ଭୁବନେଶ୍ୱରରେ ୫ ବର୍ଷର ବାଳକର ହତ୍ୟାରୋପୀ ମହିଳାଙ୍କର ‘ମୁଣ୍ଡ ଦୋଷ’ ଥିବାରୁ ଅଡ଼ୁଆରେ ପୋଲିସ

ମୃତ ବାଳକର ବାପା ପଚାରିଛନ୍ତି ଯେ ତନୁଶ୍ରୀର ଯଦି ମୁଣ୍ଡ ଦୋଷ ରହିଛି ତେବେ ସେ ତା’ ଘରେ ଥିବା ନିଜ ୮ ବର୍ଷର ଝିଅକୁ କ୍ଷତି ପହଞ୍ଚାଇନାହିଁ କାହିଁକି? ତନୁଶ୍ରୀ ଅସୁସ୍ଥତାର ବାହାନା କରୁଛି ବୋଲି ସେ କହିଛନ୍ତି ।

ଭୁବନେଶ୍ୱରରେ ୫ ବର୍ଷର ବାଳକର ହତ୍ୟାରୋପୀ ମହିଳାଙ୍କର ‘ମୁଣ୍ଡ ଦୋଷ’ ଥିବାରୁ ଅଡ଼ୁଆରେ ପୋଲିସ
ମୃତ ପାଞ୍ଚ ବର୍ଷର ବାଳକ ସାଇରାମ ପାତ୍ର (ଫାଇଲ୍ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ପାଞ୍ଚ ବର୍ଷର ବାଳକ ସାଇରାମ ପାତ୍ରର ହତ୍ୟାକୁ ନେଇ ପୋଲିସ ପାଇଁ ବଢୁଛି ଅଡ଼ୁଆ l ପଡ଼ୋଶୀ ତନୁଶ୍ରୀ ପରମାଣିକ ବିରୋଧରେ ଆଇପିସିର ଧାରା ୩୦୨ ଅନୁଯାୟୀ ହତ୍ୟା ମାମଲା ରୁଜୁ କରିଛି ଖଣ୍ଡଗିରି ଥାନା ପୋଲିସ, ହେଲେ ଆଜି ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରି ନାହିଁ l ଗିରଫ ତ ଦୂରର କଥା, ତନୁଶ୍ରୀଙ୍କୁ ପଚରାଉଚରା ବି କରିପାରିନି ପୋଲିସ l ଫଳରେ ଅଧାରେ ଅଟକି ରହିଛି ପୋଲିସର ତଦନ୍ତ l

ଏହି ହତ୍ୟାର ୪୮ ଘଣ୍ଟା ପରେ ଶବ ବ୍ୟବଛେଦ ରିପୋର୍ଟ ମଧ୍ଯ ପ୍ରସ୍ତୁତ ହୋଇସାରିଛି l ରିପୋର୍ଟରେ ଡାକ୍ତର ଉଲ୍ଲେଖ କରିଛନ୍ତି ଯେ ସାଇରାମର ବେକରେ ରାଉଣ୍ଡ ହୋଇ କଳା ଦାଗ ରହିଛି l ଅର୍ଥାତ ଏକ କପଡ଼ା କିମ୍ବା ଦଉଡ଼ିରେ ତା’ ଗଳାକୁ ଦାବି କେହି ହତ୍ୟା କରିଛି l ଦିନେ ଦୁଇ ଦିନ ଭିତରେ ଶବ ବ୍ୟବଛେଦ ରିପୋର୍ଟ ପୋଲିସକୁ ହସ୍ତାନ୍ତର କରାଯିବ l

