେନ୍ସର କଢ଼ାଯାଇଛି । ଶବ୍ଦ ପ୍ରଦୂଷଣକୁ ରୋକିବା ପାଇଁ ଜନସଚେତନତା ଆବଶ୍ୟକ,’’ କହିଛନ୍ତି ଷଢ଼ଙ୍ଗୀ ।



ଦୁଇ ପାଦ ଆଗକୁ ଯାଇ ଷଢ଼ଙ୍ଗୀ କହିଛନ୍ତି ଯେ ସାରା ଭାରତ ବର୍ଷରେ ଭୁବନେଶ୍ଵରରେ ଅଧିକ ସ୍ମାର୍ଟ୍ ଟ୍ରାଫିକ ପୋଲିସ କର୍ମଚାରୀ ଅଛନ୍ତି। ‘‘ରାଜଧାନୀ ଭୁବନେଶ୍ବର ସମଗ୍ର ରାଜ୍ୟର ମୁଖମଣ୍ଡଳ ହୋଇଥିବାରୁ ଏହାକୁ ଅଧିକ ସ୍ମାର୍ଟ କରାଯାଇଛି । ସାଧାରଣ ଲୋକଙ୍କୁ ସହାୟତା ପ୍ରଦାନ କରିବା ସହ ବରିଷ୍ଠ ନାଗରିକଙ୍କୁ ସହାୟତା ପାଇଁ ସେମାନେ ବେଶ୍‌ ପ୍ରଶଂସା ମଧ୍ୟ ପାଇଛନ୍ତି,’’ ସେ କହିଛନ୍ତି ।

‘‘ଟ୍ରାଫିକ୍‌ ସମସ୍ୟା ନିୟନ୍ତ୍ରଣ ପାଇଁ ବିଭିନ୍ନ ସ୍ଥାନରେ ସିସିଟିଭି ଲାଗିଛି । ଏପରିକି ୨୨୦ଟି ସ୍ଥାନରେ ସିସିଟିଭି ଲଗାଯାଇ ଦୈନିକ ହାରାହାରି ଶହେଟି ଚ଼ାଲାଣ କଟାଯାଉଛି,’’ କହିଛନ୍ତି ଷଢ଼ଙ୍ଗୀ ।

ବର୍ଦ୍ଧିତ ସାଇବର କ୍ରାଇମକୁ ଲକ୍ଷ୍ୟରେ ରଖି ରାଜଧାନୀରେ ସାଇବର ଥାନା ଖୋଲାଯିବାକୁ ସରକାରଙ୍କୁପ୍ରସ୍ତାବ ଦିଆାଯାଇଛି ବୋଲି ସେ ଜଣେଇଛନ୍ତି । ଖୁବ୍‌ ଶୀଘ୍ର ରାଜଧାନୀରେ ସାଇବର ଥାନା ପ୍ରତିଷ୍ଠା ହେବ ବୋଲି ସେ କହିଛନ୍ତି ।



କେବଳ ସେତିକି ନୁହେଁ ରାଜଧାନୀରେ ଇ-ପୋଲିସ ଷ୍ଟେସନ ଖୋଲାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି ବୋଲି କହିଛନ୍ତି ଷଢ଼ଙ୍ଗୀ । ଏଥିରେ ସାଧାରଣ ଲୋକେ ସେମାନଙ୍କର ମୋବାଇଲ୍‌ ଚ଼ୋରି ଠାରୁ ଆରମ୍ଭ କରି ଗାଡି଼ ଚୋରିର ଅଭିଯୋଗ କରିପାରିବେ ।

ରାଜଧାନୀର କ୍ରମବର୍ଦ୍ଦିଷ୍ଣୁ ଲୋକସଂଖ୍ୟାକୁ ଦୃଷ୍ଟିରେ ରଖି ଅଧିକ ପୋଲିସ୍‌ କର୍ମଚାରୀ ଓ ଥାନାର ଆବଶ୍ୟକତା ରହିଛି । ଏଣୁ ଏଗୁଡିକ ପୂରଣ କରାଯିବା ପାଇଁ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି କହିଛନ୍ତି ଷଢ଼ଙ୍ଗୀ ।

ଏହି ଖୋଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭାଗ ନେଇଥିବା ଲୋକେ ଓ ଏହାକୁ ଦେଖୁଥିବା ପର୍ଯ୍ୟବେକ୍ଷକମାନେ ମତ ଦେଇଛନ୍ତି ଯେ କମିଶନରେଟ୍‌ ପୋଲିସ୍ ପ୍ରତି ସାଧାରଣ ଲୋକଙ୍କର ରହିଥିବା ଅନେକ ଭ୍ରାନ୍ତ ଧାରଣା ଏହି କାର୍ଯ୍ୟକ୍ରମ ଦ୍ୱାରା ଅନେକାଂଶରେ ଦୂର ହୋଇଛି ।
First published: December 14, 2019, 8:25 PM IST
corona virus btn
corona virus btn
Loading