News18 Odia Digital
ଭୁବନେଶ୍ୱର: ରାଜ୍ୟର ‘ସ୍ମାର୍ଟ ସିଟି’ ରାଜଧାନୀ ଭୁବନେଶ୍ୱରରେ ଏକ ମୁକୁଳା ଡ୍ରେନରେ ଭାସିଯାଇ ନିଖୋଜ ହୋଇଥିବା ୧୫-ବର୍ଷୀୟ ଛାତ୍ର ଜ୍ୟୋତିପ୍ରକାଶ ବେହେରାଙ୍କ ମୃ୍ତ ଦେହ ମିଳିଛି । ପଞ୍ଚସଖା ନଗରରୁ ତାଙ୍କ ମୃତ ଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ରବିବାର ଦିନ ଟ୍ୟୁସନକୁ ଯାଉଥିବା ବେଳେ ଡ୍ରେନରେ ଭାସି ଯାଇଥିଲେ ୧୦ ଶ୍ରେଣୀ ଛାତ୍ର ଜ୍ୟୋତି ପ୍ରକାଶ ।
ଝିପ୍ ଝିପ୍ ବର୍ଷା ହେଉଥିବା ସମୟରେ ଅପରାହ୍ଣ ପ୍ରାୟ ୨ଟା ୧୫ରେ ଘରୁ ସାଇକେଲରେ ଟ୍ୟୁସନ ବାହାରିଥିଲେ ଜ୍ୟୋତି ପ୍ରକାଶ । ହଠାତ ତାଙ୍କ ଘରେ ଖବର ପହଁଞ୍ଚିଲା ଯେ ପୁଅ ଡ୍ରେନରେ ଭାସିଗଲା । ଟ୍ୟୁସନକୁ ଆଉ କିଛି ବାଟ ଥିବା ବେଳେ ଡ୍ରେନରେ ପଡ଼ି ଯାଇଥିଲା ଜ୍ୟୋତିପ୍ରକାଶଙ୍କ ସାଇକେଲ୍ । ଆଖି ପିଛୁଳାକେ ପାଣି ସୁଅରେ ସେ ଭାସି ଯାଇଥିଲେ । ଆଉ ତା’ ପରେ ତାଙ୍କ ପତ୍ତା ମିଳି ନ ଥିଲା ।
ଏହା ବି ପଢ଼ନ୍ତୁ | କୃଷ୍ଣ ଭକ୍ତିରେ ପାଗଳିନୀ ଏହି ବରିଷ୍ଠ IPS ଅଫିସର୍ ଚାକିରିରୁ ଅବସର ନେବାକୁ ଆବେଦନ କଲେସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ଦଶମ ଶ୍ରେଣୀର ଛାତ୍ର ଜ୍ୟୋତିପ୍ରକାଶଙ୍କୁ ଖୋଜିବାକୁ ରବିବାର ଦିନ ଲାଗିଥିଲେ ପାଞ୍ଚଟି ଟିମ୍ । ରାତି ତମାମ ଚାଲିଥିଲା ସର୍ଚ୍ଚ ଅପେରସନ୍ । ହେଲେ ସୋମବାର ସକାଳେ ପାଣି ଛାଡ଼ିବା ପରେ ପଞ୍ଚସଖା ନଗରରୁ ମିଳିଥିଲା ତାଙ୍କ ମୃତ ଦେହ । ପରିବାର ଲୋକେ ଜ୍ୟେତିପ୍ରକାଶଙ୍କ ମୃତ ଦେହକୁ ଚିହ୍ନଟ କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା ।

ଜ୍ୟୋତିପ୍ରକାଶର ମୃତ ଦେହ ବାହାର କରି ଅଣାଯାଉଛି ।