ପୋଲିସ ପାଇଁ ଅଧିକ ଅଡୁଆ ସୃଷ୍ଟି କରିଛନ୍ତି ମୃତ ବାଳକର ପଡ଼ୋଶୀ ତନୁଶ୍ରୀ ପରମାଣିକ, ଯାହାଙ୍କ ଘରୁ ହିଁ ସାଇରାମର ମୃତ ଦେହ ମିଳିଥିଲା l ହତ୍ୟା ପର ଠାରୁ ତନୁଶ୍ରୀ ଅସୁସ୍ଥ ଥିବାରୁ ଭୁବନେଶ୍ଵରରେ ଏକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି  l ବିଶେଷ ସୂତ୍ରରୁ ଜଣାପଡିଛି ଯେ ତନୁଶ୍ରୀ ପରମାଣିକ ସ୍କିଜୋଫ୍ରିନିଆ ରୋଗରେ ଆକ୍ରାନ୍ତ ଓ ସେଥି ପାଇଁ ତାଙ୍କର ଚିକିତ୍ସା ଚାଲିଛି l

ନିଜ ପଡ଼ୋଶୀ ତନୁଶ୍ରୀଙ୍କ ଘରେ ସାଇରାମ ପାତ୍ର ମୃତ ଅବସ୍ଥାରେ ମିଳିଥିଲା ।


ପୋଲିସ ଅଡୁଆରେ ପଡିଛି ଏଇଥି ପାଇଁ ଯେ ଯେହେତୁ ତନୁଶ୍ରୀ ଜଣେ ସ୍କିଜୋଫ୍ରିନିଆ ରୋଗୀ, ତାଙ୍କୁ ଗିରଫ କରିବାର କିଛି ଦିନ ଭିତରେ ହିଁ ସେ ଜାମିନରେ ଖସିଆସିବାର ସମ୍ଭାବନା ଅଧିକ ରହିଛି l  ହତ୍ୟାର ସମସ୍ତ ତଥ୍ୟ, ପ୍ରମାଣ ଓ ସାକ୍ଷୀ ମିଳିଲେ ବି କୋର୍ଟରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା କଷ୍ଟସାଧ୍ୟ l ଏହା ପୋଲିସ ପାଇଁ ଏବେ ଚିନ୍ତା ବଢାଇ ଦେଇଛି ।

‘‘ଯଦି ତନୁଶ୍ରୀଙ୍କର ସ୍କିଜୋଫ୍ରିନିଆ ରୋଗ ଥାଏ, ତେବେ କୋର୍ଟରେ ତାଙ୍କୁ ସହଜରେ ଜାମିନ ମିଳିଯିବ । ହେଲେ ସେ ଯେ ନିର୍ଦୋଷରେ ଖଲାସ ହୋଇଯିବେ ତାହା କହିବା କଷ୍ଟକର l ପାରିପାର୍ଶ୍ଵିକ ସ୍ଥିତି ଓ ସାକ୍ଷ ପ୍ରମାଣକୁ ଦେଖି କୋର୍ଟ ରାୟ ଦେବେ,’’ କହିଛନ୍ତି ଆଇନଜୀବୀ ସିଦ୍ଧାର୍ଥ ଦାସ l

ସାଇରାମର ବାପା ସମୀର କୁମାର ପାତ୍ର କହିଛନ୍ତି: ‘‘ତନୁଶ୍ରୀର ଯଦି ମୁଣ୍ଡ ଦୋଷ ରହିଛି ତେବେ ତା’ ଘରେ ତା’ର ୮ ବର୍ଷର ଝିଅ ବି ତ ରହିଛି l ତାକୁ କିଛି କ୍ଷତି ନ ପହଞ୍ଚାଇ ସେ ସାଇରାମକୁ କାହିଁକି ହତ୍ୟା କଲା? ଗିରଫ ହେବା ଭୟରେ ତନୁଶ୍ରୀ ଅସୁସ୍ଥତାର ବାହାନା କରୁଛି ।’’

ଗୋଟିଏ ପଟେ ତନୁଶ୍ରୀଙ୍କୁ ନେଇ ସନ୍ଦେହ ବଢୁଥିବା ବେଳେ ଏହି ହତ୍ୟାକାଣ୍ଡକୁ ନେଇ ଲାଗି ରହିଛି ସସପେନ୍ସ  l ଏଭଳି ଅବସ୍ଥାରେ ତଦନ୍ତର ଦୋ’ଛକିରେ ଅଟକି ରହିଛି ପୋଲିସ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 11:22 PM IST
corona virus btn
corona virus btn
Loading