ଭୁବନେଶ୍ୱରର ପେଶାଦାର ଅପରାଧୀ ପାସପୋର୍ଟ୍ ପାଇ ବିଦେଶ ବୁଲି ଫେରିଲା; ତଦନ୍ତ ଆରମ୍ଭ

ଅପରାଧୀ ଆଶିଷ ସାମଲର ବିଦେଶ ଭ୍ରମଣର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାକୁ କେମିତି ପାସପୋର୍ଟ ମିଳିଲା ତାହା ଉପରେ ଆରମ୍ଭ ହୋଇଛି ତଦନ୍ତ l ତା’ ନାଁରେ ଏକ ଡଜନରୁ ଅଧିକ ଆପରାଧିକ ମାମଲା ରହିଛି ।

ଭୁବନେଶ୍ୱରର ପେଶାଦାର ଅପରାଧୀ ପାସପୋର୍ଟ୍ ପାଇ ବିଦେଶ ବୁଲି ଫେରିଲା; ତଦନ୍ତ ଆରମ୍ଭ
ଅପରାଧୀ ଆଶିଷ ସାମଲ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ସାଧାରଣ ଲୋକଙ୍କୁ ପାସପୋର୍ଟ ପାଇବା ପାଇଁ କେତେ ଅସୁବିଧାର ସାମନା କରିବାକୁ ହେଉଛି, କିନ୍ତୁ ଅପରାଧୀ ପାସପୋର୍ଟ ଧରି ବିଦେଶରେ ମଉଜ କରୁଛନ୍ତି l ଭୁବନେଶ୍ଵର ଚନ୍ଦ୍ରଶେଖରପୁର ଥାନାରୁ ଆଶିଷ ସାମଲ ନାମକ ଜଣେ ଅଭ୍ୟାସଗତ ଅପରାଧୀକୁ କେମିତି ପାସପୋର୍ଟ ମିଳିଲା, ତା’ର ତଦନ୍ତ ଆରମ୍ଭ ହୋଇଛି l ଭୁବନେଶ୍ଵର ଏସିପି ଜୋନ୍‌-୬ ପ୍ରକାଶ ଚନ୍ଦ୍ର ପାଲଙ୍କୁ ଏହି ମାମଲାର ତଦନ୍ତ ତଦନ୍ତ ଦାୟିତ୍ୱ ଦିଆଯାଇଛି ।

ଆଶିଷ ସାମଲ ନାଁରେ ଏକ ଡଜନରୁ ଅଧିକ ଆପରାଧିକ ମାମଲା ରହିଛି । ତା’ ଭଳି ଜଣେ ପେଶାଦାର ଅପରାଧୀର ପାସପୋର୍ଟ ରଦ୍ଦ କରିବାକୁ ଆରମ୍ଭ ହୋଇଛି ପକ୍ରିୟା l ପାସପୋର୍ଟ ଅଫିସକୁ ଚିଠି ଲେଖିଛନ୍ତି ଭୁବନେଶ୍ଵର ଡିସିପି ଅନୁପ ସାହୁ l

ଯେଉଁ ଚନ୍ଦ୍ରଶେଖରପୁର ଥାନାରୁ ଆଶିଷ ସାମଲ ପାସପୋର୍ଟ ପାଇଛି ସେହି ଥାନାରେ ହିଁ ତା’ ନାଁରେ ରହିଛି ତିନିଟି ଆପରାଧିକ ମାମଲା l ଇନଫୋସିଟି ଥାନାରେ ଚାରିଟି, ଖାରବେଳ ନଗରରେ ଗୋଟିଏ, ମଞ୍ଚେଶ୍ଵର ଥାନାରେ ଗୋଟିଏ, ଆଉ ଖଣ୍ଡଗିରି ଥାନାରେ ଦୁଇଟି ମାମଲା ରହିଛି ଆଶିଷ ନାଁରେ l

ଭୁବନେଶ୍ଵରର ପଟିଆ ତଳସାହିରେ ଆଶିଷର ଘର l ୨୦୧୮ ମେ ୧୮ ତାରିଖରେ ସେ ତତ୍କାଳ ପାସପୋର୍ଟ ପାଇଁ ଆବେଦନ କରିଥିଲା l  ପାସପୋର୍ଟ ଭେରିଫିକେସନ ପାଇଁ ସେପ୍ଟେମ୍ବର ୧୫ରେ ଚନ୍ଦ୍ରଶେଖରପୁର ଥାନାକୁ ଚିଠି ଆସିଥିଲା l  ହେଲେ ଆଶିଷ  ଘରେ ଅନୁପସ୍ଥିତ ଥିବାରୁ ପାସପୋର୍ଟ ଭେରିଫିକେସନ ହୋଇ ନ ପାରି ଫେରି ଯାଇଥିଲା ବୋଲି ଜଣାପଡ଼ିଛି l

