ପୋଲିସ କମିଶନରଙ୍କ ଫିଟନେସ୍ ପ୍ଲାନ୍: ଭୁବନେଶ୍ୱର ଓ କଟକରେ ରହିବେ ନାହିଁ ଅନଫିଟ୍ ପୋଲିସ୍ କର୍ମୀ

କେବଳ ମାନସିକ ଓ ଶାରିରୀକ ଭାବେ ଫିଟ୍ ଥିବା ପୋଲିସ୍ କର୍ମଚାରୀଙ୍କୁ ହିଁ ଥାନା ଓ ଫାଣ୍ଡିରେ ଡ୍ୟୁଟି ମିଳିବ l ଅନ୍ୟମାନଙ୍କର ଦରମା ବଢ଼ିବା ବନ୍ଦ ହେବ ଓ ସେମାନଙ୍କୁ ଅସୁସ୍ଥ ଦର୍ଶାଇ ବାଧ୍ୟତାମୂଳକ ଅବସର ଦିଆଯିବ l

ପୋଲିସ କମିଶନରଙ୍କ ଫିଟନେସ୍ ପ୍ଲାନ୍: ଭୁବନେଶ୍ୱର ଓ କଟକରେ ରହିବେ ନାହିଁ ଅନଫିଟ୍ ପୋଲିସ୍ କର୍ମୀ
ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କରୋନା ମହାମାରୀ ସମୟରେ ଟ୍ୱିନ ସିଟିର ସବୁ ଥାନା ଓ ଫାଣ୍ଡିର ପୋଲିସ କର୍ମଚାରୀଙ୍କୁ ଫିଟ୍‌ ଆଣ୍ଡ ଫାଇନ ରହିବାକୁ ଏକ ବିଜ୍ଞପ୍ତି ଜାରି କରି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ l ସପ୍ତାହକ ମଧ୍ୟରେ ସବୁ କର୍ମଚାରୀଙ୍କ ମପାଯିବ ଉଚ୍ଚତା ଓ ଓଜନ l

ଟ୍ୱିନ ସିଟିରେ ଥିବା ସମସ୍ତ ଥାନା ଏବଂ ଫାଣ୍ଡିରେ ଚାକିରୀ କରୁଥିବା ପୋଲିସ କର୍ମୀମାନେ ମାନସିକ ଓ ଶାରିରୀକ ଭାବେ କେତେ ଫିଟ୍ ଅଛନ୍ତି ତାହା ଯାଞ୍ଚ କରାଯିବ l ଏହି ସପ୍ତାହରେ ସମସ୍ତ ପୋଲିସ କର୍ମଚାରୀଙ୍କ ଓଜନ ଓ ଉଚ୍ଚତା ମପାଯିବ l ଏହା ପରେ ବୟସ ଅନୁଯାୟୀ ସମସ୍ତଙ୍କୁ କାହାର କେତେ ଓଜନ ରହିବା ଦରକାର ତାହା ବଡି ମାସ୍ ଇଣ୍ଡେକ୍ସ (Body Mass Index) ଜଣାଇ ଦିଆଯିବ l

ବଡି ମାସ୍ ଇଣ୍ଡେକ୍ସ ରିପୋର୍ଟ ଡାକ୍ତରଙ୍କ ପାଖରେ ରହିବ l ପୁଣି ତିନି ମାସ ପରେ ପୋଲିସ କର୍ମଚାରୀ ନିଜ ଓଜନ କମାଇଛନ୍ତି କି ନାହିଁ ସେଥି ପାଇଁ ସମସ୍ତ ପୋଲିସ କର୍ମଚାରୀଙ୍କ ବଡି ମାସ୍ ଇଣ୍ଡେକ୍ସ ଯାଞ୍ଚ ହେବ l

ତିନି ମାସ ମଧ୍ୟରେ ପୋଲିସ କର୍ମଚାରୀମାନଙ୍କୁ ନିଜ ଓଜନ କମାଇବାକୁ ପଡ଼ିବ ।


ପୋଲିସ କର୍ମଚାରୀ ଯଦି ନିଜ ଓଜନ କମାଇ ନ ଥିବେ ତେବେ ସେମାନେ ବ୍ୟାୟାମ କରିବେ l ନଚେତ୍ ଛଅ ସପ୍ତାହର ରିଫ୍ରେଶର୍‌ କୋର୍ସ ସେମାନଙ୍କୁ କରିବାକୁ ପଡ଼ିବ l ସିପି (Commissioner of Police)ଙ୍କ ଏହି ଫିଟନେସ ଫଣ୍ଡା ଯଦି ପୋଲିସ କର୍ମଚାରୀ ନ ମାନନ୍ତି, ତେବେ ସେମାନଙ୍କ ଇନକ୍ରିମେଣ୍ଟ ବନ୍ଦ ହେବ, ନଚେତ୍‌ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଇ ଅବସର ଦିଆଯିବ l ମୋଟ ଉପରେ କହିବାକୁ ଗଲେ କଟକ ଓ ଭୁବନେଶ୍ୱରରେ ପେଟୁଆ ପୋଲିସଙ୍କ ସ୍ଥାନ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ପୋଲିସ୍‌ ମୁଖିଆ l

ଏହା ବି ପଢ଼ନ୍ତୁ: ଇଏ ଓଡ଼ିଆ ଝିଅ ଅପ୍ସରା ରାଣୀ; ରାମ ଗୋପାଳ ବର୍ମାଙ୍କ ନୂଆ ଫିଲ୍ମ ‘ଥ୍ରୀଲର୍’ରେ ସେ ହିରୋଇନ୍

ଏହା ବି ପଢ଼ନ୍ତୁ: ବଲିଉଡରେ କାମ ମାଗିଲେ ପ୍ରଡ୍ୟୁସରମାନେ କହୁଥିଲେ ରାତିରେ ଆସି ଦେଖା କର: ଶେର୍ଲିନ୍ ଚୋପ୍ରା

ପୋଲିସ କମିଶନରଙ୍କ ଏଭଳି ନିର୍ଦ୍ଦେଶ ପରେ ବିଭିନ୍ନ ଥାନା ଏବଂ ଫାଣ୍ଡିରେ ଡ୍ୟୁଟି କରୁଥିବା କର୍ମଚାରୀଙ୍କ ଛାତିରେ ଛନକା ପଶିଛି l ସିପିଙ୍କ ଏହି ନିର୍ଦ୍ଦେଶନାମାକୁ ନେଇ ଏବେ ଉଠିଛି ପ୍ରଶ୍ନ l ଟ୍ୱିନ ସିଟିର ସବୁ ଥାନାରେ ଖାଲି ପଡିଛି କର୍ମଚାରୀ ପଦବୀ l ଯଥେଷ୍ଟ କର୍ମଚାରୀ ନ ଥିବାରୁ ତଦନ୍ତ, ଅପରାଧ ନିୟନ୍ତ୍ରଣ ଓ ଆଇନଶୃଙ୍ଖଳା ପରିସ୍ଥିତି ପ୍ରଭାବିତ ହୋଇଛି l ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ଦିନ ଦ୍ଵିପ୍ରହରରେ ଲୁଟ ଓ ରାହାଜାନି କରୁଛନ୍ତି l ପୋଲିସ କମିଶନରଙ୍କ ଏହି ପୋଲିସ୍ ଫିଟ୍ ଯୋଜନା କେତେ ଦୂର ସଫଳ ହେଉଛି ତାହା ଆଗକୁ ଜଣା ପଡ଼ିବ ।
Published by: Anand Shankar Thankur Das
First published: July 17, 2020, 9:11 PM IST
corona virus btn
corona virus btn
Loading