ଅକାଳରେ ମୃତ୍ୟୁ ବରଣ କରିଥିବା ଛାତ୍ରଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି ସରକାର । କିନ୍ତୁ ପ୍ରଶ୍ନ ଉଠିଛି କେବେ ସୁଧୁରିବ ରାଜଧାନୀର ଡ୍ରେନଜ ବ୍ୟବସ୍ଥା । କେତେ ଜୀବନ ଯିବା ପରେ ଚେତିବ ବିଏମସି? ଜ୍ଯୋତି ପ୍ରକାଶଙ୍କ ମୃତ୍ୟୁ ପାଇଁ ବି.ଏମ.ସି.କୁ ଦାୟୀ କରିଛନ୍ତି ରାଜ୍ୟର ବିରୋଧୀ ଦଳମାନେ ।
ଏହା ବି ପଢ଼ନ୍ତୁ | ସାନ ଭାଇର ନିଜ ଭାଉଜ ସହ ପ୍ରେମ ହୋଇଗଲା; ତେଣୁ ବଡ଼ ଭାଇ ଦୁଇ ଜଣଙ୍କ ବିବାହ କରାଇଦେଲାରାଜଧାନୀରେ ଏପରି ସମସ୍ୟାକୁ ନେଇ ଅସନ୍ତୋଷ ତେଜିଛି । ଏଥିପାଇଁ ଭୁବନେଶ୍ବର ମହାନଗର ନିଗମକୁ ଦାୟୀ କରି ବି.ଏମ୍.ସି. କାର୍ଯ୍ୟାଳୟ ଘେରାଉ କରିଛନ୍ତି ଓ ଜୋରଦାର୍ ବିକ୍ଷୋଭ କରିଛନ୍ତି ବିଜେପି ନେତା ଓ କର୍ମୀମାନେ । ଜ୍ୟୋତିପ୍ରକାଶଙ୍କ ମୃତ୍ୟୁ ପାଇଁ ଦାୟୀ ବିଏମସି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ବିଜେପି ଦାବି କରିଛି । ଜ୍ୟୋତିପ୍ରକାଶଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା ସହାୟତା ଦେବାକୁ ଦାବି କରିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ଏଥି ସହ ରାଜଧାନୀରେ ବିପର୍ଯ୍ୟସ୍ତ ଅବସ୍ଥାରେ ଥିବା ସ୍ବେରେଜ୍ ବ୍ୟବସ୍ଥା ମରଣ ଯନ୍ତା ପାଲଟିଥିବାରୁ ତାକୁ ତୁରନ୍ତ ଠିକ୍ କରିବାକୁ ଦାବି କରିଛି ବିଜେପି ।
ଏହା ବି ପଢ଼ନ୍ତୁ | Porn Probe: ଶିଳ୍ପା ସେଟ୍ଟୀ ଓ ରାଜ୍ କୁନ୍ଦ୍ରାଙ୍କୁ ମୁହାଁମୁହିଁ ବସାଇ ପଚରା ଉଚୁରା ହେଲା; ଶିଳ୍ପା କାନ୍ଦିଲେ‘‘ଏହି ଘଟଣା ଏକ ଅତି ଦୁଃଖଦ ଘଟଣା । ଅତି ଶୀଘ୍ର ସେହି ଶୋକାକୁଳ ପରିବାରକୁ ସରକାର ୫୦ ଲକ୍ଷ ଟଙ୍କା ଦିଅନ୍ତୁ ବୋଲି ଆମେ ଦାବି କରୁଛୁ । ତା’ ଛଡ଼ା ସାରା ଭୁବନେଶ୍ୱରରେ ଯେଉଁଠି ଯେଉଁଠି ଡ୍ରେନ୍ ମୁକୁଳା ପଡ଼ିଛି ଯୁଦ୍ଧକାଳୀନ ଭିତ୍ତିରେ ସେଗୁଡ଼ିକୁ ଠିକ୍ କରାଯାଉ । ନହେଲେ ବିଜେପି ଖାଲି ବି.ଏମ୍.ସି. ନୁହେଁ, ପୂରା ଭୁବନେଶ୍ୱରକୁ ଅଚଳ କରିବ,’’ କହିଛନ୍ତି ବିଜେପି ଭୁବନେଶ୍ୱର ଜିଲ୍ଲା ସଭାପତି ବାବୁ ସିଂ ।