ଆଶିଷ ସାମଲର ବିଦେଶ ଭ୍ରମଣ ସମୟର ଏକ ଫଟୋ


ପାଞ୍ଚ ମାସ ପରେ ୨୦୧୯ ଫେବୃୟାରୀ ୧୪ରେ  ଆଶିଷ ପୁଣି ଥରେ ପାସପୋର୍ଟ ପାଇଁ ନିବେଦନ କରିଥିଲା l ଫେବୃୟାରୀ ୧୫ରେ ଭେରିଫିକେସନ ପାଇଁ ଥାନାକୁ ଆସିଥିଲା ଚିଠି l ପାଞ୍ଚ ଦିନ ପରେ, ଅର୍ଥାତ ୨୦ ତାରିଖରେ, ପାସପୋର୍ଟ ଭେରିଫିକେସନ ହେବା ପରେ ୨୩ରେ ଆଶିଷକୁ ମିଳିଯାଇଥିଲା ପାସପୋର୍ଟ l ତା’ ପରେ ସେ ବିଦେଶ ବୁଲାବୁଲି କରି ଫେରିଛି l ବିଦେଶ ଭ୍ରମଣର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ତଦନ୍ତ l

ପ୍ରଶ୍ନ ଉଠୁଛି ଯେ ଆଶିଷ ଭଳି ଜଣେ ଅପରାଧୀକୁ କେମିତି ଥାନାରୁ ମିଳିଲା ପାସପୋର୍ଟ? ଏ ସମ୍ପକରେ ଥାନାରୁ କେହି କେମିତି ଜାଣି ପାରି ନ ଥିଲେ? ଏହା ପଛରେ କର୍ତ୍ତବ୍ୟରେ ଅବହେଳା ରହିଛି ନା ପୋଲିସ-ଅପରାଧୀ ମଧ୍ୟରେ ଭିତିରି ସମ୍ପର୍କ ରହିଛି ତାହା ଉପରେ ଏବେ ଖୋଳତାଡ଼ ଆରମ୍ଭ ହୋଇଛି ।

ଏହା ବି ପଢ଼ନ୍ତୁ: ସୁଶାନ୍ତ ସିଂ ରାଜପୁତଙ୍କ ଭଉଣୀ ଭାବପ୍ରବଣ ପୋଷ୍ଟ୍ କଲେ: ‘‘ଆମେ ତତେ ସବୁ ଦିନ ପାଇଁ ଭଲ ପାଇବୁ’’

‘‘ଭାଗ୍ୟ ଭଲ ଆଶିଷ ବିଦେଶ ଯାଇ କୌଣସି ଅପରାଧ କରିନାହିଁ l ଯଦି କୌଣସି ଅପରାଧ କରିଥାଆନ୍ତା ତେବେ ସେଥି ପାଇଁ କମିଶନରେଟ ପୋଲିସ ନିନ୍ଦିତ ହୋଇଥାନ୍ତା,’’ କହିଛନ୍ତି ପୂର୍ବତନ ପୋଲିସ ଡିଜିପି ସଞ୍ଜିବ ମାରିକ ।

ବିଶେଷ ସୂତ୍ରରୁ ଜଣାପଡିଛି ଯେ ପୋଲିସ କମିଶନର ଘଟଣାକୁ ଗୁରୁତ୍ଵର ସହ ନେଇଛନ୍ତି l ଜୋନ-୬ ଏସିପି ପୂରା ମାମଲାର ତଦନ୍ତ କରି ରିପୋର୍ଟ ଦେବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡ଼ିଛି l

ଏହା ବି ପଢ଼ନ୍ତୁ: ବିବାହିତ ଦମ୍ପତି ପିଲା ଚାହୁଁଥିଲେ, ହେଲେ ସେଥି ପାଇଁ ସେକ୍ସ କରିବାକୁ ହୁଏ ବୋଲି ଜାଣି ନ ଥିଲେ!

ଆଶିଷ ସାମଲକୁ ପାସପୋର୍ଟ ମିଳିବା ପଛରେ ଦୁଇଟି କାରଣ ଥାଇପାରେ ବୋଲି କୁହାଯାଉଛି l ସମ୍ପୃକ୍ତ ପୋଲିସ୍‌ ଅଧିକାରୀଙ୍କର କର୍ତ୍ତବ୍ୟରେ ଅବହେଳାର ଏହା ଫଳ ହୋଇପାରେ ବା ପୋଲିସ-ଅପରାଧୀ ଭିତିରିଆ ସମ୍ପର୍କ ଯୋଗୁଁ ଏହା ସମ୍ଭବ ହୋଇଥାଇପାରେ l
First published: July 5, 2020, 7:31 PM IST
corona virus btn
corona virus btn
Loading