ଭୁବନେଶ୍ୱରର ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ତଡ଼ିପାର କରାଯିବ; ପୋଲିସ ଆରମ୍ଭ କଲା ପ୍ରକ୍ରିୟା

ଜୁଡୋ କୋଚ୍ ତଥା ଧାବକ ବୁଦ୍ଧିଆ ସିଂଙ୍କ ଗୁରୁ ବିରଞ୍ଚି ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ରାଜା ଆଚାର୍ଯ୍ୟ । ସେ କିଛି ମାସ ତଳେ ଜାମିନରେ ଆସିବା ପରେ ତା’ ଉପରେ ନଜର ରଖିଥିଲା କମିଶନରେଟ ପୋଲିସ ।

ଭୁବନେଶ୍ୱରର ଗ୍ୟାଙ୍ଗଷ୍ଟାର ରାଜା ଆଚାର୍ଯ୍ୟକୁ ତଡ଼ିପାର କରାଯିବ; ପୋଲିସ ଆରମ୍ଭ କଲା ପ୍ରକ୍ରିୟା
ଗିରଫ ହେବା ପରେ ଜଣେ ପୋଲିସ ଅଧିକାରୀଙ୍କ ପ୍ରଶ୍ନର ଉତ୍ତର ଦେଉଛି ରାଜା ।
  • News18 Odia
  • Last Updated: October 18, 2020, 9:05 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ସରକାରୀ ପ୍ଲଟ ଉପରେ ଭେଣ୍ଡରଙ୍କୁ ଦୋକାନ ଦେଇ ଦାଦା ବଟି ନେବା ଅଭିଯୋଗରେ ଗିରଫ ହୋଇଥିବା ଗ୍ୟାଙ୍ଗଷ୍ଟର୍‌ ରାଜା ଆଚାର୍ଯ୍ୟକୁ ତଡ଼ିପାର କରାଯିବ ଓ ତା’ ବିରୁଦ୍ଧରେ ଏନ୍‌.ଏସ୍‌.ଏ. ବି ଲାଗୁ ହେବ। ରାଜା ଓ ରାଜ୍ୟ ରାଜଧାନୀରେ ଥିବା ତା’ ପରି ଗ୍ୟାଙ୍ଗଷ୍ଟରମାନଙ୍କୁ ସାବାଡ଼ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଛି କମିଶନରେଟ ପୋଲିସ ।

ରାଜା ସହ ତା’ର ଦୁଇ ଜଣ ସହଯୋଗୀ ବିନୟ ଦାସ ଓ ନୃସିଂହ ବେହେରା ବି ଗିରଫ ହୋଇଛନ୍ତି ।  ୟୁନିଟ ୨ର ପୁରୁଣା ବସ୍‌ ଷ୍ଟାଣ୍ଡ ପାଖରୁ ଦାଦା ବଟି ମାଗିବା ଅଭିଯୋଗରେ ରାଜାକୁ ଗିରଫ କରିଛି କ୍ୟାପିଟାଲ ଥାନା ପୋଲିସ । ଶୁକ୍ରବାର ଦିନ BMCର ସରକାରୀ ଜମି ଉପରୁ ତଥା ଜଣକ ଘର ସାମ୍ନାରୁ ଜବର ଦଖଲ ହଟାଯିବା ପରେ ଉକ୍ତ ବ୍ୟବସାୟୀକୁ ସାହାରା ହୋଇଥିଲା ରାଜା ।

ଭଙ୍ଗା ଯାଇଥିବା ସ୍ଥାନରେ, ଅର୍ଥାତ ସରକାରୀ ପ୍ଲଟ ଉପରେ, ଘର ଓ ଦୋକାନ ଦେବାକୁ କହି ଆରମ୍ଭ କରିଥିଲା ଉଦ୍ୟମ । ଏ ବାବଦରେ ରାଜା ୨୦ ହଜାର ଟଙ୍କା ନେବା ନେଇ ଡିଲ ହୋଇଥିଲା । ଖବର ପାଇ ପୋଲିସ ପହଞ୍ଚି ରାଜା ସମେତ ଦୋକାନ ପାଇଁ ବ୍ୟବହୃତ ପଲଥିନ, ଶାବଳ ଓ ଦୁଇ ସହଯୋଗୀଙ୍କୁ ଗିରଫ କରିଥିଲା ।

ଏହା ବି ପଢ଼ନ୍ତୁ | Video: ପୁରୁଷମାନଙ୍କ ସହ ଘଟୁଥିବା ଗ୍ୟାଙ୍ଗ୍ ରେପ୍ ଉପରେ ଆଧାରିତ ଏହି ଫିଲ୍ମ ରିଲିଜ୍‌ ହେଲା

‘‘ରାଜା କେବଳ ଜଣେ ଦେକାନୀଙ୍କୁ ଥଇଥାନ କରିବା ନାଁରେ ଦାଦା ବଟି ନିଏନି । ସେ ଏମିତି ଅନେକ ଦୋକାନରୁ ଦାଦା ବଟି ସଂଗ୍ରହ କରେ । ବ୍ୟବସାୟୀମାନଙ୍କୁ ଧମକ ବି ଦିଏ । କିଛି ଗୁଣ୍ଡାଙ୍କୁ ପାଖରେ ରଖି ସେ ନିଜର ନେଟୱାର୍କ ଚଳାଇଥାଏ,’’ କହିଛନ୍ତି କ୍ୟାପିଟାଲ ଥାନାର ଆଇଆଇସି ଗିରିଜା ଶଙ୍କର ଚକ୍ରବର୍ତୀ ।

ଏହା ବି ପଢ଼ନ୍ତୁ | କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ଦେହରେ ୯୦ ଦିନ ପର୍ଯ୍ୟନ୍ତ ରହିଥାଏ ଏହି ଭାଇରସ୍

ଜୁଡୋ କୋଚ୍‌ ତଥା ଧାବକ ବୁଦ୍ଧିଆ ସିଂଙ୍କ ଗୁରୁ ବିରଞ୍ଚି ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ରାଜା ଆଚାର୍ଯ୍ୟ । କଟକ ମାଲ ଗୋଦାମ ଥାନାରେ ମଧ୍ୟ ତା ନାଁରେ ରହିଛି ପୁରୁଣା ଅଭିଯୋଗ। ସେ କିଛି ମାସ ତଳେ ଜାମିନରେ ଆସିବା ପରେ ତା’ ଉପରେ ନଜର ରଖିଥିଲା କମିଶନରେଟ ପୋଲିସ । ଏବେ ପୁଣି ସେ ଦାଦାବଟି ଧନ୍ଦା ଆରମ୍ଭ କରିଥିଲା । ଏହାକୁ ନେଇ ପୋଲିସ କଠୋର ହୋଇଛି ।



ଦିନକ ଆଗରୁ କମିଶନରେଟ ପୋଲିସ କହିଥିଲା ଯେ ଦାଦା ବଟିକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ । ଏ ନେଇ ଭୁବନେଶ୍ବର ଡିସିପି ଉମାଶଙ୍କର ଦାସ କହିଛନ୍ତି, ‘‘ରାଜା ଉପରେ କଡା ନଜର ରଖାଯାଇଥିଲା । ତା’ ବିରୋଧରେ ଅନେକ ଅଭିଯୋଗ ବିଭିନ୍ନ ସ୍ଥାନରୁ ଆସିଥିଲା । ଅନେକ ଦେକାନରୁ ମାସିକ ଚାନ୍ଦା ନିଏ ରାଜା । ଦାଦା ବଟିକୁ ‘ନୋ’ କୁହାଯାଇଥିବା ବେଳେ ରାଜା ଏହାକୁ ନ ମାନି ବ୍ୟବସାୟୀଙ୍କୁ ନାଲି ଆଖି ଦେଖାଇ ଟଙ୍କା ଆଦାୟ କରୁଥିଲା ସେ । ରାଜାକୁ ତଡ଼ିପାର କରିବା ପାଇଁ  ଓ ଏନଏସଏ ଲାଗୁ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଉଛି ।’’
Published by: Anand Shankar Thankur Das
First published: October 18, 2020, 9:05 PM IST
corona virus btn
corona virus btn
Loading