ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱରରେ ରସିକିଆ ଅଟୋ ଡ୍ରାଇଭର୍‌ଙ୍କର ୩ ଜଣ ପତ୍ନୀ! ସେମାନେ ତାଙ୍କୁ ଥାନାକୁ ନେଲେ

ଭୁବନେଶ୍ୱରରେ ରସିକିଆ ଅଟୋ ଡ୍ରାଇଭର୍‌ଙ୍କର ୩ ଜଣ ପତ୍ନୀ! ସେମାନେ ତାଙ୍କୁ ଥାନାକୁ ନେଲେ

ଛାଡ଼ପତ୍ର ନ ଦେଇ ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଛନ୍ତି ଏହି ଅଟୋ ଡ୍ରାଇଭର୍ । ତୃତୀୟ ପତ୍ନୀଙ୍କ ନମ୍ବରକୁ ମୋବାଇଲ୍ ଫୋନରେ ଡ୍ରାଇଭର ନାଁରେ ସେଭ୍ କରି ସେ ଦ୍ବିତୀୟ ପତ୍ନୀଙ୍କ ହାତରେ ଧରାପଡି଼ଗଲେ ।

ଭୁବନେଶ୍ୱରରେ ରସିକିଆ ଅଟୋ ଡ୍ରାଇଭର୍‌ଙ୍କର ୩ ଜଣ ପତ୍ନୀ! ସେମାନେ ତାଙ୍କୁ ଥାନାକୁ ନେଲେ
ତିନି ପତ୍ନୀଙ୍କ ସହ ଆଲୋକ ଜେନା
  • News18 Odia
  • Last Updated: November 24, 2021, 11:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଜଣେ ରସିକିଆ ଯୁବକର କଳା କାରନାମା ସାମ୍ନାକୁ ଆସିଛି । ଛାଡ଼ପତ୍ର ନ ଦେଇ ତିନି ତିନି ଜଣ ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇ ବିବାହ କରିଛି ସେ । ମଙ୍ଗଳବାର ଦିନ ମଞ୍ଚେଶ୍ୱର ସତ୍ୟବିହାର ଅଞ୍ଚଳରେ ଏକ ଘରେ ଆଉ ଜଣେ ଯୁବତୀଙ୍କ ସହ ସେ ଥିବା ବେଳେ ତାକୁ ତା’ର ଦୁଇ ଜଣ ପତ୍ନୀ କାବୁ କରି ପୋଲିସର ଜିମା ଦେଇଥିଲେ ।

ମଞ୍ଚେଶ୍ୱର ଥାନାରେ ଅଟକ ଥିବା ରସିକିଆ ସ୍ୱାମୀ ଜଣକ ଖୋର୍ଦ୍ଧା ବାଣପୁର ଅଞ୍ଚଳର ଆଲୋକ ଜେନା (୩୭) । ଆଲୋକ ତିନି ଜଣ ଯୁବତୀଙ୍କୁ ଭିନ୍ନ ଭିନ୍ନ ସମୟରେ ବୈଦିକ ରୀତିନୀତିରେ ବିବାହ କରିଥିବା ସେମାନେ ପୋଲିସ ନିକଟରେ କରିଥିବା ଅଭିଯୋଗରେ କହିଛନ୍ତି ।

ଏହା ବି ପଢ଼ନ୍ତୁ | English ଶିଖନ୍ତୁ []: ଯଦି ଗ୍ୟାଙ୍ଗଷ୍ଟର୍ ହାଇଦର୍ ଧରାପଡ଼ି ଥାନ୍ତା,… If gangster Hyder…

ଭୁବନେଶ୍ୱରରେ ଅଟୋ ଚଳାଇ ଜୀବିକା ନିର୍ବାହ କରୁଥିବା ଆଲୋକ ନିଜ ତିନି ପତ୍ନୀଙ୍କୁ ଅଲଗା ଅଲଗା ସ୍ଥାନରେ ଘର ଭଡା ନେଇ ରଖି ଆସୁଥିଲା । କେହି କାହା କଥା ଜାଣି ନ ଥିଲେ । ଆଲୋକ ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ଦେଇଥିବା କହି ଦ୍ଵିତୀୟ ପତ୍ନୀଙ୍କୁ ବିବାହ କରିଥିବା ତଦନ୍ତ ବେଳେ ପୋଲିସ ଜାଣିବାକୁ ପାଇଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ନେହା କକ୍କଡ଼ ସ୍ୱାମୀ ରୋହନପ୍ରୀତଙ୍କୁ ଖୋଲାଖୋଲି KISS କଲେ; ଫଟୋ ସବୁ ଭାଇରାଲ୍ ହେଉଛି

‘‘୨୦୦୬ ମସିହାରେ ମୋ’ ସହ ଆଲୋକଙ୍କ ପରିଚୟ ହୋଇଥିଲା । ଗୋଟିଏ ବର୍ଷ ପ୍ରେମ ସମ୍ପର୍କରେ ରହିବା ପରେ ପରିବାର ଲୋକଙ୍କ ସହମତିରେ ବୈଦିକ ରୀତିନୀତିରେ ଆମର ବିବାହ ହୋଇଥିଲା । ଏବେ ଆମର ଦୁଇଟି ଛୁଆ । ୧୧ ବର୍ଷ ସମ୍ପର୍କରେ ରହିବା ପରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବତୀଙ୍କ ସହ ସେ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ । ଅଟୋରେ ନେବା ଆଣିବା ବେଳେ ସେହି ଯୁବତୀଙ୍କ ସହ ସମ୍ପର୍କରେ ଆସିଥିଲେ ସେ । ଏକଥା ସେ ଲୁଚାଇ ରଖୁଥିଲେ । ଦିନେ ତାଙ୍କ ମୋବାଇଲ ଫୋନରେ ଦ୍ବୀତୀୟ ପତ୍ନୀଙ୍କ ଫଟୋ ମୁଁ ଦେଖିଥିଲି । ଫଟୋଟି କାହାର ବୋଲି ପଚାରିବାରୁ ଝଗଡା ହୋଇଥିଲା । ହେଲେ ମୁଁ ପରେ ତାଙ୍କୁ ରେଡ ହ୍ୟାଣ୍ଡ୍‌ ଧରିଥିଲି । ସେହି ଯୁବତୀଙ୍କୁ ସେ ବିବାହ କରି ସାଲିଆ ସାହିରେ ରଖିଥିଲେ,’’ କହିଛନ୍ତି ଅଲୋକଙ୍କ ପ୍ରଥମ ପତ୍ନୀ ।

ଏହା ବି ପଢ଼ନ୍ତୁ | କଙ୍ଗନା ରାଣାୱତଙ୍କ ପାଇଁ ଏକ ନୂଆ ସମସ୍ୟା ଆସିଲା; ମୁମ୍ବାଇ ପୋଲିସ ମାମଲା ରୁଜୁ କଲା

ତଦନ୍ତ ବେଳେ ଜଣା ପଡି଼ଛି ଯେ ତିନି ମାସ ତଳେ ଆଲୋକ ଇନଷ୍ଟ୍ରାଗ୍ରାମରେ ଭଦ୍ରକର ଜଣେ ଯୁବତୀଙ୍କ ସହ ସମ୍ପର୍କ ରଖିଥିଲେ । ପରେ ସେ ତାକୁ ବିବାହ କରିଥିଲେ । ଦ୍ବିତୀୟ ପତ୍ନୀଙ୍କୁ ଅନ୍ଧାରରେ ରଖି ତୃତୀୟ ପତ୍ନୀଙ୍କ ନମ୍ବରକୁ ଡ୍ରାଇଭର୍‌ ବୋଲି ନିଜ ମୋବାଇଲ୍‌ ଫୋନରେ ସେ ସେଭ୍ କରିଥିଲେ । କିଛି ଦିନ ତଳେ ତୃତୀୟ ପତ୍ନୀ ଆଲୋକଙ୍କୁ ଫୋନ କରିବା ସମୟରେ ଦ୍ବିତୀୟ ପତ୍ନୀ ଫୋନ୍‌ ରିସିଭ କରିବା ପରେ ଖୋଲିଥିଲା ରସିକିଆ ଆଲୋକଙ୍କ ମୁଖା । ‘‘ସ୍ବାମୀ ମୋ’ର’’ ବୋଲି ଉଭୟ କହିଥିଲେ ଓ ସେମାନଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ମଙ୍ଗଳବାର ସତ୍ୟବିହାରରେ ତୃତୀୟ ପତ୍ନୀଙ୍କୁ ନେଇ ଆଲୋକ ତାଙ୍କ ଭଉଣୀଙ୍କ ଘରେ ରଖିଥିବା ନେଇ ତାଙ୍କର ବାକି ଦୁଇ ପତ୍ନୀ ଜାଣିବା ପରେ ସେହି ଘରକୁ ଯାଇ ଆଲୋକଙ୍କୁ କାବୁ କରିଥିଲେ ସେମାନେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ଭାଗ୍ୟବାନ ଗାଇ! ବାଇକ୍‌ରେ ବସି ବୁଲୁଛି ଏ ଜାଗାରୁ ସେ ଜାଗା

‘‘ଆଲୋକ ଜେନାଙ୍କ ବିରୁଦ୍ଧରେ ମଞ୍ଚେଶ୍ବର ଥାନାରେ ଏକ ରିପୋର୍ଟ ଦିଆଯାଇଛି । ଦୁଇ ଜଣ ମହିଳା ତାଙ୍କ ନାଁରେ ଅଭିଯୋଗ କରିଛନ୍ତି । ଉଭୟ ନିଜକୁ ଆଲୋକଙ୍କ ପତ୍ନୀ ବୋଲି ଦାବି କରୁଛନ୍ତି । ସେହି ଅଭିଯୋଗ ଆଧାରରେ ଏବେ ତଦନ୍ତ ଚାଲୁଛି । ମଞ୍ଚେଶ୍ୱର ଥାନାରେ ଏ ନେଇ ଏକ ମାମଲା ରୁଜୁ କରି ଆମେ ତଦନ୍ତ ଆରମ୍ଭ କରିଛୁ । ଅଲୋକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି,’’ କହିଛନ୍ତି ଜୋନ୍‌-୫ ଏ.ସି.ପି. ସଞ୍ଜୀବ ଶତପଥୀ ।
Published by: Anand S.T. Das
First published: November 24, 2021, 11:38 PM IST