ଜମୁଛି ଭୁବନେଶ୍ୱର ବାଲିଯାତ୍ରା ୨୦୨୨; କୁଆଖାଇ ନଦୀ ପଠାରେ ଦେଖିବାକୁ ମିଳୁଛି ଲୋକ ଭିଡ଼

୨୦୧୭ରୁ ଆରମ୍ଭ ହୋଇଥିବା ଭୁବନେଶ୍ବର ବାଲିଯାତ୍ରା କରୋନା ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ବନ୍ଦ ରହିଥିଲା। ଆଉ ଏବେ ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଛି ଏହି ବାଲିଯାତ୍ରା। ଯାହାକୁ ନେଇ ଉଭୟ ଆୟୋଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଜମୁଛି ଭୁବନେଶ୍ୱର ବାଲିଯାତ୍ରା ୨୦୨୨

ଜମୁଛି ଭୁବନେଶ୍ୱର ବାଲିଯାତ୍ରା ୨୦୨୨

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଦୁଇ ବର୍ଷର ବ୍ୟବଧାନ ପରେ ଆରମ୍ଭ ହୋଇଛି ଭୁବନେଶ୍ୱର ବାଲିଯାତ୍ରାର ଚତୁର୍ଥ ସଂସ୍କରଣ 'ଭୁବନେଶ୍ୱର ବାଲିଯାତ୍ରା ମହୋତ୍ସବ-୨୦୨୨'। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଅଶୋକ ପଣ୍ଡା ମଙ୍ଗଳବାର ଦିନ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ ମକରିଥିଲେ।

୨୦୧୭ରୁ ଆରମ୍ଭ ହୋଇଥିବା ଏହି ଯାତ୍ରା କରୋନା ମହାମାରୀ ପାଇଁ ୨୦୨୦ ଓ ୨୦୨୧ରେ ବନ୍ଦ ରହିଥିଲା। ଆଉ ଏବେ ଦୁଇ ବର୍ଷର ବ୍ୟବଧାନ ପରେ ଅନୁଷ୍ଠିତ ହୋଇଛି ଭୁବନେଶ୍ୱର ବାଲିଯାତ୍ରା ଯାହାକୁ ନେଇ ଉଭୟ ଆୟୋଜକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।

ଭୁବନେଶ୍ୱର ଉପକଣ୍ଠ କୁଆଖାଇ ନଦୀ ପଠାରେ ଆରମ୍ଭ ହୋଇଥିବା ଏହି ବାଲିଯାତ୍ରାରେ ଚଳିତବର୍ଷ ୫୦୦ ଷ୍ଟଲ୍ ପଡ଼ିଥିବା ବେଳେ ୧୦୦ରୁ ଅଧିକ ଉଠା ଦୋକାନୀ ନିଜର ପସରା ମେଳାଇଛନ୍ତି।

କଟକ ବାଲିଯାତ୍ରା ଭଳି ଏଠାରେ ମଧ୍ୟ ଦୋଳି, ଚକ୍ରି ଭଳି ବ୍ୟବସାୟୀ ମଧ୍ୟ ସାମିଲ ହୋଇଛନ୍ତି ଏହି ମୁକ୍ତାକାଶ ବ୍ୟବସାୟିକ ଉତ୍ସବରେ। ଏହା ବ୍ୟତୀତ ଏଠାରେ ଲୋକଙ୍କ ପାଇଁ ବିଭିନ୍ନ ଖାଦ୍ୟ ବଜାରର ମଧ୍ୟ ବ୍ୟବସ୍ଥା ରହିଛି। ଆୟୋଜକ ସୂଚନା ଅନୁସାରେ ଏଥର ଏହି ଯାତ୍ରାର ଶୁଙ୍ଖଳା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ପଡ଼ିଆରେ ଲୋକଙ୍କ ସୁରକ୍ଷା ପାଇଁ ସଂଖ୍ୟାଧିକ ସିସିଟିଭି ଲଗାଯିବା ସହିତ ପଡ଼ିଆ ବାହାରେ ଲୋକଙ୍କ ସହାୟତା ଓ ସୁରକ୍ଷା ପାଇଁ ୧୦୦ରୁ ଅଧିକ ସ୍ବେଚ୍ଛାସେବୀଙ୍କୁ ସାମିଲ କରାଯାଇଛି।

