ଭୁବନେଶ୍ୱରରେ ରାସ୍ତା ଉପରେ ୪ ଜଣ ଫୋନ୍ ଲୁଟେରାଙ୍କ ସହ ଏକା ଲଢ଼ିଲେ କଲେଜ୍ ଛାତ୍ରୀ

ପ୍ଲସ୍ ୨ ଛାତ୍ରୀ ଜଣକ ଲୁଟେରାମାନଙ୍କ ସହ ସଙ୍ଘର୍ଷ କରୁଥିବା ଦେଖୁଥିବା ଲୋକେ ଓ ଟ୍ରାଫିକ୍ ପୋଲିସ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ନ ଆସିବା ଭୁବନେଶ୍ୱରରେ ସାମାଜିକ ଦାୟିତ୍ୱବୋଧକୁ ରାଜରାସ୍ତାରେ ଠିଆ କରେଇଛି ।

ଭୁବନେଶ୍ୱରରେ ରାସ୍ତା ଉପରେ ୪ ଜଣ ଫୋନ୍ ଲୁଟେରାଙ୍କ ସହ ଏକା ଲଢ଼ିଲେ କଲେଜ୍ ଛାତ୍ରୀ
ଆହତ ଛାତ୍ରୀ ଭିତିପ୍ରିୟା ମହାନ୍ତି
  • News18 Odia
  • Last Updated: April 14, 2021, 11:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀର ଛାତି ଉପରେ ଦିନ ଦ୍ୱିପହରରେ ଜଣେ କଲେଜ ଛାତ୍ରୀଙ୍କ ହାତରୁ ମୋବାଇଲ୍‌ ଫୋନ୍‌ ଛଡ଼େଇନେବାକୁ ଉଦ୍ୟମ କରିଛନ୍ତି ଚାରି ଜଣ ଲୁଟେରା । ହେଲେ ଛାତ୍ରୀ ଜଣକ ସାହସର ଲୁଟେରାମାନଙ୍କର ମୁକାବିଲା କରିଥିଲେ ଯୁବତୀ । ଶେଷରେ ଲୁଟେରାମାନେ ତାଙ୍କୁ ମାଡ଼ ମାରି ଲହୁଲୁହାଣ କରିବା ପରେ ତାଙ୍କୁ ଛୁରୀ ଦେଖାଇ ତାଙ୍କ ମୋବାଇଲ୍‌ ଫୋନ୍‌ ନେଇ ଚମ୍ପଟ ମାରିଥିଲେ ।

ସିଟି ୱିମେନ୍ସ କଲେଜ ଛକ ପାଖରେ ମଙ୍ଗଳବାର ଘଟିଥିବା ଏହି ଘଟଣା କୌଣସି ଚଳଚ୍ଚିତ୍ରର ଦୃଶ୍ୟ ପରି ଥିଲା । ସେହି କଲେଜର ପ୍ଲସ୍‌ ୨ ଦ୍ୱିତୀୟ ବର୍ଷର ଛାତ୍ରୀ ଭିତିପ୍ରିୟା ମହାନ୍ତି ଲୁଟେରାମାନଙ୍କ ସହ ସଙ୍ଘର୍ଷ କରୁଥିବା ଦେଖୁଥିବା ଲୋକେ ତାଙ୍କୁ ସାହାଯ୍ୟ କରିବାକୁ ଆଗେଇ ନ ଆସିବା ଭୁବନେଶ୍ୱରରେ ସାମାଜିକ ଦାୟିତ୍ୱବୋଧକୁ ରାଜରାସ୍ତାରେ ଠିଆ କରେଇଛି । ଦିନ ଦ୍ୱିପ୍ରହରେ ଘଟିଥିବା ଏହି ଘଟଣା ପରେ କମିଶନରେଟ୍‌ ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ନେଇ ବି ପ୍ରଶ୍ନ ଉଠିଛି ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

‘‘ମୁଁ କଲେଜ ସରିବା ପରେ ଚାଲି ଚାଲି ଘରକୁ ଫେରୁଥିବା ବେଳେ ହଠାତ୍‌ ମୋ’ ପଛ ପଟୁ ଚାରି ଜଣ ଯୁବକ ଦୁଇଟି ବୁଲେଟରେ ଆସି ମୋ’ ପାଖରେ ଅଟକିଥିଲେ ଓ ମୋ’ ଫୋନ୍‌ ଛଡ଼େଇବାକୁ ଚେଷ୍ଟା କିଥିଲେ । ମୁଁ ଫୋନ୍‌ ଦେଇ ନ ଥିଲି । ସେମାନେ ବାଇକରୁ ଓହ୍ଲେଇ ମୋତେ ଘେରିଯାଇଥିଲେ । ପ୍ରାୟ ୧୦ ମିନିଟ୍‌ ଧରି ଏଭଳି ଧସ୍ତାଧସ୍ତି ହେବା ପରେ ମୋତେ ମାଡ଼ ମାରିଥିଲେ ସେମାନେ । ତଥାପି ମୁଁ ସେମାନଙ୍କ ସହ ମୁକାବିଲା କରିଥିଲି । ହେଲେ ସେମାନେ ମୋତେ ଛୁରୀ ଦେଖେଇବା ପରେ ମୁଁ ଏକାକୀ ଥିବାରୁ ଛାଡ଼ିଦେଲି । ସେମାନେ ମୋ’ ମୁହଁକୁ ମାଡ଼ ମାରିବା ପରେ ମୋ ଫୋନ୍‌ ନେଇ ଚମ୍ପଟ ମାରିଲେ,’’ କହିଛନ୍ତି ଲୁଟେରାଙ୍କ ସହ  ଲଢ଼େଇ କରି ଲହୁ ଲୁହାଣ ହୋଇଥିବା କଲେଜ ଛାତ୍ରୀ ଭିତିପ୍ରିୟା ମହାନ୍ତି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ପ୍ରେମିକର ବ୍ଲାକମେଲ୍ ଯୋଗୁଁ ୧୭ ବର୍ଷୀୟା ଛାତ୍ରୀ ପାଣି ଟାଙ୍କିରୁ ଡେଇଁ ଜୀବନ ଦେଲା; VIDEO ଭାଇରାଲ୍

ଖଣ୍ଡଗିରି ଥାନାରେ ପହଞ୍ଚି ଏ ସଂକ୍ରାନ୍ତରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଭିତିପ୍ରିୟା । ‘‘ସବୁଠୁ ଅଧିକ ଦୁଃଖ ଲାଗୁଛି ଯେ ମୁଁ ୧୦ ମିନିଟ୍ ଧରି ଲୁଟେରାମାନଙ୍କ ସହ ରକ୍ତାକ୍ତ ସଙ୍ଘର୍ଷ କରୁଥିବା ବେଳେ ସେହି ରାସ୍ତାରେ ଥିବା ଲୋକେ ତାହା ଦେଖୁଥିଲେ, କିନ୍ତୁ କେହି ଜଣେ ମୋତେ ସାହାଯ୍ୟ କରିବାକୁ ଆଗେଇ ଆସି ନ ଥିଲେ । ଅଳ୍ପ ଦୂରରେ ଟ୍ରାଫିକ୍ ପୋଲିସ୍ ଥିଲେ ବି ସେ ଯେମିତି ସ୍ଥାଣୁ ପାଲଟିଯାଇଥିଲେ । ସତେ ଯେମିତି ସେମାନଙ୍କ ଭିତରେ ମାନବିକତା ମରି ସାରିଥିଲା ବା ଛୁରୀ ଧରିଥିବା ଲୁଟେରାମାନଙ୍କ ସହ ଲଢ଼ିବା ପାଇଁ କେହି ସାହସ ଜୁଟାଇ ପାରି ନ ଥିଲେ,’’ କହିଛନ୍ତି ଭିତିପ୍ରିୟା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଦକ୍ଷିଣର ସୁପର୍ଷ୍ଟାର୍ ହିରୋଇନ୍ ବେଦିକା କୁମାରଙ୍କ ଫଟୋସୁଟ୍ଭାଇରାଲ୍ ହେଲା! ଇଣ୍ଟରନେଟରେ ଲଗାଇଲା ନିଆଁ

ଖଣ୍ଡଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଏହି ମାମଲା ବିଷୟରେ କହିଛନ୍ତି ଯେ ଛାତ୍ରୀ ଜଣଙ୍କ ଅଭିଯୋଗ ମିଳିବା ପରେ ଘଟଣାକୁ ଅତି ଗୁରୁତର ସହ ନିଆଯାଇଛି । ‘‘ଘଟଣା ପରେ ପାଟ୍ରୋଲିଂ କଡ଼ାକଡି଼ କରାଯାଇଛି । ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଉଛି । ଲୁଟେରାଙ୍କ ଗାଡ଼ି ନମ୍ବର ଆଧାରରେ ସେମାଙ୍କୁ କାବୁ କରିବା ପାଇଁ ଚେଷ୍ଟା କରାଯିବ,’’ ସେ କହିଛନ୍ତି ।



ରାଜଧାନୀ ଭୁବନେଶ୍ୱରକୁ ଅପରାଧମୁକ୍ତ କରିବାକୁ ଯୋଜନା ପରେ ଯୋଜନା କରୁଛି କମିଶନରେଟ ପୋଲିସ । କେତେବେଳେ ‘ସ୍ପେଶାଲ୍‌ ୨୬’ ତ ଆଉ କେତେବେଳେ ‘ସ୍ପେଶାଲ୍‌ ୬୦’ ନାଁରେ ଅଭିଯାନ ଆରମ୍ଭ କରୁଛି । ହେଲେ ପୋଲିସର ସବୁ ଯୋଜନାକୁ ଚାଲେଞ୍ଜ କରି ଗୋଟିଏ ପରେ ଗୋଟିଏ ଅପରାଧ ଘଟାଇ ଚାଲିଛନ୍ତି ଦୁର୍ବୃତ୍ତମାନେ ।
Published by: Anand ST Das
First published: April 14, 2021, 11:36 PM IST