ଭୁବନେଶ୍ୱର ବାଲିଯାତ୍ରା ଏବେ ପାଲଟିଛି ପ୍ରଚାର ପ୍ରସାରର ଉପଯୁକ୍ତ କ୍ଷେତ୍ର

ରାଜଧାନୀର ବାଲିଯାତ୍ରାରେ ଏଥର ମୋଟ ୬୦୦ଟି ଛୋଟ ବଡ଼ ଷ୍ଟଲ ପଡ଼ିଥିବା ବେଳେ ସେ ଭିତରୁ ସୂଚନା ପ୍ରଦାନକାରୀ ଷ୍ଟଲ ସଂଖ୍ୟା ୧୦୦ରୁ ଅଧିକ । ସେ ଭିତରେ ଅଛି ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସମେତ ଚାଷ, ପିଲାଙ୍କ ଯତ୍ନ ଇତ୍ୟାଦି ।

ଭୁବନେଶ୍ୱର ବାଲିଯାତ୍ରା ଏବେ ପାଲଟିଛି ପ୍ରଚାର ପ୍ରସାରର ଉପଯୁକ୍ତ କ୍ଷେତ୍ର

ଭୁବନେଶ୍ୱର ବାଲିଯାତ୍ରା ଏବେ ପାଲଟିଛି ପ୍ରଚାର ପ୍ରସାରର ଉପଯୁକ୍ତ କ୍ଷେତ୍ର

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ବାଲିଯାତ୍ରା କେବଳ କିଣାବିକାର କେନ୍ଦ୍ର ନୁହେଁ, ବରଂ ସୂଚନା ବା ତଥ୍ୟ ପ୍ରଦାନର ଉତ୍ତମ ମାଧ୍ୟମ ପାଲଟିଛି ବୋଲି କୁହାଯାଉଛି । କଟକ ବାଲିଯାତ୍ରା ହେଉ ବା ଭୁବନେଶ୍ୱର ବାଲିଯାତ୍ରା ସବୁଠି ଏହା ଏବେ ପାଲଟିଛି ତଥ୍ୟ ପ୍ରଦାନର ଉତ୍ତମ ମାଧ୍ୟମ । ଲୋକଙ୍କର ସ୍ୱାସ୍ଥ୍ୟ ସମ୍ପର୍କିତ ସୂଚନା ବା ପ୍ରାଇଭେଟ ଅନୁଷ୍ଠାନ ହେଉ କିମ୍ବା ସରକାରୀସ୍ତରରେ ପ୍ରସାରଣ କରାଯାଉଥିବା ବିଭିନ୍ନ ଲୋକ କଲ୍ୟାଣ ମୁଖୀ ତଥ୍ୟ, ଏସବୁ ଏହି ବାଲିଯାତ୍ରା ଜରିଆରେ କମ୍ ଖର୍ଚ୍ଚରେ ଲୋକଙ୍କ ପାଖରେ ପହଞ୍ଚି ପାରୁଛି ।



ଭୁବନେଶ୍ୱର ବାଲିଯାତ୍ରାରେ ଏଥର ମୋଟ ୬୦୦ଟି ଛୋଟବଡ଼ ଷ୍ଟଲ ନିର୍ମାଣ ହୋଇଥିବା ବେଳେ ସେ ଭିତରୁ ଏଭଳି ସୂଚନା ପ୍ରଦାନକାରୀ ଷ୍ଟଲ ସଂଖ୍ୟା ୧୦୦ରୁ ଅଧିକ । ସେ ଭିତରେ ଅଛି ଲୋକଙ୍କ ପାଇଁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ସମେତ ଚାଷ ବାସ, ପିଲାଙ୍କ ଯତ୍ନ ଇତ୍ୟାଦି। ପୂର୍ବରୁ ଏହି ସଂଖ୍ୟା ମାତ୍ର ୧୦ ଭିତରେ ସୀମିତ ରହୁଥିଲା । ଏଥର ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ଲୋକଙ୍କୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ପ୍ରଦାନ କରୁଥିବା ହାଇଟେକ୍ ମେଡ଼ିକାଲ କଲେଜ ଷ୍ଟଲର କର୍ମଚାରୀଙ୍କ ସୂଚନା ଅନୁସାରେ, ଗୋଟିଏ ସ୍ଥାନରେ ଏଭଳି ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ହେଉଛି ଏହି ବାଲିଯାତ୍ରା ପଡ଼ିଆ । ମୋଟ ୯ ଦିନର ଏହି ଯାତ୍ରାରେ ଅତିକମ୍‌ରେ ୫ ଲକ୍ଷରୁ ଅଧିକ ଲୋକଙ୍କର ସମାଗମ ହୋଇଥାଏ । ଅର୍ଥାତ୍ ଗୋଟିଏ ସ୍ଥାନରେ ବସି କମ୍ ସମୟରେ ଓ କମ୍ ଖର୍ଚ୍ଚରେ ଲୋକଙ୍କୁ ସୂଚନା ପ୍ରଦାନ କରିବାର ଏହା ଏକ ଉପଯୁକ୍ତ ମାଧ୍ୟମ ।

ଏଥର ଭୁବନେଶ୍ୱର ବାଲିଯାତ୍ରାରେ ଷ୍ଟଲ ଅଧିକାରୀ ଭାବେ ଦାୟିତ୍ୱ ନେଇଥିବା ପ୍ରଦୀପ୍ତ ପରିଡାଙ୍କ ସୂଚନା ଅନୁସାରେ, ୨୦୧୭ ମସିହାରେ ହାତଗଣତି ଶହେଟି ଷ୍ଟଲକୁ ନେଇ ଏହି ଯାତ୍ରା ଆରମ୍ଭ ହୋଇଥିଲା । ମାତ୍ର କିଛି ବର୍ଷ ଭିତରେ ଷ୍ଟଲ ସଂଖ୍ୟା ଏବେ ୬ ଶହରେ ପହଞ୍ଚିଛି । ଏଥିରୁ ଅନୁମାନ କରାଯାଇପାରେ ଏଭଳି ବାଲିଯାତ୍ରା ପଡ଼ିଆ ସୂଚନା ପ୍ରଦାନ ପାଇଁ କିଭଳି ଉପଯୋଗୀ ହୋଇପାରିଛି ।

ସେହିଭଳି ଏଥର ବାଲିଯାତ୍ରା ପଡ଼ିଆରେ ପଡ଼ିଥିବା ବିଭିନ୍ନ କୃଷି ସମ୍ପର୍କରେ ସୂଚନା ଦେଉଥିବା ଷ୍ଟଲର ପରିଚାଳକଙ୍କ ସୂଚନା ଅନୁସାରେ, ଏଭଳି ମେଳା, ମହୋତ୍ସବ ଏବେ ତଥ୍ୟ ପ୍ରଦାନର ଉପଯୁକ୍ତ ମାଧ୍ୟମ ବୋଲି କୁହାଯାଇପାରେ । କାରଣ ସରକାରୀସ୍ତରରେ ଲୋକଙ୍କ ପାଇଁ କ’ଣ ଯୋଜନା ହେଉଛି, କେଉଁ ବର୍ଗ ପାଇଁ ଏହା ଉଦ୍ଦିଷ୍ଟ, ଲୋକମାନେ କିଭଳି ଏହାର ଫାଇଦା ନେଇପାରିବେ ଏସବୁ ଗୋଟିଏ ସ୍ଥାନରେ ରହି ଆମେମାନେ ଲୋକଙ୍କୁ ପ୍ରଦାନ କରିପାରୁଛୁ । ଅର୍ଥାତ୍ ଲୋକମାନେ କିଣାବିକା ସହିତ ବିଭିନ୍ନ ପ୍ରକାର ସରକାରୀ ଯୋଜନା ଓ ସୂଚନା ପାଇ ପାରୁଛନ୍ତି । ଲୋକମାନେ ମଧ୍ୟ ଏହି ଯାତ୍ରା ପଡିଆକୁ ଆସି ଅନେକ ତଥ୍ୟ ପାଇପାରୁଛନ୍ତି ବୋଲି ମତ ରଖିଛନ୍ତି ଭୁବନେଶ୍ୱରର କୋମଳ ରାଉତରାୟ ।
Published by:Soubhagya Mishra
First published: