ଭୁବନେଶ୍ୱରରେ ବିକାଶ ବାଧିତ ହେବ କି? BMCର ବଜେଟ୍ ଗତ ବର୍ଷ ତୁଳନାରେ ବଢ଼ିବ ନାହିଁ

ରାଜ୍ୟର ରାଜଧାନୀର ଲୋକଙ୍କ ଆବଶ୍ୟକତା ବଢି଼ଚାଲିଛି । ଆଶା କରାଯାଉଥିଲା ଏ ଥର ବଜେଟ୍ ହଜାରେ କୋଟି ଟଙ୍କା ଛୁଇଁବ। କିନ୍ତୁ ତାହା ହେଇପାରିବ ନାହିଁ ବୋଲି ଜଣା ପଡ଼ିଛି । ଏହା ପଛରେ ରହିଛି କରୋନାର ପ୍ରଭାବ ।

ଭୁବନେଶ୍ୱରରେ ବିକାଶ ବାଧିତ ହେବ କି? BMCର ବଜେଟ୍ ଗତ ବର୍ଷ ତୁଳନାରେ ବଢ଼ିବ ନାହିଁ
୨୦୨୦-୨୧ରେ ବି.ଏମ୍.ସି.ର ବଜେଟ୍ ୭୬୮ କୋଟି ୭୯ ଲକ୍ଷ ଟଙ୍କାରେ ପହଞ୍ଚିଥିଲା ।
  • News18 Odia
  • Last Updated: February 23, 2021, 9:13 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଚଳିତ ମାସ ୨୮ ତାରିଖ ସୁଦ୍ଧା ବି.ଏମ୍‌.ସି.ର ବଜେଟ୍ ପ୍ରସ୍ତୁତି ଶେଷ ହେବ । ବି.ଏମ୍‌.ସି. କମିଶନରଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦-୨୧ର ବଜେଟ୍ ଯାହା ଥିଲା ଏ ଥର ମଧ୍ୟ ତାହା ପ୍ରାୟ ସମାନ ରହିବ । କାରଣ କୋଭିଡ ଯୋଗୁଁ ଉପଯୁକ୍ତ ଟିକସ ଆଦାୟ କରିପାରିନି ବି.ଏମ୍‌.ସି. ।

ଉନ୍ନୟନମୂଳକ କାର୍ଯ୍ୟ ପାଇଁ ଏ ଥର ବଜେଟ୍ ବଢ଼ି ହଜାରେ କୋଟି ଛୁଇଁବ ବୋଲି ଆଶା କରାଯାଉଥିଲା । କିନ୍ତୁ ତାହା ହେବନି ବୋଲି ଜଣାପଡି଼ଛି । ବିଭିନ୍ନ ନାଗରିକ କମିଟିଙ୍କ କହିବା କଥା ଯେ ବଜେଟ୍ ନ ବଢ଼ିଲେ ଉନ୍ନତିମୂଳକ କାମ ବି ସମ୍ଭବ ହେବନି । ଏ ଥର ରାଜ୍ୟ ବଜେଟ ବଢି଼ଥିବା ବେଳେ ବି.ଏମ୍‌.ସି. ବଜେଟ ନ ବଢି଼ବା ଅନେକଙ୍କୁ ବିସ୍ମିତ କରିଛି ।

ଏହା ବି ପଢ଼ନ୍ତୁ | ନୀତା ଅମ୍ବାନୀ ଅତ୍ୟାଧୁନିକ ସ୍ତନ କର୍କଟ କ୍ଲିନିକ୍ ଆରମ୍ଭ କଲେ; ଗୋଟିଏ ଛାତ ତଳେ ସବୁ ସୁବିଧା

୨୦୨୦-୨୧ରେ ବି.ଏମ୍‌.ସି. ଯାହା ବଜେଟ ଆକଳନ କରିଥିଲା ଏଥର ମଧ୍ୟ ସମାନ ପରିମାଣର ବଜେଟ ତିଆରି କରିବାକୁ ନିଷ୍ପତ୍ତି ନେଇଛି । ଯେହେତୁ କୋଭିଡ୍ ଯୋଗୁଁ ବି.ଏମ୍‌.ସି. ଟାର୍ଗେଟ ଅନୁଯାୟୀ ଟିକସ ଆଦାୟ କରିପାରିନି, ତେଣୁ ବଜେଟକୁ ନ ବଢ଼େଇବାକୁ ଯୋଜନା କରିଛି ।

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ


୨୦୧୯-୨୦ ରେ ବି.ଏମ୍‌.ସି.ର ବଜେଟ୍ ୪୬୦ କୋଟି ୯୮ ଲକ୍ଷ ଟଙ୍କାର ଥିବା ବେଳେ ୨୦୨୦-୨୧ରେ ଏହା ବଢ଼ି ୭୬୮ କୋଟି ୭୯ ଲକ୍ଷ ଟଙ୍କାରେ ପହଞ୍ଚିଥିଲା । ପ୍ରତି ବର୍ଷ ରାସ୍ତାଘାଟ ମରାମତି ଓ ସଂପ୍ରସାରଣ, ଡ୍ରେନେଜ୍‌, ସ୍ବେରେଜ୍ ନିର୍ମାଣ ଓ ପାର୍କ ଉନ୍ନତିକରଣ ଭଳି ବିଭିନ୍ନ ବିଭାଗରେ ସାଧାରଣ ଭାବେ ବଜେଟ ଅର୍ଥ ଖର୍ଚ୍ଚ ହୋଇଥାଏ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | କୋର୍ଟର ଭର୍ଚ୍ଚୁଆଲ୍ ଶୁଣାଣି ବେଳେ ଓକିଲ ଜଣେ ଯୁବତୀଙ୍କ ସହ ଯୌନ ସମ୍ପର୍କ ରଖୁଥିବା ଦେଖାଗଲେ

