ଭୁବନେଶ୍ୱର: ଚାକିରି ଦେବେ ବୋଲି କହି ଟଙ୍କା ଲୁଟୁଥିଲେ ଠକ ଦମ୍ପତି; ସ୍ୱାମୀ ଗିରଫ; ସ୍ତ୍ରୀ ଫେରାର୍

ଅସଲି ବୋଲି କହି ନକଲି ଆପଏଣ୍ଟମେଣ୍ଟ ଲେଟର୍ ଦେବା ପରେ ସରୋଜ ଓ ରଶ୍ମିଲତା ଆଶାୟୀ ଯୁବକଯୁବତୀମାନଙ୍କୁ ନକଲି ଚାକିରୀ ପାଇଁ କଲିକତାକୁ ବି ପଠାଉଥିଲେ ଟ୍ରେନିଂ ପାଇଁ । ହେଲେ ସେମାନଙ୍କ ଏହି ମିଛ ଦୁନିଆ ବେଶୀ ଦିନ ତିଷ୍ଠି ନ ଥିଲା ।

ରଶ୍ମିଲତାଙ୍କ ଏକ ଫାଇଲ୍ ଫଟୋ

ରଶ୍ମିଲତାଙ୍କ ଏକ ଫାଇଲ୍ ଫଟୋ

  • Share this:
News18 Odia Digital

ଭୁବନେଶ୍ୱର: ଚାକିରି ଯୋଗାଇବା ନାଆଁରେ ବିଛାଯାଇଥିବା ଠକ ନେଟୱର୍କରେ ମାୟାବିନୀ ମହୁମାଛି ସାଙ୍ଘାତିକ ଖେଳ କରୁଥିଲେ । ସେ ଠକେଇରେ ଯେତିକି ଉସ୍ତାଦ, ଚମ୍ପଟ ମାରିବାରେ ବି ସେତିକି ଧୁରନ୍ଧର । ତାଙ୍କୁ ଦରକାର ପୁଳା ପୁଳା ଟଙ୍କା । ଟଙ୍କାର ଆବଶ୍ୟକତା ପୂରଣ ପାଇଁ ସେ ତିଆରି କରିଥିଲେ ଏକ ବିଶାଳ ଠକ ନେଟୱର୍କ । ହେଲେ ରାଣୀ ମହୁମାଛି ରଶ୍ମିଲତା ମହାନ୍ତି ଓ ତାଙ୍କ ସ୍ୱାମୀ ସରୋଜ କୁମାର ଜେନାଙ୍କ ଠକେଇ ନେଟୱର୍କ ବେଶୀ ଦିନ ଛପି ରହିଲା ନାହିଁ ।

ରଶ୍ମିଲତା ଓ ସରୋଜ ଦୁହେଁ ଚାକିରୀ ପାଇଁ ଆଶାୟୀ ଯୁବକଯୁବତୀଙ୍କୁ ଟାର୍ଗେଟ କରୁଥିଲେ । ଏମାନଙ୍କ ଠକିବା ଶୈଳୀ ବି ଥିଲା ନିଆରା । ଯାହାକୁ ପୋଲିସ ଚାକିରୀ ଦରକାର ତା’ ସାମ୍ନାରେ ଛିଡା କରୁଥିଲେ ନକଲି ପୋଲିସ । ଆଉ କହୁଥିଲେ ଯେ ଏଇମାନେ ହିଁ ତାଙ୍କୁ ଟଙ୍କା ଦେଇ ଚାକିରୀ କରିଛନ୍ତି । କହୁଥିଲେ ଗୋଟିଏ ଚୁଟକିରେ ମିଳିଯିବ ପୋଲିସ ଚାକିରୀ । ଆଉ ଯଦି କାହାକୁ ରେଲୱେରେ ଚାକିରୀ ଦରକାର, ତାହାଲେ ରେଲୱେ ଆଇ କାର୍ଡ ଓ ଷ୍ଟାମ୍ପ ସାଙ୍ଗକୁ ଚାକିରୀର ଆପଏଣ୍ଟମେଣ୍ଟ କପି ବି ମିଳୁଥିଲା ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

ଖାଲି ସେତିକି ନୁହେଁ, ଅସଲି ବୋଲି କହି ନକଲି ଆପଏଣ୍ଟମେଣ୍ଟ ଲେଟର୍‌ ଦେବା ପରେ ସରୋଜ ଓ ରଶ୍ମିଲତା ଆଶାୟୀ ଯୁବକଯୁବତୀମାନଙ୍କୁ ନକଲି ଚାକିରୀ ପାଇଁ କଲିକତାକୁ ବି ପଠାଉଥିଲେ ଟ୍ରେନିଂ ପାଇଁ । ରଶ୍ମିଲତା ଓ ତାଙ୍କ ସ୍ୱାମୀ ସରୋଜଙ୍କର କଳା କାରନାମା କଥା ଯିଏ ଶୁଣିବ ସେ ଆବାକ ହୋଇଯିବ । ହେଲେ ସେମାନଙ୍କ ଏହି ମିଛ ଦୁନିଆ ବେଶୀ ଦିନ ତିଷ୍ଠି ନ ଥିଲା । ଧିରେ ଧିରେ ଗୋଟିଏ ପରେ ଗୋଟିଏ ଲୋକ ସେମାନଙ୍କ ଦ୍ୱାରା ଠକାଯାଇଥିବା କହିବା ସହ ଚାକିରୀ, ଟ୍ରେନିଂ, ଆଇ କାର୍ଡ଼ ଓ ଅଫିସ କଥା ସବୁ ମିଛ ବୋଲି କହି ଅଭିଯୋଗର ଲମ୍ୱା ଲାଇନ ଲଗାଇଥିଲେ ଥାନାରେ ।

