ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଭୁବନେଶ୍ୱର ଆଗରେ ଅଛି, ଦେଶରେ #୭ – ମହିଳା-ବିରୋଧୀ ହିଂସା ଓ ଶିଶୁ ଯୌନ ନିର୍ଯାତନାରେ

ଭୁବନେଶ୍ୱର ଆଗରେ ଅଛି, ଦେଶରେ #୭ – ମହିଳା-ବିରୋଧୀ ହିଂସା ଓ ଶିଶୁ ଯୌନ ନିର୍ଯାତନାରେ

Bhubaneswar at rank 7 in country’s cities in crime against women and child sex abuse | ନୀତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟରେ ସାଙ୍ଘାତିକ ତଥ୍ୟ ସାମନାକୁ ଆସିଛି । ଦେଶର ବଡ଼ ବଡ଼ ସହର ତୁଳନାରେ ମହିଳା-ବିରୋଧୀ ହିଂସା ଓ ଶିଶୁ ଯୌନ ନିର୍ଯାତନାରେ ଭୁବନେଶ୍ବର ଆଗରେ ରହିଛି । ସ୍ଥିତି ଉପରେ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକାଶ କରିଛନ୍ତି ।

ଭୁବନେଶ୍ୱର ଆଗରେ ଅଛି, ଦେଶରେ #୭ – ମହିଳା-ବିରୋଧୀ ହିଂସା ଓ ଶିଶୁ ଯୌନ ନିର୍ଯାତନାରେ
ରାଜ୍ୟ ରାଜଧାନୀରେ ମହିଳାମାନଙ୍କ ସୁରକ୍ଷା ପାଇଁ ପୂର୍ବରୁ ବହୁ ଯୋଜନା କରିଛି କମିସନରେଟ ପୋଲିସ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 26, 2021, 4:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ମହିଳା ବିରୋଧୀ ହିଂସା  ଓ ଶିଶୁଙ୍କ ବିରୋଧରେ ଯୌନ ନିର୍ଯାତନା ବୃଦ୍ଧି ପାଇଛି । ଦେଶର ବଡ଼ ବଡ଼ ସହର ତୁଳନାରେ ଭୁବନେଶ୍ବର ଆଗରେ ରହିଛି । ନୀତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ଏହି ମାମଲାରେ ଏବେ ଭୁବନେଶ୍ୱର ଦେଶରେ ୭ ନମ୍ବରରେ ରହିଛି ।  ଏହା ରାଜ୍ୟ ପାଇଁ  ଚିନ୍ତାର କାରଣ ସାଣିଛି ।

ନୀତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ଭୁବନେଶ୍ୱରରେ ପ୍ରତି ୧ ଲକ୍ଷ ଶିଶୁଙ୍କ ମଧ୍ୟରେ ୫୪.୯୨ ଜଣ ଶିଶୁ ଯୌନ ଅପରାଧର ଶିକାର ହେଉଛନ୍ତି । ପ୍ରତି ୧ ଲକ୍ଷ ମହିଳାଙ୍କ ମଧ୍ୟରେ ୧୭୦.୬ ଜଣ ଅପରାଧର ଶିକାର ହେଉଛନ୍ତି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଚିନ୍ତା ପ୍ରକଟ କରିଛନ୍ତି ଓଡ଼ିଶାର ବୁଦ୍ଧିଜୀବୀମାନେ ।

ଏହା ବି ପଢ଼ନ୍ତୁ | ଜଣ ଯୁବତୀଙ୍କୁ ଏକା ସଙ୍ଗେ ପ୍ରେମ କରୁଥିଲା ବଙ୍ଗାଳୀ ଯୁବକ; ଜଣ ଯାକ ଘରକୁ ଆସିବାରୁ ବିଷ ପିଇଦେଲା

‘‘ଏହା ଏକ ଲଜ୍ଜାଜନକ କଥା । କେଉଁଠି ତୃଟି ରହିଛି ସେ ନେଇ ଖୋଳତାଡ଼ ହେବା ଆବଶ୍ୟକ । ମହିଳାଙ୍କ ସୁରକ୍ଷା ନେଇ ରାଜ୍ୟରେ ବହୁ ଯୋଜନା ହେଉଛି । ହେଲେ ଏହି ଯୋଜନାଗୁଡି଼କୁ ସଠିକ କାର୍ଯ୍ୟକାରୀ କରିବା ଉପରେ ଗୁରୁତ୍ୱ ଦିଆଯାଉ ନାହିଁ । ରାଜ୍ୟ ରାଜଧାନୀର ରିପୋର୍ଟ ଏଭଳି ହେବା ରାଜ୍ୟ ପାଇଁ ଭଲ ନୁହେଁ । ତେଣୁ ମହିଳାମାନଙ୍କ ଉପରେ ହେଉଥିବା ଅପରାଧ ଓ ଶିଶୁ ନିର୍ଯ୍ୟାତନା ରୋକିବା ଉପରେ ସରକାର ଗୁରୁତ୍ୱ ଦେଇ ଏହାକୁ ରୋକିବା ଉଚିତ,’’ କହିଛନ୍ତି ସମାଜସେବୀ ଋତୁପର୍ଣ୍ଣା ମହାନ୍ତି ।

ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ

ରାଜ୍ୟ ରାଜଧାନୀରେ ମହିଳାମାନଙ୍କ ସୁରକ୍ଷା ପାଇଁ ପୂର୍ବରୁ ବହୁ ଯୋଜନା କରିଛି କମିସନରେଟ ପୋଲିସ । ୨୦୧୪ ମସିହାରେ ତତ୍କାଳୀନ ପୋଲିସ କମିଶନର ରାଜେନ୍ଦ୍ର ପ୍ରସାଦ ଶର୍ମା ମହିଳାମାନଙ୍କ ସୁରକ୍ଷା ପାଇଁ 'ମୋ ସାଥି' ଆପ୍‌ ଓ ‘ପିଙ୍କ୍‌ ଅଟୋ’ ଭଳି ଅନେକ ଯୋଜନା କରିଥିଲେ । ଉଦ୍ଦେଶ୍ୟ ଥିଲା ମହିଳାମାନଙ୍କୁ ଯଥେଷ୍ଟ ସୁରକ୍ଷା ଦେବା । କିଛି ଦିନ ଏହି ଯୋଜନାଗୁଡ଼ିକ ସଠିକ ଭାବେ କାର୍ଯ୍ୟକାରୀ ବି ହୋଇଥିଲା । ହେଲେ ଶର୍ମାଙ୍କ ବଦଳି ହେବା ପରେ ଏହି ଯୋଜନାଗୁଡି଼କ ଠପ୍‌ ହୋଇଗଲା । ପରେ ପୋଲିସ କମିଶନର ଦାୟିତ୍ୱ ନେଇଥିବା ଅଧିକାରୀମାନେ ମହିଳାଙ୍କ ସୁରକ୍ଷାକୁ କାଗଜ କଲମରେ ଗୁରୁତ୍ୱ ଦେଇଥିବା ଅଭିଯୋଗ କରିଛନ୍ତି ଅନେକ ବୁଦ୍ଧିଜୀବୀ ।

ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

‘‘ମହିଳା-ବିରୋଧୀ ହିଂସାକୁ ରୋକିବାକୁ ହେଲେ ପୋଲିସକୁ ଅଧିକ ଆକ୍ଟିଭ୍‌ ହେବାର ଆବଶ୍ୟକତା ରହିଛି। କେବଳ ମାମଲା ରୁଜୁ ନ କରି ମାମଲାଗୁଡ଼ିକର ତଦନ୍ତ କରିବା ସହ ଦୋଷୀ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଉଚିତ । ରାଜ୍ୟ ସରକାର ମଧ୍ୟ ଏଥି ପାଇଁ ଏକ ବିଶେଷଜ୍ଞ କମିଟି ଗଠନ କରିବା ଉଚିତ, ଯାହା ଦ୍ୱାରା କାହିଁକି ମହିଳା-ବିରୋଧୀ ନିର୍ଯ୍ୟାତନା ଓ ଶିଶୁ ଯୌନ ନିର୍ଯ୍ୟାତନା ବୃଦ୍ଧି ପାଉଛି ତାହା ସାମ୍ନାକୁ ଆସିବ ଓ ସେହି ତଥ୍ୟ ଅନୁସାରେ ନୀତି ନିର୍ମିତ ହେବ । ତାହେଲେ ଯାଇ ଏହା ରୋକାଯାଇ ପାରିବ,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ ।

ଏହା ବି ପଢ଼ନ୍ତୁ | ବାପାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ୍ ସହ ଯାଉଥିବା ଦେଖିଲେ ଦୁଇ ଝିଅ; ଗର୍ଲଫ୍ରେଣ୍ଡକୁ ରାସ୍ତାରେ ପିଟିଲେ

ନୀତି ଆୟୋଗର ଅର୍ବାନ ଇଣ୍ଡେକ୍ସ ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅପରାଧରେ ଚଣ୍ଡିଗଡ଼, ଚେନ୍ନାଇ, କୋଲକାତା ଓ ପାଟନା ଭଳି ସହରଠାରୁ ଓଡ଼ିଶାର ରାଜଧାନୀ ଭୁବନେଶ୍ବର ଉପରେ ରହିଛି  I ୨୦୨୦ NCRB ରିପୋର୍ଟ ଅନୁଯାୟୀ ସମଗ୍ର ଓଡି଼ଶାରେ ମହିଳାମାନଙ୍କ ବିରୋଧରେ ହୋଇଥିବା ଅପରାଧର ହାର ପ୍ରତି ଏକ ଲକ୍ଷରେ ୧୧୩ ଥିଲା । ହେଲେ ନୀତି ଆୟୋଗର ରିପୋର୍ଟ ଅନୁସାରେ ରାଜ୍ୟ ରାଜଧାନୀରେ ମହିଳାମାନଙ୍କ ବିରୋଧରେ ଅପରାଧ ରାଜ୍ୟର ଅନ୍ୟ ଜିଲ୍ଲାର ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ତୁଳନାରେ ଢେର୍‌ ଅଧିକ ରହିଛି ।
Published by: Anand S.T. Das
First published: November 25, 2021, 11:57 PM IST