ବିଜେପି କର୍ମୀ ଓ ନେତାମାନେ ପ୍ରତିବାଦ ଶୋଭାଯାତ୍ରା କରୁଛନ୍ତି ।
ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାସ କହିଛନ୍ତି ଯେ ଏହି ମୁକୁଳା ଡ୍ରେନ୍ ପାଇଁ ଦାୟୀ ଅଧିକାରୀମାନଙ୍କୁ ତୁରନ୍ତ ଗିରଫ କରାଯାଉ ଓ ଜ୍ୟୋତିପ୍ରକାଶର ପରିବାରକୁ ସରକାର ୫୦ ଲକ୍ଷ ଟଙ୍କା ଦିଅନ୍ତୁ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ PHOTOS | ଏହି ଦୁଇ ଜଣଙ୍କ ମଧ୍ୟରେ ପ୍ରକୃତ କ୍ୟାଟ୍ରିନା କୈଫ କିଏ? ଚିହ୍ନିବା କଠିନ; ଅନେକ ଧୋଖା ଖାଉଛନ୍ତି‘‘ଛାତ୍ର ଜଣକର ମୃତ୍ୟୁରେ ଆମେ ସମସ୍ତେ ମର୍ମାହତ । ଆଶା କରୁଥିଲୁ ସେ କେଉଁଠି ନିଶ୍ଚିତ ଜୀବିତ ଥିବ ବୋଲି । ହେଲେ ଆଜି ଆମେ ସମସ୍ତେ ଦୁଃଖିତ । ଯେଉଁଠି ଏମିତି ଡ୍ରେନ୍ ଅଛି ସେ ବିଷୟରେ ସବୁ ବିଭାଗକୁ ଡାକି ଆଲୋଚନା କରିବାକୁ ପଡ଼ିବ ଓ ତୁରନ୍ତ ତାକୁ ସବୁ ଠିକ୍ କରିବାକୁ ପଡ଼ିବ,’’ କହିଛନ୍ତି ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ।
ଏହା ବି ପଢ଼ନ୍ତୁ | UPରେ ଯୋଗୀ ଆଦିତ୍ୟନାଥଙ୍କ ଯୁବ ପିଢ଼ିକୁ ଚେତାବନୀ: ‘ଭୁଲ୍ କାମ କଲେ ସମ୍ପତ୍ତି ଜବତ ହେବ’ସ୍ମାର୍ଟ ସିଟି ଭୁବନେଶ୍ୱରର ମୁକୁଳା ଡ୍ରେନ୍ ଗିଳି ସାରିଲାଣି ଏକାଧିକ ଜୀବନ । ୨୬ ଅଗଷ୍ଚ ୨୦୧୫ରେ ସମାନ ସ୍ଥିତିରେ ଡ୍ରେନ୍ ଭିତରେ ଭାସି ଯାଇଥିଲେ ଜଣେ ୯ ବର୍ଷର ବାଳକ । ନୟାପଲ୍ଲୀ ବେହେରା ସାହି ନିକଟରେ ମୁକୁଳା ପଡ଼ିଥିବା ଡ୍ରେନ୍ ପୁପୁନ୍ ବିଶ୍ବାଳଙ୍କ ପାଇଁ କାଳ ସାଜିଥିଲା । ସେହିପରି ୨୦୧୭ରେ ଜଣେ ଟ୍ୟୁସନ୍ ସାର୍, ୨୦୧୮ରେ ଜଣେ ଛୋଟ ପିଲା ଓ ୨୦୧୯ରେ ଜଣେ ବୃଦ୍ଧା ମୁକୁଳା ଡ୍ରେନରେ ଭାସି ଯାଇଥିଲେ। ଭୁବନେଶ୍ବରରେ ମେନ୍ ଓ ସବ୍-ଡ୍ରେନକୁ ମିଶାଇ ମୋଟ ୮୦୦ କିମି ଦୀର୍ଘ ଡ୍ରେନ୍ ରହିଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।