‘ମୁ ଲାଞ୍ଚ ଖାଏନି; କଣ୍ଟ୍ରାକ୍ଟର ନିଜ ଇଚ୍ଛାରେ କିଛି ଦିଅନ୍ତି’: ଜେଲ୍ ଗଲେ ୫-କୋଟି ଟଙ୍କିଆ କିରାଣି

ପାଞ୍ଚ କୋଟି ଟଙ୍କାର ସମ୍ପତ୍ତିର ମାଲିକ ବରିଷ୍ଠ କିରାଣୀ ଅସିତ କୁମାର ନାୟକ ନିଜ ଘରର ଦ୍ୱିତୀୟ ମହଲାରେ ଜିମ ଉପକରଣ ରଖିଥିଲେ ଓ ଫିଟ୍ ରହିବାକୁ ବ୍ୟାୟାମ ବି କରୁଥିଲେ । ଭିଜିଲାନ୍ସ ରେଡରେ ତାଙ୍କର ୫ କୋଟି ଟଙ୍କାର ସମ୍ପତ୍ତି ଥିବା ଜଣାପଡ଼ିଛି ।

‘ମୁ ଲାଞ୍ଚ ଖାଏନି; କଣ୍ଟ୍ରାକ୍ଟର ନିଜ ଇଚ୍ଛାରେ କିଛି ଦିଅନ୍ତି’: ଜେଲ୍ ଗଲେ ୫-କୋଟି ଟଙ୍କିଆ କିରାଣି
ନିଜ ଘରେ ଭିଜିଲାନ୍ସ ରେଡ୍ ସମୟରେ ଅସିତ କୁମାର ନାୟକ
  • News18 Odia
  • Last Updated: December 23, 2020, 10:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: କୋଟିଏ ଟଙ୍କାର ନୁହେଁ କି ଦୁଇ କୋଟି ଟଙ୍କାର ନୁହେଁ, ସିଧା ପାଞ୍ଚ କୋଟି ଟଙ୍କାର ସମ୍ପତ୍ତିର ମାଲିକ ଥିବା ଆର୍‌. ଆଣ୍ଡ ବି. ଡିଭିଅନ-୧ର ବରିଷ୍ଠ କିରାଣୀ ଅସିତ କୁମାର ନାୟକଙ୍କୁ ଜେଲ୍‌ ପଠେଇ ଦିଆଯାଇଛି । ତାଙ୍କ ଜାମିନ ଆବେଦନ ସ୍ପେଶାଲ ଭିଜିଲାନ୍ସ କୋର୍ଟର ଜଜ୍‌ ନାମଞ୍ଜୁର କରିଛନ୍ତି ।

ନାୟକଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତିର ମୂଲ୍ୟ ପାଞ୍ଚ କୋଟି ଟଙ୍କାରୁ ଅଧିକ ବୋଲି ଭିଜିଲାନ୍ସ ରେଡରେ ଜଣାପଡ଼ିଥିଲା । ଆୟ-ବହିର୍ଭୁତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗେରେ ନାୟକଙ୍କ ଘରେ ଚଢ଼ାଉ କରିଥିଲା ଭିଜିଲାନ୍ସ । ମିଳିଥିବା ତଥ୍ୟ ଅନୁସାରେ ଡୁମୁଡୁମାରେ ଥିବା ତାଙ୍କର ତିନି ମହଲା ଘରର ମୂଲ୍ୟ ୬୬ ଲକ୍ଷ ୧୪ ହଜାର ଟଙ୍କା, ବ୍ରହ୍ମପୁର, ଜଟଣୀ ଓ ଖୋର୍ଦ୍ଧାରେ ଥିବା ଡୁପ୍ଲେସ୍କ ୫୭ ଲକ୍ଷ ୭୧ ହଜାର ଟଙ୍କାର, ବ୍ରହ୍ମପୁରରେ ଫ୍ଲାଟ ୪୫ ଲକ୍ଷ ଟଙ୍କାର, ବ୍ରହ୍ମପୁର ଓ ଜଟଣିରେ ଥିବା ଚାରିଟି ପ୍ଲଟର ମୂଲ୍ୟ ୮ ଲକ୍ଷ ୬୦ ହଜାର ଟଙ୍କା ବୋଲି କହିଛନ୍ତି ଭିଜିଲାନ୍ସ ଅଧିକାରୀମାନେ ।

ଏହା ବି ପଢ଼ନ୍ତୁ | ଇଏ ଏମିତି ଦେଶ! ଏଠାକାର ରାଜା ପ୍ରତି ବର୍ଷ ଏକ କୁଆଁରୀ ଝିଅକୁ ବାହା ହୁଅନ୍ତି; ତାଙ୍କର ୧୫ ପତ୍ନୀ

ବ୍ରହ୍ମପୁର ବିଜିପୁରରେ ଥିବା ନାୟକଙ୍କ ଏକ ଘରର ମୂଲ୍ୟ ୬ ଲକ୍ଷ ଟଙ୍କା ହୋଇଥିବା ବେଳେ ବିଭିନ୍ନ ବ୍ୟାଙ୍କରେ ସେ ଡିପୋଜିଟ ରଖିଛନ୍ତି ୨ କୋଟି ୭୮ ଲକ୍ଷ ଟଙ୍କା । ତାଙ୍କ ବାଲେନୋ କାରର ମୂଲ୍ୟ ୮ ଲକ୍ଷ ୫୫ ହଜାର ଟଙ୍କା । ତାଙ୍କ ପାଖରୁ ଜବତ ହୋଇଥିଲା ନଗଦ ୧୦ ଲକ୍ଷ ୬୨ ହଜାର ଟଙ୍କା ଓ ୧୧ ଲକ୍ଷ ୮୭ ହଜାର ଟଙ୍କାର ସୁନା ଗହଣା । ତାଙ୍କର ବାଇକର ଦାମ୍‌ ୧ ଲକ୍ଷ ୬୦ ହଜାର ଟଙ୍କା । ଏମିତି ସବୁ ମିଶାଇ ୫ କୋଟି ଟଙ୍କା ଟପି ଯାଇଛି କିରାଣୀ ଅସିତ ନାୟକଙ୍କ ସମ୍ପତ୍ତିର ମୂଲ୍ୟ ।

ଅସିତ ନାୟକଙ୍କ ଘରୁ ଜବତ ହୋଇଥିବା ସୁନା ଗହଣା ଓ ଟଙ୍କାରୁ କିଛି


ଅସିତ ନାୟକଙ୍କ ସଉକ ଥିଲା ଦାମୀ ମୋବାଇଲ୍‌ ଫୋନ୍‌ । ସେ ଏକ ଆପଲ ଆଇ ଫୋନ୍‌ ବ୍ୟବହାର କରୁଥିଲେ ଯାହାର ଦାମ୍‌ ୧ ଲକ୍ଷ ୨୯ ହଜାର ୯୦୦ ଟଙ୍କା । ସେ ଏକ ସାମସଙ୍ଗ ଗାଲାସ୍କି ନୋଟ୍‌ ଫୋନ୍‌ ବି ରଖିଥିଲେ, ଯାହାର ଦାମ୍‌ ୧ ଲକ୍ଷ ୧୬ ହଜାର ଟଙ୍କା । ତା’ ଛଡ଼ା ସେ ଆହୁରି ଚାରିଟି ମୋବାଇଲ୍‌ ଫୋନ୍‌ ବି ରଖିଥିଲେ, ଯାହାର ଦାମ୍‌ ୮୫ ହଜାର ଟଙ୍କା, ୬୦ ହଜାର ଟଙ୍କା, ୫୧ ହଜାର ଟଙ୍କା ଓ ୧ ଲକ୍ଷ ୩ ହଜାର ଟଙ୍କା । ଏ ସବୁ ନୂଆ ଫୋନ୍‌ । ପ୍ୟାକେଟର ସିଲ ବି ଖୋଲା ହୋଇନି । ଏମିତି ଆହୁରି ଅନେକ ନୂଆ ସେଟ ତାଙ୍କ ପାଖରେ ଅଛି, ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ଟପି ଯାଇଛି ।

ଏହା ବି ପଢ଼ନ୍ତୁ | ‘‘ମା ଦେଖ୍, ମୁଁ ଶିକାର କରିଛି!’’ ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ତାଙ୍କ ଘରେ ଥିବା ଲାପଟପ, କମ୍ପୁଟର ଓ ଟିଭିର ଦାମ ବି ୧୦ ଲକ୍ଷ ଟଙ୍କାରୁ ଅଧିକ । ଏହା ସହ ଲକ୍ଷାଧିକ ଟଙ୍କାର ଜିମ ଉପକରଣ ବି ତାଙ୍କର ରହିଛି । ବାବୁ ନିଜ ଘରର ଦ୍ୱିତୀୟ ମହଲାରେ ଜିମ ଉପକରଣ ରଖିଥିଲେ । ବାବୁ ଫିଟ ରହିବାକୁ ଜିମରେ ବ୍ୟାୟାମ ବି କରୁଥିଲେ ।

"ମୁ ଲାଞ୍ଚ ଖାଏନି । ଏ ମୋ’ର ନିଜସ୍ୱ ସମ୍ପତ୍ତି । କଣ୍ଟ୍ରାକ୍ଟର ନିଜ ଇଚ୍ଛାରେ କିଛି ଦିଅନ୍ତି, ମୁ ନିଏ,’’ କହିଛନ୍ତି ଅସିତ ନାୟକ ।



ଡୁମୁଡୁମାରେ ଥୁବା ତାଙ୍କ ବଙ୍ଗଳା ଭାରି ଆଲିଶାନ୍‌ ଓ ରଙ୍ଗୀନ । ବାହାର ଠୁ ଭିତର ଅଧିକ ଚକାଚକ । ଯାହା ବି ଉପକରଣ ରହିଛି ସବୁ ହାଇ ଫାଇ। ପଞ୍ଚଟାରକା ହୋଟେଲରେ ବ୍ୟବହୃତ ସାମଗ୍ରୀ ଭଳି ଉପକରଣ ବି ରହିଛି। ଏ ସାଜସଜ୍ଜାକୁ ଯିଏ ବି ଦେଖିବ ସେ କିଛି ସମୟ ଅଟକି ଯିବ।
Published by: Anand Shankar Thankur Das
First published: December 23, 2020, 10:58 PM IST
corona virus btn
corona virus btn
Loading