‘‘ଗତ ବର୍ଷ ଅର୍ଥାତ୍‌ ୨୦୨୦ରେ କୋଭିଡ ମ୍ୟାନେଜମେଣ୍ଟ ପାଇଁ ବହୁ ପରିମାଣରେ ଅର୍ଥ ଖର୍ଚ୍ଚ ହୋଇଛି । କିନ୍ତୁ ସେହି ଅନୁସାରେ ରାଜସ୍ୱ ଆଦାୟ ହୋଇପାରିନି । ତେଣୁ ଏଥର ବଜେଟ ନ ବଢ଼ାଇବାକୁ ଯୋଜନା କରିଛୁ,’’ କହିଛନ୍ତି ବି.ଏମ୍‌.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ ।

ଏହା ବି ପଢ଼ନ୍ତୁ | ମହିଳାଙ୍କୁ ଜଣ ରେପ୍ କରିଥିଲେ; ଜଣ ନାବାଳକ ଥିଲେ; Video ବିକିବା ବେଳେ ଧରା ପଡ଼ିଲେ

ପ୍ରତି ବର୍ଷ ବିଏମସି ହୋଲ୍ଡିଂ ଟିକସ, ପାର୍କିଂ, ସ୍ବେରେଜ୍, ଘର ତିଆରି ଅନୁମତି ପାଇଁ ସେସ୍, ବି.ଏମ୍‌.ସି. ନିଜ ବିଲଡିଙ୍ଗରୁ ଭଡ଼ା ଆଦାୟ ଭଳି ଆଉ କିଛି ସୂତ୍ରରୁ ଟିକସ ଆଦାୟ କରିଥାଏ । କୋଭିଡ ଯୋଗୁଁ ଉପଯୁକ୍ତ ଟିକସ ଆଦାୟ କରିପାରିନି ବି.ଏମ୍‌.ସି. । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇଛି ।

ବିଭିନ୍ନ ନାଗରିକ କମିଟି କହିଛନ୍ତି ଯେ ଗତ ଥର ବଜେଟରେ ଯେତିକି କାମ ହୋଇଥିଲା ସେତିକି ବଜେଟ୍ କିମ୍ବା ତା ଠୁ ଅଳ୍ପ ଅଧିକ ବଜେଟରେ ଉନ୍ନତିମୂଳକ କାମ ହେବା ଅସମ୍ଭବ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନିଜ କୁନି ଝିଅ 'ବାମିକା' ପ୍ରଥମ ଫଟୋ ଉପରେ ବିରାଟ କୋହଲି ଏକ ସୁନ୍ଦର ମନ୍ତବ୍ୟ ଦେଲେ

‘‘ହୋଲଡିଂ ଟିକସ ଦଶ ପନ୍ଦର ଗୁଣା ଅଧିକ ଆଦାୟ କରିଛି ବି.ଏମ୍‌.ସି. । ତେଣୁ ସେହି ପରିମାଣରେ ଖର୍ଚ୍ଚ କରିବା ଆବଶ୍ୟକ । ଦ୍ଵିତୀୟରେ କର୍ପୋରେସନ୍ ଥିବା ବେଳେ କେଉଁ ୱାର୍ଡ଼ରେ କଣ ଉନ୍ନତିମୂଳକ କାମ ହେବ ଓ ମରାମତି ଆଦି ହେବ ତାହା ନିର୍ବାଚିତ କର୍ପୋରେଟରଙ୍କ ଜରିଆରେ ନାଗରିକ କମିଟିଙ୍କୁ ପଚରା ଯାଉଥିଲା । ଏଥର କିନ୍ତୁ ସେୟା କରାଯାଇନି,’’ କହିଛନ୍ତି ଭି.ଏସ୍‌.ଏସ୍‌. ନଗର ଉନ୍ନୟନ କମିଟିର ସଦସ୍ୟ ଦିଲୀପ ଦାସ ଶର୍ମା । ଏହାକୁ ନେଇ ସାଧାରଣରେ ଅସନ୍ତୋଷ ମଧ୍ୟ ପ୍ରକାଶ ପାଇଛି ।



ସହର ବଢୁଛି । ସହରବାସୀଙ୍କ ଆବଶ୍ୟକତା ବି ବଢ଼ିଛି । ଆଶା କରାଯାଉଥିଲା ଏଥର ବଜେଟ ହଜାରେ କୋଟି ଟଙ୍କା ଛୁଇଁବ। କିନ୍ତୁ ତାହା ହେଇପାରିବ ନାହିଁ । ତେବେ ବଡ଼ ପ୍ରଶ୍ନ ହେଉଛି: ସହରବାସୀଙ୍କ ବଢ଼ିଚାଲିଥିବା ଆବଶ୍ୟକତା ଏତେ କମ୍ ବଜେଟରେ ପୂରଣ ହେବ କେମିତି?
Published by: Anand Shankar Thankur Das
First published: February 23, 2021, 9:13 PM IST