ଭୁବନେଶ୍ୱରର ଭିକାରୀମାନେ ଏବେ ଆତ୍ମନିର୍ଭରଶୀଳ ହେବେ; ଯୋଜନା ବନାଇଛି ବି.ଏମ୍.ସି.
BMC କମିଶନର ପ୍ରେମଚନ୍ଦ୍ର ଚୌଧୁରୀଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଚିହ୍ନଟ କରି ସେମାନଙ୍କୁ ଆଶ୍ରୟସ୍ଥଳୀରେ ରଖାଯିବ ଓ ସେଠାରେ ସେମାନଙ୍କୁ ଆତ୍ମନିର୍ଭରଶୀଳ କରିବାକୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ।

ଭୁବନେଶ୍ୱରରେ ବାସହୀନ ଲୋକଙ୍କ ପାଇଁ ଥିବା ଏକ ଆଶ୍ରୟସ୍ଥଳୀ
- News18 Odia
- Last Updated: January 29, 2021, 11:48 PM IST
ଭୁବନେଶ୍ୱର: ରାଜ୍ୟ ରାଜଧାନୀର ଭିକାରୀମାନେ ଆଉ ଭିକ୍ଷା ବୃତ୍ତି ନ କରି ଆତ୍ମନିର୍ଭରଶୀଳ ହେବେ । ଏଣିକି ରୋଜଗାର କରି ନିଜ ପେଟ ପୋଷିବେ ସେମାନେ । ଏଥି ପାଇଁ ସେମାନଙ୍କୁ ଦିଆଯିବ ସ୍ୱତନ୍ତ୍ର ତାଲିମ । ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବ୍ୟବସାୟୀକରଣ କରାଯିବ ଓ ବିଭିନ୍ନ ଜନଉପକାରୀ କାର୍ଯ୍ୟରେ ସେମାନଙ୍କୁ ନିୟୋଜିତ କରାଯିବ ବୋଲି ନିଷ୍ପତ୍ତି ନେଇଛି ବି.ଏମ୍.ସି. ।
ଭୁବନେଶ୍ୱରର ବାସହୀନ ଓ ନିରାଶ୍ରୟ ଲୋକଙ୍କୁ ଆଶ୍ରୟସ୍ଥଳୀର ସମୁଦାୟିକ ସେବା ନିଶ୍ଚିତ କରିବା ସହିତ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଭିକ୍ଷାବୃତ୍ତି କରୁଥିବା ବ୍ୟକ୍ତିମାନଙ୍କୁ ଥଇଥାନ କରିବାକୁ ବି.ଏମ୍.ସି. ତରଫରୁ ଆରମ୍ଭ ହୋଇଛି ଏକ ସ୍ୱତନ୍ତ୍ର ଅଭିଯାନ । ମହାନଗର ନିଗମ ଅଞ୍ଚଳରେ ଭିକ୍ଷାବୃତି ବନ୍ଦ କରାଇବା ସହିତ ଭିକାରୀମାନଙ୍କର ଥଇଥାନ ଓ ପରବର୍ତ୍ତୀ ବିକାଶ ପାଇଁ ଏକ ପ୍ରାଥମିକ ପଦକ୍ଷେପ ସ୍ୱରୂପ ଥଇଥାନ କେନ୍ଦ୍ର ସ୍ଥାପନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ।
ଏହା ବି ପଢ଼ନ୍ତୁ | କରୋନା ଟିକା ନେବାର ଦିନକ ପରେ ହସପିଟାଲ୍ ୱାର୍ଡ଼ ବୟଙ୍କ ମୃତ୍ୟୁ ହେଲା