ପୋଲିସ ଗିରଫରେ ସରୋଜ


ଜଣେ ଜଣେ ଲୋକଠୁ ୧ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆଦାୟ କରୁଥିଲେ ରଶ୍ମିଲତା ଓ ସରୋଜ । ଅନେକ ଯୁବକଯୁବତୀଙ୍କ ଠାରୁ ଅଭିଯୋଗ ପାଇବା ପରେ ପୋଲିସ ଏହି ନେଟୱର୍କ ବିଷୟରେ ଖୋଳତାଡ଼ କରିବା ଆରମ୍ଭ କରିଥିଲା । ଅଭିଯୁକ୍ତ ସରୋଜ ଜେନାଙ୍କୁ ଗିରଫ କରି କୋର୍ଟ ଫରଓ୍ୱାର୍ଡ କରିଛି ପୋଲିସ ।

ଏହା ବି ପଢ଼ନ୍ତୁ | ମୋଦି Vs ଦିଦି: ମାର୍ଚ୍ଚ ୨୭ରୁ ପଶ୍ଚିମ ବଙ୍ଗରେ ୮ଟି ପର୍ଯ୍ୟାୟରେ ହେବ ବିଧାନ ସଭା ନିର୍ବାଚନ

‘‘ଏମାନଙ୍କ ଠକେଇ କରିବାର ଉପାୟ ଥିଲା ଅଲଗା । ଏମାନେ କିଛି ଫଟୋ ପାଖରେ ରଖିଛନ୍ତି । ବିଭିନ୍ନ ସଂସ୍ଥାର ନକଲି ପ୍ରମାଣପତ୍ର ବି ରଖିଛନ୍ତି । ସରକାରୀ ଚାକିରୀ ଏମାନଙ୍କ ବାଁ ହାତର ଖେଳ ବୋଲି କହି ଓଡିଶାର ବିଭିନ୍ନ ଜିଲାରୁ ଲୁଟିଛନ୍ତି ଲକ୍ଷାଧିକ ଟଙ୍କା,’’ କହିଛନ୍ତି ଅନୁସନ୍ଧାନ ଟିମରେ ଥିବା ଜଣେ ପୋଲିସ ଅଫିସର ।

ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ


ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ କହିଛନ୍ତି: ‘‘ସରୋଜକୁ ଗିରଫ କରାଯାଇଛି । ବହୁତ ପିଲାଙ୍କୁ ସେ ଠକିଛନ୍ତି । ଏହି ଠକେଇ ନେଟୱର୍କ କେତେ ବାଟ ଲମ୍ବିଛି ତାହା ଜାଣିବା ପାଇଁ ତାଙ୍କୁ ରିମାଣ୍ଡରେ ଅଣାଯିବ ।’’

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ଚାକିରୀ ଦେବେ ବୋଲି କହି ବିଶ୍ୱାସ ଜନ୍ମାଇ ଅନେକ ଯୁବକଯୁବତୀଙ୍କ ଠାରୁ ସେମାନଙ୍କ ଜୀବନର ସଞ୍ଚିତ ଧନରୁ ଲକ୍ଷ ଲକ୍ଷ ଟଙ୍କା ଏହି ଠକ ଦମ୍ପତି ଲୁଟି ନେଇଥିବା ଅଭିଯୋଗ ହୋଇଛି । ସରୋଜ ଗିରଫ ହୋଇଥିବା ବେଳେ ତାଙ୍କ ସ୍ତ୍ରୀ ତଥା ଏହି ଠକ ନେଟୱର୍କର କଥିତ ମାଷ୍ଟରମାଇଣ୍ଡ ରଶ୍ମିତଲା ଏବେ ବି ପୋଲିସ ଗିରଫରୁ ବାହାରେ ଅଛି ।



ନିଜ ସ୍ୱାମୀ ଗିରଫ ହେବାର ବାସ୍ନା ପାଇବା ପରେ ରଶ୍ମିଲତା କୁଆଡ଼େ ଫେରାର୍‌ ହୋଇଯାଇଥିଲେ ବୋଲି କୁହାଯାଉଛି । ତାଙ୍କୁ ଗିରଫ କରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ରେଡ୍‌ କରିବା ଜାରି ରଖିଛି ।
Published by:Anand Shankar Thankur Das
First published: