ଭୁବନେଶ୍ୱର ମାର୍କେଟ ବିଲଡିଂରେ ଗୁଣ୍ଡାଗର୍ଦ୍ଦି ଘଟଣାରେ ଗିରଫ ସଂଖ୍ୟା ବଢିଲା ୨୨କୁ

ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା ମାର୍କେଟ ବିଲଡିଂରେ ବିହାର ଷ୍ଟାଇଲରେ ଅସାମାଜିକ ଯୁବକମାନଙ୍କ ଆତଙ୍କରାଜ କମିଶନରେଟ୍ ପୋଲିସର ଛବିକୁ ପୁଣି ମଳିନ କରିଛି । ଥାନା ଠାରୁ ମାତ୍ର ୨୦୦ ମିଟର ଦୁର ଏ ସ୍ଥାନ, ପୁଣି ନିକଟରେ ଲୋକ ସେବା ଭବନ ଓ ବିଧାନ ସଭା ରହିଛି ।

ଭୁବନେଶ୍ୱର ମାର୍କେଟ ବିଲଡିଂରେ ଗୁଣ୍ଡାଗର୍ଦ୍ଦି ଘଟଣାରେ ଗିରଫ ସଂଖ୍ୟା ବଢିଲା ୨୨କୁ
ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଆଣୁଛି ।
  • News18 Odia
  • Last Updated: January 12, 2020, 6:08 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ମାର୍କେଟ ବିଲଡିଂରେ ଆତଙ୍କରାଜ ଏବଂ ଗୁଣ୍ଡାଗର୍ଦ୍ଦି ଘଟଣାରେ କାର୍ଯ୍ୟାନୁଷ୍ଠାନ କରି ପୋଲିସ ରବିବାର ଆଉ ଚ଼ାରି ଜଣଙ୍କୁ ଗିରଫ କରିବା ପରେ ମୋଟ ଗିରଫ ହୋଇଥିବା ଅଭିଯୁକ୍ତଙ୍କ ସଂଖ୍ୟା ବଢ଼ି ୨୨ରେ ପହଁଚ଼ିଛି ।

ଗିରଫ ଚ଼ାରି ଜଣଙ୍କ ମଧ୍ୟରେ ତିନି ଜଣ ଅଛନ୍ତି ନାବାଳକ । ଜଣେ ସାବାଳକଙ୍କୁ କୋର୍ଟ ଚାଲାଣ କରାଯାଇଛି ।

ରବିବାର ହୋଇଥିବାରୁ ମାର୍କେଟରେ ଲୋକଙ୍କ ପ୍ରବଳ ଭିଡ ଲାଗିଛି । ସେଥି ପାଇଁ ଗୁଣ୍ଡାଗର୍ଦ୍ଦି ଘଟଣାର ଯେପରି ପୁନରାବୃତ୍ତି ନ ହେବ ସେଥିପାଇଁ ପୋଲିସର ସୁରକ୍ଷା ମାଗିଛନ୍ତି ବ୍ୟବସାୟୀମାନେ ।

ଦୋକାନୀଙ୍କ ଉପରେ ପ୍ରତିଶୋଧ ନେବାକୁ ଶନିବାର ପୁଣି କିଛି ଯୁବକ ମାର୍କେଟ ବିଲଡିଂକୁ ଆସି ଆତଙ୍କ ସୃଷ୍ଟି କରିବାକୁ ଉଦ୍ୟମ କରିଥିଲେ ବୋଲି କହିଛନ୍ତି ସୁରକ୍ଷାକର୍ମୀମାନେ । ତେଣୁ ସମଗ୍ର ଅଞ୍ଚଳ ଉପରେ ପୋଲିସ ତୀକ୍ଷ୍ଣ ନଜର ରଖିଛି ।

ରାଜଧାନୀର କେନ୍ଦ୍ର ସ୍ଥଳରେ ଥିବା ମାର୍କେଟ ବିଲଡିଂରେ ବିହାର ଷ୍ଟାଇଲରେ ଅସାମାଜିକ ଯୁବକମାନଙ୍କ ଆତଙ୍କରାଜ କମିଶନରେଟ୍ ପୋଲିସର ଛବିକୁ ପୁଣି ମଳିନ କରିଛି । ଥାନା ଠାରୁ ମାତ୍ର ୨୦୦ ମିଟର ଦୁର ଏ ସ୍ଥାନ, ପୁଣି ନିକଟରେ ଲୋକ ସେବା ଭବନ ଓ ବିଧାନ ସଭା ରହିଛି ।

ସକାଳୁ ରାତି ପର୍ଯ୍ୟନ୍ତ ମାର୍କେଟ ବିଲଡିଂରେ ଲାଗିଥାଏ ଲୋକଙ୍କ ଭିଡ । ଏଭଳି ହାଇ ସିକ୍ୟୁରିଟି ଜୋନରେ ଆତଙ୍କରାଜ ସୃଷ୍ଟି କରିବା ଓ ପୋଲିସ ଏ ସମ୍ପର୍କରେ ଟେର୍ ନପାଇବା ପୋଲିସର ଗୁଇନ୍ଦା ଶକ୍ତି ଉପରେ ପ୍ରଶ୍ନ ସୃଷ୍ଟି କରିଛି ।

‘‘ଥାନାରେ ଏହି ମାମଲା ପ୍ରଥମେ ସମାଧାନ ହେଇଯିବା ପରେ ଉଭୟ ପକ୍ଷଙ୍କ କ୍ରାଇମ ରେକର୍ଡ ପୋଲିସ ଭେରିଫାଏ କରିବାର ଥିଲା । ପୋଲିସ ତାହା କରିନାହିଁ । ତାହା କରି ସାହି ଅନୁସାରେ ଉଚ଼ିତ ପଦକ୍ଷେପ ନେଇଥିଲେ ଏମିତି ବଡ଼ ଘଟଣା ହୋଇ ନ ଥାନ୍ତା,’’ କହିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।

ଏ ଘଟଣାରେ ପୋଲିସର ୱାଣ୍ଟେଡ ଲିଷ୍ଟରେ ତିନି ଜଣ ମାଷ୍ଟରମାଇଣ୍ଡ ଅଛନ୍ତି – ଗୋପି, ପ୍ରିତମ ଏବଂ ଚ଼ିଣ୍ଟୁ । ଏମାନଙ୍କ ନାଁରେ ପୂର୍ବରୁ ବିଭିନ୍ନ ଥାନାରେ ରହିଛି ଅନେକ ଆପରାଧିକ ମାମଲା । ଗଣ୍ଡଗୋଳର ସୂତ୍ରପାତ ବି ଏମାନେ ହିଁ କରିଥିଲେ ।

ମାର୍କେଟ ବିଲଡିଂରେ ଆତଙ୍କରାଜ ସୃଷ୍ଟି କରିବାକୁ ପ୍ରିତମ ଏବଂ ଚିଣ୍ଟୁ କିଛି ସ୍କୁଲ ଓ କଲେଜ ପିଲାମାନଙ୍କୁ ଉସକାଉଥିଲେ ବୋଲି ପୋଲିସ୍‌ର ଅନୁସନ୍ଧାନରୁ ଜଣାପଡ଼ିଛି ।
Published by: Anand Shankar Thankur Das
First published: January 12, 2020, 6:08 PM IST
corona virus btn
corona virus btn
Loading