News18 Odia Digital
ଭୁବନେଶ୍ବର: ନୟାପଲ୍ଲୀରେ ଜଣେ ଭଡ଼ାଟିଆଙ୍କ ଉପରେ ମଙ୍ଗଳବାର ଦିନ ହୋଇଥିବା ଆକ୍ରମଣ ଘଟଣାରେ ସାମ୍ନାକୁ ଆସିଛି ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ କାରନାମା । ଭଡ଼ାଟିଆଙ୍କ ଘରେ ପଶି ୩୦ରୁ ଅଧିକ ଯୁବକ ତାଙ୍କୁ ଆକ୍ରମଣ କରୁଥିବା ବେଳେ ସେଠାରେ ଉପାସନା ଓ ତାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ ଉପସ୍ଥିତ ଥିବା ପୋଲିସ ତଦନ୍ତରୁ ସାମନାକୁ ଆସିଛି । ଏହି ଘଟଣାରେ ଏ ପର୍ଯ୍ୟନ୍ତ ୧୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଉପାସନା ଓ ଶୁଭ୍ରାଂଶୁଙ୍କ ବିରୋଧରେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି ।
ପୋଲିସର ତଦନ୍ତ ଅନୁସାରେ ଏହି ଘଟଣାରେ ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ଗୁଣ୍ଡାଗିରି ଦେଖିବାକୁ ମିଳିଥିଲା । ସେ ଗୁଣ୍ଡା ଲଗାଇ ଭଡ଼ାଟିଆ ପ୍ରଣବ ରାୟଙ୍କ ଘରେ ପଶିଥିଲେ ଓ ତାଙ୍କୁ ପିଟା କରାଇଥିଲେ ବୋଲି ଜଣାପଡ଼ିଛି । ମଙ୍ଗଳବାର ଅପରାହ୍ଣ ପ୍ରାୟ ୪ଟା ବେଳେ ନୟାପଲ୍ଲୀର ଘର ନମ୍ବର୍ ଏନ-୩/୨୧୧ରେ ଭଡ଼ାରେ ରହୁଥିବା ପ୍ରଣବ ରାୟଙ୍କ ଭଡ଼ା ଘର ଭିତରେ ପଶି ଗୁଣ୍ଡାମାନେ ତାଙ୍କ ଆସବାବପତ୍ର ଭାଙ୍ଗିଥିଲେ ଓ ଟଙ୍କା ଏବଂ କମ୍ପ୍ୟୁଟର ହାର୍ଡ଼ ଡିସ୍କ ନେଇଯାଇଥିଲେ । ଏଭଳି ଅଭିଯୋଗ ଆସିଛି ବିଜେପି ନେତ୍ରୀ ଉପାସନା ମହାପାତ୍ରଙ୍କ ନାମରେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | ସ୍ତ୍ରୀର ସତୀତ୍ୱ ପରୀକ୍ଷା କରିବାକୁ ଫୁଟୁଥିବା ତେଲରେ ତାଙ୍କ ହାତ ବୁଡ଼ାଇଲେ ସ୍ୱାମୀ! VIDEO ଭାଇରାଲ୍ ହେଲାପ୍ରଣବ ରାୟଙ୍କ ଘର ଭିତରେ ଜୋର୍ ଜବରଦସ୍ତି ପଶିଥିଲେ ୪୦ରୁ ୫୦ ଯୁବକ । କେହି କିଛି ବୁଝିବା ଆଗରୁ ପ୍ରଣବଙ୍କ ଉପରେ ହୋଇଥିଲା ଆକ୍ରମଣ । ଏହି ସମୟରେ ସେଠାରେ ଉପସ୍ଥିତ ଥିଲେ ଉପାସନା ଓ ତାଙ୍କ ସ୍ବାମୀ ଶୁଭ୍ରାଂଶୁ ବିଶ୍ବାଳ । ପ୍ରଣବଙ୍କ ଝିଅ ପି.ସି.ଆର୍.କୁ ଫୋନ କରିବା ପରେ ଏକ ପି.ସି.ଆର୍. ଭ୍ୟାନରେ କାର୍ଯ୍ୟରତ ହାବିଲଦାର ପହଞ୍ଚିଥିଲେ । ହେଲେ ସେ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେବା ପରିବର୍ତ୍ତେ ଆକ୍ରମଣକାରୀ ଯୁବକମାନଙ୍କ ସହ ମିଶି ଭଙ୍ଗାରୁଜାରେ ସାମିଲ ହୋଇଯାଇଥିଲେ ବୋଲି ପୋଲିସର ତଦନ୍ତରୁ ଜଣାପଡ଼ିଛି ।

ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ
କିଛି ସମୟ ପରେ ଘଟଣା ସ୍ଥଳରେ ପହଞ୍ଚିଥିଲେ ନୟାପଲ୍ଲୀ ଥାନା ଅଧିକାରୀ । ସେଠାରୁ ସେ ୧୭ ଜଣ ଯୁବକଙ୍କୁ ଥାନାକୁ ଆଣି ପଚରାଉଚରା କରିଥିଲେ । ବୁଧବାର ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ପୋଲିସ କର୍ମଚାରୀ ଓ ସଂପୃକ୍ତ ଘରର ମାଲିକ ବିଜୟ ନାୟକ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ଟିଭି ଅଭିନେତ୍ରୀ ଅନୀତା ହସନନ୍ଦାନୀ ପୁଅ ସହ ସେଲ୍ଫି ଶେୟାର୍ କଲେ; ଗାୟତ୍ରୀ ମନ୍ତ୍ର ଶିଖାଉଛନ୍ତି‘‘ଏହି ମାମଲାରେ ଅଭିଯୋଗକାରୀଙ୍କ ଡାକ୍ତରୀ ପରୀକ୍ଷା କରାଯାଇଥିଲା । ତାଙ୍କ ଏତାଲା, ଘଟଣା ସ୍ଥଳ ପରିଦର୍ଶନ ଓ ବିଭିନ୍ନ ଲୋକଙ୍କ ସାକ୍ଷ ପ୍ରମାଣ ଆଧାରରେ ପ୍ରାଥମିକ ପର୍ଯ୍ୟାୟରେ ଏହି ମାମଲାରେ ସାମିଲ ଥିବା ୧୭ ଜଣଙ୍କୁ ଆଜି (ବୁଧବାର) ଗିରଫ କରାଯାଇ କୋର୍ଟ ଫରୱାର୍ଡ଼ କରାଯାଇଛି,’’ କହିଛନ୍ତି ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ।

ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରୁଛି ପୋଲିସ ।
ଏହି ମାମଲାର ଅଧିକ ତଦନ୍ତ ଚାଲିଛି ବୋଲି ସୂଚାଇ ଦାଶ ଆହୁରି କହିଛନ୍ତି, ‘‘ଆମକୁ ମିଳିଥିବା ଅଭିଯୋଗ ଓ ଆମ ତଦନ୍ତରୁ ଜଣାପଡ଼ିଛି ଯେ ଯେଉଁ ପି.ସି.ଆର୍. ଭ୍ୟାନ୍ ଯାଇଥିଲା ସେଥିରେ ଟିମ୍ ଲିଡର୍ ଥିବା ହାବିଲଦାର୍ ସେଠାରେ ଦୁଇରୁ ତିନି ଘଣ୍ଟା କାଳ ଭଙ୍ଗାରୁଜା ଚାଲିଥିବା ବେଳେ ଉପସ୍ଥିତ ଥିଲେ । ସେ ଭଙ୍ଗାରୁଜାକୁ ରୋକିବାକୁ କୌଣସି ଚେଷ୍ଟା କରି ନ ଥିଲେ କି କୌଣସି ଉପରିସ୍ଥ ଅଧିକାରୀଙ୍କୁ ଏହା ବିଷୟରେ ସୂଚନା ଦେଇ ନ ଥିଲେ । ସେହି ହାବିଲଦାରଙ୍କୁ ମଧ୍ୟ ଗିରଫ କରାଯାଇଛି । ତାଙ୍କ ବିରୁଦ୍ଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଖୁବ୍ ଶୀଘ୍ର ନିଆଯିବ ।’’
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କ୍ରିକେଟର୍ ହରଭଜନ ସିଂ ଏବେ ଫିଲ୍ମରେ ଅଭିନୟ କରୁଛନ୍ତି; ଦେଖନ୍ତୁ ତାଙ୍କ ଫିଲ୍ମର ଟିଜର୍ VIDEOଭଡ଼ାଟିଆଙ୍କ ଉପରେ ଆକ୍ରମଣ ବେଳେ ବିଜେପି ନେତ୍ରୀ ଉପାସନା ମହାପାତ୍ର ଓ ତାଙ୍କ ସ୍ବୀମୀ ଶୁଭ୍ରାଂଶୁ ବିଶ୍ବାଳ ଉପସ୍ଥିତ ଥିଲେ ବି ସେ ଦୁହିଁଙ୍କୁ କାହିଁକି ଗିରଫ କରାଯାଇନାହିଁ ତା’ ବିଷୟରେ ଡିସିପି କିଛି କହିନାହାନ୍ତି । ଗିରଫ ଅଭିଯୁକ୍ତମାନଙ୍କ ବିରୋଧରେ ଆଇପିସି ଦଫା ୩୯୫ ଓ ୪୫୦ରେ ମାମଲା ରୁଜୁ କରାଯାଇଥିବା ଜଣାପଡ଼ିଛି । ଆଗକୁ ଗିରଫଦାରି ସଂଖ୍ୟା ବଢ଼ିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି । ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଉପାସନା ମହାପାତ୍ର ଓ ଶୁଭ୍ରାଂଶୁ ବିଶ୍ବାଳଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯାଇପାରେ ।
ଏହି ମାମଲା ସଂକ୍ରାନ୍ତରେ ଉପାସନା ମହାପାତ୍ର ଓ ଶୁଭ୍ରାଂଶୁ ବିଶ୍ବାଳଙ୍କ ପକ୍ଷ ଜାଣିବାର ସବୁ ଉଦ୍ୟମ ବିଫଳ ହୋଇଛି । ସେମାନେ ଏବେ କିଛି କହିବାକୁ ଚାହୁଁନାହାନ୍ତି ବୋଲି ତାଙ୍କର ଜଣେ ନିକଟ ସମ୍ପର୍କୀୟ ସୂଚନା ଦେଇଛନ୍ତି ।
ସେହି ଘରେ ଦେଢ଼ ବର୍ଷ ହେବ ଭଡ଼ାରେ ରହିଆସୁଛନ୍ତି ପ୍ରଣବ ରାୟ । ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ ଗତ ମାସ ଘର ମାଲିକ ବିଜୟ ନାୟକ ସେହି ଘରଟିକୁ ଉପାସନାଙ୍କ ସ୍ବାମୀ ଶୁଭ୍ରାଂଶୁଙ୍କୁ ବିକ୍ରି କରିଥିଲେ । ରାୟଙ୍କୁ ହଠାତ୍ ଘର ଛାଡ଼ିବାକୁ କୁହାଯିବାରୁ ସେ କିଛି ଦିନ ସମୟ ମାଗିଥିଲେ । ଏହାକୁ ନାୟକ ଘୋର୍ ବିରୋଧ କରିଥିଲେ ଓ ରାୟଙ୍କୁ ଜୋର୍ ଜବରଦସ୍ତ ସେହି ଘରୁ ବାହାର କରିବାରେ ତାଙ୍କୁ ସହାୟତା କରିଥିଲେ ଉପାସନା ଓ ତାଙ୍କ ସ୍ୱାମୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।