ବି.ଏମ୍.ସି. କମିଶନର ପ୍ରେମଚନ୍ଦ୍ର ଚୌଧୁରୀ
ଭିକାରୀମାନଙ୍କୁ ଥଇଥାନ କରିବା ପାଇଁ ସ୍ୱତନ୍ତ୍ର ଥଇଥାନ କେନ୍ଦ୍ର ସ୍ଥାପନ କରିବା ପାଇଁ ଲକ୍ଷ୍ୟ ରହିଛି । ମହନଗର ନିଗମର ପ୍ରତ୍ୟେକ ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଗୋଟିଏ ଲେଖାଏଁ ପେଷାଦାର ସଂସ୍ଥାକୁ ନିୟୋଜିତ କରାଇ ସେମାନଙ୍କ ମାଧ୍ୟମରେ ଏହାର ସଙ୍ଗଠନ ଓ ପରିଚାଳନା କରାଯିବ । ତିନୋଟି ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ହେବାକୁ ଥିବା ପ୍ରତ୍ୟେକ ଥଇଥାନ କେନ୍ଦ୍ରକୁ ୧୦୦ ଶଯ୍ୟା ବିଶିଷ୍ଟ କରିବାକୁ ଯୋଜନା ରହିଛି ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | କି ନିର୍ଦୟ! ବାଡ଼ି ଓ ରଡ଼ରେ ପିଟି ପିଟି ଡଲଫିନକୁ ହତ୍ୟା କଲେ; VIDEO ଭାଇରାଲ ହେଲା; ୩ ଗିରଫ
‘‘ପ୍ରତି ଆଞ୍ଚଳିକ କାର୍ଯ୍ୟାଳୟ ଅଧୀନରେ ଗୋଟିଏ ଲେଖାଏଁ ଥଇଥାନ କେନ୍ଦ୍ର ବିଭିନ୍ନ ବର୍ଗ ପାଇଁ ଉଦ୍ଧିଷ୍ଟ ରହିବ । ସେଗୁଡିକ ହେଲା ବୟୋଜ୍ୟୋଷ୍ଠ ବର୍ଗ, ମହିଳା ଓ ଶିଶୁ ବର୍ଗ ଏବଂ ଭିନ୍ନକ୍ଷମ ବର୍ଗ । ତେବେ ଏଥି ପାଇଁ ପ୍ରସ୍ତୁତ ହୋଇଥିବା ପ୍ରସ୍ତାବ ନିର୍ଦ୍ଦେଶାବଳୀକୁ ଓଡିଶା ସରକାରଙ୍କ ନିକଟକୁ ପଠାଯାଇ ଏହାର ଅନୁମୋଦନ ଅଣାଯିବ । ବି.ଏମ୍.ସି. ପକ୍ଷରୁ ଏଥି ପାଇଁ expression of interest ଆହ୍ୱାନ କରାଯାଇଛି,’’ କହିଛନ୍ତି ବି.ଏମ୍.ସି.ର ଡେପୁଟି କମିଶନର କମଳାକାନ୍ତ ବେହେରା।

ବି.ଏମ୍.ସି.ର ଆଶ୍ରୟସ୍ଥଳୀରେ ଥିବା ଲୋକଙ୍କ ମଧ୍ୟରୁ ଦୁଇ ଜଣ
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | ବିରାଟ ଓ ଅନୁଷ୍କାଙ୍କ ଝିଅ ଭଲ ଅଛି; ତା’ ଜନ୍ମ ଦିନ ଅନେକ ପ୍ରସିଦ୍ଧ ବ୍ୟକ୍ତିଙ୍କ ଜନ୍ମ ଦିନ ସହ ମେଳ ଖାଉଛି
ସାରା ରାଜ୍ୟରେ ସର୍ବାଧିକ ବାସହୀନ ଆଶ୍ରୟସ୍ଥଳୀର ପରିଚାଳନା କରିଆସୁଥିବା ବି.ଏମ୍.ସି. ନିକଟରେ ରାମ ମନ୍ଦିର ଆଦି ମନ୍ଦିର ସ୍ଥାନରୁ ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତିମାନଙ୍କୁ ଆଣି ଆଶ୍ରୟସ୍ଥଳୀରେ କାର୍ଯ୍ୟ ଆରମ୍ଭ କରିଛି । ଏପରିକି ରାସ୍ତା କଡ଼ରେ ଶୀତ କାକରରେ ରାତି ବିତାଉଥିବା ଶ୍ରମିକମାନଙ୍କୁ ଆଣି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ରଖାଉଛି ବି.ଏମ୍.ସି. । ଏବେ ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ଆଶ୍ରୟସ୍ଥଳୀର ବ୍ୟବସ୍ଥା କରିବା ନେଇ ଏକ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ବି.ଏମ୍.ସି.।
ସହରାଞ୍ଚଳ ଆଶ୍ରୟସ୍ଥଳୀ ଭଳି ଭିକ୍ଷା ବୃତ୍ତି କରୁଥିବା ବ୍ୟକ୍ତିଙ୍କ ଥଇଥାନ କେନ୍ଦ୍ର ସେମାନଙ୍କୁ ବାସପୋଯୋଗୀ ପରିବେଶ ଯୋଗାଇବା ଓ ଖାଦ୍ୟପେୟର ବ୍ୟବସ୍ଥା କରିବା ସହ ସେମାନଙ୍କ ମଧ୍ୟରେ ଥିବା ଗୁଣ, କୌଶଳ ଓ ସାମର୍ଥ୍ୟକୁ ଜାଣି ସେହି ଅନୁଯାୟୀ ସେମାନଙ୍କୁ ଥଇଥାନ କରାଇବ ବୋଲି କହିଛନ୍ତି ବି.ଏମ୍.ସି. ଅଧିକାରୀମାନେ ।