ଭୁବନେଶ୍ୱର କଟାମୁଣ୍ଡ ଶରୀର ଘଟଣା; ବିବାହର ବିବାଦକୁ ନେଇ ହୋଇଥିଲା ହତ୍ୟାକାଣ୍ଡ: କମିଶନର ପୋଲିସ

ଅଭଯୁକ୍ତ ସଞ୍ଜୟ ନିଜର ସହଯୋଗୀ ଶ୍ରୀକାନ୍ତ ଦାସ ସହ ଏକ ଗାଡ଼ିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହିନ ଶରରୀକୁ ଫୋପାଡ଼ି ଦେଇଥିଲେ ଓ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ । ଉଭୟ ସଞ୍ଜୟ ଓ ଶ୍ରୀକାନ୍ତ ଗଞ୍ଜାମ ଜିଲ୍ଲାର ହୁମା ଅଞ୍ଚଳର ବୋଲି ଜଣାପଡିଛି ।

ଭୁବନେଶ୍ୱର କଟାମୁଣ୍ଡ ଶରୀର ଘଟଣା; ବିବାହର ବିବାଦକୁ ନେଇ ହୋଇଥିଲା ହତ୍ୟାକାଣ୍ଡ: କମିଶନର ପୋଲିସ
ଅନ୍ଧାରୁଆ ମିଳିଥିବାର କଟାମୁଣ୍ଡର ହତ୍ୟାକାରୀ ଧରାପଡ଼ିଛି
  • News18 Odia
  • Last Updated: February 12, 2021, 12:38 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ଭୁବନେଶ୍ୱର: ଶେଷରେ ଏକ ପୋଷ୍ଟର ମାଧ୍ୟମରେ ଭୁବନେଶ୍ୱର ଅନ୍ଧାରୁଆରୁ ମିଳିଥିବାର କଟାମୁଣ୍ଡର ହତ୍ୟାକାରୀ ଧରାପଡ଼ିଛି । କଟାମୁଣ୍ଡକୁ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ହେବା ପରେ ହତ୍ୟାକାରୀକୁ ଠାବ କରିବାରେ ସଫଳ ହୋଇଛି ପୋଲିସର ଏକ ସ୍ପେଶାଲ ସ୍କ୍ୱାର୍ଡ଼ । ବହୁଚର୍ଚ୍ଚିତ ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ଦାସପୁରରେ ପଡିଥିବା ମୁଣ୍ଡ ବିହୀନ ମହିଳାଙ୍କ ହତ୍ୟା ଉପରୁ ଶେଷରେ ପରଦା ହଟିଛି । ହତ୍ୟାକାଣ୍ଡରେ ସଂପୃକ୍ତ ଥିବା ଦୁଇଜଣଙ୍କୁ ନେଇ ପୋଲିସ ଆଜି କ୍ରାଇମ ସିନ ରି-କ୍ରିଏସନ କରିଛି ।

ପ୍ରଥମେ ସ୍ପେଶାଲ ସ୍କ୍ୱାର୍ଡ ହତ୍ୟାକାରୀଙ୍କୁ ଧରିବା ପରେ ଚନ୍ଦକା ଥାନାକୁ ନେଇଥିଲା । ମୁଣ୍ଡ କେଉଁଠି ପଡିଛି? ଯାହାକୁ ନେଇ ଅପରାଧୀଙ୍କୁ ମାରାଥନ ଜେରା କରିବା ପରେ ତାପରେ ଆରମ୍ଭ ଡେମୋ କରିଥିଲା ପୋଲିସ । ଚନ୍ଦକାରୁ ପୋଲିସ ହତ୍ୟାକାରୀକୁ ସାଙ୍ଗରେ ଧରି ଚନ୍ଦକା ସିଟି ଫରେଷ୍ଟ ଅଞ୍ଚଳକୁ ଯାଇଥିଲା । ଏହି ଅଞ୍ଚଳ ଦାସପୁର ଠାରୁ ୨ କିମି ପଛରେ ରହିଛି । ଭରତପୁର ଆଗରେ ଚନ୍ଦକା ଜଙ୍ଗଲ ପାଚେରି କଡ଼ରେ କଟାମୁଣ୍ଡକୁ ଫୋପାଡା ଯାଇଥିଲା । ସେଠାରୁ ସାଇଣ୍ଟଫିକ ଟିମ ସାମ୍ପୁଲ ସହ ମୁଣ୍ଡକୁ ଉଦ୍ଧାର କରିବା ପରେ ସେଠାରୁ ଆଗକୁ ୨ କିମି ଅନ୍ଧାରୁଆ ଦଶପୁରକୁ ଯାଇଥିଲେ । ଯେଉଁଠି ପୂର୍ବରୁ ମୁଣ୍ଡ ବିହୀନ ଶରୀର ମିଳିଥିଲା । ସେଠାରୁ ସାଇଣ୍ଟିଫିକ ଟିମ ସମ୍ପୁଲ ନେବା ପରେ ଓଡିଶା ବାୟୋଟେକ ପାର୍କ ଯାଇଥିଲା । ଏହି ସବୁ ସମ୍ପୁଲ ସହ ମୁଣ୍ଡର ଡିଏନଏ ଟେଷ୍ଟ କରାଯିବ ।

ଗତ ୪ତାରିଖରେ ରାଜଧାନୀ ଉପକଣ୍ଠରେ ଏକ ମହିଳାଙ୍କ ମୁଣ୍ଡ ବିହୀନ ମୃତ ଦେହ ଉଦ୍ଧାର ହେବା ପରେ ପୋଲିସ ତତ୍ପର ହୋଇ ଉଠିଥିଲା । ଭୁବନେଶ୍ୱରରେ ଭରତପୁର-ଚନ୍ଦକା ରାସ୍ତା କଡରୁ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଥିଲା । ମହିଳାଙ୍କୁ କେହି ହତ୍ୟା କରି ଫିଙ୍ଗି ଦେଇଥିବା ନେଇ ସନ୍ଦେହ ସୃଷ୍ଟି ହୋଇଥିଲା । ଘଟଣାସ୍ଥଳରେ ଚନ୍ଦକା ପୋଲିସ ପହଞ୍ଚି ଶବ ଜବତ କରି ସେବେଠାରୁ ତଦନ୍ତ ଚଳାଇଥିଲା । ସ୍ଥାନୀୟ ଲୋକେ ଶବକୁ ଦେଖିବା ପରେ ଚନ୍ଦକା ପୋଲିସକୁ ଖବର ଦେଇଥିଲେ । ଏହା ପରେ ପୋଲିସ ପହଞ୍ଚି ଶବକୁ ଜବତ କରି ତଦନ୍ତ ଆରମ୍ଭ କରିଥିଲା ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଏହି ଘଟଣା ବିଷୟରେ ବିସ୍ତୃତ ଭାବରେ କହିଥିଲେ । ପୋଲିସ କମିଶନରଙ୍କ କହିବା ଅନୁସାରେ, ମୃତ ମହିଳା ପୁଷ୍ପଲତା ରାଉଳ ଓ ତାଙ୍କ ବୟସ ୨୮ ବର୍ଷ । ଭରତପୁର ଅଞ୍ଚଳରେ ଏକ ଘର କରି ସଞ୍ଜୟ ଓରଫ ଅଙ୍ଗଦ ଦାସ ସହ ସେ କିଛି ଦିନ ରହିଥିଲେ । ଏହାପରେ ପୁଷ୍ପଲତା ପ୍ରିତିରଞ୍ଜନ ନାମକ ଭଦ୍ରକର ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ କିଛି ଦିନ ପରେ ବିବାଦ ହେବାରୁ ପୁଣି ସଞ୍ଜୟ ପାଖକୁ ଫେରି ଯାଇଥିଲେ । ହେଲେ ଏହାକୁ ଘଟଣାକୁ ସହଜରେ ସଞ୍ଜୟ ଗ୍ରହଣ କରିପାରିନଥିଲେ । ଘଟଣାକୁ ନେଇ ଉଭୟଙ୍କ ଭିତାରେ ପାଟିତୁଣ୍ଡ ଗଣ୍ଡଗୋଳ ହେବା ପରେ ପୁଷ୍ପଲତାଙ୍କ ତଣ୍ଟି ଚିପି ସଞ୍ଜୟ ହତ୍ୟା କରିଥିଲା । ସଂଜୟ ଜଣେ ପେସାରେ ଜଣେ ବୋଲେରୋ ଡ୍ରାଇଭର । ଏହାପରେ ସେ ନିଜର ସହଯୋଗୀ ଶ୍ରୀକାନ୍ତ ଦାସ ସହ ଏକ ଗାଡ଼ିରେ ଅନ୍ଧାରୁଆ ଦାସପୁର ନେଇ ସେଠାରେ ମୁଣ୍ଡକୁ କାଟି ମୁଣ୍ଡ ବିହିନ ଶରରୀକୁ ଫୋପାଡ଼ି ଦେଇଥିଲେ ଓ କଟାମୁଣ୍ଡକୁ ନେଇ ଅନ୍ୟ ଜାଗାରେ ପୋତି ଦେଇଥିଲେ । ଉଭୟ ସଞ୍ଜୟ ଓ ଶ୍ରୀକାନ୍ତ ଗଞ୍ଜାମ ଜିଲ୍ଲାର ହୁମା ଅଞ୍ଚଳର ବୋଲି ଜଣାପଡିଛି ।

ପୋଲିସ କମିଶନର ସୁଧାଶୁଂ ଷଢଙ୍ଗୀ


‘୪ ତାରିଖରେ ଅନ୍ଧାରୁଆରୁ ପୁଷ୍ପଲତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଗତ ୯ ତାରିଖରେ ଆମେ ମହିଳାଙ୍କ ପରିଚୟ ପାଇଥିଲୁ । ବିନା ମୁଣ୍ଡରେ ଅଜଣା ଶବର ପରିଚୟ ଖୋଜିବା ଆମ ପାଇଁ କଷ୍ଟକର ଥିଲା । ସୂଚନା ଦେବାକୁ ଆମେ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲୁ," କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ।
Published by: Jagdish Barik
First published: February 12, 2021, 12:35 AM IST