ଭୁବନେଶ୍ୱର ବାଲିଯାତ୍ରା ଆୟୋଜକ କମିଟିର କାର୍ଯ୍ୟକାରୀ ସଭାପତି ତପନ ବଳୀୟରସିଂଙ୍କ ସୂଚନା ଅନୁସାରେ, ଏହା ପ୍ରକୃତରେ ଷଷ୍ଠ ବର୍ଷର ଯାତ୍ରା। କିନ୍ତୁ କୋଭିଡ କାରଣରୁ ୨୦୨୦ ଓ ୨୨୦୨୧ରେ ଏହା ଆୟୋଜନ ହୋଇପାରିନଥିଲା। ତେବେ ଚଳିତ ବର୍ଷ ଏହି ଯାତ୍ରାର ପ୍ରଥମ ଦିନରେ ଲୋକଗହଳି କମ ରହିଛି। ଆୟୋଜକ କମିଟିର ସଭାପତି ତଥା ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ସୂଚନା ଅନୁସାରେ ଏହି ଯାତ୍ରା ହେଉଛି ଆମ ଓଡ଼ିଆଙ୍କ ଗର୍ବ ଆଉ ଗୌରବ। ଏହା ଓଡ଼ିଆ ଜାତିର ଦକ୍ଷତାକୁ ଦର୍ଶାଇଥାଏ। ଓଡ଼ିଶାରେ ଏହା ଦିତୀୟ ବାଲିଯାତ୍ରା, ଏଠାରେ କଟକ ବାଲିଯାତ୍ରା ସହ କୌଣସି ପ୍ରତିଯୋଗିତା ନାହିଁ ବରଂ ଏହା ଓଡ଼ିଶାର କଳା, ସଂସ୍କୃତି ଓ ପରିଚୟର ପରିଧି ବ୍ୟାପକ ପାଇଁ ଉଦ୍ୟମ ବୋଲି ସ୍ପଷ୍ଟ କରିଛନ୍ତି ଆୟୋଜକ କମିଟିର ସଭାପତି।

ବାଲିଯାତ୍ରା ଆୟୋଜନ କମିଟି ଭଳି ଦୁଇ ବର୍ଷ ବ୍ୟବଧାନରେ ଆୟୋଜନ ହେଉଥିବାରୁ ଲୋକଙ୍କ ଭିତରେ ମଧ୍ୟ ଏହାକୁ ନେଇ ସେମାନେ ବେଶ ଉତ୍ସାହିତ। ମଞ୍ଚେଶ୍ବର ଗାଁ। ବାସିନ୍ଦା ସୁରେଖା ନାୟକ କହିଛନ୍ତି ଦୁଇ ବର୍ଷ ପରେ ଏହା ଆଗମନ ହେଉଥିବାରୁ ସେ ଖୁସି। ସେହିଭଳି ବାରଙ୍ଗ ବାସିନ୍ଦା ମଧ୍ୟ ଏହି ଯାତ୍ରାକୁ ନେଇ ଖୁବ ଖୁସି।

ଏହି ଯାତ୍ରାର ପ୍ରଥମ ସନ୍ଧ୍ୟାରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ମେୟର ସୂଲଚନା ଦାସ , ବିଧାୟକ ଅନନ୍ତ ନାରାୟଣ ଜେନା, ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ କୁମାର ରାଉତ, ଓଡ଼ିଶା ମୋ ପରିବାର ଆବାହକ ଅରୂପ କୁମାର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ।
Published by:Lipina Das
First published: