News18 Odia Digital
ଭୁବନେଶ୍ୱର: ବିବାହ ପରି ପବିତ୍ର ବନ୍ଧନକୁ ନିଜ ଆପରାଧିକ ପ୍ରବୃତ୍ତିର ଅଙ୍ଗ କରିଥିବା ଜଣେ ଯୁବ ବିଲଡରଙ୍କୁ ଗିରଫ କରିଛି କମିସନରେଟ୍ ପୋଲିସ । ପ୍ରିୟବ୍ରତ ମିଶ୍ର ନାମକ ଏହି ବିଲଡରଙ୍କ ନାମରେ ଅଭିଯୋଗ ହୋଇଛି ଯେ ସେ ଧନୀ ଘରର ଝିଅମାନକୁ ବିବାହ କରି ମୋଟା ଅଙ୍କର ଯୌତୁକ ଆଣନ୍ତି ଓ କିଛି ମାସ ପରେ ଠିକ୍ ସେହି କାରଣରୁ ପୁଣି ଏକ ବିବାହ କରନ୍ତି ।
ସୂର୍ଯ୍ୟ ନଗର ଅଞ୍ଚଳରେ ରହୁଥିବା ୨୭ ବର୍ଷୀୟ ବିଲଡର୍ ପ୍ରିୟବ୍ରତ ମିଶ୍ରଙ୍କ ଏ ପ୍ରକାର ଆପରାଧିକ କାର୍ଯ୍ୟରେ ତାଙ୍କ ପରିବାର ଲୋକଙ୍କ ସହଯୋଗ ରହୁଥିଲା ବୋଲି ପୋଲିସ ତଦନ୍ତରୁ ଜଣାପଡ଼ିଛି । ଯୌତୁକ ନିର୍ଯ୍ୟାତନା ଅଭିଯୋଗରେ କ୍ୟାପିଟାଲ ଥାନା ପୋଲିସ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କ’ଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁଏବେ ସୁଦ୍ଧା ପ୍ରିୟବ୍ରତଙ୍କ ନାମରେ ଦୁଇଟି ଅଭିଯୋଗ ସାମନାକୁ ଆସିଛି । ତାଙ୍କ ପ୍ରଥମ ପତ୍ନୀ କ୍ୟାପିଟାଲ୍ ଥାନାରେ ଅଭିଯୋଗ କରିଥିବା ବେଳେ ଦ୍ୱିତୀୟ ପତ୍ନୀ ମହିଳା ଥାନାରେ ଅଭିଯୋଗ କରିଛନ୍ତି ।

୨୭ ବର୍ଷୀୟ ପ୍ରିୟବ୍ରତ ମିଶ୍ର କେବଳ ଧନୀ ଘର ଝିଅଙ୍କୁ ବାହା ହୁଅନ୍ତି ବୋଲି ଅଭିଯୋଗ ହୋଇଛି ।
‘‘ମୁଁ ୨୦୧୮ ମସିହା ଜୁଲାଇ ମାସରେ ବୈଦିକ ରୀତିରେ ପ୍ରିୟବ୍ରତଙ୍କୁ ବିବାହ କରିଥିଲି । ଯୌତୁକ ବାବଦରେ ସବୁ ଆସବାବପତ୍ର ସହ ୨୧ ଲକ୍ଷ ଟଙ୍କା ଓ ୭୦ ଭରି ସୁନା ଆଣିଥିଲି । ଯୌତୁକ ବାବଦରେ ଏକ ମର୍ସିଡେଜ୍ ଗାଡି଼ ବି ନେଇଛନ୍ତି ଇଏ । ହେଲେ ବିବାହର ସାତ ମାସ ପରେ ମୋ’ ଉପରେ ଆରମ୍ଭ କରିଦେଇଥିଲେ ନିର୍ଯ୍ୟାତନା,’’ ପୋଲିସ ନିକଟରେ ନିଜ ଅଭିଯୋଗରେ କହିଛନ୍ତି ପ୍ରିୟବ୍ରତ ମିଶ୍ରଙ୍କ ପ୍ରଥମ ପତ୍ନୀ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଯୋଗ ଶିଖାଇ ମାସକୁ ₹୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତସେ ଆହୁରି ଅଭିଯୋଗ କରିଛନ୍ତି ଯେ ସେ ଗର୍ଭବତୀ ନ ହେବା ପାଇଁ ପ୍ରିୟବ୍ରତଙ୍କ ପରିବାର ତାଙ୍କୁ ଏକ ଔଷଧ ଖାଇବାକୁ ବାଧ୍ୟ କରୁଥିଲେ । ‘‘ପରେ ଜାଣିଲି ସେମାନେ ପୂର୍ବରୁ ମଧ୍ୟ କିଛି ଝିଅଙ୍କ ସହ ଏଭଳି କାମ କରିଛନ୍ତି । କିଛି ମାସ ତଳେ ମୁଁ ଜାଣିବାକୁ ପାଇଲି ଯେ ମୋତେ ଛାଡ଼ପତ୍ର ନ ଦେଇ ମୋ’ ସ୍ୱାମୀ ଆଉ ଜଣେ ଯୁବତୀଙ୍କୁ ବିବାହ କରିଛନ୍ତି । ତେଣୁ ମୁଁ ଥାନାର ଦ୍ୱାରସ୍ଥ ହୋଇଛି,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେପ୍ରିୟବ୍ରତଙ୍କ ନାମରେ ମହିଳା ଥାନାରେ ଅଭିଯୋଗ କରିଥିବା ଦ୍ୱିତୀୟ ପତ୍ନୀ କହିଛନ୍ତି, ‘‘ମୁଁ ଗତ ଫେବୃଆରୀରେ ଭୁବନେଶ୍ୱରର ଏକ ନାମୀ ହୋଟେଲରେ ପ୍ରିୟବ୍ରତ ମିଶ୍ରଙ୍କୁ ବିବାହ କରିଥିଲି । ବିବାହରେ ଆମ ଦୁଇ ପରିବାର ସହ ବନ୍ଧୁବାନ୍ଧବ ଉପସ୍ଥିତ ଥିଲେ । ଯୌତୁକ ବାବଦରେ ମଧ୍ୟ ମୋଟା ଅଙ୍କର ଟଙ୍କା ଓ ଆସବାବପତ୍ର ନେଇଛନ୍ତି । ହେଲେ ବିବାହର କିଛି ଦିନ ପରେ ମୁଁ ଜାଣିବାକୁ ପାଇଲି ଯେ ସେ ପୂର୍ବରୁ ବିବାହ କରିଛନ୍ତି ଓ ତାଙ୍କର ଏକ ପୁଅ ଅଛି । ତେଣୁ ମୁଁ ତାଙ୍କ ବିରୋଧରେ ଅଭିଯୋଗ କରିଛି ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଅଭିନେତା ଆମୀର୍ ଖାନ୍ ଓ ପତ୍ନୀ କିରଣ ରାଓଙ୍କ Love Storyର The End! ଦୁହିଁଙ୍କ ଛାଡ଼ପତ୍ର ହେଲା‘‘ଅଭିଯୁକ୍ତ ଯୁବକଙ୍କ ବିରୋଧରେ କ୍ୟାପିଟାଲ୍ ଥାନାରେ ଏକ ଯୌତୁକ ନିର୍ଯ୍ୟାତନା ମାମଲା ରୁଜୁ ହୋଇଥିଲା । ସେହି ଆଧାରରେ ତାଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଅନ୍ୟ ଅଭିଯୋଗଗୁଡ଼ିକର ତଦନ୍ତ କରାଯିବ । ଏକାଧିକ ବିବାହ କରିଥିବା ନେଇ ଅଭିଯୋଗ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ।
ଏହି ଅଭିଯୋଗ ସମ୍ପର୍କରେ ପ୍ରିୟବ୍ରତ ମିଶ୍ରଙ୍କ ପ୍ରତିକ୍ରିୟା ବା ତାଙ୍କ ପକ୍ଷରୁ କାହାରି ବିବୃତି ଏ ପର୍ଯ୍ୟନ୍ତ ଆସିନାହିଁ । ପୋଲିସ ତାଙ୍କ ଉଭୟ ପତ୍ନୀଙ୍କ ବୟାନ ରେକର୍ଡ଼ କରି ମାମଲା ରୁଜୁ କରିଛି ଓ ତଦନ୍ତ ଆରମ୍ଭ କରିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।