ପ୍ରେମିକର ଜଘନ୍ଯ କାଣ୍ଡ: ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା କଲେ ଦୁର୍ବୃତ୍ତ

ଭଉଣୀର ସବାରୀ ଉଠିବା ପୂର୍ବରୁ ଉଠିଲା ଭାଇର ଶବ। ଏକ ତରଫା ପ୍ରେମ ବିଫଳ ପରେ ପାଗଳ ହେଲା ପ୍ରେମିକ। ପ୍ରେମିକାକୁ ନ ପାଇବାରୁ ଭାଇକୁ କଲା ହତ୍ୟା।

ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା

ଭଉଣୀ ବାହାଘର ପୂର୍ବରୁ ଭାଇକୁ ହତ୍ୟା

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠରେ ପୁଣି ଏକ ହତ୍ୟାକାଣ୍ଡ । ରାତି ଅଧରରେ ଯୁବକକୁ ପିଟି ପିଟି ହତ୍ୟା । ହତ୍ୟାପରେ ମୃତ ଯୁବକକୁ ନଦୀ ପଠାକୁ ଫିଙ୍ଗିଦେଇ ଛୁ ମାରିଛନ୍ତି ଦୁର୍ବୃତ୍ତ। ଏଭଳି ଘଟଣା ଘଟିଛି ବାଲିପାଟଣା ଥାନା ଶିଶିଲୋ ଗାଁରେ। ମୃତ ଯୁବକ ହେଲେ ଆଶିଷ ଓଝା। ଶୁକ୍ରବାର ଆଶିଷଙ୍କ ଭଉଣୀର ବାହାଘର ଥିଲା।

ଭଉଣୀ ର ସଵାରୀ ଉଠିବା ପୂର୍ବରୁ ଉଠିଲା ଭାଇର ଶବ। ଏକ ତରଫା ପ୍ରେମ ବିଫଳ ପରେ ପାଗଳ ହେଲା ପ୍ରେମିକ। ପ୍ରେମିକାକୁ ନ ପାଇବାରୁ ଭାଇକୁ କଲା ହତ୍ୟା। ରାଜଧାନୀରେ ରାତି ଅଧରେ ପୁଣି ଗଡ଼ିଲା ମୁଣ୍ଡ। ବୋଧଖଣ୍ଡି ବ୍ରିଜ ନିକଟରେ ହତ୍ୟା କରି ଯୁବକର ଫିଙ୍ଗିଦେଲେ।  ମୃତକ ହେଲେ ବୁଧନାଥ ଓଝାଙ୍କ ପୁଅ ଆଶିଷ ଓଝା। ଗତକାଲି ରାତିରେ ଆଶିଷକୁ ଘରୁ ଡାକିନେଇ ହତ୍ୟା କରାଯାଇଛି ।

ମୃତ ଆଶିଷଙ୍କ ବାପା କହିଛନ୍ତି,"ରାଜା ନାମକ ଜଣେ ଯୁବକ ଆଶିଷଙ୍କ ଭଉଣୀଙ୍କୁ ଏକ ତରଫା ପ୍ରେମ କରି ହଇରାଣ କରୁଥିଲା। ଯାହାକୁ ବିରୋଧ କରିଥିଲେ ଆଶିଷ। ଆସନ୍ତା କାଲି ଭଉଣୀ ବାହାଘର ହୋଇଥାନ୍ତା। ଆଜି ବରଧରା ହୋଇ ଯାଇଥାନ୍ତେ। କିନ୍ତୁ ବୁଧବାର ରାତିରେ ତାଙ୍କୁ ହତ୍ୟା କରାଯାଇଛି। ଆଉ ଏହି ଏହି ହତ୍ୟାକାଣ୍ଡ ପଛରେ ରାଜାର ହାତ ରହିଛି।ତେଣୁ ତାଙ୍କୁ ଗିରଫ କରି ଦଣ୍ଡ ଦିଆଯାଉ"।

ଖବର ପାଇ ସକାଳୁ ସକାଳୁ ଘଟଣା ସ୍ଥଳରେ ପହଞ୍ଚିଥିଲା ବାଲିପାଟଣା ପୋଲିସ। ମୃତଦେହକୁ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ତଦନ୍ତ ଆରମ୍ଭ କରିଛି। ଜୋନ -୪ ଏସିପି ପରେଶ ରାଉତ କହିଛନ୍ତି, "ପାରିପାର୍ଶ୍ବିକ ସ୍ଥିତିକୁ ଦେଖିଲେ ଏହା ହତ୍ୟାକାଣ୍ଡ ବୋଲି ସ୍ପଷ୍ଟ ହୋଇଛି। ମୃତ ଯୁବକଙ୍କ ମୁହଁ, ଦେହ ଓ ମୁଣ୍ଡରେ ଶକ୍ତ ଆଘାତ ଲାଗିଛି। ହତ୍ୟାକାଣ୍ଡର କାରଣ ଜଣା ପଡିନଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି"।

ସେପଟେ ଆଶିଷ ମୃତ୍ୟୁ ପରେ ତାଙ୍କ ମୋବାଇଲ ଫୋନ ମିଳିନି। ତେଣୁ ଦୁର୍ବୃତ୍ତ ମାନେ ମୋବାଇଲ ଫୋନକୁ ନଦୀ ଭିତରକୁ ଫିଙ୍ଗି ଦେଇଥିବା ସନ୍ଦେହ କରୁଛି ପୋଲିସ। ତେବେ କେବଳ ଏକ ତରଫା ପ୍ରେମ ନା ହତ୍ୟାକାଣ୍ଡ ପଛରେ କିଛି ରହସ୍ୟ ରହିଛି ସେନେଇ ତଦନ୍ତ କରିଛି ପୋଲିସ ।
Published by:Soumya Das
First published: